ମନୋରଞ୍ଜନ |

ହ୍ୟାରି-ମେଘାନ୍‌ଙ୍କୁ ଷଣ୍ଢ ଉପହାର

ହ୍ୟାରି-ମେଘାନ୍‌ଙ୍କୁ ଷଣ୍ଢ ଉପହାର
ଲଣ୍ଡନ: ବ୍ରିଟେନ ଯୁବରାଜ ହ୍ୟାରି ଏବଂ ତାଙ୍କ ଭାବୀ ପତ୍ନୀ ମେଘାନ୍‌ ମର୍କଲେଙ୍କୁ ସ୍ବତନ୍ତ୍ର ବିବାହ ଉପହାର ଦେବାକୁ ଯାଉଛି ପ୍ରାଣୀ ଅଧିକାର ସଙ୍ଗଠନ ପେଟା। ଏକ ଭିନ୍ନ ପ୍ରଜାତିର ହାଇବ୍ରିଡ୍‌ ଷଣ୍ଢକୁ ଉପହାର ଦେବ ପେଟା। ଏହି ଷଣ୍ଢର ନାମ ହେଉଛି ମେରୀ। ପ୍ରକାଶ ଯେ, ଭାବୀ ଯୁବରାଣୀ ମେଘାନ୍‌ଙ୍କ ନାମ ମଧ୍ୟ ରାଜ ପରିବାର ପକ୍ଷରୁ ମେରୀ ରଖାଯାଇଛି। ଷଣ୍ଢ ମେରୀ ବର୍ତ୍ତମାନ ମହାରାଷ୍ଟ୍ରର ଏକ ଅଭୟାରଣ୍ୟରେ ରହୁଛି। ଏହି ଷଣ୍ଢ ବହୁ ଓଜନର ଶଗଡ଼ ଟାଣୁଥିବାବେଳେ ଏହାକୁ ପେଟା ପକ୍ଷରୁ ଉଦ୍ଧାର କରାଯାଇଥିଲା। ଏହାକୁ ଏବେ ପେଟା ପୋଷ୍ୟ ଭାବେ ଗ୍ରହଣ କରିଛି। ବର୍ତ୍ତମାର ମେରୀର ମାଲିକ ହେଉଛନ୍ତି ପ୍ରିନ୍ସ ହ୍ୟାରି ଏବଂ ଅଭିନେତ୍ରୀ ମେଘାନ୍‌। ତେବେ ଷଣ୍ଢକୁ ସିଧାସଳଖ ଲଣ୍ଡନ ପଠାଇବ ନାହିଁ ପେଟା। କାରଣ ଏହି ଭାରତୀୟ ପ୍ରାଣୀ ପାଇଁ ସେଠାକାର ପାଣିପାଗ ଅନୁମୂଳ ନୁହେଁ। ଏଣୁ ମେରୀର ଏକ ଫଟୋ ଫ୍ରେମ୍‌ କରି ହ୍ୟାରି ଏବଂ ମେଘାନ୍‌ଙ୍କ ବିବାହ ଉତ୍ସବରେ ଉପହାର ଭାବେ ପଠାଯିବ। ପ୍ରିନ୍ସ ଏବଂ ତାଙ୍କ ଭାବୀ ପତ୍ନୀ ବିବାହ ଉତ୍ସବରେ ଉପହାରକୁ ଜନମଙ୍ଗଳ କାର୍ଯ୍ୟରେ ବିନିଯୋଗ କରିବା ଲାଗି ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ମେରୀ ଉପହାର ସେମାନଙ୍କ ପାଇଁ ଏକ ସମ୍ମାନର ବିଷୟ ହେବ। ଏହା ସ୍ବତନ୍ତ୍ର ଉପହାର ହେବ ବୋଲି ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି।
All Right Reserved By

ମନୋରଞ୍ଜନ |

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପରଦାରେ ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକା ନିଭାଇବାକୁ ଯାଉଛନ୍ତି ବିଗ୍‌-ବି ଅମିତାଭ ବଚ୍ଚନ। 

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଗାମୀ ସିନେମା ‘ଛପାକ’ରେ ଏସିଡ୍‌ ପୀଡ଼ିତା ଲକ୍ଷୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ସମ୍ମୁଖକୁ ଆସିବା ପରଠାରୁ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିବା ସହ ଦୀପିକାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। 

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ବମ୍ବେ: ପୁଣି ଏକାଠି ହୋଇପାରନ୍ତି କମେଡିଆନ୍‌ କପିଲ ଶର୍ମା ଓ ସୁନିଲ ଗ୍ରୋଭର। ସେ ବି ଗୋଟିଏ ମଞ୍ଚରେ। କପିଲଙ୍କ ଶୋ’ ‘ଦ କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ଉଭୟଙ୍କ କମେଡିକୁ ଦର୍ଶକ ଉପଭୋଗ କରିପାରନ୍ତି।

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

ସୁୁପରହିଟ୍‌ ଫିଲ୍ମ ଶୋଲେ’ରେ ସାମ୍ବା ଚରିତ୍ରକୁ କିଏ ବା ନ ଜାଣିଛି। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମାକ୍‌ ମୋହନଙ୍କୁ ଲୋକେ ଆଜି ପର୍ଯ୍ୟନ୍ତ ମନେରଖିଛନ୍ତି। ୧୯୩୮ ଏପ୍ରିଲ ୨୪ରେ କରାଚୀରେ ଜନ୍ମଗ୍ରହଣ କରିଥିଲେ ଏହି କଳାକାର।

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ଅର୍ଜୁନ ରାମପାଲ ବିବାହର ୨୦ ବର୍ଷ ପରେ ତାଙ୍କ ସ୍ତ୍ରୀ ମେହର ଜେସିୟାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ଏ ଖବର କିଛିଦିନ ତଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ପୁଣି ଥରେ ଅର୍ଜୁନ ଚର୍ଚ୍ଚାକୁ ଆସିଛନ୍ତି। ଅର୍ଜୁନ ଏବେ ବାପା ହେବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ବମ୍ବେ: ବଲିଉଡ୍‌ ସିନେ ଜଗତର ସୁପରଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟକୁ ନେଇ ଯେତିକି ପ୍ରଶଂସିତ ହୋଇଥାନ୍ତି, ତା ଠାରୁ ଅଧିକ ନିଜର ଦେଶପ୍ରେମକୁ ନେଇ ଚର୍ଚ୍ଚିତ ହୋଇଆସିଛନ୍ତି। ସେ ଜଣେ ଅଭିନେତା ଓ ମାର୍ଶଲ ଆର୍ଟସ୍‌ ଏକ୍ସପର୍ଟ।

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ବଲିଉଡ୍‌ର କିଛି ଷ୍ଟାରଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଫିଲ୍ମ କ୍ୟାରିୟର ବାଦ୍‌ ସେମାନଙ୍କ ଦୈନନ୍ଦିନ ଚଳଣି ସାଧାରଣ ଲୋକଙ୍କ ପରି ହୋଇଥାଏ।  ବିଗ୍‌ ଟାଉନ୍‌ରେ ଏମାନେ ଦାମୀ ଷ୍ଟାର କିନ୍ତୁ ଶସ୍ତା କାର୍‌ରେ ବୁଲିବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ଏହି ଷ୍ଟାରଙ୍କ ସମ୍ପର୍କରେ...

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri