ଜୀବନଚର୍ଯ୍ୟା |

ପିଲାଙ୍କ ସେଲ୍‌ଫୋନ୍‌ ମାନିଆ:ସାଇବର ଅପରାଧ ସୃଷ୍ଟିର କାରଣ

ପିଲାଙ୍କ ସେଲ୍‌ଫୋନ୍‌ ମାନିଆ:ସାଇବର ଅପରାଧ ସୃଷ୍ଟିର କାରଣ

ନ୍ୟୁୟର୍କ:ସମ୍ପ୍ରତି ଛୋଟ ପିଲାଙ୍କ ମଧ୍ୟରେ ସେଲ୍‌ଫୋନ୍‌ ମାନିଆ ଦେଖିବାକୁ ମିଳୁଛି। ଏପରିକି କେତେକସ୍ଥଳେ ପିଲାମାନେ ସେଲ୍‌ଫୋନ୍‌କୁ ନିଜ ପାଖରୁ ଅଲଗା କରିବାକୁ ଚାହୁଁ ନାହାଁନ୍ତି। ଏହାଦ୍ୱାରା ଭବିଷ୍ୟତରେ ଏଭଳି ପିଲାଙ୍କଠାରେ ସାଇବର ଅପରାଧ ପ୍ରବୃତ୍ତି ଜାଗ୍ରତ ହେବା ଆଶଙ୍କା ରହିଛି ବୋଲି ଗବେଷକ କହିଛନ୍ତି। ସୋସିଆଲ୍‌ ମିଡିଆ ସହିତ ନିରନ୍ତର ଜଡିତ ରହିବା ଦ୍ୱାରା ପିଲାଙ୍କ ମଧ୍ୟରେ ବିଭିନ୍ନ ଫଟୋ ଓ ଲେଖା ପୋଷ୍ଟିଂ ପ୍ରତି ଆଗ୍ରହ ଜନ୍ମିଥାଏ। ସେମାନଙ୍କ ଜାଣତ କିମ୍ବା ଅଜାଣତରେ ପିଲାମାନେ ବେଳେବେଳେ କିଛି ଅପରାଧିକ କାର୍ଯ୍ୟ କରିବାର ଆଶଙ୍କା ରହିଥାଏ ବୋଲି ମାସାଚ୍ୟୁସେଟ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲିଜାବେଥ୍‌ କେ. ଇଂଲାଣ୍ଡର କହିଛନ୍ତି। ଗବେଷକ ଏକ ସର୍ଭେରେ ୪,୫୮୪ ପିଲାଙ୍କୁ ସାମିଲ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ୪୯.୬ ପ୍ରତିଶତଙ୍କ ପାଖରେ ସେଲ୍‌ଫୋନ୍‌ ରହିଛି। ପ୍ରାୟ ୯.୫ ପ୍ରତିଶତ ପିଲାଙ୍କ ମଧ୍ୟରେ ସାଇବର ଅପରାଧ ପ୍ରବୃତ୍ତି ଥିବାର ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଅଭିଭାବକ ମାନେ ପିଲାଙ୍କୁ ପାଖରେ ସେଲ୍‌ଫୋନ୍‌ ଦେବା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବାକୁ ପ୍ରାୟତଃ ଆଗ୍ରହ ପ୍ରକାଶ କରୁ ନ ଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

All Right Reserved By

Model This Week

ନିକିତା

ଜୀବନଚର୍ଯ୍ୟା |

ବିଛା ବିଷରୁ ଔଷଧ

ବିଛା ବିଷରୁ ଔଷଧ

ନୂଆଦିଲ୍ଲୀ,୧୯।୪: ବିଛା ବିଷରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମକାରୀ ଯୋଗିକ ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଏହି ଯୌଗିକରୁ ପ୍ରସ୍ତୁତ ଔଷଧ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ଉପକୃତ ହୋଇପାରିବେ। ବୟସ ବଢ଼ିବା ସହିତ ଗଣ୍ଠିସ୍ଥାନରେ ଥିବା ଲିଗାମେଣ୍ଟ ଧୀରେ ଧୀରେ ଏହାର ନମନିୟତା ହରାଇ ବସିଥାଏ।

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସଫା ଧଳା ଓ ସମାନ ଆକାରର ଦାନ୍ତରେ ସାମାନ୍ୟ ହସିଦେଲେ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।

 ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଓ୍ବାଶିଂଟନ, ୧୬।୪: ସାଇଲେଣ୍ଟ୍‌ ଆଟାକ୍‌ ବା ନୀରବ ହୃଦ୍‌ଘାତ ଲକ୍ଷଣ ପ୍ରକାଶ ବିନା ହଠାତ୍‌ ହୃଦୟର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନିୟମିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଥିବା ତଥା ଶାରିରୀକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖାଯାଇପାରେ। ବିଷାଦଗ୍ରସ୍ତ ରହିବା, ନିୟମିତ ନିଶାଦ୍ରବ୍ୟ ଗ୍ରହଣ କରିବା, ସିଗାରେଟ୍‌ ଟାଣିବା ଆଦି ଦ୍ୱାରା ରକ୍ତବାହୀ ନଳୀରେ ସୃଷ୍ଟି ହେଉଥିବା ବିଭିନ୍ନ ଯନ୍ତ୍ରଣା ସମ୍ପର୍କରେ ସ୍ନାୟୁ କୋଷିକା ନିକଟରେ କୌଣସି ସୂଚନା ପହଞ୍ଚତ୍ପାରେ ନାହିଁ।

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ଓ୍ବାଶିଂଟନ, ୧୫।୪: ଅପରେଶନ ସମୟରେ ରୋଗୀକୁ କଷ୍ଟ ନ ହେବା ପାଇଁ ଡାକ୍ତରମାନେ ନିଶ୍ଚେତକର ପ୍ରୟୋଗ କରିଥାନ୍ତି। ଏହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହୋଇଥାଏ। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଇଥାଏ ବୋଲି ଏନେଇ ଚିକିତ୍ସାବିଜ୍ଞାନୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଏହି ମର୍ମରେ ସେମାନେ ନିଶ୍ଚେତକ ପ୍ରୟୋଗ ହୋଇଥିବା ୩୧୨ ଜଣ ରୋଗୀ ଏବଂ ପ୍ରୟୋଗ ହୋଇ ନ ଥିବା ୬୫୨ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଫ୍ୟୁଜନ ଫ୍ୟାଶନ୍‌

ଫ୍ୟୁଜନ ଫ୍ୟାଶନ୍‌

ଏମିତିରେ ଇଣ୍ଡିଆନ୍‌ ଟ୍ରାଡିସ୍‌ନାଲ୍‌ ବେଶ ପୋଷାକ ତୁଳନାରେ ଓ୍ବେଷ୍ଟର୍ନ ଓ୍ବେର୍‌କୁ ଅଧିକ ପସନ୍ଦ କରୁଛନ୍ତି ଆଜିର ଯୁବପିଢ଼ି। ହେଲେ ବର୍ତ୍ତମାନ ଅନେକ ବଡ଼ବଡ଼ ଫ୍ୟାଶନ୍‌ ଡିଜାଇନର ଏବଂ ଫ୍ୟାଶନ୍‌ ବ୍ରାଣ୍ଡ ଏହି ଉଭୟ ପୋଷାକକୁ ନେଇ ପ୍ରସ୍ତୁତ କରୁଛନ୍ତି ଫ୍ୟୁଜନ୍‌। କେବଳ ଆମ ଦେଶରେ ନୁହେଁ, ବର୍ତ୍ତମାନ ବାହାର ଦେଶଗୁଡ଼ିକରେ ମଧ୍ୟ ଇଣ୍ଡିଆନ୍‌ ଟେକ୍ସଟାଇଲ୍‌ର ଡିମାଣ୍ଡ ବେଶ୍‌ ବଢ଼ିବାରେ ଲାଗିଛି।

ମିଠା ଜହର

ମିଠା ଜହର

ଚିନିର ସ୍ବାଦ ଯେତିକି ମିଠା, ଶରୀର ଉପରେ ଏହାର କୁପ୍ରଭାବ ତାହାଠାରୁ ଅନେକ ଗୁଣା ଅଧିକ। ଏହାର ବ୍ୟବହାର ମଣିଷ ଦେହରେ ବହୁ ରୋଗ ସୃଷ୍ଟି କରିଥାଏ। ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କୌଣସି ନିଶାଠାରୁ ମଧ୍ୟ କମ୍‌ ନୁହେଁ। କେବେକେବେ ଜାଣିଜାଣି ଆମେ ଏହାର ବ୍ୟବହାର କରିଥାଉ ତ, କେବେକେବେ ଅଜାଣତରେ ଏହାକୁ ବ୍ୟବହାର କରିଥାଉ।

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ଓ୍ବାଶିଂଟନ: ସ୍ବାଭିମାନ ମାନସିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟତା କରିଥାଏ। ଏହା ମାନସିକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଆତ୍ମ ସମ୍ମାନ ଓ ବ୍ୟକ୍ତିତ୍ୱ ନିଷ୍ଠା ସ୍ବାଭିମାନ ଦ୍ୱାରା ପରିପ୍ରକାଶ ହୋଇଥାଏ। ଏହି ମର୍ମରେ ଓ୍ବାଟରଲୁ ବିଶ୍ୱ ବିଦ୍ୟାଳୟର ମନୋସ୍ତତ୍ତ୍ୱବିତ୍‌ ୮ରୁ ୧୭ ବର୍ଷ ବୟସ୍କ ୪୭ ଜଣ ମାନସିକ ବିକାର ଗ୍ରସ୍ତ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ।

ଆଜ୍‌ମା ଯୋଗୁ ହ୍ରାସ ପାଏ ପ୍ରଜନନ କ୍ଷମତା

ଆଜ୍‌ମା ଯୋଗୁ ହ୍ରାସ ପାଏ ପ୍ରଜନନ କ୍ଷମତା

ଲଣ୍ଡନ: ଆଜ୍‌ମା ଯୋଗୁ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ ବୋଲି ୟୁରୋପିଆନ୍‌ ଲଙ୍ଗସ୍‌ ଫାଉଣ୍ଡେସନ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଆଜ୍‌ମା ଦ୍ୱାରା ଆକ୍ରାନ୍ତ ମହିଳା ଯଦି ନିୟମିତ ଔଷଧ ଗ୍ରହଣ କରୁଥାନ୍ତି ତେବେ ସେମାନେ ସନ୍ତାନ ସମ୍ଭବା ହେବା କଷ୍ଟକର ହୋଇଥାଏ। ଏହି ମର୍ମରେ ଗବେଷକ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ବିଟ୍ରେନ୍‌ ଓ ଅୟାରଲାଣ୍ଡ୍‌ର ୫ ହଜାର ମହିଳାଙ୍କ ଉପରେ ଅଧ୍ୟୟନ କରିଥିଲେ।

ପ୍ରାକୃତିକ ଉପାୟରେ ମୁହଁର ଦାଗ ଦୂରକରନ୍ତୁ

ପ୍ରାକୃତିକ ଉପାୟରେ ମୁହଁର ଦାଗ ଦୂରକରନ୍ତୁ

ସୁନ୍ଦର ତ୍ୱଚା ସମସ୍ତଙ୍କୁ ପସନ୍ଦ। ହେଲେ ବେଳେ ବେଳେ ମୁହଁରେ ଦେଖାଯାଉଥିବା କିଛି ଦାଗକୁ ନେଇ ଆମେ ବ୍ୟତିବ୍ୟସ୍ତ ହୋଇପଡୁ। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣେଇଲେ ମୁହଁରେ ଥିବା ଦାଗ ଲିଭିଯିବା ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ।

ସୋରିଆସିସ୍‌, ମୁଣ୍ଡବିନ୍ଧା ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତିଦିଏ କଲରା

ସୋରିଆସିସ୍‌, ମୁଣ୍ଡବିନ୍ଧା ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତିଦିଏ କଲରା

କଲରା ସାଧାରଣତଃ ଖରାଦିନେ ଅଧିକ ପରିମାଣରେ ମିଳିଥାଏ। ହେଲେ ଏହା ଗୁଣରେ ପିତା ହୋଇଥିବାରୁ ଏହାକୁ ଅନେକ ଲୋକ ପସନ୍ଦ କରି ନ ଥାଆନ୍ତି। ଆହୁରି କେତେକ ବ୍ୟକ୍ତି କଲରାର ଭଲ ଗୁଣ ଜାଣି ଏହାକୁ ଖାଇବାକୁ ପସନ୍ଦ କରନ୍ତି।

ଖାଦ୍ୟନଳୀ କର୍କଟ ଆଶଙ୍କା ବୃଦ୍ଧି କରେ ଗରମ ଚା’

ଖାଦ୍ୟନଳୀ କର୍କଟ ଆଶଙ୍କା ବୃଦ୍ଧି କରେ ଗରମ ଚା’

ଲଣ୍ଡନ, ୧୧।୪: ଶରୀରକୁ ଫୁତ୍ତି ପ୍ରଦାନ ପାଇଁ ଅନେକ ଚା’ପାନ କରିଥାନ୍ତି। ଚା’ରେ ଥିବା ରାସାୟନିକ ପଦାର୍ଥ ଶରୀର କୋଷକୁ ଚଳଚଞ୍ଚଳ କରିବାକୁ ସକ୍ଷମ ହୋଇଥାଏ। ଶୀତଦିନେ ଚା’ ଆଦର ବଢ଼ିଯାଇଥାଏ। ତେବେ ନିୟମିତ ଗରମ ଚା’ପାନ କରିବା ଦ୍ୱାରା ଖାଦ୍ୟନଳୀ କର୍କଟ ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଗବେଷଣାରୁ ଜଣାପଡିଛି।

ଧୀରେ ଧୀରେ ଖାଦ୍ୟ ଖାଇଲେ ହ୍ରାସ ପାଏ ଓଜନ

ଧୀରେ ଧୀରେ ଖାଦ୍ୟ ଖାଇଲେ ହ୍ରାସ ପାଏ ଓଜନ

ଲଣ୍ଡନ, ୧୦।୪: ଶୀଘ୍ର ଖାଦ୍ୟ ନ ଖାଇ ଏହାକୁ ଧୀରେ ଧୀରେ ଗ୍ରହଣ କଲେ ଶରୀର ଓଜନ ହ୍ରାସ ପାଇଥାଏ ବୋଲି ଗବେଷକ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ପୂର୍ବରୁ ଅନୁଧ୍ୟାନରୁ ଜଣାପଡିଥିଲା ଅଧିକ ସମୟ ଧରି ବସି ରହି ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା ରୋଗ ସୃଷ୍ଟି ହୋଇଥାଏ। ତେବେ ଗବେଷକଙ୍କ ଏହି ନୂତନ ସର୍ଭେ ଭିତ୍ତିକ ରିପୋର୍ଟ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ଗବେଷକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଧୀରେ ଧୀରେ ଖାଦ୍ୟ ଗ୍ରହଣ ସହିତ ଖାଦ୍ୟର ପରିମାଣ କମାଇବା ଆବଶ୍ୟକ।