ଜୀବନଚର୍ଯ୍ୟା |

ମୃତ୍ୟୁ ଆଶଙ୍କା ବଢ଼ାଏ ଚାପ ନିରୋଧୀ ଔଷଧ

ମୃତ୍ୟୁ ଆଶଙ୍କା ବଢ଼ାଏ ଚାପ ନିରୋଧୀ ଔଷଧ
ଟରଣ୍ଟୋ:ମାନସିକ ଚାପ ଓ ଉଦ୍‌ବେଗ ହ୍ରାସ ପାଇଁ ଯେଉଁ ଔଷଧ ସେବନ କରାଯାଏ ତାହାଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥାର୍ଥ କାର୍ଯ୍ୟକ୍ଷମତା ହରାଇ ମୃତ୍ୟୁ ଆଶଙ୍କା ବୃଦ୍ଧି କରାଏ ବୋଲି ଏକ ଅଧ୍ୟୟନରେ ସତର୍କ କରାଇ ଦିଆଯାଇଛି। ସାଧାରଣତଃ ମସ୍ତିଷ୍କର ସେରୋଟୋନିନ୍‌ ମନୋବୃତ୍ତିକୁ ନିୟନ୍ତ୍ରଣ କରିଥାଏ। କିନ୍ତୁ ଚାପ ଦୂର ପାଇଁ ସେବନ କରାଯାଉଥିବା ଔଷଧ ଦ୍ୱାରା ସେରୋଟୋନିନ୍‌ ଓ ସ୍ନାୟୁ ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରେ ନାହିଁ। ଏ କଥା ପ୍ରାୟତଃ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୃତ୍‌ପିଣ୍ଡ, ବୃକ୍‌କ, ଫୁସ୍‌ଫୁସ୍‌ ଏବଂ ଯକୃତ ରକ୍ତ ପ୍ରବାହ ଦ୍ୱାରା ସେରୋଟୋନିନ୍‌ ଉପଯୋଗ କରିଥାଆନ୍ତି। ଚାପନିରୋଧୀ ଔଷଧ ସେବନ ଦ୍ୱାରା ଏହିସବୁ ଅଙ୍ଗ ସେରୋଟୋନିନ୍‌ ଅବଶୋଷଣ କରିପାରନ୍ତି ନାହିଁ। ଏଥିପାଇଁ ଗବେଷକମାନେ ସତର୍କ କରାଇଦେଇଛନ୍ତି ଯେ, ଏଭଳି ଔଷଧ ସେବନ କଲେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଠିକ୍‌ ଭାବରେ କାର୍ଯ୍ୟକରି ନ ପାରିବାରୁ ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇଥାଏ। ଗବେଷକମାନେ ଲକ୍ଷାଧିକ ଲୋକଙ୍କ ଉପରେ ଗବେଷଣା କରି ଜାଣିପାରିଛନ୍ତି ଯେ, ଚାପଦୂରକାରୀ ଔଷଧ ସେବନ କରୁ ନ ଥିବା ଲୋକଙ୍କ ଅପେକ୍ଷା ଏହି ଔଷଧ ସେବନ କରୁଥିବା ଲୋକଙ୍କ ମୃତ୍ୟୁ ଆଶଙ୍କା ୩୩% ବୃଦ୍ଧି ପାଇଥାଏ। ଏଭଳି ଔଷଧ ସେବନ କରୁଥିବା ଲୋକଙ୍କର ହୃଦ୍‌ରୋଗ ଏବଂ ହୃଦ୍‌ଘାତ ଆଶଙ୍କା ୧୪% ଅଧିକ। ଚାପନିରୋଧୀ ଔଷଧ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଏହାକୁ ଆଦୌ ସେବନ କରିବା ଉଚିତ ନୁହେଁ ବୋଲି ଏହି ଗବେଷଣାର ନେତୃତ୍ୱ ନେଇଥିବା ତଥା କାନାଡାସ୍ଥିତ ମ୍ୟାକ୍‌ମାଷ୍ଟର ୟୁନିଭର୍ସିଟିର ସହଯୋଗୀ ପ୍ରଫେସର ପଲ୍‌ ଆଣ୍ଡ୍ର୍ୟୁଜ୍‌ ପ୍ରକାଶ କରିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ଅତ୍ୟଧିକ ଅଣ୍ଡା କ୍ୟାନସରର କାରଣ

ଅତ୍ୟଧିକ ଅଣ୍ଡା କ୍ୟାନସରର କାରଣ

ଅଣ୍ଡା ଶରୀର ପାଇଁ ଭଲ ବୋଲି ଡାକ୍ତର କହିଥାଆନ୍ତି। କିନ୍ତୁ ନିକଟରେ ପ୍ରକାଶ ପାଇଥିବା ଏକ ଗବେଷଣା ଅନୁଯାୟୀ ଅତ୍ୟଧିକ ଅଣ୍ଡା ଖାଇଲେ କ୍ୟାନସର ହୋଇପାରେ। ଗବେଷକଙ୍କ ମତରେ ସପ୍ତାହକୁ ୩ରୁ ଅଧିକ ଅଣ୍ଡା ଖାଇଲେ ଏଥିରେ ଥିବା କୋଲେଷ୍ଟ୍ରଲ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ବଜାରରେ ‘ଓଲଟା ଜିନ୍ସ’ର ଟ୍ରେଣ୍ଡ: ପକେଟ, ସିଲେଇ ସବୁ ଉପରେ

ବଜାରରେ ‘ଓଲଟା ଜିନ୍ସ’ର ଟ୍ରେଣ୍ଡ: ପକେଟ, ସିଲେଇ ସବୁ ଉପରେ

ଫ୍ୟାଶନ ଦୁନିଆରେ ସବୁ କିଛି ସମ୍ଭବ। କିଛି ବି ନୂଆ ଫ୍ୟାଶନ ଟ୍ରେଣ୍ଡ ମାର୍କେଟକୁ ଆସିଲେ ଏହା ଧିରେ ଧିରେ ଯୁବପିଢ଼ୀଙ୍କ ମଧ୍ୟରେ ଖୁବ୍‌ କମ୍‌ ସମୟରେ ଲୋକପ୍ରିୟ ହୋଇଯାଏ।  ବର୍ତ୍ତମାନ ମାର୍କେଟକୁ  ଏପରି ଏକ ଜିନ୍ସପ୍ୟାଣ୍ଟ ଆସିଛି। ଯାହାକୁ ପିନ୍ଧିବା ମାତ୍ରେ ଦେଖୁଥିବା ଲୋକ ଆପଣଙ୍କୁ ଦେଖି ଭାବି ନେଇପାରେ ଯେ ଆପଣ ଭୁଲବସତଃ ଏହି ପ୍ୟାଣ୍ଟଟିକୁ ଓଲଟା ପିନ୍ଧି ଦେଇଛନ୍ତି।

ରୋଗ ସମ୍ପର୍କରେ ବି ସୂଚନା ଦିଏ ନଖ...

ରୋଗ ସମ୍ପର୍କରେ ବି ସୂଚନା ଦିଏ ନଖ...

ରୋଗ ସହିତ ନଖର ସମ୍ପର୍କ ରହିଛି। ରୋଗ ଅନୁସାରେ ନଖର ରଙ୍ଗରେ ଆସିଥାଏ ପରିବର୍ତ୍ତନ। ନିକଟରେ ଏକ ଗବେଷଣା ରିପୋର୍ଟରୁ ଏହା ଜଣାପଡିଛି। 

କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ। ଏହା କର୍କଟ ରୋଗ  ଆଶଙ୍କା ଦୂର କରେ। 

ଫିଟ୍‌ ରଖୁଥିବା ଫ୍ୟାଟ୍‌ଯୁକ୍ତ ଖାଦ୍ୟ

ଫିଟ୍‌ ରଖୁଥିବା ଫ୍ୟାଟ୍‌ଯୁକ୍ତ ଖାଦ୍ୟ

ଆଜିର  ଯୁଗରେ ମୋଟା ହେବାକୁ କିଏ ବା ଚାହେଁ! ଏଣୁ ଦୈନଦିନ ଜୀବନଚର୍ଯ୍ୟାରେ  ଯେତେ ସମ୍ଭବ ଫ୍ୟାଟ୍‌ ଥିବା ଖାଦ୍ୟ ସାମିଲ ନ କରିବାକୁ ଅନେକେ ଚେଷ୍ଟା କରିଥାନ୍ତି। ମାତ୍ର ଫ୍ୟାଟ୍‌ ଥିବା ଅନେକ ଖାଦ୍ୟପଦାର୍ଥ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ

ଗାଜର ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ...

ଗାଜର ଖାଆନ୍ତୁ ଉଚ୍ଚ ରକ୍ତଚାପରୁ ଦୂରେଇ ରୁହନ୍ତୁ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।  ବିଟ୍‌ ଜୁସ୍‌ ଦ୍ୱାରା ଶରୀରରେ କୋଲେଷ୍ଟରସ୍ତର ନିୟନ୍ତ୍ରିତ ହୋଇ ଉଚ୍ଚ ରକ୍ତଚାପରୁ ମିଳିଥାଏ ମୁକ୍ତି। 

ବୋଝ ନ ପାଲଟୁ ପାଠ ପଢ଼ା...

ବୋଝ ନ ପାଲଟୁ ପାଠ ପଢ଼ା...

ପିଲାର ସ୍ମରଣ ଶକ୍ତି ବଢ଼ାଇବାକୁ ହେଲେ ତାକୁ ଏକ ଶାନ୍ତ ପରିବେଶ ଦେବାକୁ ଚେଷ୍ଟା କରନ୍ତୁ। ଏପରି ଏକ ସକାରାମତ୍କ ପରିବେଶ ପାଇଲେ ସବୁବେଳେ ଖୁସି ରହିବା ସହ ପାଠ ପ୍ରତି ଅଧିକ ଧ୍ୟାନ ଦେବାରେ ସକ୍ଷମ ହୋଇପାରିବ ବୋଲି ଆମେରିକା ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। 

ଶୀତରେ ଥଣ୍ଡା ଲାଗିଲେ ବି ଗରମ ପାଣିରେ ଗାଧୋଇବା ମନା...

ଶୀତରେ ଥଣ୍ଡା ଲାଗିଲେ ବି ଗରମ ପାଣିରେ ଗାଧୋଇବା ମନା...

ଶୀତଦିନେ ଥଣ୍ଡା ଯୋଗୁ କେତେକ ଗରମ ପାଣିରେ ଗାଧୋଇଥାନ୍ତି।  ତେବେ ଗରମ ପାଣିରେ ଗାଧୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଗାଧୋଇବା ପାଣିର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍‌ ରହିଲେ ଏହା ସ୍ବାସ୍ଥ୍ୟ ପାଇଁ ଭଲ।

ମେଦବହୁଳତାଠାରୁ ବି ଦୂରେଇ ରଖେ ଗୁଡ଼ପାଣି...

ମେଦବହୁଳତାଠାରୁ ବି ଦୂରେଇ ରଖେ ଗୁଡ଼ପାଣି...

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଅଧାକପ୍‌ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହେବା ସହିତ ଫ୍ଲୁ’ ରୁ ମିଳିଥାଏ ମୁକ୍ତି। 

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନକୁ ପିଅନ୍ତୁ ୩ ଥର ଗ୍ରୀନ୍‌ ଟି...

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରୁ ଦୂରେଇ ରହିବା ପାଇଁ ଦିନକୁ ପିଅନ୍ତୁ ୩ ଥର ଗ୍ରୀନ୍‌ ଟି...

ଦିନକୁ ୩ ଥର ଗ୍ରୀନ୍‌ ଟି ପିଇବା ଦ୍ୱାରା ପୁରୁଷମାନଙ୍କଠାରେ ଦେଖା ଦେଉଥିବା ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଦୂର ହୋଇଥାଏ। 

ଆଜ୍‌ମାରୁ ଦୂରେଇ ରଖେ ସଜନାଛୁଇଁ...

ଆଜ୍‌ମାରୁ ଦୂରେଇ ରଖେ ସଜନାଛୁଇଁ...

ସଜନାଛୁଇଁ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରକୁ ରଖିଥାଏ ସୁସ୍ଥ। ସଜନାଛୁଇଁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ରହିଛି। 

୫ ରୋଗର ମହୌଷଧି ରାମବାଣ କଦଳୀ

୫ ରୋଗର ମହୌଷଧି ରାମବାଣ କଦଳୀ

ପାଚିଲା କଦଳୀ ଖାଇବାକୁ ଅଧିକାଂଶ ଲୋକଙ୍କୁ ଭଲ ଲାଗିଥାଏ। ସେହିପରି କଞ୍ଚା କଦଳୀ ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ଏହା ଖୁବ୍‌ କମ୍‌ ଲୋକେ ଜାଣିଥିବେ। ତେବେ କଞ୍ଚା କଦଳୀରେ ଫାଇବର ଏବଂ ଶ୍ୱେତସାର ଭରପୂର ରହିଥାଏ। ଏହା ଆମ ଶରୀରରେ କୌଣସି ପ୍ରକାର ହାନିକାରକ ତତ୍ତ୍ୱକୁ ଜନ୍ମ ଦେଇ ନ ଥାଏ। କୋଷ୍ଠକାଠିନ୍ୟ ପରି ସମସ୍ୟା ରହିଥିଲେ ପ୍ରତିଦିନ ଗୋଟିଏ ଲେଖାଏ କଞ୍ଚା କଦଳୀ ଖାଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ।