ମନୋରଞ୍ଜନ |

ଆଜି ମେଘାନ୍‌-ହ୍ୟାରିଙ୍କ ବିବାହ

ଆଜି ମେଘାନ୍‌-ହ୍ୟାରିଙ୍କ ବିବାହ
ଲଣ୍ଡନ: ଆମେରିକୀୟ ଅଭିନେତ୍ରୀ ମେଘାନ୍‌ ମର୍କଲେଙ୍କୁ ଶନିବାର ବିବାହ କରିବାକୁ ଯାଉଛନ୍ତି ବ୍ରିଟେନ୍‌ ରାଜକୁମାର ହ୍ୟାରି। ଏଥିଲାଗି ଉତ୍ସବମୁଖର ହୋଇ ଉଠିଛି ସମଗ୍ର ବ୍ରିଟେନ୍‌। ଲଣ୍ଡନଠାରୁ ଆରମ୍ଭକରି ନର୍ଦର୍ନଆୟର୍ଲାଣ୍ଡ, ଲାନ୍ସଶାୟାର୍‌ ଯାଏ ସ୍କୁଲ୍‌, କଲେଜ, ବ୍ୟବସାୟିକ ପ୍ରତଷ୍ଠାନ ଏବଂ ସରକାରୀ ସଂସ୍ଥାଗୁଡ଼ିକରେ ଯୁବରାଜ ଏବଂ ଭାବୀ ଯୁବରାଣୀଙ୍କୁ ସ୍ବତନ୍ତ୍ର ଢଙ୍ଗରେ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି। ଇଂଲଣ୍ଡର ଓ୍ବିଣ୍ଡସର୍‌ କ୍ୟାସଲ୍‌ସ୍ଥିତ ସେଣ୍ଟ ଜର୍ଜସ୍‌ ଚାପେଲ୍‌ ଚର୍ଚ୍ଚରେ ଅନୁଷ୍ଠିତ ହେବ ବିବାହ। ଏଥିଲାଗି ଶୁକ୍ରବାର ଓ୍ବିଣ୍ଡସର୍‌ କ୍ୟାସଲ୍‌ରେ ପହଞ୍ଚିଛନ୍ତି ହ୍ୟାରି ଏବଂ ମେଘାନ୍‌। ବ୍ରିଟିଶ୍‌ ରାଜ ପରିବାରର ଆଉ ଏକ ରୟାଲ୍‌ ଓ୍ବେଡିଂକୁ ସ୍ବଚକ୍ଷୁରେ ଦେଖିବା ଲାଗି ଦେଶର କୋଣ ଅନୁକୋଣରୁ ସହରରେ ଜନ ସମାଗମ ଆରମ୍ଭ ହୋଇଯାଇଛି। ମେଘାନ୍‌ଙ୍କ ପରିବାର ସଦସ୍ୟ ମଧ୍ୟ ବିବାହ ସ୍ଥଳରେ ପହଞ୍ଚି ସାରିଛନ୍ତି। କିନ୍ତୁ ହୃଦ୍‌ରୋଗର ଶିକାର ହୋଇଥିବା ଅଭିନେତ୍ରୀଙ୍କ ପିତା ଥୋମାସ୍‌ ମର୍କଲେ ଝିଅ ବିବାହରେ ଉପସ୍ଥିତ ରହି ପାରିବେ ନାହିଁ। ଏ ନେଇ ନିଜେ ୩୬ ବର୍ଷୀୟା ଭାବୀ ଯୁବରାଣୀ ଗୁରୁବାର ସୂଚନା ଦେଇଛନ୍ତି। ତେବେ ଥୋମାସ୍‌ଙ୍କ ଅନୁପସ୍ଥିତିରେ ବିବାହରେ ପିତାଙ୍କ ଦାୟିତ୍ୱ ତୁଲାଇବେ ହ୍ୟାରିଙ୍କ ପିତା ତଥା ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାଲର୍‌ସ। ଭାବୀ ଯୁବରାଣୀଙ୍କ ସହ ବିବାହ ସ୍ଥଳକୁ ପାଛୋଟି ନେବା ଦାୟିତ୍ୱ ତୁଲାଇବେ ସେ। ପିତା ଥୋମାସ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରିବା ସହ ବାପାଙ୍କ ଦାୟିତ୍ୱ ତୁଲାଇବା ଲାଗି ପ୍ରିନ୍ସ ଚାଲର୍‌ସଙ୍କୁ ମେଘାନ୍‌ ଅନୁରୋଧ କରିଥିଲେ। ଯୁବରାଜ ଏହାକୁ ସ୍ବୀକାର କରିଥିବା ଶନିବାର କେନ୍‌ସିଙ୍ଗ୍‌ଟନ୍‌ ପ୍ୟାଲେସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରାଜ ପରିବାରକୁ ମେଘାନ୍‌ଙ୍କୁ ସ୍ବାଗତ କରିବା ଲାଗି ପ୍ରିନ୍ସ ଅଫ୍‌ ଓ୍ବେଲ୍‌ସ ଖୁସି ବୋଲି ବିବୃତିରେ କୁହାଯାଇଛି। ପ୍ରିନ୍ସ ଚାଲର୍‌ସଙ୍କ ଏହି ନିଷ୍ପତ୍ତିକୁ ଚାରିଆଡ଼େ ପ୍ରଶଂସା କରାଯାଇଛି। ପ୍ରିନ୍ସ ଅଫ୍‌ ଓ୍ବେଲ୍‌ସଙ୍କ ଯେହେତୁ ନିଜର କନ୍ୟା ସନ୍ତାନ ନାହାନ୍ତି, ଭାବୀ ବୋହୂଙ୍କ ବିବାହରେ ପିତାର ଦାୟିତ୍ୱ ତୁଲାଇବା ସମ୍ମାନର ବିଷୟ ବୋଲି ସୋସିଆଲ୍‌ ମିଡିଆରେ ମତପ୍ରକାଶ ପାଇଛି। ୬୯ ବର୍ଷୀୟ ପ୍ରିନ୍ସ ଚାଲର୍‌ସ ୨୦୧୬ରେ ନିଜର ଅତି ନିକଟତର ବନ୍ଧୁ ଥୋମାସ୍‌ ହୁପର୍‌ଙ୍କ ଝିଅ ବିବାହରେ ଏହି ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରକାଶ ଯେ, ବିବାହ ସ୍ଥଳକୁ କନ୍ୟାକୁ ପାଛୋଟି ନେଇ ଯିବା ଲାଗି ଜଣେ ବ୍ୟକ୍ତିଙ୍କୁ ଚୟନ କରାଯାଇଥାଏ। ବିଶେଷକରି କନ୍ୟାଙ୍କ ପିତା, ବନ୍ଧୁ କିମ୍ବା ପରିବାର ସଦସ୍ୟ ଏହା କରିଥାନ୍ତି। ରାଜ ପରିବାରର ଜଣେ ସଦସ୍ୟଙ୍କୁ ଚୟନ କରିବା ନ କରିବା ନେଇ ବ୍ରିଟିଶ୍‌ ରାଜ ପରିବାରରେ ସେଭଳି କିଛି ପ୍ରୋଟୋକଲ୍‌ ନାହିଁ। ଯାହାକୁ ଚାହିଁଲେ ମେଘାନ୍‌ ଏଥିଲାଗି ଚୟନ କରିପାରିବେ। ମେଘାନଙ୍କ ମା ରାଗଲାଣ୍ଡ ଶୁକ୍ରବାର ଲଣ୍ଡନ ପହଞ୍ଚି ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ସମେତ ରାଜ ପରିବାରର ସମସ୍ତ ସଦସ୍ୟଙ୍କୁ ସାକ୍ଷାତ କରିଥିଲେ। ବିଶ୍ୱର ଏହି ବହୁଚର୍ଚ୍ଚିତ ରୟାଲ୍‌ ଓ୍ବେଡିଂ ଉପରେ ସମଗ୍ର ବିଶ୍ୱର ନଜର। ବିଭିନ୍ନ ସହରରରେ ସର୍ବସାଧାରଣ ସ୍ଥଳୀରେ ବିବାହର ସିଧା ପ୍ରସାରଣ କରାଯିବ। ବ୍ରାଇଡ୍‌ସମେଡ୍‌ ଭାବେ ଚୟନ କରାଯାଇଥିବା ୬ ଜଣ ବାଳିକାଙ୍କ ମଧ୍ୟରେ ରହିଛନ୍ତି ପ୍ରିନ୍ସ ହ୍ୟାରିଙ୍କ ଝିଆରି ପ୍ରିନ୍ସେସ୍‌ ଚାର୍ଲୋଟି। ସେହିପରି ୧୦ ଜଣ ପେଜ୍‌ବୟ ମଧ୍ୟରେ ଚାର୍ଲୋଟିଙ୍କ ଭାଇ ପ୍ରିନ୍ସ ଜର୍ଜ ମଧ୍ୟ ରହିଛନ୍ତି। ବିବାହ ପାଇଁ ସୁରକ୍ଷା ଛାଉଣୀରେ ପରିଣତ ହୋଇଯାଇଛି ଓ୍ବିଣ୍ଡସର୍‌ କ୍ୟାସଲ୍‌ ସହର। ସହରବ୍ୟାପୀ ସିସିଟିଭି କ୍ୟାମେରା ସହ ନଜର ରଖାଯାଇଛି। ବିଶେଷକରି ନବଦମ୍ପତି ବିବାହ ପରେ ଯାତ୍ରା କରିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ରୟାଲ୍‌ ଆର୍ମି ପକ୍ଷରୁ ମଧ୍ୟ ବିବାହ ପରେଡ୍‌ର ଅଭ୍ୟାସ ଶେଷ ହୋଇଛି।
All Right Reserved By

ମନୋରଞ୍ଜନ |

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବମ୍ବେ: ସ୍ବାମୀ ହେବ ତ ଏମିତି। ବଲିଉଡ୍‌ରେ ରଣବୀର ସିଂହଙ୍କୁ ନେଇ ଏପରି କିଛି ଚର୍ଚ୍ଚା ହେଉଛି।

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। 

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ମନୋଜ ବାଜପେୟୀ ୫୦ବର୍ଷରେ ପଦାର୍ପଣ କରିଛନ୍ତି।

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ପେସାରେ ଜଣେ ଡାକ୍ତର, ହେଲେ ସାହିତ୍ୟ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ରାତ୍ରିର ବିଳମ୍ବିତ ପ୍ରହରରେ ସେ ବସିପଡନ୍ତି ନିଜ ମନର ଭାବନାକୁ କବିତାର ରୂପ ଦେବାକୁ।

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

ସଞ୍ଜୟ ଲୀଲା ଭଂସାଲୀ କେବେ ଏହି ଅଭିନେତ୍ରୀଙ୍କୁ କରିଥିଲେ ରିଜେକ୍ଟ: ଏବେ  ତାଙ୍କୁ ନେଇ କରୁଛନ୍ତି ବଡ଼ ଫିଲ୍ମ

ସଞ୍ଜୟ ଲୀଲା ଭଂସାଲୀ କେବେ ଏହି ଅଭିନେତ୍ରୀଙ୍କୁ କରିଥିଲେ ରିଜେକ୍ଟ: ଏବେ ତାଙ୍କୁ ନେଇ କରୁଛନ୍ତି ବଡ଼ ଫିଲ୍ମ

ମୁମ୍ବାଇ,୨୨।୪: ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ବଲିଉଡର ପପୁଲାର ଅଭିନେତ୍ରୀ ଭାବେ ଜଣାଶୁଣା। ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri