ମେଟ୍ରୋ |

ଜିଲାପାଳଙ୍କୁ ମିଳିଲା ସମବାୟ କ୍ଷମତା

ଜିଲାପାଳଙ୍କୁ ମିଳିଲା ସମବାୟ କ୍ଷମତା

ଭୁବନେଶ୍ବର, ୨୮।୭: ତୃଣମୂଳ ସ୍ତରରେ ଥିବା ସମବାୟ ଅନୁଷ୍ଠାନ ଯଥା ପ୍ରାଥମିକ କୃଷିଋଣ ସମବାୟ ସମିତି, ବୃହତର ଆଦିବାସୀ ବହୁମୁଖୀ ସମବାୟ ସମିତି, ସେବା ସମବାୟ ସମିତି ଏବଂ ଚାଷୀ ସେବା ସମବାୟ ସମିତି ଗୁଡିକର ଉପଯୁକ୍ତ ପରିଚାଳନା ଓ ତଦାରଖକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାପାଳମାନଙ୍କୁ ଜିଲାର ଅତିରିକ୍ତ ସମବାୟ ନିବନ୍ଧକ କ୍ଷମତା ପ୍ରଦାନ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଓଡ଼ିଶା ସମବାୟ ଆଇନ-୧୯୬୨ ଏବଂ ଓଡ଼ିଶା ସମବାୟ ଆଇନ ନିୟମାବଳୀ ୧୯୬୫ ଅନୁଯାୟୀ ଜିଲାପାଳମାନଙ୍କୁ ସେମାନଙ୍କ ଜିଲା ମଧ୍ୟରେ ଅତିରିକ୍ତ ସମବାୟ ନିବନ୍ଧକ ଭାବରେ କ୍ଷମତା ଅର୍ପଣ କରାଯାଇଛି। ଚାଷୀକୁ କୃଷି ଋଣ ପ୍ରଦାନ, ସାର, ବିହନ ଯୋଗାଣ ଏବଂ ଧାନସଂଗ୍ରହ କ୍ଷେତ୍ରରେ ଉପରୋକ୍ତ ସମବାୟ ଅନୁଷ୍ଠାନଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। କମ୍ପ୍ୟୁଟରୀକରଣ ପରେ ସମବାୟ ସଂସ୍ଥାଗୁଡିକର କାର୍ଯ୍ୟ ମଧ୍ୟ ବୃଦ୍ଧି ପାଇଛି।

All Right Reserved By

Model This Week

Model This Week

ମେଟ୍ରୋ |

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ: ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବ ପୋଲିସ

କଟକ ଅଫିସ, ୨୫।୪- ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବୁଧବାର ଡିଜିପି ଆର୍‌.ପି. ଶର୍ମା ସୂଚନା ଦେଇଛନ୍ତି।

ବାରିପଦାରେ ସାଇକେଲ ଯୋଗାଣ ମାମଲା: ସାନି ଟେଣ୍ଡର ହାଇକୋର୍ଟରେ ରଦ୍ଦ

ବାରିପଦାରେ ସାଇକେଲ ଯୋଗାଣ ମାମଲା: ସାନି ଟେଣ୍ଡର ହାଇକୋର୍ଟରେ ରଦ୍ଦ

କଟକ ଅଫିସ, ୨୫।୪- ବାରିପଦା ଜିଲାରେ ସାଇକେଲ ଯୋଗାଣ ପାଇଁ ହୋଇଥିବା ସାନି ଟେଣ୍ଡରକୁ ହାଇକୋର୍ଟ ଅବୈଧ ଘୋଷଣା କରିବା ସହ ତାହାକୁ ରଦ୍ଦ କରିଦେଇଛନ୍ତି। ଏଥିସହ ଜିଲା ଶ୍ରମ ଅଧିକାରୀ ସ୍ଥାନୀୟ ସାଇକେଲ ଷ୍ଟୋରଗୁଡ଼ିକରୁ ଶ୍ରମିକମାନଙ୍କୁ ସାଇକେଲ ଯୋଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି।

ଜ୍ୟୋତି ଏଗ୍ରି ନିର୍ଦ୍ଦେଶକଙ୍କ ଜାମିନ ଖାରଜ

ଜ୍ୟୋତି ଏଗ୍ରି ନିର୍ଦ୍ଦେଶକଙ୍କ ଜାମିନ ଖାରଜ

କଟକ ଅଫିସ, ୨୫।୪- ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଅଭିଯୁକ୍ତ ଜ୍ୟୋତି ଏଗ୍ରି ଇଣ୍ଟରନ୍ୟାଶନାଲର ନିର୍ଦ୍ଦେଶକ ମାଧବାନନ୍ଦ ସାହୁଙ୍କ ପୁନଃ ଜାମିନ ଆବେଦନକୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।

‘ନାବାଳିକା ବଳାତ୍କାର ଅଭିଯୋଗକୁ ରେଡ୍‌ଫ୍ଲାଗ୍‌ ମାମଲାଭୁକ୍ତ କର’

‘ନାବାଳିକା ବଳାତ୍କାର ଅଭିଯୋଗକୁ ରେଡ୍‌ଫ୍ଲାଗ୍‌ ମାମଲାଭୁକ୍ତ କର’

କଟକ ଅଫିସ, ୨୫।୪- ରାଜ୍ୟରେ ବୃଦ୍ଧି ପାଉଛି ଶିଶୁକନ୍ୟା ଓ ନାବାଳିକା ବଳାତ୍କାର ଘଟଣା। ଏହାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ଚାଲିଥିବାବେଳେ ନିଜ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ବୁଧବାର ଅପରାହ୍ନରେ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଖବରଦାତା ସମ୍ମିଳନୀ ଡକାଇ ନିକଟରେ ଘଟିଥିବା ନାବାଳିକା ବଳାତ୍କାର ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଲେ, ଶିଶୁକନ୍ୟା ଓ ନାବାଳିକା ବଳାତ୍କାର ଘଟଣାକୁ ଅତି ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରାଯାଉଛି।

ସର୍ବ ଭାରତୀୟ ଆଦିବାସୀ କଂଗ୍ରେସ କମିଟିରେ ୪ ଓଡ଼ିଆ

ସର୍ବ ଭାରତୀୟ ଆଦିବାସୀ କଂଗ୍ରେସ କମିଟିରେ ୪ ଓଡ଼ିଆ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଓଡ଼ିଶାର ୪ ବରିଷ୍ଠ କଂଗ୍ରେସ ନେତା ସର୍ବ ଭାରତୀୟ ଆଦିବାସୀ କଂଗ୍ରେସ କମିଟିରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶ୍ୟମସୁନ୍ଦର ହାଁସଦା, ହେମାନନ୍ଦ ବିଶ୍ୱାଳ, ସୁଶୀଲ ତିରିଆ ଓ ପ୍ରଦୀପ ମାଝି।

ମ୍ୟାଲେରିଆ ନିରାକରଣ ପାଇଁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ମ୍ୟାଲେରିଆ ନିରାକରଣ ପାଇଁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପ୍ରକାଶ କରିଛନ୍ତି।

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

କଟକ ଅଫିସ,୨୫।୪: ଜାତୀୟ ରାଜପଥ ଉପରୁ ମହିଳାଙ୍କ ବେକରୁ ଚେନ ଲୁଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଠାବ କରିଛି।

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

କଟକ ଅଫିସ,୨୫।୪: ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲି ଜଣାପଡିଛି। ଘଟଣାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ହସ୍ତଗତ ହୋଇଛି। ପୁଞ୍ଜିଲାଲ ବୋମା ତିଆରି କରି ରାୟପୁରରୁ ପାର୍ସଲ କରିଥିବା ତଦନ୍ତ ବେଳେ ଜଣାପଡିଥିବା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁରୀ ଜିଲାକୁ ମ୍ୟାଲେରିଆମୁକ୍ତ ଲାଗି ଆହ୍ବାନ

ପୁରୀ ଜିଲାକୁ ମ୍ୟାଲେରିଆମୁକ୍ତ ଲାଗି ଆହ୍ବାନ

ପୁରୀ ଅଫିସ,୨୫।୪:ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ମ୍ୟାଲେରିଆ ଦିବସ ବୁଧବାର ସିଡିଏମ୍‌ଓ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ପୁରୀ ଅଫିସ,୨୫।୪: ପୁରୀ ଜିଲା ପୋଲିସ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ ବୁଧବାର ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ।

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

କାକଟପୁର,୨୫।୪(ଡି.ଏନ୍‌.ଏ.): ନିଜ ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଧାନଶିକ୍ଷକ ମାନସ ମିଶ୍ର ବୁଧବାର ଜେଲ ଯାଇଛନ୍ତି। ଏଥିସହ ମିଶ୍ରଙ୍କୁ ପୁରୀ ଜିଲା ଶିକ୍ଷାମଣ୍ଡଳାଧୀଶ ସଲୀଳା ସେଠୀ ଚାକିରିରୁ ନିଲମ୍ବିତ କରିଛନ୍ତି।

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆକ୍ରମଣ ଘଟଣାକୁ ୩ ଦିନ ବିତିଯାଇଛି। ହେଲେ ପୋଲିସ କେବଳ ଅଭିଯୁକ୍ତଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେଣୁ ପୋଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି। ତେବେ ଉପଯୁକ୍ତ ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ ବୋଲି ସ୍ଥାନୀୟ ଏକ ହୋଟେଲରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଉଷସୀ ମିଶ୍ର କହିଛନ୍ତି।