ମନୋରଞ୍ଜନ |

ସ୍ମୃତିରେ ଗୁରୁକୃଷ୍ଣ ଗୋସ୍ବାମୀ

 ସ୍ମୃତିରେ ଗୁରୁକୃଷ୍ଣ ଗୋସ୍ବାମୀ
ଟୁନୁ ଭାଇ ବୋଲି ତାଙ୍କର ଆତ୍ମୀୟସ୍ବଜନଙ୍କ ନିକଟରେ ପରିଚିତ ଥିଲେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀ। ମେ’ ୬ ସକାଳ ଆମ ପାଇଁ ଏକ ଅଶୁଭ ସକାଳ ଥିଲା। ହଠାତ ଖବର ମିଳିଲା ଯେ କଟକ ସେଲଟର ଛକ ବାସଭବନରେ ତାଙ୍କର ପରଲୋକ ହୋଇଗଲା। ସେ ପଛରେ ପକାଇଦେଲେ ଅଗଣିତ ଓଡ଼ିଆ ଲୋକମାନଙ୍କର ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଉଥିବା ଗୀତି କବିଙ୍କର ଗୀତଗୁଛ, ଯାହାକୁ କି ସେ ତୋଳି ଦେଇଥିଲେ ଓଡ଼ିଶାର ଅଗଣିତ ଜନତାଙ୍କୁ। ଗୁରୁକୃଷ୍ଣଙ୍କର ଜନ୍ମ ମୟୂରଭଞ୍ଜ ଜିଲାର ବେତନଟୀ ନିକଟ ନଡପୁରୁ ନୂଆଗାଁରେ। କିନ୍ତୁ ତାଙ୍କର ବାଲ୍ୟକାଳ କଟିଥିଲା ବାରିପଦା ଦେଉଳ ସାହିରେ ରହୁଥିବା ସାନ ମାଇଁ ଲକ୍ଷ୍ମୀ କୁମାରୀ ଦାସ ଏବଂ ମାମୁ ସ୍ବର୍ଗତ ଯୁଗଳ କିଶୋର ଦାସଙ୍କ ନିକଟରେ। ଲକ୍ଷ୍ମୀ ଥିଲେ ଜଣେ ସୁଲେଖିକା, ମୟୂରଭଞ୍ଜ ସାହିତ୍ୟ ସଂସଦର ଜଣେ ଆଗଧାଡିର ସାହିତି୍ୟକା ତଥା ଆକାଶବାଣୀର କଳାକାର। ତାଙ୍କରି ଘରେ ଆଡ୍ଡା ଜମେ ଗୁରୁକୃଷ୍ଣଙ୍କ ସହ ଶାନ୍ତନୁ ମହାପାତ୍ର (ଯିଏକି ବାବୁଆନା ବୋଲି ପରିଚିତ), ସ୍ବର୍ଗତ ରାଧାକୃଷ୍ଣ ଭଞ୍ଜ, ଜୀବନାନନ୍ଦ ପାଣି, ଅତୀଶ କୁମାର ମଜୁମଦାର, ସରୋଜ ପଟ୍ଟନାୟକଙ୍କର। ବାରିପଦା ରହଣି ଭିତରେ ସେ ପାଠ ପଢିବା ଏବଂ ଗୀତ ରଚନା କରିବାର ପ୍ରଥମ ପର୍ଯ୍ୟାୟଟି ବିତିଗଲା। ତା’ପରେ ସେ ବାରିପଦା ଛାଡି କଟକ ଆସିଲେ। ଜୀବନ ସଂଗ୍ରାମ ଭିତରେ ନିଜକୁ ଗୀତ ଏବଂ ସାହିତ୍ୟ ମାଧ୍ୟମରେ ଆଗେଇ ନେବାକୁ। ଏଇଠି ଆରମ୍ଭ ହୋଇଥିଲା ତାଙ୍କର ପ୍ରକୃତ ଗୀତିକାର ଜୀବନ। ତାଙ୍କ ରଚିତ ଗୀତଗୁଡିକ ମଧ୍ୟରୁ ସ୍ବର୍ଗତ ରାଧାକୃଷ୍ଣ ଭଞ୍ଜ ଗାଇଥିବା ‘ତନ୍ଦ୍ରା ବାଉଳା ଆବାହନ ସୁରେ ସୁରେ’, ରଘୁନାଥ ପାଣିଗ୍ରାହୀ ଗାଇଥିବା ‘ଚମ୍ପକ ବରଣିଗୋ ତମକୁ ପାଇନି ଭୁଲି’ ତଥା ପ୍ରଣବ ପଟ୍ଟନାୟକ ଏବଂ ରିତା ମିଶ୍ର ଗାଇଥିବା ‘କୁନି କୁନି ଶାମୁକା ସାଉଁଟି ସାଉଁଟି’ ସେ ସମୟରେ ବେଶ୍‌ ଆଦୃତ ହୋଇଥିଲା। ନିଜର କାଳଜୟୀ ଗୀତ ପାଇଁ ତାଙ୍କୁ ମିଳିଥିଲା ଅନେକ ପୁରସ୍କାର। ଓଡ଼ିଶାର ଅନେକ ଗୀତିକାରଙ୍କ ମଧ୍ୟରେ ଗୁରୁକୃଷ୍ଣ ଥିଲେ ଭିନ୍ନ। ତାଙ୍କ ଗୀତ ରଚନାରେ ଥିଲା ଏକ ସ୍ବତନ୍ତ୍ରତା, ଦରଦୀଭରା ଅନୁଭୂତି, ଭଲ ପାଇବାର ସ୍ମୃତି, ଯେଉଁଥିପାଇଁ ସେଭଳି ଗୀତ ଶୁଣିବା ମାତ୍ରେ ଶ୍ରୋତା ସେହି ଗୀତ ଭିତରେ ନିଜକୁ କିଛି ସମୟ ଲାଗି ହଜାଇ ଦେଇଥାଏ। ଗୁରୁକୃଷ୍ଣ ପାଖାପାଖି ୧୬୦୦ରୁ ଅଧିକ ଗୀତ ରଚନା କରିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି ‘ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ’ କିମ୍ବା ଅନ୍ତରେ କାନ୍ଦେ ବାହାରେ ହସେ ମୁଁ ଏହି ମୋର ପରିଚୟ କିମ୍ବା ଫୁଲେଇ ରାଣୀ ସଜଫୁଲ ଗୁଲୁ ଗୁଲିଆ ଇତ୍ୟାଦି। ଆଉ କାହ୍ନୁବାବୁ ଡାକଟା ଶୁଣିବାକୁ ମିଳିବନି କିମ୍ବା ତାଙ୍କର ସ୍ନେହଭରା କଥାଟିଏ ଖୋଜିଲେ ବି ପାଇବାନି। ଏଗୁଡ଼ିକ ଖାଲି ସ୍ମୃତିରେ ରହିଯିବ। -ଖାରବେଳ ମହାନ୍ତି ପ୍ଲଟ ନଂ-୨୭, ଆର୍ଯ୍ୟପଲ୍ଲୀ, ଭୁବନେଶ୍ୱର, ମୋ : ୯୪୩୭୨୭୫୯୮୯
All Right Reserved By

ମନୋରଞ୍ଜନ |

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବମ୍ବେ: ସ୍ବାମୀ ହେବ ତ ଏମିତି। ବଲିଉଡ୍‌ରେ ରଣବୀର ସିଂହଙ୍କୁ ନେଇ ଏପରି କିଛି ଚର୍ଚ୍ଚା ହେଉଛି।

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। 

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ମନୋଜ ବାଜପେୟୀ ୫୦ବର୍ଷରେ ପଦାର୍ପଣ କରିଛନ୍ତି।

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ପେସାରେ ଜଣେ ଡାକ୍ତର, ହେଲେ ସାହିତ୍ୟ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ରାତ୍ରିର ବିଳମ୍ବିତ ପ୍ରହରରେ ସେ ବସିପଡନ୍ତି ନିଜ ମନର ଭାବନାକୁ କବିତାର ରୂପ ଦେବାକୁ।

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

ସଞ୍ଜୟ ଲୀଲା ଭଂସାଲୀ କେବେ ଏହି ଅଭିନେତ୍ରୀଙ୍କୁ କରିଥିଲେ ରିଜେକ୍ଟ: ଏବେ  ତାଙ୍କୁ ନେଇ କରୁଛନ୍ତି ବଡ଼ ଫିଲ୍ମ

ସଞ୍ଜୟ ଲୀଲା ଭଂସାଲୀ କେବେ ଏହି ଅଭିନେତ୍ରୀଙ୍କୁ କରିଥିଲେ ରିଜେକ୍ଟ: ଏବେ ତାଙ୍କୁ ନେଇ କରୁଛନ୍ତି ବଡ଼ ଫିଲ୍ମ

ମୁମ୍ବାଇ,୨୨।୪: ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ବଲିଉଡର ପପୁଲାର ଅଭିନେତ୍ରୀ ଭାବେ ଜଣାଶୁଣା। ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri