ଉପକୂଳ ଓଡିଶା

ମଡେଲ ଡିଗ୍ରୀ କଲେଜ ଉଦ୍‌ଘାଟିତ

ମଡେଲ ଡିଗ୍ରୀ କଲେଜ ଉଦ୍‌ଘାଟିତ
ନୟାଗଡ ଅଫିସ, ୧୦ା୮-ନୟାଗଡ ବ୍ଲକ ଲାଠିପଡାଠାରେ ମଡେଲ ଡିଗ୍ରୀ କଲେଜ ଗୁରୁବାର  ଅପରାହ୍ନରେ ଉଦ୍‌ଘାଟିତ ହୋଇଯାଇଛି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଥିଲେ ା ଏହି ଅବସରରେ କଲେଜ ପରିସରରେ ଏକ ବୈଠକ ଆୟୋଜିତ ହୋଇଥିଲା ା ସ୍ଥାନୀୟ ବିଧାୟକ  ଡ. ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ମୁଖ୍ୟଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇଥିଲେ ା ଏହି କଲେଜ ହେବା ଦ୍ୱାରା ଜିଲା ଓ ଜିଲା ବାହାରର ଛାତ୍ରୀଛାତ୍ରମାନେ ଉନ୍ନତମାନର  ଶିକ୍ଷା ଲାଭ କରିପାରିବେ ବୋଲି  ମୁଖ୍ୟଅତିଥି ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ା ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ଶିତାଂଶୁ  କୁମାର ସାମଲଙ୍କ ସମେତ  ବହୁ ଅଧିକାରୀ ଏଥିରେ  ଯୋଗ ଦେଇଥିଲେ ା
All Right Reserved By

ଉପକୂଳ ଓଡିଶା

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ବାର୍‌ହା ପଲଙ୍କ ଉପଦ୍ରବରେ ଧାନଫସଲ ନଷ୍ଟ

ଗଣିଆ,୧୮ା୧୦(ଡି.ଏନ.ଏ.)-ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଜିଲା ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡିଆ ଓ ବଡ଼ଶିଲିଙ୍ଗା ପଞ୍ଚାୟତରେ ବନ୍ୟପ୍ରାଣୀଙ୍କ ଦ୍ୱାରା ବ୍ୟାପକ ଭାବରେ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି। 

ଆଧ୍ୟାମତ୍ିକ ପରିବେଶରେ ଉସତ୍ବମୁଖର ପୂଜାମଣ୍ଡପ

ଆଧ୍ୟାମତ୍ିକ ପରିବେଶରେ ଉସତ୍ବମୁଖର ପୂଜାମଣ୍ଡପ

ଖଣ୍ଡପଡ଼ା,୧୮ା୧୦(ସ୍ବ.ପ୍ର.)-ଦୁର୍ଗାପୂଜା ପାଇଁ ଖଣ୍ଡପଡ଼ା, କଣ୍ଟିଲୋ, ଖଳିସାହି ଓ ଏହାର ଆଖପାଖ ଅଞ୍ଚଳ ଏବେ ଚଳଚଞ୍ଚଳ ଏବଂ ଉତ୍ସତ୍ବ ମୁଖର ହୋଇଉଠିଛି। 

ଜିରୋ ପଏଣ୍ଟରେ ପ୍ରୋଟେକ୍ସନକୁ ନେଇ ବିବାଦ

ଜିରୋ ପଏଣ୍ଟରେ ପ୍ରୋଟେକ୍ସନକୁ ନେଇ ବିବାଦ

ପାରାଦୀପ,୧୭ା୧୦(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଜିରୋପଏଣ୍ଟଠାରେ ବୁଧବାର ପ୍ରୋଟେକ୍ସନକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏଥିରେ ଗୋଟିଏ ପକ୍ଷ ଜମିହରା ଏକତା ମଞ୍ଚ ପ୍ରତିପକ୍ଷ ବିରୋଧରେ ଏକ ଠିକା କମ୍ପାନୀ ଫାଟକ ଆଗରେ ଧାରଣା ଦେଇଛି। 

ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର ରୋଡ, ୧୬।୧୦(ଡି.ଏନ୍‌.ଏ.): ବୁଧବାର ମା’ ଦୁର୍ଗାଙ୍କର ମହାଷ୍ଟମୀ ପୂଜା। ଯାଜପୁର ରୋଡ଼ର ସମସ୍ତ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଷ୍ଟମୀ ଉପବାସ କରୁଥିବା ମହିଳାମାନେ ଭୋଗ କରି ବ୍ରତ ପିନ୍ଧୁଛନ୍ତ। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଣ୍ଡୀ ପାଠ ସହ ବିଭିନ୍ନ ବାଦ୍ୟରେ ସହର କମ୍ପୁଛି । 

ଶାରଦୀୟ ଦୁର୍ଗା ପୂଜା ପାଇଁ ଡେରାବିଶ ଉତ୍ସବମୁଖର

ଶାରଦୀୟ ଦୁର୍ଗା ପୂଜା ପାଇଁ ଡେରାବିଶ ଉତ୍ସବମୁଖର

ଡେରାବିଶ,୧୭।୧୦(ସ୍ବ.ପ୍ର.): ଦୁର୍ଗାପୂଜା ପାଇଁ  କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଗତ ସୋମବାର ଠାରୁ ଉତ୍ସବ ମୁଖର ହୋଇଉଠିଛି। ଦୀର୍ଘ ଏକ ବର୍ଷ ଧରି ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ଭକ୍ତି ପରାକାଷ୍ଠାର  ସ୍ବରୂପିଣୀ ମହିଷମର୍ଦ୍ଦିନୀ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଛନ୍ତି।

ମାର୍ଶାଘାଇରେ ମା’ଙ୍କ ଅଷ୍ଟମୀ ପୂଜା

ମାର୍ଶାଘାଇରେ ମା’ଙ୍କ ଅଷ୍ଟମୀ ପୂଜା

ମାର୍ଶାଘାଇ,୧୦।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳରେ ଦୁର୍ଗା ମଣ୍ଡପ ଗୁଡ଼ିକରେ ବୁଧବାର ମା’ଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି।

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ତିତ୍‌ଲି ପ୍ରଭାବରେ  ଭାଙ୍ଗିଲା ଶ୍ରେଣୀଗୃହ କାନ୍ଥ, କୋମଳମତି ଶିଶୁମାନଙ୍କ ପାଇଁ  ବିପଦଶଙ୍କୁଳ ପରିସ୍ଥିତି

ତିତ୍‌ଲି ପ୍ରଭାବରେ ଭାଙ୍ଗିଲା ଶ୍ରେଣୀଗୃହ କାନ୍ଥ, କୋମଳମତି ଶିଶୁମାନଙ୍କ ପାଇଁ ବିପଦଶଙ୍କୁଳ ପରିସ୍ଥିତି

ଗଣିଆ,୧୭ା୧୦(ଡି.ଏନ.ଏ.)-ଗତ ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଗଣିଆ ବ୍ଲକ ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହର କାନ୍ଥ ଭୁଶୁଡ଼ି ପଡ଼ିଛି। ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଏହି ଶ୍ରେଣୀଗୃହ ବିଦ୍ୟାଳୟ ପରିସରରେ ବିପଦଶଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି। ଏକ ଶହ ବର୍ଷରୁ ଊର୍ଦ୍ଧ୍ୱ ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ମାଟି ଓ ଇଟାରେ ନିର୍ମିତ କାନ୍ଥଗୁଡ଼ିକ ଫାଟି ଆଁ କରି ରହିଲାଣି।

ମହିଳାଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର

ମହିଳାଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର

ନୟାଗଡ଼ ଅଫିସ,୧୭।୧୦-ନୟାଗଡ଼ ଜିଲା ସଦର ଥାନା ଖୁଣ୍ଟୁବନ୍ଧ ପଞ୍ଚାୟତ ଅଶ୍ୱତ୍ଥପଡ଼ା ଗ୍ରାମରେ  ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଗ୍ରାମବାସୀ କଟୁରିରେ ଆକ୍ରମଣ କରିବାରୁ ସେ  ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଅଶ୍ୱତ୍ଥପଡ଼ା  ଗ୍ରାମର  ପାଣୁଚରଣ ପ୍ରଧାନଙ୍କ ସ୍ତ୍ରୀ  ଗୌରୀ ପ୍ରଧାନ(୪୮)। 

ସ୍ବାଧୀନତାର ୭୧ ବର୍ଷ ପରେ ସେତୁ , ଗ୍ରାମ ସଡ଼କ ନିର୍ମାଣ ନିମନ୍ତେ ଭୂମିପୂଜା

ସ୍ବାଧୀନତାର ୭୧ ବର୍ଷ ପରେ ସେତୁ , ଗ୍ରାମ ସଡ଼କ ନିର୍ମାଣ ନିମନ୍ତେ ଭୂମିପୂଜା

ରଣପୁର,୧୭ା୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ବଜ୍ରରାଜପୁର ପଞ୍ଚାୟତରେ ଅବହେଳିତ ଭାବେ ରହିଥିବା ଇଚ୍ଛାପୁର ଗ୍ରାମକୁ ଏବେ ସରକାରଙ୍କ ଦୃଷ୍ଟି ପଡ଼ିଛି। ସ୍ବାଧୀନତାର ୭୧ ବର୍ଷ ପରେ ଗ୍ରାମବାସୀଙ୍କ ଯାତାୟାତ ନିମନ୍ତେ ମନ୍ଦାକିନୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୧ କୋଟି ୨୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରଣପୁର ମୁଖ୍ୟ ରାସ୍ତାଠାରୁ ଗ୍ରାମକୁ ସଂଯୋଗ କରୁଛି ଏକ ନୂତନ ରାସ୍ତା। 

ହାତୀ ନଷ୍ଟ କଲା ଧାନ ଫସଲ

ହାତୀ ନଷ୍ଟ କଲା ଧାନ ଫସଲ

ରଣପୁର,୧୭ା୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ମୟୂରଝଲିଆ ଏବଂ ରାଜଜଙ୍କିଆ ପଞ୍ଚାୟତରେ ସୋମବାର ରାତିରେ ହାତୀପଲ ଧାନ ଫସଲ ଖାଇଦେବା ସହିତ ଦଳିଚକଟି ନଷ୍ଟ କରିଦେଇଛି ।  ଋଣ କରି ଫସଲ କରିଥିବା ଚାଷୀମାନେ ଏବେ ଏ ନେଇ ମୁଣ୍ଡରେ ହାତଦେଇ ବସିଛନ୍ତି।

ଦୁର୍ଗାପୂଜା ଲାଗି ଉତ୍ସବମୁଖର ମାର୍ଶାଘାଇ

ଦୁର୍ଗାପୂଜା ଲାଗି ଉତ୍ସବମୁଖର ମାର୍ଶାଘାଇ

ମାର୍ଶାଘାଇ,୧୬।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି। ମାର୍ଶାଘାଇ  ବଜାର ମଣ୍ଡପରେ ସୋମବାର ସନ୍ଧ୍ୟାରେ ବିଲ୍ବ ବରଣ ପରେ ମଙ୍ଗଳବାର କଳସ ସ୍ଥାପନ କରାଯାଇ ଷୋଢଶ ଉପଚାର ପୂଜା ଆରମ୍ଭ ହୋଇଛି।