ମନୋରଞ୍ଜନ |

କଳାକାର ପାଇଁ ସବୁ ଚରିତ୍ର ସମାନ: ନିରଞ୍ଜନ ସାମନ୍ତରାୟ

କଳାକାର ପାଇଁ ସବୁ ଚରିତ୍ର ସମାନ: ନିରଞ୍ଜନ ସାମନ୍ତରାୟ
ବାପା ଚାହୁଁଥିଲେ ପୁଅ ଭଲ ପାଠ ପଢି ଚାକିରି କରୁ। ହେଲେ ପୁଅ ମନରେ ଅଭିନୟ ପ୍ରତି ଥିଲା ଦୁର୍ବଳତା। ସ୍କୁଲ ଡ୍ରାମାରେ ଲୁଚି ଛପି ଅଭିନୟ କରୁଥିଲେ। ରାବଣ ହେଉ କି କଂସ, ପ୍ରତିଟି ଚରିତ୍ରରେ ଜୀବନ୍ତ ଅଭିନୟ କରି ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ସାହପାଠୀମାନଙ୍କଠାରୁ ବାହାବା ସାଉଣ୍ଟୁଥିଲେ। ସେହି ଛୋଟିଆ ଛୋଟିଆ ସଫଳତା ତାଙ୍କୁ ଆଜି ଜଣେ ସଫଳ ସିରିଏଲ ଏବଂ ଚଳଚ୍ଚିତ୍ର ଅଭିନେତାର ମାନ୍ୟତା ଦେଇଛି। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ସିରିଏଲ, ୨ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ଅଲ୍‌ ଇଣ୍ଡିଆ ରେଡିଓ ଏବଂ ସଙ୍ଗ ଆଣ୍ଡ ଡ୍ରାମା ଡିଭିଜନର ବି ଗ୍ରେଡ୍‌ ଆର୍ଟିଷ୍ଟ ହୋଇପାରିଛନ୍ତି। ପୁରୀ କାଳିକାଦେବୀ ସାହି ପଣ୍ଡା ଲେନ୍‌ର ୫୪ ବର୍ଷୀୟ ଏହି ଅଭିନେତା ନିରଞ୍ଜନ ସାମନ୍ତରାୟଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ। * ଅଭିନୟ ପ୍ରତି କାହିଁକି ମନ ବଳାଇଲେ? ସ୍କୁଲରେ ପାଠ ପଢୁଥିବା ସମୟରେ ମନ ଭିତରେ ଅଭିନୟ କରିବାର ଇଚ୍ଛା ସୃଷ୍ଟି ହେଲା। ଥରେ ସ୍କୁଲରେ ସେତୁବନ୍ଧ ପ୍ରତିଷ୍ଠା ନାଟକ ପରିବେଷଣ ହେଉଥିଲା। ମୋତେ ରାବଣ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହି ଚରିତ୍ରକୁ ମୁଁ ଏମିତି ଭାବେ କରିପାରିଥିଲି ଯେ ମୋତେ ଶିକ୍ଷକମାନେ ବେଶ୍‌ ପ୍ରଶଂସା କରିଥିଲେ। ସେବେଠାରୁ ମୋ ଭିତରେ ଅଭିନୟର ଦକ୍ଷତା ରହିଥିବା ଅନୁଭବ କରିଥିଲି। ଏହାପରେ ସ୍କୁଲରେ ଯେତେ ଡ୍ରାମା ହୋଇଛି ସେଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଆସିଛି। ଏମିତି ଧୀରେ ଧୀରେ ଅଭିନୟ ପ୍ରତି ମନ ଢଳିଲା। * ଅଭିନୟ କରିବା ଲାଗି ପରିବାରରୁ ସମର୍ଥନ ମିଳିଥିଲା କି? ସବୁ ମା’ବାପାଙ୍କ ଇଚ୍ଛା ଥାଏ ପୁଅ ଭଲ ପାଠ ପଢୁ ଆଉ ବଡ଼ ଚାକିରିଟିଏ କରୁ। ମୋ ପରିବାର ମଧ୍ୟ ଏହା ହିଁ ଚାହୁଁଥିଲେ। କିନ୍ତୁ ମୁଁ ଅଭିନୟ ପ୍ରତି ଅଧିକ ମନୋନିବେଶ କରିବାକୁ ଲାଗିଲି। ଏହା ଦେଖି ବାପା ରାଗି ଯାଇଥିଲେ। ସେ ଚାହୁଁ ନ ଥିଲେ ମୁଁ ଅଭିନୟ କରେ ବୋଲି। ତେଣୁ ଆରମ୍ଭରୁ ପରିବାରରୁ ସମର୍ଥନ ନ ଥିଲା। ପରେ ପରିବାର ଏବଂ ସମ୍ପର୍କୀୟମାନଙ୍କଠାରୁ ଉତ୍ସାହ ପାଇ ଅଭିନୟ କ୍ଷେତ୍ରରେ ନିଜକୁ ପରିଚିତ କରିପାରିଛି। * ପ୍ରଥମେ ବିଧିବଦ୍ଧ ଭାବେ କେଉଁ ଅନୁଷ୍ଠାନରେ ଯୋଗଦେଇଥିଲେ? ଯୁକ୍ତ୨ ଶେଷ ପରେ ୧୯୮୨ରେ ଅନ୍ନପୂର୍ଣ୍ଣା ଏ ଗ୍ରୁପ୍‌ ସହ ସାମିଲ ହେଲି। ସେତେବେଳେ ବ୍ୟୋମକେଶ ତ୍ରିପାଠୀ, ଦୁଃଖୀରାମ ସ୍ବାଇଁ, ରାମଚନ୍ଦ୍ର ପ୍ରତିହାରୀ, ଦୁର୍ଲଭ ସିଂ, ନିତ୍ୟାନନ୍ଦ ଦାସ, ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସଂସ୍ପର୍ଶରେ ଆସିଲି। ଏମାନେ ଅଭିନୟ ଦୁନିଆର ଜଣେ ଜଣେ ମହାନ ବ୍ୟକ୍ତିତ୍ୱ। ସେମାନଙ୍କ ଅଭିନୟ ମୋତେ ଆଗକୁ ବଢିବାକୁ ପ୍ରେରଣା ଦେଲା। ଅନ୍ନପୂର୍ଣ୍ଣା ଏ ଗ୍ରୁପ୍‌ରୁ ହିଁ ମୁଁ ପେସାଦାର ଅଭିନୟ ଆରମ୍ଭ କଲି। * ଅନ୍ନପୂର୍ଣ୍ଣା ଏ ଗ୍ରୁପ୍‌ରୁ ସିରିୟଲ ଜଗତକୁ ପ୍ରବେଶ କେମିତି? ଅନ୍ନପୂର୍ଣ୍ଣା ଥିଏଟରରେ ଆମର ନାଟକ ରିହର୍ସଲ ଚାଲିଥିଲା। ସେଠାରେ ରାଧାମାଧବ ମହାପାତ୍ର ପହଞ୍ଚତ୍ଥିଲେ। ଏମିତି ତାଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ସେ ମୋତେ କହିଲେ ସିରିଏଲରେ ଅଭିନୟ କରିବାକୁ। ସେ ବି ସହଯୋଗ କରିବେ ବୋଲି କହିଲେ। ତାଙ୍କ କଥା ଶୁଣି ପ୍ରଥମେ ମନରେ ଟିକେ ଡର ଲାଗିଲା। ଆଗରୁ କ୍ୟାମେରାକୁ କେବେ ସାମ୍ନା କରିନି, ତଥାପି ତାଙ୍କୁ ହଁ କହିଲି। ସେ ମୋତେ ଶଙ୍କର ତ୍ରିପାଠୀ(ପରିଚୟ ଧାରାବାହିକର ଲେଖକ)ଙ୍କ ସହ ସାକ୍ଷାତ କରାଇଦେଲେ। ସେଥିରେ ଜୁନିୟର ଡକ୍ଟର ଚରିତ୍ରରେ ଅଭିନୟ କଲି। ମୋ ଅଭିନୟକୁ ବି ସମସ୍ତେ ପସନ୍ଦ କରିଥିଲେ। ଏହା ପରଠାରୁ ଧାରାବାହିକରେ ଅଭିନୟ ଧାରା ଜାରି ରହିଛି। * ବର୍ତ୍ତମାନ ସୁଦ୍ଧା କେତୋଟି ସିରିଏଲ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି? ମୁଁ ପରିଚୟ, ବସୁନ୍ଧରା, ଶ୍ରୀଜଗନ୍ନାଥ, ଜୀବନ ଯମୁନାରେ ଜୁଆର ଉଠେରେ, ସ୍ବାଭିମାନ, ଜୟ ଜଗନ୍ନାଥ, ମାଟି ବୈକୁଣ୍ଠ, ତୋ ଅଗଣାର ତୁଳସୀ ମୁଁ ଏବଂ ନିକଟରେ ଆମ ଘର ଲକ୍ଷ୍ମୀ ଧାରାବାହିକରେ ଅଭିନୟ କରିଛି। ୨ଟି ଚଳଚ୍ଚିତ୍ର ରୋମିଓ ‘ଦ ଲଭର ବୟ’ ଏବଂ ‘ଦେଲେ ଧରା କଥା ସରେ’ରେ ମଧ୍ୟ ଅଭିନୟ କରିଛି। ଏହାବ୍ୟତୀତ ଅଲ୍‌ ଇଣ୍ଡିଆ ରେଡିଓ ଏବଂ ସଙ୍ଗ୍‌ ଆଣ୍ଡ ଡ୍ରାମା ଡିଭିଜନର ଜଣେ ବି ଗ୍ରେଡ୍‌ ଆର୍ଟିଷ୍ଟ ରହିଆସିଛି। * କେଉଁ ଧାରାବାହିକରେ ଅଭିନୟ ଆପଣଙ୍କୁ ସନ୍ତୁଷ୍ଟ କରିଛି? ଜଣେ ଅଭିନେତା ପାଇଁ ସବୁ ଅଭିନୟ ସମାନ। ପ୍ରତିଟି ଚରିତ୍ରକୁ ଜୀବନ୍ତ ଭାବେ ଫୁଟାଇବା ଲାଗି ସମସ୍ତେ ଚେଷ୍ଟା କରିଥାନ୍ତି। ତଥାପି ଶ୍ରୀଜଗନ୍ନାଥ ଧାରାବାହିକରେ ନାରଦ ଭୂମିକା ମୋତେ ଅଧିକ ଆତ୍ମସନ୍ତୋଷ ଦେଇଛି। ଏତଦ୍‌ବ୍ୟତୀତ ସ୍ବାଭିମାନରେ ଶମ୍ଭୁବାବା ଏବଂ ତୋ ଅଗଣାର ତୁଳସୀ ମୁଁରେ ମାମୁ ଗନ୍ଧର୍ବ ମହାନ୍ତି ଚରିତ୍ରକୁ ମଧ୍ୟ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। * ଶ୍ରୀଜଗନ୍ନାଥ ଧାରାବାହିକରେ ନାରଦ ଚରିତ୍ରରେ ଅଭିନୟ କଲାବେଳେ ନିଜ ମନ ଭିତରେ କି ପ୍ରକାର ଭାବନା ଆସେ? ନାରଦ ଚରିତ୍ର ପାଇଁ ଯେତେବେଳେ ମୁଁ ବେଶ ଧାରଣ କରେ ସେତେବେଳେ ନିଜକୁ ଭୁଲିଯାଏ। ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଯାଏ। ଆପଣାଛାଏଁ ମୋ ଅଭିନୟ ଜୀବନ୍ତ ହୋଇଉଠେ। ସବୁ ସେଇ ଠାକୁରଙ୍କ ଇଚ୍ଛା ବୋଲି ଭାବେ। * ସେତେବେଳର ସିରିଏଲ ଏବଂ ଏବେକାର ସିରିଏଲ ମଧ୍ୟରେ କ’ଣ ଫରକ୍‌ ଦେଖୁଛନ୍ତି? ସେମିତି କିଛି ଫରକ ନାହିଁ। କାହାଣୀ ଯଦି ଦର୍ଶକଙ୍କ ମନକୁ ଛୁଇଁପାରିଲା ତେବେ ଦର୍ଶକ ତଫାତ୍‌ କ’ଣ ବାଛିବେ ନାହିଁ। ଆମକୁ ସେହିପରି କାହାଣୀ ଲେଖିବାକୁ ପଡିବ। ହଁ, ଏତିକି କୁହାଯାଇପାରିବ ଆଗ ଅପେକ୍ଷା ବର୍ତ୍ତମାନର ଧାରାବାହିକରେ ଉନ୍ନତମାନର ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି, ଯାହା ଦର୍ଶକଙ୍କ ପାଇଁ ରୁଚିପୂର୍ଣ୍ଣ ହେଉଛି। * ଅଭିନୟ ଜଗତରେ କାଷ୍ଟିଂ କାଉଚର ସ୍ବର ଶୁଣିବାକୁ ମିଳେ। ଆପଣ ଏ ସମ୍ପର୍କରେ କ’ଣ ମତ ରଖିବେ? ହଁ, ଅଭିଯୋଗର ସତ୍ୟତା ରହିଛି। ବିଶେଷକରି ନବାଗତା ଅଭିନେତ୍ରୀମାନେ ଏହାର ଶିକାର ହେଉଥିବା ଅଭିଯୋଗ ଉଠେ। ତେବେ ଏହା ଅଭିନୟ ଜଗତ ପ୍ରତି ଏକ ଖରାପ ପରମ୍ପରା ସୃଷ୍ଟି କରୁଛି। ଆମକୁ ଏଥିପ୍ରତି ସଚେତନ ହେବାକୁ ପଡିବ। ଯେଉଁମାନେ ଅଭିନୟ ଦୁନିଆକୁ ନୂଆ କରି ଆସୁଛନ୍ତି ସେମାନେ ନିଜ ଦକ୍ଷତା ବଳରେ ଆସନ୍ତୁ। କାହାର ସହଯୋଗ ଲୋଡନ୍ତୁ ନାହିଁ। ସହଯୋଗ ଲୋଡିଲେ କାଷ୍ଟିଂ କାଉଚ କଥା ଉଠିପାରେ। * ଅଭିନୟ ଜଗତକୁ ଆସୁଥିବା ନୂଆ କଳାକାରଙ୍କୁ କ’ଣ କହିବେ? ସେମାନଙ୍କୁ ମୁଁ ସ୍ବାଗତ କରିବି। କିନ୍ତୁ ଖୁସିରେ ଅଭିନୟକୁ ଆଦରି ନେବା ଠିକ୍‌ ନୁହେଁ। ଯଦି ଅଭିନୟକୁ ଭଲ ପାଉଛ ଏବଂ ନିଜ ଭିତରେ ଅଭିନୟ କରିବାର ଦକ୍ଷତା ଏବଂ ଆଗ୍ରହ ରହିଛି ତେବେ ଆସିବା ଦରକାର। ନୂଆ ନୂଆ କଳାକାର ଆସିଲେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ରହିବ। ଦର୍ଶକ ବି ଭଲ ସିରିଏଲ କିମ୍ବା ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ। କିନ୍ତୁ ସାମ୍ପ୍ରତିକ ସମାଜରେ ଦେଖାଯାଉଛି ଯେଉଁ ଯୁବପିଢି ଥରେ ମଞ୍ଚକୁ ଆସିଲେ ସେମାନେ ଜଣେ ବଡ଼ କଳାକାର ଭାବେ ନିଜକୁ ଭାବି ନେଉଛନ୍ତି। କିନ୍ତୁ ଏପରି ମନୋଭାବ ନ ରଖି ଶିକ୍ଷଣୀୟ ମନୋଭାବ ରଖିବା ଦରକାର। - ସାକ୍ଷାତ୍‌: ହେମନ୍ତ ନାୟକ
All Right Reserved By

ମନୋରଞ୍ଜନ |

ମଲାଇକାଙ୍କ ପୁଅ ଅରହାନ ଜାହ୍ନବୀଙ୍କ ମେଲ୍‌ ଭର୍ସନ

ମଲାଇକାଙ୍କ ପୁଅ ଅରହାନ ଜାହ୍ନବୀଙ୍କ ମେଲ୍‌ ଭର୍ସନ

ମୁମ୍ବାଇ: ମଲାଇକା ଆରୋରା ଏବେ ତାଙ୍କ ରିଲେସନଶିପକୁ ନେଇ ଅଛନ୍ତି ଚର୍ଚ୍ଚାରେ। ହେଲେ ନିକଟରେ ସେ ତାଙ୍କ ପୁଅ ଅରହାନଙ୍କ ସହ ଲଞ୍ଚ ଡେଟରେ ଯାଇଥିବା ବେଳେ ସ୍ପଟ ହୋଇଛନ୍ତି। 

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। 

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀ ଏବଂ ସଞ୍ଜୟ ଦତ୍ତଙ୍କ ଯୋଡ଼ି ୯୦ ଦଶକରେ ସିଲ୍‌ଭର ସ୍କ୍ରିନ୍‌ରେ ସୁପରହିଟ୍‌ ହୋଇଥିଲା। ଫିଲ୍ମରେ କାମ କରିବା ସମୟରେ ଦୁଇଜଣଙ୍କ ପ୍ରେମସମ୍ପର୍କ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଥିଲା।

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ମୁମ୍ବାଇ,୨୧।୪: ବଲିଉଡ୍‌ ଅଭିନେତା ଋଷି କପୁର କିଛି ଦିନ ଧରି ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ଥାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି।

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

ମୁମ୍ବାଇ: ବଲିଉଡ୍‌ ଭାଇଜନ୍‌ ସଲମାନ ଖାଁ ୫୩ ବର୍ଷରେ ପଦାର୍ପଣ କଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି। ସେ କେବେ ବିବାହ କରିବେ ତାକୁ ନେଇ ବହୁବାର ପ୍ରଶ୍ନ ଉଠିଥିଲେ ବି ସଲମାନ ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି।

ଟାଇଗରଙ୍କ ନୂଆ ଯୋଜନା

ଟାଇଗରଙ୍କ ନୂଆ ଯୋଜନା

ଷ୍ଟାର କିଡ୍‌ ଟାଇଗର ଶ୍ରଫ ଏକ ନୂଆ ଯୋଜନାରେ ବ୍ୟସ୍ତ ଅଛନ୍ତି। ୟା ଭିତରେ ବେଶ୍‌ କେତୋଟି ହିଟ୍‌ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। 

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

କଥାରେ ଅଛି ଆରେ ଢାମଣା ବୁଲି ବୁଲି ପୁଣି ସେଇ ଅଗଣା। ଦେଖୁନାହାନ୍ତି, ଡବଲ ରୋଲ୍‌ ପରି ଚାନ୍ସକୁ ଜାହ୍ନବୀ  ପ୍ରଥମେ ହାତଛଡା କରିଥିଲେ। ହେଲେ ପ୍ରଯୋଜକ କୋଉ ଛାଡିବାର।

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ସତରେ,ଗୋଟିଏ କଥା କହିବା ଏବଂ ତାହାକୁ କାମରେ ପରିଣତ କରିବା ସହଜ କଥା ନୁହେଁ। ହାତରେ ଅଳ୍ପ ଦିନ, ପୁଣି ତା’ ଭିତରେ ୧୦ କିଗ୍ରା ଓଜନ କମାଇବାକୁ ପଡିବ।

ସିନେମା 'କ୍ରିଷ୍ଣା:  ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ସିନେମା 'କ୍ରିଷ୍ଣା: ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ଏକ ସତ ଘଟଣାକୁ ଆଧାର କରି ନିର୍ମିତ ହୋଇଛି ଓଡ଼ିଆ ସିନେମା ‘କ୍ରିଷ୍ଣା : ଷ୍ଟୋରି ଅଫ ଏ ଡ୍ୟାନ୍ସର’। କାହାଣୀ ଅନୁସାରେ ନାୟକ କ୍ରିଷ୍ଣା ଜଣେ ଗରିବ ଘର ପିଲା। ଛୋଟ ବେଳୁ ଡ୍ୟାନ୍ସ ପ୍ରତି ପ୍ରବଳ ଆଗ୍ରହ। 

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବୀର-ଆଲିୟା ଯୋଡ଼ିକୁ ନେଇ ଏବେ ସବୁଠି ଚର୍ଚ୍ଚା। ପବ୍ଲିକ୍‌ ପ୍ଲେସ୍‌ ହେଉ କି ଆଓ୍ବାର୍ଡ ଫଙ୍କଶନ, ଦୁହେଁ ଦୁହିଙ୍କୁ କେତେ ଭଲପାଉଛନ୍ତି ତାହା ଦେଖିଲେ ଜଣାପଡ଼ିଯାଉଛି। 

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ ଉଇସ୍‌ କରିଛନ୍ତି। ଅଭି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।

ଯାତ୍ରା ଜଗତର  ହାସ୍ୟନାୟିକା ଶଶୀ: ମଞ୍ଚରେ ବୁଣନ୍ତି ଖୁସି

ଯାତ୍ରା ଜଗତର ହାସ୍ୟନାୟିକା ଶଶୀ: ମଞ୍ଚରେ ବୁଣନ୍ତି ଖୁସି

ସତକୁସତ ଶଶୀ ଆସିଗଲେ ମଞ୍ଚରେ ଚୂନାଚୂନା ଖୁସି ବୁଣି ହୋଇଯାଏ। ଦର୍ଶକମାନେ ହସିହସି ଗଡ଼ିଯାଆନ୍ତି। ତାଳିମାଡ଼ରେ କମ୍ପିଉଠେ ଯାତ୍ରାସ୍ଥଳ। ଏଠାରେ ଯେଉଁ ଶଶୀଙ୍କ କଥା କୁହାଯାଉଛି, ସେ ହେଉଛନ୍ତି ଯାତ୍ରା ଜଗତର ଜଣେ ଆଗଧାଡ଼ିର ହାସ୍ୟନାୟିକା ସସ୍ମିତା ସାହୁ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri