ଜୀବନଚର୍ଯ୍ୟା |

ପିଲାଙ୍କ ଉଚ୍ଚତା ବଢ଼ାଇବା ପାଇଁ

ପିଲାଙ୍କ ଉଚ୍ଚତା ବଢ଼ାଇବା ପାଇଁ
କୁହାଯାଏ, ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପର୍ଯ୍ୟନ୍ତ ପିଲାଙ୍କ ଉଚ୍ଚତା ବଢ଼ିଥାଏ। ସେଥିପାଇଁ ଏହି ମହତ୍ତ୍ୱପୂର୍ଣ୍ଣ ବୟସରେ ଡାଏଟ୍‌ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଯଦିଓ ଉଚ୍ଚତା କମ୍‌ ଓ ଅଧିକ ହେବା ଆନୁବଂଶିକ, ତଥାପି କେତୋଟି ଉପାୟ ଆପଣେଇ ପାରିଲେ ପିଲାଙ୍କ ଉଚ୍ଚତା ବଢ଼ାଯାଇପାରେ... ପିଲାଙ୍କୁ ସବୁବେଳେ ଆଉଟ୍‌ଡୋର ଗେମ୍‌ ପ୍ରତି ଆକର୍ଷିତ କରନ୍ତୁ। ଖାସ୍‌କରି ବାସ୍କେଟ୍‌ବଲ ଖେଳିବା ଲାଗି ଆଗ୍ରହ ବଢାନ୍ତୁ। ଏହା ଦ୍ୱାରା ହାଡ଼ ଏବଂ ମାଂସପେଶୀ ସମ୍ପ୍ରସାରିତ ହୋଇଥାଏ, ଯାହା ଉଚ୍ଚତା ବଢ଼ାଇବାରେ ସାହାଯ୍ୟ କରିଥାଏ। ସୁସ୍ଥ ଖାଦ୍ୟପେୟ ପିଲାଙ୍କ ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିଥାଏ। ଏଥିପାଇଁ ପିଲାଙ୍କୁୁ ଅଣ୍ଡା, ଚିକେନ୍‌, କ୍ଷୀରଜାତ ଦ୍ରବ୍ୟ ଆଦି ଦେଇପାରିବେ। ଏଥିରେ ଥିବା ପ୍ରୋଟିନ୍‌, ଭିଟାମିନ୍‌ ଡି, ଭିଟାମିନ୍‌ ବି ୨ ଓ ରିବୋଫ୍ଲାବିନ୍‌ ଅସ୍ଥି ବିକାଶରେ ସାହାଯ୍ୟ କରିଥାଏ। ପ୍ରତିଦିନ ପିଲାଙ୍କୁ ଭୂମିଠାରୁ ବହୁ ଉଚ୍ଚରେ ସମାନ୍ତରାଳ ଭାବେ ଥିବା ଖମ୍ଭରେ ଓହଳିବାକୁ କୁହନ୍ତୁ। ଏପରି କଲେ ସେମାନଙ୍କ ମେରୁଦଣ୍ଡ ହାଡ଼ ଓ ମାଂସପେଶୀ ନମନୀୟ ହୋଇଥାଏ, ଯାହା ଉଚ୍ଚତା ବଢ଼ାଇବାରେ ସାହାଯ୍ୟ ବି କରେ। ଖେଳକୁଦ ଓ ବ୍ୟାୟାମ କଲେ ଶରୀରର ମାଂସପେଶୀ ସମ୍ପ୍ରସାରିତ ହୋଇଥାଏ। ସେଥିପାଇଁ ପହଁରା, ଏରୋବିକ୍ସ, ଟେନିସ୍‌, ଫୁଟ୍‌ବଲ୍‌, କ୍ରିକେଟ୍‌, ବାସ୍କେଟ୍‌ବଲ ଭଳି ଖେଳ ଓ ଅସ୍ଥି ସମ୍ପ୍ରସାରିତ କରୁଥିବା ବ୍ୟାୟାମକୁ ସେମାନଙ୍କ ଦୈନନ୍ଦିନ ରୁଟିନ୍‌ରେ ସାମିଲ କରନ୍ତୁ। ପିଲାଙ୍କୁ ଠିକ୍‌ ଭାବେ ବସିବା, ଚାଲିବା ଶିଖାନ୍ତୁ। କେବେ ବି ନଇଁକି ବସିବା ଓ ଚାଲିବା ଉଚିତ୍‌ ନୁହେଁ। ବରଂ ଏହି ସମୟରେ ଅଣ୍ଟା ସିଧା ରଖିବା ଜରୁରୀ। ଏହା ବାଦ୍‌ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଓ ଭଲ ନିଦ ମଧ୍ୟ ଜରୁରୀ। ଏହା ଦ୍ୱାରା ଶରୀରରେ କୋଷଗୁଡ଼ିକର ବିକାଶ ଠିକ୍‌ ଭାବେ ହୋଇଥାଏ। ଦିନକୁ ୮-୧୦ ଘଣ୍ଟା ଶୋଇବା ଭଲ। ପିଲାଙ୍କୁ କୋଲ୍ଡ ଡ୍ରିଙ୍କସ୍‌, ଫାଷ୍ଟଫୁଡ୍‌ ପରି ଜଙ୍କ୍‌ ଫୁଡ୍‌ଠାରୁ ଦୂରେଇ ରଖନ୍ତୁ। ଏସବୁ ସେମାନଙ୍କ ଉଚ୍ଚତା ବୃଦ୍ଧିରେ ବାଧକ ସାଜିଥାଏ।
All Right Reserved By

ଜୀବନଚର୍ଯ୍ୟା |

ଯକୃତରୁ ନିସୃତ ‘ ଟିଏସ୍‌କେ’ ହର୍ମୋନ ବଢ଼ାଏ ମେଦବହୁଳତା

ଯକୃତରୁ ନିସୃତ ‘ ଟିଏସ୍‌କେ’ ହର୍ମୋନ ବଢ଼ାଏ ମେଦବହୁଳତା

ମେଦ ବହୁଳତା ଏପରି ଏକ ସମସ୍ୟା ଯାହା ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଉଛି। ଏହାକୁ ନେଇ ମଧ୍ୟ ଚିନ୍ତାରେ ଯୁବପିଢ଼ୀ। ଏଥିରେ କବଳିତ ଲୋକେ ଏକ୍ସରସାଇଜ ଅବା ଡାଇଟିଂ କରୁଥିଲେ ମଧ୍ୟ ସେମାନଙ୍କର ଓଜନ କମ୍‌ ହୋଇ ନ ଥାଏ। ତେବେ ଅଧିକ ପ୍ରଚେଷ୍ଟା ପରେ ମଧ୍ୟ ଯଦି ଓଜନ୍‌ କମ୍‌ ହେଉନାହିଁ  ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଶରୀରରେ ମେଦବହୁଳତା ସୃଷ୍ଟି କରୁଥିବା ତଥା ମୋଟାପଣ କମ୍‌ କରିବାକୁ ଦେଉ ନ ଥିବା ହରମୋନ୍‌ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ସ୍ବାଦରେ ଜାମୁକୋଳି ଖଟାମିଠା। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ମଧୁମେହ ରୋଗୀଙ୍କ ଲାଗି ଏହା ମହୌଷଧୀ ସଦୃଶ କାମ କରେ। ମଧୁମେହ ରୋଗୀ ପ୍ରତିଦିନ ଜାମୁ କୋଳି ଖାଇବା ଦ୍ୱାରା ରୋଗ ନିୟନ୍ତ୍ରଣରେ ରହିଥାଏ।

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ କପେ ରେଡ୍‌ ଟି ରଖେ ମେଦବହୁଳତାରୁ ଦୂରେଇ...

ସକାଳେ ରେଡ୍‌ ପିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌ ଆଦି ତତ୍ତ୍ୱ ରହିଥାଏ।

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ଅବସାଦଠୁ ଦୂରେଇ ରହବାକୁ ଚାହୁଁଛନ୍ତି କି, ସାଇକେଲ ଚଲାନ୍ତୁ

ବ୍ୟାୟାମ୍‌ର ସବୁଠୁ ସହଜ ଏବଂ ସରଳ ଉପାୟ ହେଉଛି ସାଇକେଲିଂ। ଏହା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏହା ଆପଣଙ୍କୁ ଫିଟ୍‌ ରଖିଥାଏ।

ଫିଟ୍‌ ରଖେ ଯୋଗାସନ

ଫିଟ୍‌ ରଖେ ଯୋଗାସନ

ଦୈନିକ ଯୋଗାସନ କରିବା ମହିଳାଙ୍କ ଲାଗି ବେଶ୍‌ ଲାଭପ୍ରଦ। ଏହା ଶରୀରକୁ ଫିଟ୍‌ ଏବଂ ରୋଗମୁକ୍ତ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ...


ଶୀତରେ ବି  ରହିବ ଗ୍ଲୋ

ଶୀତରେ ବି ରହିବ ଗ୍ଲୋ

ଶୀତଦିନେ ଅଧିକାଂଶ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରିଥାନ୍ତି। ଯଦିଓ ଏହା ଆରାମଦାୟକ, ହେଲେ ଏଥି ଯୋଗୁ ତ୍ୱଚା ଡ୍ରାଏ ହେବା, ଫାଟିବା ଏବଂ କଳା ପଡିବା ସମସ୍ୟା ଦେଖା ଦେଇଥାଏ। ତେଣୁ କେଉଁ ଉପାୟ ଆପଣାଇଲେ ଆପଣ ଗରମ ପାଣିରେ ଗାଧେଇବାର ସୁବିଧା ନେବା ସହ ପୂର୍ବ ପରି ତ୍ୱଚାର ଗ୍ଲୋ ରକ୍ଷା କରିପାରିବେ, ଜାଣି ରଖନ୍ତୁ ସେ ସମ୍ପର୍କରେ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ...

ରସୁଣରେ ଥିବା ଔଷଧୀୟ ଗୁଣ ଆମ ଶରୀରରୁ ବହୁ ରୋଗ ଦୂର କରିଦିଏ। ପ୍ରତିଦିନ  ଦୁଇକୋଲା ରସୁଣ ଖାଇଲେ ମିଳିଥାଏ ଅନେକ ସୁଫଳ।

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଗ୍ଲାସେ ବାସି ପାଣି...

ସକାଳେ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍‌ ବାସି ପାଣି ପିଇଲେ ହୋଇଥାଏ ଅନେକ ଉପକାର। ଏହାକୁ କୁହାଯାଏ ଉଷାପାନ । 

ଧୂମପାନ ପରିତ୍ୟାଗ  କରିବାର ନୂଆ ଉପାୟ

ଧୂମପାନ ପରିତ୍ୟାଗ କରିବାର ନୂଆ ଉପାୟ

ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ତଥାପି ଅନେକେ ଏହାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଭାବି ନିଅନ୍ତି ଏବଂ ଏହି ସାଇଲେଣ୍ଟ କିଲରକୁ ଆପଣାର କରିନିଅନ୍ତି।

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ଅଲ୍‌ରାଉଣ୍ଡର ସ୍ପେଶଶିପ୍‌

ମହାକାଶ ହେଉ ଅବା ପୃଥିବୀ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶ ବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି। ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଏକ ଅତ୍ୟାଧୁନିକ ସ୍ପେଶଶିପ୍‌ ପ୍ରସ୍ତୁତ କରିଛନ୍ତି।

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରାଏ ସନ୍ତୁଳିତ ଖାଦ୍ୟ

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରାଏ ସନ୍ତୁଳିତ ଖାଦ୍ୟ

ମସ୍ତିଷ୍କ ଯଦି ଠିକ୍‌ ଭାବରେ କାର୍ଯ୍ୟ କରେ ତେବେ ଆମେ କେତେକ ପ୍ରମୁଖ ସ୍ବାସ୍ଥ୍ୟଜନିତ ସମସ୍ୟାଠାରୁ ନିଜକୁ ଦୂରେଇ ରଖିଥାଉ। ବିଶେଷଭାବରେ ଏଥିପାଇଁ ଆମକୁ ନିଜର ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“