ଫୁରସତ |

ଯେଉଁ ପୀଠରେ ଆମିଷ ସହିତ ପୂଜା ହୁଏ ବେଲପତ୍ର

ଯେଉଁ ପୀଠରେ ଆମିଷ ସହିତ ପୂଜା ହୁଏ ବେଲପତ୍ର
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍‌ ଭୂଷଣ୍ଡପୁର ରେଳଷ୍ଟେସନ୍‌ଠାରୁ ମାତ୍ର ୧କିମି ଦୂର ମୂଳିଝର ଗଡ଼ରେ ଶୋଭାପାଏ ମା’ ଉଗ୍ରତାରାଙ୍କ ମନ୍ଦିର। ଖୋର୍ଦ୍ଧାରୁ ୫ନଂ ଜାତୀୟ ରାଜପଥରେ ବ୍ରହ୍ମପୁର ଯିବାବେଳେ ୩୦ କିମି ଦୂର ଜାତୀୟ ରାଜପଥ ପାର୍ଶ୍ୱରେ ମା’ଙ୍କ ପୀଠକୁ ଯିବା ପାଇଁ ରାସ୍ତା ରହିଛି। ମା’ ଉଗ୍ରତାରା ମହାବିପତ୍ତିରୁ ରକ୍ଷା କରିଥାନ୍ତି ବୋଲି ଶ୍ରଦ୍ଧାଳୁଙ୍କ ରହିଛି ବିଶ୍ୱାସ। ଦଶ ମହାବିଦ୍ୟାରେ ମା’ଙ୍କର କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଏବଂ କମଳା ଆଦି ଦଶ ସ୍ବରୂପ ରହିଛି। ନବଗ୍ରହଙ୍କ ମଧ୍ୟରୁ ଦେବଗୁରୁ ବୃହସ୍ପତି ମହାଗ୍ରହଙ୍କ ଇଷ୍ଟ ଓ ଆରାଧ୍ୟାଦେବୀ ହେଉଛନ୍ତି ମା’ ତାରା। ତାରା ହିଁ ଉଗ୍ରତାରା। ଏହା ଏକ ତନ୍ତ୍ରୋକ୍ତ ଶକ୍ତପୀଠ। ମା’ ନାଦବ୍ରହ୍ମ ଓ ଶୂନ୍ୟବ୍ରହ୍ମର ପ୍ରତୀକ। ମା’ଙ୍କୁ ନୀଳସରସ୍ବତୀ ମଧ୍ୟ କୁହାଯାଇଥାଏ। ମା’ଙ୍କ ପୂଜାବିଧିର ବିଶେଷତ୍ୱ ରହିଛି। ଏଠାରେ ପଞ୍ଚମକାର ଓ ତନ୍ତ୍ରମତେ ପୂଜା ହୋଇଥାଏ। ପୀଠରେ ଆମିଷ ସହିତ ବେଲପତ୍ର ଏକତ୍ର ପୂଜା ହୋଇଥାଏ। ସକାଳ ଧୂପରେ ଚୁଡ଼ାଘଷା, ମଧ୍ୟାହ୍ନରେ ଅନ୍ନଖେଚୁଡ଼ି, ଡାଲି, ଆମିଷ ଓ ନିରାମିଷ, ତରକାରି, ଖିରି ଆଦି ସୁସ୍ବାଦୁ ଭୋଗ ମା’ଙ୍କୁ ଲାଗି କରାଯାଏ। ସନ୍ଧ୍ୟାରେ ଫଳଭୋଗ ଓ ରାତିରେ ଦହିପଖାଳ ଲାଗିହୋଇଥାଏ। ନବରାତ୍ର ପୂଜାରେ ପ୍ରଥମ ଦିନ ଶୈଳପୁତ୍ରୀ, ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀ, ତୃତୀୟ ଦିନ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ କୁଷ୍ମାଣ୍ଡା,ପଞ୍ଚମ ଦିନ ସ୍କନ୍ଧମାତା, ଷଷ୍ଠ ଦିନ କାତ୍ୟାୟିନୀ, ସପ୍ତମ ଦିନ କାଳରାତ୍ରୀ, ଅଷ୍ଟମ ଦିନ ମହାଗୌରୀ, ନବମ ଦିନ ସିଦ୍ଧିଦାତ୍ରୀ ଏବଂ ଦଶହରା ଦିନ ଅପରାଜିତା ଦେବୀ ରୂପେ ମା’ ଉଗ୍ରତାରାଙ୍କ ପୂଜାର୍ଚ୍ଚନା କରାଯାଇଥାଏ।
All Right Reserved By

ଫୁରସତ |

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଜୀବନୀ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି। ଏପ୍ରିଲ ୧୯ ଅର୍ଥାତ ଆଜି ମୁକେଶଙ୍କ ଜନ୍ମଦିନରେ ନୀତାଙ୍କ ସହ ଯୋଡ଼ି ହୋଇଥିବା କିଛି ଖାସ୍‌ କଥା ଜାଣନ୍ତୁ। 

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ ଯଦି ଚାକିରିଟିଏ ମିଳିଗଲା ତେବେ ଖୁସି ବହୁଗୁଣିତ ହୋଇଯାଏ।

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ନୂଆଦିଲ୍ଲୀ, ୧୯।୪: ଇଚ୍ଛାଶକ୍ତି ଥିଲେ, ପଙ୍ଗୁ ଗିରି ଲଂଘି ପାରେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି ସତ୍ୟେନ୍ଦ୍ର। 

 ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ  ଆଶ୍ଚର୍ଯ୍ୟ

ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏମିତି ଏକ ଗାଁ ଅଛି ଯେଉଁଠି ଝିଅମାନଙ୍କ ଲାଗି ବିବାହ କରିବା ସବୁଠାରୁ ଜଟିଳ ସମସ୍ୟା। ସେଠାରେ ଝିଅମାନେ ସୁନ୍ଦରୀ ହୋଇଥିଲେ ସୁଦ୍ଧା ସେମାନଙ୍କୁ ବିବାହ ନିମନ୍ତେ ପୁଅ ମିଳନ୍ତି ନାହିଁ।

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି। ଏହି ଫୁଲର ନାଁ ହେଉଛି ‘ଡିପ୍‌ହିଲ୍‌ନେୟା ଗ୍ରେ’। 

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ ଶରୀରରେ କେତେକ ଜୈବିକ ପରିବର୍ତ୍ତନ ଘଟିଥାଏ। ମୃତ୍ୟୁ ପରେ ହୃଦୟର ସ୍ପନ୍ଦନ ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଫଳରେ ଶରୀରର ସମସ୍ତ କୋଷିକା ଅମ୍ଲଜାନ ଅଭାବରୁ ମରି ଯାଇଥାନ୍ତି। 

ଏଥର କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି

ଏଥର କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି

ବିଭିନ୍ନ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କୁ ଛୁଟି ମିଳିବା କାଠିକର ପାଠ। ହେଲେ ଏବେ ଚାଇନାର ୨ଟି କମ୍ପାନୀ କେବଳ ତା’ର ମହିଳା କର୍ମଚାରୀଙ୍କୁ ଡେଟିଂ ଲିଭ୍‌ ଦେବ ବୋଲି ଯୋଜନା କରିଛି। 

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି।

ଛୁଇଁଦେଲେ ଦେବେ ଜରିମାନା...

ଛୁଇଁଦେଲେ ଦେବେ ଜରିମାନା...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହା ସମ୍ପର୍କରେ ଜାଣି ନ ଥିବା ବିଦେଶୀ ଲୋକଙ୍କୁ ବେଳେ ବେଳେ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହିମାଚଳପ୍ରଦେଶରେ ଥିବା ମଲାଣା ଗାଁ  ବେଶ୍‌ ରହସ୍ୟମୟ। 

କଟକଣା ପରେ ଟୁଇଟରରେ ଟ୍ରେଣ୍ଡ  କରୁଛି #tiktokban: ବ୍ୟବହାରକାରୀ କହିଲେ ‘ଜୀବନ ବର୍ବାଦ  ହୋଇଗଲା’

କଟକଣା ପରେ ଟୁଇଟରରେ ଟ୍ରେଣ୍ଡ କରୁଛି #tiktokban: ବ୍ୟବହାରକାରୀ କହିଲେ ‘ଜୀବନ ବର୍ବାଦ ହୋଇଗଲା’

ନୂଆଦିଲ୍ଲୀ: ଭାରତରେ ଆଧିକାରୀକ ଭାବେ ‘ଟିକଟକ୍‌’ ଭିଡିଓ ଆପ୍‌କୁ ଡାଉନଲୋଡ୍‌ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପ୍‌କୁ ଗୁଗୁଲ ଓ ଆପଲ୍‌ ପ୍ଲେ ଷ୍ଟୋରରୁ ହଟାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। 

ପକ୍ଷୀ ନେଲା ମାଲିକଙ୍କ ଜୀବନ

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି। ପକ୍ଷୀଟି ରାଗିଯିବାରୁ ତା’ ମାଲିକଙ୍କ ଜୀବନ ନେଇଗଲା। 

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁଠି ପିଆଯାଏ ସାପ ରକ୍ତ

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁଠି ପିଆଯାଏ ସାପ ରକ୍ତ

ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି। ଏହା ପଛରେ କାରଣ ମଧ୍ୟ ରହିଛି। 


Model This Week

କ୍ରିଷ୍ଣା
Why Dharitri