ଫୁରସତ |

ସଙ୍ଗୀତ ଦ୍ୱାରା ମହିଳାଙ୍କୁ ଆକର୍ଷିତ କରିହେବ

ସଙ୍ଗୀତ ଦ୍ୱାରା ମହିଳାଙ୍କୁ ଆକର୍ଷିତ କରିହେବ
ଲଣ୍ଡନ:ସଙ୍ଗୀତ ଶୁଣିବା ଅବସ୍ଥାରେ ମହିଳାମାନଙ୍କୁ ପୁରୁଷଙ୍କ ମୁହଁ ଅତି ଆକର୍ଷଣୀୟ ଲାଗିଥାଏ। ମହିଳାଙ୍କୁ ଆକର୍ଷିତ କରିବାକୁ ହେଲେ ସଙ୍ଗୀତର ସହଯୋଗ ନିଆଯାଇପାରେ। ଏହାଦ୍ୱାରା ସେମାନେ ପୁରୁଷଙ୍କ ପ୍ରତି ଆକୃଷ୍ଟ ହେବା ସହ ଡେଟ୍‌ କରିବାକୁ ମଧ୍ୟ ରାଜି ହୋଇଯିବାର ପୂର୍ଣ୍ଣ ସମ୍ଭାବନା ରହିଛି ବୋଲି ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି। ବିପରୀତ ଲିଙ୍ଗ ମଣିଷ ପ୍ରତି ଆକୃଷ୍ଟ ହେବାରେ ସଙ୍ଗୀତର କିଭଳି ଭୂମିକା ରହିଛି ତାହା ଜାଣିବା ଲାଗି ଅଷ୍ଟ୍ରିଆର ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ ବିଧିବଦ୍ଧ ଗବେଷଣା ପରେ ଏହି ତଥ୍ୟରେ ଉପନୀତ ହୋଇଛନ୍ତି। ଗବେଷକଙ୍କ ମତାନୁଯାୟୀ ଜଣେ ସାଥୀକୁ ଅନ୍ୟ ପ୍ରତି ଆକୃଷ୍ଟ କରିବା ଦିଗରେ ମଣିଷର ଶାରୀରିକ ସ୍ବାତନ୍ତ୍ର୍ୟ ଅପେକ୍ଷା ମୁଖମଣ୍ଡଳର ଆକର୍ଷଣ ବିଶେଷ ଗୁରୁତ୍ୱ ବହନ କରିଥାଏ। ଜଣେ ବ୍ୟକ୍ତି ନିଜ ପାର୍ଟନର ବାଛିବା ବେଳେ ଏହାକୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି। ତେବେ ଏଥିରେ ସଙ୍ଗୀତର କ’ଣ ପ୍ରଭାବ ରହିଛି ତାହା ଜାଣିବା ଲାଗି ଗବେଷଣା କରାଯାଇଥିଲା ବୋଲି ବିଶ୍ୱବିଦ୍ୟାଳୟର ହେଲ୍‌ମଟ୍‌ ଲେଡେର୍‌ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସାଧାରଣତଃ ସାମାଜିକ ପ୍ରସଙ୍ଗରେ ସଙ୍ଗୀତକୁ ଏକ ପ୍ରମୁଖ ଅଂଶବିଶେଷ ଭାବେ ଦେଖାଯାଇଥାଏ। ବିଶେଷକରି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରସାର ପୂର୍ବରୁ ଏହାର ମହତ୍ତ୍ୱ ଢେର୍‌ ଅଧିକ ଥିଲା। ଏଣୁ ସଙ୍ଗୀତ ସକାରାତ୍ମକ ଢଙ୍ଗରେ ମଣିଷ ମୁଖମଣ୍ଡଳର ଦୃଶ୍ୟ ଧାରଣାକୁ ପ୍ରଭାବିତ କରିଥାଏ ବୋଲି ସହଜରେ ଗ୍ରହଣ କରାଯାଇପାରେ। ମନସ୍ତାତ୍ତ୍ୱିକ ସାହିତ୍ୟରେ ଏଭଳି ପ୍ରମାଣ ରହିଛି ଯେ, ଯଦି ଦୁଇଟି ଉତ୍ତେଜକ ଜିନିଷକୁ ଅନବରତ ଭାବେ ପ୍ରକ୍ରିୟାକରଣ କରାଯିବା ଦ୍ୱାରା ତଥାକଥିତ ଆକସ୍ମିକ ସ୍ଥାନାନ୍ତର ପ୍ରଭାବ ଦେଖିବାକୁ ମିଳିଥାଏ। ଏହି ଗବେଷଣା ଲାଗି ବିଶେଷଜ୍ଞମାନେ ହେଟେରୋସେସ୍କୁଆଲ୍‌ (ଯେଉଁମାନେ ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହୋଇଥାନ୍ତି)କୁ ଗବେଷଣା ପରିସରକୁ ନେଇଥିଲେ। ସେମାନଙ୍କ ଜୀବନରେ ପ୍ରତିଟି ଆବେଗ ସହ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦରକାର। ସେମାନଙ୍କୁ ସଙ୍ଗୀତ ସହ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଗୋଟିଏ ଲେଖାଏଁ ଫଟୋ ମଧ୍ୟ ଦେଖାଇଥିଲେ। ଫଟୋ ଦେଖାଇବା ବେଳେ ସେମାନଙ୍କୁ ଭିନ୍ନ ଭିନ୍ନ ସଙ୍ଗୀତ ମଧ୍ୟ ଶୁଣିବାକୁ ଦିଆଯାଇଥିଲା ଏବଂ ଏହାକୁ ରେଟିଂ କରିବାକୁ କୁହାଯାଇଥିଲା। ଗବେଷଣାରେ ସାମିଲ ହୋଇଥିବା ଲୋକଙ୍କୁ ତିନୋଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା। ତେବେ ବିନା ସଙ୍ଗୀତ ସହ ଦେଖାଯାଇଥିବା ଫଟୋକୁ ମହିଳା ଡେଟ୍‌ କରିବା ପାଇଁ ରାଜି ହୋଇ ନ ଥିଲେ। କିନ୍ତୁ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ ସହ ଦେଖାଯାଇଥିବା ଫଟୋକୁ ସେମାନେ ଅଧିକ ନମ୍ବର ଦେଇ ରେଟିଂ କରିବା ସହ ଡେଟ୍‌ରେ ଯିବାକୁ ରାଜି ହୋଇଯାଇଥିଲେ। ପରୀକ୍ଷଣରୁ ଜଣାପଡ଼ିଛି ଯେ, ସଙ୍ଗୀତ ମଣିଷ ବ୍ୟବହାରକୁ ପ୍ରଭାବିତ କରେ। ବିଶେଷକରି ସାଥୀ ଚୟନ କରିବାବେଳେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମା’ଶିଶୁ ସମ୍ପର୍କରେ ବି ଏହାର ମହତ୍ତ୍ୱ ରହିଛି। ଏହାକୁ ଅନୁଭବ କରିବା ଲାଗି ଆମକୁ ଆହୁରି ଆଗକୁ ଯିବାକୁ ହେବ ବୋଲି ୟୁନିଭର୍ସିଟି ଅଫ୍‌ ଭିଏନାର ମାନୁଏଲା ମାରିନ୍‌ ପ୍ରକାଶ କରିଛନ୍ତି।
All Right Reserved By

ଫୁରସତ |

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। 

ଝିଅ ନୁହେଁ ହୀରା

ଝିଅ ନୁହେଁ ହୀରା

କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି। 

କେମିତି କଟିବ ପୂଜା

କେମିତି କଟିବ ପୂଜା

ପୂଜା ପାର୍ବଣରେ ସମସ୍ତେ ଛୁଟି ମନାନ୍ତି। ପରିବାର ସହ ସମୟ ଅତିବାହିତ କରନ୍ତି। ମାତ୍ର କଳାକାରଙ୍କର ଛୁଟି ନଥାଏ। କାରଣ ମନୋରଞ୍ଜନ କରିବା ସେମାନଙ୍କର ଧର୍ମ। ଜଲିଉଡ୍‌ର କେତେକ ଲୋକପ୍ରିୟ କଳାକାରଙ୍କ ପାର୍ବଣ ଅବସରକୁ ନେଇ ଏଇ ଆଲେଖ୍ୟ...

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ଲେଖିକା ପଙ୍କଜବାସିନୀ ଭଞ୍ଜଦେଓ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମା’ ସିଂହାସନୀ

ମା’ ସିଂହାସନୀ

ପ୍ରାକୃତିକ ଶୋଭା ସମ୍ପଦରେ ବିମଣ୍ଡିତ ଓଡ଼ିଶାର ଗଞ୍ଜାମ ଜିଲା। ଏଠାରେ ରହିଛି ଅନେକ ଦେବୀପୀଠ। ତେବେ ପୋଲସରାଠାରୁ ପ୍ରାୟ ୨୭ କି.ମି ଦୂର ପାହାଡ଼ ଜଙ୍ଗଲଘେରା ପ୍ରାକୃତିକ ପରିବେଶରେ ଥିବା ମା’ ସିଂହାସନୀଙ୍କ ପୀଠ ଅନ୍ୟତମ।