ଉପକୂଳ ଓଡିଶା

ଦୁର୍ଘଟଣାକୁ କେନ୍ଦ୍ର କରି ଅଟୋ ଚାଳକଙ୍କୁ ଆଣ୍ଠେଇ ଦେଲେ ଉତ୍ତ୍ୟକ୍ତ ଲୋକେ

ଦୁର୍ଘଟଣାକୁ କେନ୍ଦ୍ର କରି ଅଟୋ ଚାଳକଙ୍କୁ ଆଣ୍ଠେଇ ଦେଲେ ଉତ୍ତ୍ୟକ୍ତ ଲୋକେ
ସାଲେପୁର,୧୦ା୮(ଡି.ଏନ.ଏ.)-ମର୍ନିଂ ଓ୍ବାକରେ ବାହାରିଥିବା ଦୁଇ ଜଣ ଯୁବତୀଙ୍କୁ ଧକ୍କା ଦେବା ଜଣେ ଅଟୋ ଚାଳକଙ୍କୁ ମହଙ୍ଗା ପଡିଛି ା ଗୁରୁବାର ସକାଳ ୬ଟାରେ ସାଲେପୁର କୋର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି ା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତ୍ୟକ୍ତ ହୋଇ ଅଟୋ ଚାଳକ ଶେଖ୍‌ ଅନିସୁଦ୍ଦିନ ଖଁା (୩୬)ଙ୍କୁ ନିସ୍ତୁକ ମାଡ ମାରିବା ସହ ରାସ୍ତାରେ ଆଣ୍ଠେଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି ା ଏହି ଘଟଣାରେ ସାଲେପୁର ପୋଲିସ ଅଟୋ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି ା ମିଳିଥିବା ସୂଚନା ଅନୁଯାୟୀ, ଅନିସୁଦ୍ଦିନଙ୍କ ଘର ଚଣ୍ଡିଖୋଲ ନିକଟସ୍ଥ ସୁଙ୍ଗୁଡା ଗ୍ରାମରେ ା  ବୁଧବାର ପୂର୍ବାହ୍ନ ୧୧ଟାରେ ଚଣ୍ଡିଖୋଲ ବଜାରରୁ ୨ ଜଣ ଯୁବକ  ତାଙ୍କ ଅଟୋରେ ବସି ସାଲେପୁର ଅଭିମୁଖେ ଆସିଥିଲେ ା ମାତ୍ର ବାଟରେ ଏହି ଯୁବକ ଦ୍ୱୟ ଶେଖ ଅନିସୁଦ୍ଦିନଙ୍କୁ  ନିଶା ମିଶ୍ରିତ ଅମୁଲ କୁଲ ପିଇବାକୁ ଦେଇଥିଲେ ା ଏହା ପିଇବାର କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇ ପଡିବାରୁ ଅଟୋରେ ବସିଥିବା ଯୁବକ ଦୁଇଜଣ ତାଙ୍କର ମୋବାଇଲ ଓ ମନିପର୍ସରେ ଥିବା ୧୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ ା ଚେତା ଫେରିବା ପରେ ସେ  ସାଲେପୁର ବଜାର ନିକଟ ମା’ ସାହେଶ୍ୱରୀ ମନ୍ଦିରରେ ରାତିରେ ବିଶ୍ରାମ ନେଇଥିଲେ ା ଗୁରୁବାର ସକାଳୁ ଅଟୋ ଧରି ନିଜ ଗଁାକୁ ଫେରୁଥିବା ବେଳେ ମର୍ନିଂ ଓ୍ବାକରେ ବାହାରିଥିବା ଦୁଇ ଜଣ ଯୁବତୀଙ୍କୁ ଧକ୍କା ଦେଇଥିଲେ ା ସେମାନଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ଆଘାତ ଲାଗିଛି ା ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ଅଟୋ ଚାଳକଙ୍କୁ ମାଡ ମାରିବା ସହ ଘଟଣାସ୍ଥଳରେ ଆଣ୍ଠେଇ ଦେଇଥିଲେ ା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଚାଳକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ ା ସାଲେପୁର,୧୦ା୮(ଡି.ଏନ.ଏ.)-ମର୍ନିଂ ଓ୍ବାକରେ ବାହାରିଥିବା ଦୁଇ ଜଣ ଯୁବତୀଙ୍କୁ ଧକ୍କା ଦେବା ଜଣେ ଅଟୋ ଚାଳକଙ୍କୁ ମହଙ୍ଗା ପଡିଛି ା ଗୁରୁବାର ସକାଳ ୬ଟାରେ ସାଲେପୁର କୋର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି ା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତ୍ୟକ୍ତ ହୋଇ ଅଟୋ ଚାଳକ ଶେଖ୍‌ ଅନିସୁଦ୍ଦିନ ଖଁା (୩୬)ଙ୍କୁ ନିସ୍ତୁକ ମାଡ ମାରିବା ସହ ରାସ୍ତାରେ ଆଣ୍ଠେଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି ା ଏହି ଘଟଣାରେ ସାଲେପୁର ପୋଲିସ ଅଟୋ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି ା  ମିଳିଥିବା ସୂଚନା ଅନୁଯାୟୀ, ଅନିସୁଦ୍ଦିନଙ୍କ ଘର ଚଣ୍ଡିଖୋଲ ନିକଟସ୍ଥ ସୁଙ୍ଗୁଡା ଗ୍ରାମରେ ା  ବୁଧବାର ପୂର୍ବାହ୍ନ ୧୧ଟାରେ ଚଣ୍ଡିଖୋଲ ବଜାରରୁ ୨ ଜଣ ଯୁବକ  ତାଙ୍କ ଅଟୋରେ ବସି ସାଲେପୁର ଅଭିମୁଖେ ଆସିଥିଲେ ା ମାତ୍ର ବାଟରେ ଏହି ଯୁବକ ଦ୍ୱୟ ଶେଖ ଅନିସୁଦ୍ଦିନଙ୍କୁ  ନିଶା ମିଶ୍ରିତ ଅମୁଲ କୁଲ ପିଇବାକୁ ଦେଇଥିଲେ ା ଏହା ପିଇବାର କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇ ପଡିବାରୁ ଅଟୋରେ ବସିଥିବା ଯୁବକ ଦୁଇଜଣ ତାଙ୍କର ମୋବାଇଲ ଓ ମନିପର୍ସରେ ଥିବା ୧୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ ା ଚେତା ଫେରିବା ପରେ ସେ  ସାଲେପୁର ବଜାର ନିକଟ ମା’ ସାହେଶ୍ୱରୀ ମନ୍ଦିରରେ ରାତିରେ ବିଶ୍ରାମ ନେଇଥିଲେ ା ଗୁରୁବାର ସକାଳୁ ଅଟୋ ଧରି ନିଜ ଗଁାକୁ ଫେରୁଥିବା ବେଳେ ମର୍ନିଂ ଓ୍ବାକରେ ବାହାରିଥିବା ଦୁଇ ଜଣ ଯୁବତୀଙ୍କୁ ଧକ୍କା ଦେଇଥିଲେ ା ସେମାନଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ଆଘାତ ଲାଗିଛି ା ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ଅଟୋ ଚାଳକଙ୍କୁ ମାଡ ମାରିବା ସହ ଘଟଣାସ୍ଥଳରେ ଆଣ୍ଠେଇ ଦେଇଥିଲେ ା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଚାଳକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ ା
All Right Reserved By

ଉପକୂଳ ଓଡିଶା

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ନିରାକାରପୁର,୧୦ା୧୨(ଡି.ଏନ.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ରେଳଷ୍ଟେଶନର ଉତ୍ତର ପାର୍ଶ୍ୱ ରେଳଧାରଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ବେଳେ ପଲାସା-ପାରାଦୀପ ଟ୍ରେନ୍‌ରେ ଚଢୁଥିବା ବେଳେ ଗୋଡ଼ ଖସିଯିବାରୁ ସେ ଗୁରୁତର ହୋଇଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଖୋର୍ଦ୍ଧା ସରକାରୀ ମେଡ଼ିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୧୦ା୧୨- ଚାଷୀମାନଙ୍କୁ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଭୁବନେଶ୍ୱର କାର୍ଯ୍ୟାଳୟଠାରେ ୯ ଦିନ ଧରି ଅନଶନରେ ବସିଛନ୍ତି।

କୃଷକ ସଂଗଠନର ସତ୍ୟାଗ୍ରହ

କୃଷକ ସଂଗଠନର ସତ୍ୟାଗ୍ରହ

କେନ୍ଦ୍ରାପଡା ଅଫିସ, ୧୦ା୧୨- ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି।

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

କେନ୍ଦ୍ରାପଡା ଅଫିସ, ୧୦ା୧୨- ଘରୋଇ କାର୍ଯ୍ୟରେ ନିୟୋଜିତ ମହିଳା ଓ ପୁରୁଷ ଶ୍ରମିକ ବହୁ ସମୟରେ ମାଲିକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ।

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

ସୁକିନ୍ଦା,୧୦ା୧୨(ଡି.ଏନ.ଏ.)-ଆଦିବାସୀ ନାବାଳିକାଙ୍କୁ ସ୍ବାସ୍ଥ୍ୟସେବା ଅବହେଳା ଅଭିଯୋଗରେ ସୋମବାର ଗୋବରଘାଟିସ୍ଥିତ ଟାଟା ମେଡିକାଲ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି। 

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜଗତ୍‌ସିଂହପୁର ଅଫିସ,୧୦ା୧୨- ଜିଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ଯୁବକଙ୍କୁ ରୋଜଗାର ଦାବି

ଯୁବକଙ୍କୁ ରୋଜଗାର ଦାବି

ଜଗତସିଂହପୁର ଅଫିସ୍‌, ୧୦।୧୨: ଯୁବକଙ୍କ ରୋଜଗାର ଦାବିରେ ପିସିସି ବିରୋଧରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତରୀଙ୍କ କାର୍ଯ୍ୟାଳୟ ସମ୍ମ୍‌ୁଖରେ ବିକ୍ଷୋଭ କରାଯାଇଛି। 

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଜଗତସିଂହପୁର ଅଫିସ୍‌, ୧୦।୧୨: ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଚାଷୀ ନେତା ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ କରି ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଗଣଧାରଣାରେ ବସିଛନ୍ତି। 

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ଯାଜପୁର ଅଫିସ, ୧୦।୧୨: ଯାଜପୁର ଜିଲା ଚଣ୍ଡିଖୋଲରୁ ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥକୁ ୪ ଥାକିଆ ରାସ୍ତା ନିର୍ମାଣ ଦାବିରେ ସୋମବାର ବ୍ରାହ୍ମଣୀ ବ୍ରିଜ ନିକଟରେ ବିଶାଳ ଗଣଧାରଣା ଦିଆଯାଇଛି।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି। 

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ନୟାଗଡ଼ ଅଫିସ,୧୦ା୧୨- ଶେଷରେ କେରଳ ପୋଲିସ ଟିମ୍‌ ହୋଇଛି ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ୍‌ ୨୦୧୮ର ଚାମ୍ପିୟନ୍‌। ୭ଟି ଦଳକୁ ପଛରେ ପକାଇ ଏହି ଟିମ୍‌ ହାସଲ କରିଛି ଚାମ୍ପିୟନ୍‌ ଟ୍ରଫି। ଅନ୍ୟପକ୍ଷରେ ସାଇ ହଷ୍ଟେଲ କଟକ ଦଳ ରନର୍ସଅପରେ ସନ୍ତୁଷ୍ଟ ହୋଇଛି। 

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ଭାପୁର,୧୦ା୧୨(ଡି.ଏନ୍‌.ଏ.)- ଫତେଗଡ ଥାନା ଚକ୍ରଧରପ୍ରସାଦ ପଞ୍ଚାୟତର ୪ଜଣ ନାବାଳକ ରବିବାର ବାଇକ୍‌ ଯୋଗେ ସାଇମନ୍ଦିର ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଛନ୍ତି।