ମନୋରଞ୍ଜନ |

କିଏ ମାରିବ ବାଜି...

କିଏ ମାରିବ ବାଜି...
ଜୁନ୍‌ରେ ‘ଭିରେ ଦ ଓ୍ବେଡିଙ୍ଗ’ : ମା’ ହେବା ପରେ କରୀନା ପୁଣି ଥରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଅଭିନୟ କରିଥିବା ହିନ୍ଦୀ ସିନେମା ‘ଭିରେ ଦ ଓ୍ବେଡିଙ୍ଗ’ ଜୁନ୍‌ ୧ରେ ରିଲିଜ ହେବାର ଯୋଜନା ରହିଛି। ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନାଙ୍କ ବ୍ୟତୀତ ସୋନମ କପୁର, ସ୍ବରା ଭାସ୍କର ଏବଂ ଶିଖା ତାଲସାନିଆ ମଧ୍ୟ ଅଭିନୟ କରିଛନ୍ତି। ଜୁନ ଦ୍ୱିତୀୟ ସପ୍ତାହରେ ମୁକ୍ତିଲାଭ କରିବ ଚର୍ଚ୍ଚିତ ଫିଲ୍ମ ‘କାଲା ପା ରଣଜିତ’ ଯାହାର କାଷ୍ଟିଂରେ ଅଛନ୍ତି ରଜନୀକାନ୍ତ, ହୁମ୍ମା କ୍ୟୁରେସୀ ଏବଂ ନାନା ପାଟେକର। ଖାସ୍‌ କଥା ହେଲା ସଲମାନ-ଜ୍ୟାକଲିନଙ୍କୁ ନେଇ ପ୍ରସ୍ତୁତ ‘ରେସ୍‌-୩’ ଜୁନ୍‌ ୧୫ରେ ପରଦାକୁ ଆସିବ। ଏହାର ସଫଳତାକୁ ନେଇ ବେଶ ଆଶାବାଦୀ ଅଛନ୍ତି ସଲମାନ। ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ ଜୁନ୍‌ ୨୯ରେ ରିଲିଜ ହେବ। ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଏହାର ଟାଇଟଲ ଭୂମିକାରେ ରଣବୀର କପୁର ଅଭିନୟ କରୁଥିବା ବେଳେ ସୋନମ କପୁର, ଦୀୟା ମିର୍ଜା, ପରେଶ ରାଓ୍ବଲ, ମନୀଷା କୋଇରାଲା ଏବଂ ଅନୁଷ୍କା ଶର୍ମା ମଧ୍ୟ କାଷ୍ଟିଂରେ ଅଛନ୍ତି। ଜୁଲାଇରେ ‘ଧଡକ’ : ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ହିନ୍ଦୀ ଫିଲ୍ମ ‘ଧଡକ’। ଏଥିରେ ବୋନି-ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ନିଜର ବଲିଉଡ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି। ତାଙ୍କର ନାୟକ ସାଜିଛନ୍ତି ଶାହୀଦ କପୁରଙ୍କ ଭାଇ ଇଷାନ୍‌ ଖଟ୍ଟର। ଫିଲ୍ମଟି ଜୁଲାଇରେ ରିଲିଜ ହେବ। ଏହାବ୍ୟତୀତ ଜୁଲାଇରେ ‘ଫାନେ ଖାଁ’ (ଅନିଲ କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ) ଏବଂ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟର ( ସଞ୍ଜୟ ଦତ୍ତ, ମାହି ଗିଲ୍‌) ଜୁଲାଇରେ ରିଲିଜ ହେବାର ଯୋଜନା ରହିଛି। ‘ଟୁ ଜିରୋ’ ବନାମ ‘ଗୋଲ୍ଡ’ : ଚଳିତବର୍ଷ ଅଗଷ୍ଟରେ ଅକ୍ଷୟ କୁମାରଙ୍କ ଅଭିନୀତ ଦୁଇଟି ସିନେମା-‘ଟୁ ଜିରୋ’ ଏବଂ ‘ଗୋଲ୍ଡ’ ଅଗଷ୍ଟ ୧୫ରେ ପରଦା ଉପରକୁ ଆସିବାର ଯୋଜନା ରିହିଛି। ଏସ. ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଟୁ ଜିରୋ’ରେ ଅକ୍ଷୟଙ୍କ ବ୍ୟତୀତ ରଜନୀକାନ୍ତ ମଧ୍ୟ ଅଛନ୍ତି। ଅଗଷ୍ଟ ୩ରେ ରିଲିଜ ହେବ ଅର୍ଜୁନ କପୁର-ପରିଣିତି ଚୋପ୍ରାଙ୍କ ଅଭିନୀତ ‘ସନ୍ଦୀପ ଔର ପିଙ୍କି ଫରାର’, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଦିବାକର ବାନାର୍ଜୀ। ମୁଦାସର ଅଜିଜଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ହାପି ଫିର୍‌ ଭାଗ୍‌ ଜାୟେଗି’ (ସୋନାକ୍ଷୀ ସିହ୍ନା, ଡାଏନା ପେଣ୍ଟି) ଅଗଷ୍ଟ ୨୪ରେ ରିଲିଜ ହେବ। ଏହାବ୍ୟତୀତ ଏହି ମାସର ୩୧ରେ ମୁକ୍ତିଲାଭ କରିବ ଶାହୀଦ କୁପର, ଶ୍ରଦ୍ଧା କପୁର ଏବଂ ୟାମି ଗୌତମଙ୍କ ଅଭିନୀତ ‘ବତୀ ଗୁଲ ମିଟର ଚାଲୁ’। ସେପ୍ଟେମ୍ବରରେ ‘ସୁଇ ଧାଗା’ : ଶରତ କାଟାରିୟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସୁଇ ଧାଗା’ ସେପ୍ଟେମ୍ବର ୨୮ରେ ରିଲିଜ ହେବ। ଏଥିରେ ବରୁଣ ଧାଓ୍ବନଙ୍କ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ଅନୁଷ୍କା ଶର୍ମା। ଚଳିତବର୍ଷ ସେପ୍ଟେମ୍ବର ୭ରେ ମୁକ୍ତିଲାଭ କରିବାକୁ ଯାଉଛି ହିନ୍ଦୀ ସିନେମା ‘ଡ୍ରାଇଭ’। ଏହାର ଲିଡ୍‌ ରୋଲ୍‌ରେ ଅଛନ୍ତି ସୁଶାନ୍ତ ସିଂ ରାଜପୁତ ଏବଂ ଜ୍ୟାକଲିନ ଫର୍ନାଡିଜ। କିଛିବର୍ଷର ଗ୍ୟାପ୍‌ ପରେ ପୁଣି ବଡ ପରଦାକୁ ଫେରୁଛନ୍ତି ସନ୍ନି ଦେଓଲ। ସନ୍ନି, ପ୍ରୀତି ଜିଣ୍ଟା, ଅମୀଷା ପଟେଲଙ୍କ ଅଭିନୀତ ‘ଭାୟାଜୀ ସୁପରହିଟ୍‌’ ସେପ୍ଟେମ୍ବର ୧୪ରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଅକ୍ଟୋବରରେ ଦୀପିକାଙ୍କ ଅନଟାଇଟଲ୍‌ଡ ଫିଲ୍ମ : ବିଶାଲ ଭରଦ୍ୱାଜଙ୍କ ଅନଟାଇଟଲଡ ଫିଲ୍ମ ଅକ୍ଟୋବର ୫ରେ ରିଲିଜ ହୋଇପାରେ। ଏଥିରେ ଦୀପିକା ପାଦୁକୋନ୍‌ଙ୍କ ଅପୋଜିଟ୍‌ରେ ଅଛନ୍ତି ଇରଫାନ୍‌ ଖାଁ। ଅନିଲ କପୁର, ସୋନମ କପୁର, ରାଜକୁମାର ରାଓ ଏବଂ ଜୁହି ଚାଓ୍ବଲାଙ୍କୁ ଦେଖିବାକୁ ମିଳିବ ହିନ୍ଦୀ ସିନେମା ‘ଏକ୍‌ ଲଡ୍‌କିକୋ ଦେଖା ତୋ ଐସା ଲଗା’ରେ। ଫିଲ୍ମଟି ଅକ୍ଟୋବର ୧୨ରେ ମୁକ୍ତିଲାଭ କରିବ। ଅଜୟ ଦେବଗନଙ୍କ ଅଭିନୀତ ଏକ ଟାଇଟଲ ଫାଇନାଲ ହୋଇ ନ ଥିବା ସିନେମା ମଧ୍ୟ ଅକ୍ଟୋବର ୧୯ରେ ପରଦା ଉପରକୁ ଆସିବ। ନଭେମ୍ବର ୩୦ରେ ‘କେଦାରନାଥ’ : ଜାହ୍ନବୀ କପୁରଙ୍କ ବ୍ୟତୀତ ଆଉ ଜଣେ ଷ୍ଟାର କିଡ୍‌ ସାରା ଅଲ୍ଲୀ ଖାଁଙ୍କୁ ଫିମେଲ ଲିଡ୍‌ରେ ନେଇ ନିର୍ମିତ ‘କେଦାରନାଥ’ ନଭେମ୍ବର ୩୦ରେ ମୁକ୍ତିଲାଭ କରିବ। ଏହାବ୍ୟତୀତ ଆମୀର ଖାଁ, ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ, ସାନା ଫାତିମା ଶେଖ ଅଭିନୀତ ‘ଥଗସ ଅଫ ହିନ୍ଦୋସ୍ତାନ’ ନଭେମ୍ବର ୭ ଏବଂ ପୁନିତ ମାଲହୋତ୍ରାଙ୍କ ନିର୍ଦ୍ଦେଶିତ ‘ଷ୍ଟୁଡେଣ୍ଟ ଅଫ ଦ ଇୟର (ଟାଇଗର ଶ୍ରଫ, ଅନନ୍ୟା ପାଣ୍ଡେ) ନଭେମ୍ବର ୨୩ରେ ରିଲିଜ ହେବାର ଯୋଜନା ରହିଛି। ଏକାଦିନେ ‘ସିମ୍ବା’, ‘ଦବଙ୍ଗ-୩’ : ଚଳିତବର୍ଷର ଶେଷ ମାସ ଅର୍ଥାତ୍‌ ଡିସେମ୍ବର ୨୮ରେ ଦୁଇଟି ବିଗ ବଜେଟ ଫିଲ୍ମ ପରଦା ଉପରକୁ ଆସୁଛି। ଗୋଟିଏ ହେଲା ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ‘ସିମ୍ବା’ (ରଣବୀର ସିଂ, ସାରା ଅଲ୍ଲୀ ଖାଁ) ଏବଂ ଅନ୍ୟଟି ହେଲା ପ୍ରଭୁ ଦେବାଙ୍କ ‘ଦବଙ୍ଗ-୩’ (ସଲମାନ ଖାଁ, ସୋନାକ୍ଷୀ ସିହ୍ନା)। ଅନ୍ୟପକ୍ଷରେ ଇନ୍ଦ୍ର କୁମାରଙ୍କ ‘ଟୋଟାଲ ଧମାଲ’ (ଅଜୟ ଦେବଗନ, ମାଧୁରୀ ଦୀକ୍ଷିତ, ଅନିଲ କପୁର, ରିତେଶ ଦେଶମୁଖ) ଡିସେମ୍ବର ୭ ଏବଂ ଆନନ୍ଦ ଏଲ. ରାଇଙ୍କର ‘ଜିରୋ’ (ଶାହରୁଖ, କ୍ୟାଟ୍ରିନା, ଅନୁଷ୍କା ଶର୍ମା) ଡିସେମ୍ବର ୨୧ରେ ପରଦା ଉପରକୁ ଆସିବ।
All Right Reserved By

ମନୋରଞ୍ଜନ |

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପରଦାରେ ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକା ନିଭାଇବାକୁ ଯାଉଛନ୍ତି ବିଗ୍‌-ବି ଅମିତାଭ ବଚ୍ଚନ। 

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଗାମୀ ସିନେମା ‘ଛପାକ’ରେ ଏସିଡ୍‌ ପୀଡ଼ିତା ଲକ୍ଷୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ସମ୍ମୁଖକୁ ଆସିବା ପରଠାରୁ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିବା ସହ ଦୀପିକାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। 

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ବମ୍ବେ: ପୁଣି ଏକାଠି ହୋଇପାରନ୍ତି କମେଡିଆନ୍‌ କପିଲ ଶର୍ମା ଓ ସୁନିଲ ଗ୍ରୋଭର। ସେ ବି ଗୋଟିଏ ମଞ୍ଚରେ। କପିଲଙ୍କ ଶୋ’ ‘ଦ କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ଉଭୟଙ୍କ କମେଡିକୁ ଦର୍ଶକ ଉପଭୋଗ କରିପାରନ୍ତି।

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

ସୁୁପରହିଟ୍‌ ଫିଲ୍ମ ଶୋଲେ’ରେ ସାମ୍ବା ଚରିତ୍ରକୁ କିଏ ବା ନ ଜାଣିଛି। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମାକ୍‌ ମୋହନଙ୍କୁ ଲୋକେ ଆଜି ପର୍ଯ୍ୟନ୍ତ ମନେରଖିଛନ୍ତି। ୧୯୩୮ ଏପ୍ରିଲ ୨୪ରେ କରାଚୀରେ ଜନ୍ମଗ୍ରହଣ କରିଥିଲେ ଏହି କଳାକାର।

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ଅର୍ଜୁନ ରାମପାଲ ବିବାହର ୨୦ ବର୍ଷ ପରେ ତାଙ୍କ ସ୍ତ୍ରୀ ମେହର ଜେସିୟାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ଏ ଖବର କିଛିଦିନ ତଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ପୁଣି ଥରେ ଅର୍ଜୁନ ଚର୍ଚ୍ଚାକୁ ଆସିଛନ୍ତି। ଅର୍ଜୁନ ଏବେ ବାପା ହେବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ବମ୍ବେ: ବଲିଉଡ୍‌ ସିନେ ଜଗତର ସୁପରଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟକୁ ନେଇ ଯେତିକି ପ୍ରଶଂସିତ ହୋଇଥାନ୍ତି, ତା ଠାରୁ ଅଧିକ ନିଜର ଦେଶପ୍ରେମକୁ ନେଇ ଚର୍ଚ୍ଚିତ ହୋଇଆସିଛନ୍ତି। ସେ ଜଣେ ଅଭିନେତା ଓ ମାର୍ଶଲ ଆର୍ଟସ୍‌ ଏକ୍ସପର୍ଟ।

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ବଲିଉଡ୍‌ର କିଛି ଷ୍ଟାରଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଫିଲ୍ମ କ୍ୟାରିୟର ବାଦ୍‌ ସେମାନଙ୍କ ଦୈନନ୍ଦିନ ଚଳଣି ସାଧାରଣ ଲୋକଙ୍କ ପରି ହୋଇଥାଏ।  ବିଗ୍‌ ଟାଉନ୍‌ରେ ଏମାନେ ଦାମୀ ଷ୍ଟାର କିନ୍ତୁ ଶସ୍ତା କାର୍‌ରେ ବୁଲିବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ଏହି ଷ୍ଟାରଙ୍କ ସମ୍ପର୍କରେ...

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri