ଫୁରସତ |

ମୋ ଅନୁଭୂତି: ପ୍ରୋଗ୍ରାମ ଯିବା ବାଟରେ ଏନ୍‌କାଉଣ୍ଟର ଛାତି ଥରାଇ ଦେଇଥିଲା -ମହାପ୍ରସାଦ କର

ମୋ ଅନୁଭୂତି: ପ୍ରୋଗ୍ରାମ ଯିବା ବାଟରେ ଏନ୍‌କାଉଣ୍ଟର ଛାତି ଥରାଇ ଦେଇଥିଲା -ମହାପ୍ରସାଦ କର

ମହାପ୍ରସାଦ କର। ଓଡ଼ିଆ ସଙ୍ଗୀତ ଜଗତର ଜଣେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ। ଭଜନ ହେଉ କି ଗୀତଗୋବିନ୍ଦ, ଓଡ଼ିଶୀ ହେଉ କି ଗଜଲ୍‌ କି ସେମି କ୍ଲାସିକାଲ୍‌, ସବୁ ପ୍ରକାର ଗୀତ ଗାଇବାରେ ସେ ମାହିର୍‌। ଜେଜେ ବିଶିଷ୍ଟ ତବଲା ବାଦକ କ୍ଷେତ୍ରମୋହନ କର ଓ ବାପା ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମହାପ୍ରସାଦ ସଙ୍ଗୀତ ପ୍ରତି ମନ ବଳାଇଥିଲେ। ମାତ୍ର ୭ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରି ୯ ବର୍ଷ ବୟସ ବେଳକୁ ଷ୍ଟେଜ୍‌ରେ ଗୀତ ଗାଇବା ଆରମ୍ଭ କରିଥିଲେ। ସଙ୍ଗୀତ ପ୍ରତି ଥିବା ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଖୁବ୍‌ କମ୍‌ ଦିନରେ ତାଙ୍କୁ ଏ କ୍ଷେତ୍ରରେ ପରିଚିତ କରାଇଥିଲା। ଦୀର୍ଘ ବର୍ଷର ସଙ୍ଗୀତ ଜୀବନରେ ଘଟିଥିବା ଏକ ଘଟଣାକୁ ସେ ବଖାଣିଥିଲେ ଆମ ଆଗରେ।
୨୦/୨୨ ବର୍ଷ ତଳର ଘଟଣା। ଗୁଆହାଟୀରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଥାଏ। ସେଥିରେ ଯୋଗଦେବାକୁ ମୁଁ, ବାପା ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ, ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନ ଓ ତାଙ୍କ ଗ୍ରୁପ୍‌ ଏବଂ ଅନ୍ୟ କଳାକାରମାନେ ମିଶି ବାହାରିଥାଉ। ଗୁଆହାଟୀରେ ପ୍ରୋଗ୍ରାମ ସାରି ଆମକୁ ଅରୁଣାଚଳ ପ୍ରଦେଶ ଯିବାର ଥିଲା। କାରଣ ସେଠାକାର ରାଜ୍ୟପାଳ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆମକୁ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ଆମେ ପ୍ରାୟ ୨୦ଜଣ କଳାକାର ଟ୍ରେନ୍‌ ଯୋଗେ ଗୁଆହାଟୀ ବାହାରିଲୁ। ନ୍ୟୁ ଜଲ୍‌ପାଇଗୁଡି ଷ୍ଟେଶନ ଆସିବା ପୂର୍ବରୁ ହଠାତ୍‌ ଗାଡ଼ି ରହିଗଲା। ଗାଡ଼ି ରହିଯିବାରୁ ଆମେ ସମସ୍ତେ ବ୍ୟସ୍ତବିବ୍ରତ ହୋଇପଡ଼ିଲୁ। ସେଦିନ ଆମର ଗୁଆହାଟୀରେ ପହଞ୍ଚି ପ୍ରୋଗ୍ରାମ କରିବାର ଥିଲା। ବୁଝୁ ବୁଝୁ ସେଠାକାର ମାଓବାଦୀମାନେ ବମିଂ କରି ଟ୍ରେନ୍‌ ଲାଇନ୍‌ ଭାଙ୍ଗି ଦେଇଥିବା କଥା ଜଣାପଡ଼ିଲା। ଯେମିତି କି, ଗାଡ଼ି ଲାଇନଚ୍ୟୁତ ହୋଇଯିବ। ଘଟଣା ସମ୍ପର୍କରେ ଜାଣିବା ପରେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବାରୁ ଟିକିଏ ଆଶ୍ୱସ୍ତ ହେଲୁ। ତା’ପରେ ବାପା ଯାଇ ଟିଟିଇ ଏବଂ ଷ୍ଟେଶନ ଇନ୍‌ଚାର୍ଜଙ୍କ ସହ କଥା ହେଲେ। ବହୁତ ଅନୁରୋଧ କଲା ପରେ ସେମାନେ କହିଲେ ଯେ, ଏହି ଟ୍ରେନ୍‌ ଲାଇନ୍‌ ଆଉ ଏକ ଲାଇନ୍‌ ସହ ଯୋଡ଼ା ହେଲା ପରେ ଯାହା କିଛି କରିହେବ। ଶେଷରେ ଟ୍ରେନ୍‌ରୁ ଆମ ବଗିକୁ ଅଲଗା କରାଗଲା। ସେହି ବଗିରେ କେବଳ ଆମ ଟ୍ରୁପ୍‌ ରହିଲୁ। ଅନ୍ୟ ଯାତ୍ରୀମାନେ ବାଧ୍ୟ ହୋଇ ସେହିଠାରେ ହିଁ ଟ୍ରେନ୍‌ରୁ ଓହ୍ଲାଇଗଲେ। ସେହି ଦିନଟା ପୂରା ଆମେ ଟ୍ରେନ୍‌ ବଗିରେ ବିତାଇଲୁ। କଷ୍ଟ ଲାଗୁଥାଏ, ତଥାପି ତା’ ଭିତରେ ଆମେ ମଜା ନେଇଥିଲୁ। ତା’ ପରଦିନ ଆମ ବଗିକୁ ଆଉ ଗୋଟିଏ ଟ୍ରେନ୍‌ ସହ ଯୋଡ଼ି ଛାଡିଲେ। ଏମିତି ଅସୁବିଧା କାରଣରୁ ନିର୍ଦ୍ଧାରିତ ଦିନ ଆଉ ପ୍ରୋଗ୍ରାମ ହୋଇପାରିଲାନାହିଁ। ପରଦିନ ପ୍ରୋଗ୍ରାମ ହେଲା ଏବଂ ବହୁତ ଭଲ ଭାବେ ସବୁ ସରିଲା। ତା’ପରେ ଆମେ ଏକ ବସ୍‌ ଯୋଗେ ସେଠାରୁ ଅରୁଣାଚଳ ପ୍ରଦେଶ ବାହାରିଲୁ। ରାତିରେ ପାହାଡ଼ିଆ ଅଞ୍ଚଳ ଦେଇ ଗଲା ବେଳେ ପ୍ରାୟ ୧୧ଟା ବେଳକୁ ଗୁଳି ଫୁଟିବା ଶବ୍ଦ ଶୁଭିଲା। ସେଠାକାର ମାଓବାଦୀମାନଙ୍କ ସହ ପୋଲିସର ଗୁଳି ବିନିମୟ ଚାଲିଥିଲା। ହଠାତ୍‌ ଆମେ କିଛି ବୁଝିପାରିଲୁ ନାହିଁ। ସମସ୍ତେ ଆତଙ୍କିତ ହୋଇପଡ଼ିଲୁ। କାଳେ ସିଟ୍‌ରେ ବସିଲେ ଆମଠାରେ ଗୁଳି ବାଜିବ, ସେହି ଭୟରେ ବସ୍‌ ସିଟ୍‌ରେ ନ ବସି ତଳେ ମୁଣ୍ଡ ନୁଆଇଁ ବସିଲୁ। ରାତିର ଅନ୍ଧାରରେ ବାହାରେ କାହାକୁ ଦେଖି ହେଉ ନ ଥିଲା। ୨/୪ଘଣ୍ଟା ସେଠାରେ ସେମିତି ରହିବା ପରେ ବହୁ କଷ୍ଟରେ ଅରୁଣାଚଳ ପ୍ରଦେଶରେ ପହଞ୍ଚିଲୁ। ରାଜ୍ୟପାଳଙ୍କ ଅତିଥି ହୋଇଥିବାରୁ ରାଜଭବନରେ ରହିବାର ସୁଯୋଗ ପାଇଥିଲୁ। ରାଜଭବନରେ ମଧ୍ୟ ପ୍ରୋଗ୍ରାମ କରିବା ସହ ସମ୍ପୂର୍ଣ୍ଣ ସିକ୍ୟୁରିଟି ବ୍ୟବସ୍ଥାରେ ବୁଲାବୁଲି ସାରି ଓଡ଼ିଶା ଫେରିଥିଲୁ। ଓଡ଼ିଶାରେ ପହଞ୍ଚିବା ପରେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଆଉ କେବେ ଅରୁଣାଚଳ ପ୍ରଦେଶ ପ୍ରୋଗ୍ରାମ ପାଇଁ ଯିବୁନି ବୋଲି ନିଷ୍ପତ୍ତି ନେଲୁ। ପୋଲିସ-ମାଓବାଦୀଙ୍କ ଗୁଳି ବିନିମୟ ଛାତି ଥରାଇ ଦେଇଥିଲା। ସେଦିନର ଯାତ୍ରା କଥା ମନେ ପଡ଼ିଲେ, ଆଜି ବି ଦେହ ଶିହରି ଉଠେ। - ରିପୋର୍ଟ: ବନ୍ଦନା ସେଠୀ

All Right Reserved By

ଫୁରସତ |

କଳାରଙ୍ଗ ମହିଳାଙ୍କ ସ୍ବଭାବ...

କଳାରଙ୍ଗ ମହିଳାଙ୍କ ସ୍ବଭାବ...

ସାମୁଦ୍ରିକଶାସ୍ତ୍ର ଅନୁସାରେ କଳା ରଙ୍ଗର ମହିଳାମାନେ ସ୍ବାସ୍ଥ୍ୟବତୀ, ଦୃଢମନା, ପରିଶ୍ରମୀ, ତମୋଗୁଣୀ ଓ କ୍ରୋଧୀ ସ୍ବଭାବର ହୋଇଥାନ୍ତି। ଏମାନଙ୍କର ବୌଦ୍ଧିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ତେଣୁ ସମସ୍ତ ସାମାଜିକ ପରମ୍ପରା, ସଂସ୍କାର ଓ ମର୍ଯାଦାଠାରୁ ଏମାନେ ଦୂରେଇ ରହିବାକୁ ଭଲ ପାଆନ୍ତି।

ଦାୟୀ କିଏ

ଦାୟୀ କିଏ

ଭାରତ ଭଳି ଏକ ବିକାଶାଭିମୁଖୀ ଦେଶରେ ସାମାଜିକ ଉନ୍ନତି ଅନୁପାତରେ ଅପରାଧ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି। ପ୍ରଶାସନିକ ସୁବିଧା କଡ଼ାକଡ଼ି କରାଯାଉଥିଲେ ହେଁ ଦେଶର ପ୍ରତିଟି କୋଣରୁ ବିଭିନ୍ନ ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି।

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

୧୯୯୫ ମସିହା। ସେତେବେଳେ ମୁଁ ବାଣୀବିହାରରେ ପିଜି ଛାତ୍ରୀ। ଘର ଦୂର ହୋଇଥିବାରୁ ହଷ୍ଟେଲରେ ରହୁଥାଏ। ସେଦିନ ଥାଏ ଆମ ୟୁନିଭର୍ସିଟି ନିର୍ବାଚନର ପୂର୍ବ ରାତି। ଅପାମାନେ କହୁଥାନ୍ତି, କାଳେ ନିର୍ବାଚନ ବେଳେ ବାହାର ଗୁଣ୍ଡାମାନେ କ୍ୟାମ୍ପସ୍‌ ଭିତରକୁ ପଶି ଆସି ଗଣ୍ଡଗୋଳ କରନ୍ତି।

କୁନି ହାତର ଯାଦୁ

କୁନି ହାତର ଯାଦୁ

ନାଇଜେରିଆ, ଲାଗୋସ୍‌ରେ କରିନ୍‌ ଓ୍ବାରିସ୍‌ ଓଲାମିଲେକନ୍‌। ବୟସ ତାଙ୍କୁ ମାତ୍ର ୧୧ ବର୍ଷ। ହେଲେ ଏ ବୟସରୁ ସେ ପାଇସାରିଲେଣି ଅନ୍ତର୍ଜାତୀୟ ଖ୍ୟାତି। ଆଉ ଏହି ଖ୍ୟାତି ସେ ପାଇଛନ୍ତି ତାଙ୍କର ଅଦ୍ଭୁତ ଚିତ୍ରକଳା ପାଇଁ।

ବଡ଼ ପଗଡ଼ି

ବଡ଼ ପଗଡ଼ି

ପଞ୍ଜାବର ଅବତାର ସିଂ ମୌନି ଜଣେ ସଚ୍ଚା ଶିଖ୍‌। ତେଣୁ ତାଙ୍କ ମୁଣ୍ଡରେ ବି ଅନ୍ୟ ଶିଖ୍‌ଙ୍କ ପରି ପଗଡ଼ି ଶୋଭାପାଏ। ଏହା ହେଉଛି ତାଙ୍କର ମାନ, ସମ୍ମାନ ସବୁକିଛି। ହେଲେ ତାଙ୍କ ପଗଡ଼ିରେ ରହିଛି ସ୍ବତନ୍ତ୍ରତା, ଯାହା ସଭିଙ୍କୁ ଆକର୍ଷିତ କରେ। ତାଙ୍କ ପଗଡ଼ି ପରିଚିତ ପୃଥିବୀର ସବୁଠାରୁ ବଡ଼ ପଗଡ଼ିଭାବେ।

ଗୋଟିଏ କୁକୁରର ୪୯ଟି କପି

ଗୋଟିଏ କୁକୁରର ୪୯ଟି କପି

ପୁଏର୍ତ୍ତୋରିକୋର ମିରାକଲ୍‌ ମିଲି ହେଉଛି ୬ ବର୍ଷର ଚିହୁଆହୁଆ ପ୍ରଜାତିର ଏକ କୁକୁର, ଯିଏକି ପୃଥିବୀର ସବୁଠୁ ଛୋଟ କୁକୁର ଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ତେବେ ଏହି କୁକୁର ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ଚାଇନାର ହେବେଇଠାରେ ନିର୍ମାଣ କରାଯାଇଛି ପୃଥିବୀର ଦୀର୍ଘତ୍ତମ ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ବ୍ରିଜ୍‌। ହୋଙ୍ଗ୍‌ୟାଗୁଠାରେ ଅବସ୍ଥିତ ୪୮୮ ମିଟର ଲମ୍ବ ଏବଂ ୪ମିଟର ଓସାର ବିଶିଷ୍ଟ ଏହି କାଚର ବ୍ରିଜ୍‌ଟି ଭୁପୃଷ୍ଠଠାରୁ ୨୧୮ ମିଟର ଉପରେ ଅବସ୍ଥିତ।

ଲୁଣ ଦୂର କରିବ ସମସ୍ୟା

ଲୁଣ ଦୂର କରିବ ସମସ୍ୟା

ନିତିଦିନିଆ ଖାଦ୍ୟ ସାରଣୀର ଏକ ପ୍ରମୁଖ ଦ୍ରବ୍ୟ ହେଉଛି ଲୁଣ। ତେବେ ଏହି ଲୁଣ ଦ୍ୱାରା ଅନେକ ବାସ୍ତୁ ଦୋଷ ଦୂରେଇ ଦିଆଯାଇପାରିବ ବୋଲି ବିଶ୍ୱାସ ରହିଛି। ତେବେ ଉଚିତ ସ୍ଥାନରେ ଲୁଣକୁ ରଖି ଏହାକୁ ସଦୁପଯୋଗ କରିବା ଦ୍ୱାରା ଆପଣ ଅନେକ ସମସ୍ୟାଠାରୁ ଦୂରେଇ ରହିପାରିବେ।

ପ୍ରଥମ ରୋଜଗାର: ପାଠାଗାର ଉନ୍ନତିରେ ପାରିଶ୍ରମିକ ଟଙ୍କା ଲାଗିଥିଲା-ସତ୍ୟଜିତ୍‌ ମାନସିଂହ

ପ୍ରଥମ ରୋଜଗାର: ପାଠାଗାର ଉନ୍ନତିରେ ପାରିଶ୍ରମିକ ଟଙ୍କା ଲାଗିଥିଲା-ସତ୍ୟଜିତ୍‌ ମାନସିଂହ

ହାଲ୍‌ରେ ସିନିୟର ମ୍ୟାନେଜର (ଫାଇନାନ୍ସ) ଭାବେ କାର୍ଯ୍ୟରତ ତଥା ସାମାଜିକ କର୍ମୀ ସତ୍ୟଜିତ୍‌ ମାନସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଷ୍ଟିକର ହେୟାର ଟାଟୁ

ଷ୍ଟିକର ହେୟାର ଟାଟୁ

ଆଜିର ଏହି ଟ୍ରେଣ୍ଡି ଦୁନିଆରେ ଷ୍ଟିକର ହେୟାର ଟାଟୁ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହି ଟାଟୁକୁ ଟେମ୍ପୋରାରି (ଅସ୍ଥାୟୀ) ଭାବେ ଚୁଟିରେ ଲଗାଯାଇଥାଏ। ସମୟ ବଦଳିବା ସହିତ ଫ୍ୟାଶନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ। ଦିନ ଥିଲା, ଷ୍ଟାଇଲିଶ୍‌ ପୋଷାକ ଆଉ ଜୋତା ପିନ୍ଧିବାକୁ ଲୋକେ ଫ୍ୟାଶନ ବୋଲି କହୁଥିଲେ।

ଲଳିତ ମାଧବ

ଲଳିତ ମାଧବ

ଐତିହାସିକ ତଥା ପୁରାଣ ପ୍ରସିଦ୍ଧ କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପବିତ୍ର ପୀଠର ମାହାତ୍ମ୍ୟ ସ୍ବତନ୍ତ୍ର। ମାତ୍ର ମହାପ୍ରଭୁଙ୍କ ଭକ୍ତ ତଥା ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ କୁହାଯାଉଥିବା ଧାଙ୍ଗଡି ପାହାଡ଼ରେ ପୂଜା ପାଉଥିବା ଲଳିତ ମାଧବଙ୍କ ପୀଠ ଏକ ପ୍ରାକୃତିକ ଦର୍ଶନୀୟ ସ୍ଥଳୀ।

ସାଥୀ: ଭାବନା ରାଇଜେ କ୍ଷଣିକ ରଜା, ଶୁଖିଲା ପ୍ରେମରେ ନ ଥାଏ ମଜା

ସାଥୀ: ଭାବନା ରାଇଜେ କ୍ଷଣିକ ରଜା, ଶୁଖିଲା ପ୍ରେମରେ ନ ଥାଏ ମଜା

ପ୍ରଶ୍ନ-ଆଜିକାଲି ପ୍ରେମରେ କୁଆଡେ ମଜା ନାହିଁ। କେତେବେଳେ ଫୁସୁରି ଯାଉଛି ଜଣାପଡୁନି। ଏଥିପାଇଁ କିଏ ଦାୟୀ ? -ପ୍ରସନ୍ନ ସାହୁ, ଦେବଗଡ

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ