ଜାତୀୟ |

ଘୋଡ଼ାବେପାରକୁ ସୁଯୋଗ: ସରକାର ଗଢ଼ିବା ପାଇଁ ଭାଜପା ନେତା ୟେଦୁରପ୍ପାଙ୍କୁ ରାଜ୍ୟପାଳଙ୍କ ନିମନ୍ତ୍ରଣ

ଘୋଡ଼ାବେପାରକୁ ସୁଯୋଗ: ସରକାର ଗଢ଼ିବା ପାଇଁ ଭାଜପା ନେତା ୟେଦୁରପ୍ପାଙ୍କୁ ରାଜ୍ୟପାଳଙ୍କ ନିମନ୍ତ୍ରଣ
ବାଙ୍ଗାଲୋର,୧୬ା୫(ପି.ଟି.)- ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ସତ ହେଲା। ଗୋଆ, ମଣିପୁର ଓ ମେଘାଳୟ ଭଳି କର୍ନାଟକରେ ମଧ୍ୟ କଳେବଳେ କୌଶଳେ କ୍ଷମତା ଅକ୍ତିଆର କରିବାକୁ ଭାଜପା ସକ୍ଷମ ହୋଇଛି। ଏହି ୩ ରାଜ୍ୟ ଭଳି କର୍ନାଟକର ରାଜ୍ୟପାଳ ଭଜୁଭାଇ ଭାଲା ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପାକୁ ସରକାର ଗଠନର ସୁଯୋଗ ଦେଇଛନ୍ତି। ରାଜ୍ୟପାଳ ଏକକ ବୃହତ୍‌ ଦଳ ଭାବେ ଭାଜପାକୁ ବୁଧବାର ସନ୍ଧ୍ୟାରେ ନିମନ୍ତ୍ରଣ କରିଛନ୍ତି। ଏଥିସହ ଭାଜପା ବିଧାୟକ ଦଳ ନେତା ବି.ଏସ୍‌. ୟେଦୁରପ୍ପା ଗୁରୁବାର ୯ଟା ୩୦ରେ ରାଜ୍ୟର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସ୍ପଷ୍ଟ ହୋଇଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୧୭ ବିଧାୟକ ତାଲିକା ପାଇବା ସତ୍ତ୍ୱେ ରାଜ୍ୟପାଳ ୧୦୪ ଆସନରେ ବିଜୟୀ ଭାଜପାକୁ ସରକାର ଗଢ଼ିବା ସକାଶେ ସୁଯୋଗ ଦେଇ କର୍ନାଟକରେ ଘୋଡ଼ାବେପାର ପାଇଁ ସୁଯୋଗ ସୃଷ୍ଟି କଲେ ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। କର୍ନାଟକବାସୀଙ୍କ ଖଣ୍ଡିତ ଜନାଦେଶ ରାଜ୍ୟରେ ଜଟିଳ ସ୍ଥିତି ସୃଷ୍ଟି କରିଛି। ମେ ୧୨ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ପରିଣାମ ରାଜ୍ୟପାଳଙ୍କ ଗୁରୁଦାୟିତ୍ୱ ବଢ଼ାଇଦେଇଥିଲା। ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାର ୨୨୨ ଆସନରୁ ଭାଜପାକୁ ୧୦୪ ନିର୍ବାଚନମଣ୍ଡଳୀରେ ସଫଳତା ମିଳିଛି। ଶାସକ କଂଗ୍ରେସ ୭୮ ଆସନରେ ସୀମିତ ହୋଇ ରହିଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନେତୃତ୍ୱାଧୀନ ଜେଡିଏସ୍‌ ପ୍ରାର୍ଥୀମାନେ ୩୭ ଆସନରେ ଜିତିଛନ୍ତି। ମାୟାବତୀଙ୍କ ବିଏସ୍‌ପି, ଆଞ୍ଚଳିକ ଦଳ କେପିଜଓ୍ବୋଇ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଲେଖାଏ ଆସନରେ ସଫଳତା ମିଳିଛି। ସରକାର ଗଢ଼ିବା ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୧୧୨। କଂଗ୍ରେସ-ଜେଡିଏସ୍‌ର ନିର୍ବାଚନ ପରବର୍ତ୍ତୀ ମେଣ୍ଟର ବିଧାୟକ ସଂଖ୍ୟା ୧୧୫ ଏବଂ ଭୋଟ ହାର ୫୬% ଥିବାରୁ କୁମାରସ୍ବାମୀଙ୍କୁ ରାଜ୍ୟପାଳ ନିମନ୍ତ୍ରଣ କରିବେ ବୋଲି ଆଶା କରାଯାଉଥିଲା। କାରଣ ଗୋଆ, ମଣିପୁର, ମେଘାଳୟରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ ହେଁ ଛୋଟ ଦଳଗୁଡ଼ିକୁ ଧରି ସରକାର ଗଠନରେ ସେଠାର ରାଜ୍ୟପାଳମାନେ ଗୈରିକ ଦଳକୁ ସୁଯୋଗ ଦେଇଥିଲେ। ହେଲେ ଏବେ କର୍ନାଟକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କୁମାରସ୍ବାମୀଙ୍କୁ ସରକାର ଗଠନ ପାଇଁ ରାଜଭବନରୁ ନିମନ୍ତ୍ରଣ ଆସିନାହିଁ। ରାଜ୍ୟପାଳ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପାଙ୍କୁ ସରକାର ଗଢ଼ିବାକୁ ସୁଯୋଗ ଦେଇଛନ୍ତି। ସେ ୟେଦୁରପ୍ପାଙ୍କୁ ଗୁରୁବାର ପୂର୍ବାହ୍ନ ୯ଟା ୩୦ରେ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ୟେଦୁରପ୍ପା ବୁଧବାର ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟିଥିଲେ। ସେ ନିଜ ସପକ୍ଷରେ ୧୧୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରିବା ସହ ସରକାର ଗଠନ ଲାଗି ଅଣ୍ଟାଭିଡିଥିଲେ। ଇତିମଧ୍ୟରେ ଜେଡିଏସ୍‌-କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରିଥିଲା। ଜେଡିଏସ୍‌ ବିଧାୟକ ଦଳ ନେତା କୁମାରସ୍ବାମୀ ତାଙ୍କୁ ସମର୍ଥନ କରୁଥିବା (ଜଣେ ଲେଖାଏ ବିଏସ୍‌ପି ଏବଂ ସ୍ବାଧୀନ ଏମ୍‌ଏଲ୍‌ଏଙ୍କ ସମେତ) ୧୧୭ ବିଧାୟକଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଇଥିଲେ। ରାଜ୍ୟପାଳ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଆଇନ ବିଶାରଦଙ୍କ ସହ ବିଚାରବିମର୍ଶ କରୁଥିବା ପ୍ରତିନିଧି ଦଳକୁ କହିଥିଲେ। ତେଣୁ କୁମାରସ୍ବାମୀ ନିମନ୍ତ୍ରଣକୁ ଅପେକ୍ଷା କରିଥିବାବେଳେ ରାଜ୍ୟପାଳ ୟେଦୁରପ୍ପାଙ୍କୁ କ୍ଷମତା ପାଇଁ ସୁଯୋଗ ଦେଇଛନ୍ତି। କୁମାରସ୍ବାମୀ କହିଛନ୍ତି, ଭାଜପା କ୍ଷମତା ହାସଲ ପାଇଁ ଅସାଧୁ ଉପାୟ ଅବଲମ୍ବନ କରିଛି। ଭାଜପା ଦଳବଦଳ ପାଇଁ ଜେଡିଏସ୍‌ ବିଧାୟକଙ୍କୁ ଜଣ ପିଛା ୧୦୦ କୋଟି ଟଙ୍କା ଏବଂ ମନ୍ତ୍ରୀପଦ ଯାଚିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ମଧ୍ୟ ଭାଜପା ବିରୋଧରେ ଅନୁରୂପ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଭାଜପା ଏହାକୁ ଖଣ୍ଡନ କରି ମେଣ୍ଟ ବିରୋଧରେ ଅନୁରୂପ ଅଭିଯୋଗ ଆଣିଛି।
All Right Reserved By

ଜାତୀୟ |

କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟ୍ରପତି

କୁମ୍ଭମେଳାରେ ଜଳ ଅର୍ପଣ କଲେ ରାଷ୍ଟ୍ରପତି

ପ୍ରୟାଗରାଜ,୧୭।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ଗୁରୁବାର ଜଳ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗଙ୍ଗା ନଦୀ କୂଳରେ ରାଷ୍ଟ୍ରପତିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟପାଳ ରାମ ନାଏକ ପ୍ରମୁଖ ଜଳ ଅର୍ପଣ କରି ପୂଜା କରିଥିଲେ।

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ମୁମ୍ବାଇ.୧୭।୧: ବଲିଉଡ୍‌ର ବିଗତ ଦିନର ନାୟିକା ନିତୁ ସିଂ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ ଏଥିରେ ସେ ଯେଉଁ ବାର୍ତ୍ତା ଲେଖିଛନ୍ତି ତାହା ଖୁବ୍‌ ହୃଦୟସ୍ପର୍ଶୀ। 

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ନୀତୀଶଙ୍କ ଶାସନରେ ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: ସରକାରୀ ହସ୍ପିଟାଲରେ ରୋଗୀ ଶଯ୍ୟାରେ ବୁଲା କୁକୁର

ନୀତୀଶଙ୍କ ଶାସନରେ ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ସେବା: ସରକାରୀ ହସ୍ପିଟାଲରେ ରୋଗୀ ଶଯ୍ୟାରେ ବୁଲା କୁକୁର

ପାଟନା,୧୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ସ୍ବାସ୍ଥ୍ୟ ସେବାର ଦୁର୍ଗତି ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ନାଓ୍ବାଡା ଜିଲା ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି।

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୧: ଡ୍ୟାନ୍ସ୍‌ବାର୍‌ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ମୁମ୍ବାଇରେ ଡ୍ୟାନ୍ସ୍‌ବାର୍‌ ଖୋଲାଯିବା ପାଇଁ କୌଣସି ବାରଣ ନାହିଁ ତେବେ ଏଠାରେ ଟଙ୍କା ବର୍ଷା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି। 

ହାଡଭଙ୍ଗା ଶୀତ: ୪୫ ଦିନରେ ଦିଲ୍ଲୀରେ ୩ଶହରୁ ଊର୍ଦ୍ଧ୍ୱ ବାସହୀନଙ୍କ ମୃତ୍ୟୁ

ହାଡଭଙ୍ଗା ଶୀତ: ୪୫ ଦିନରେ ଦିଲ୍ଲୀରେ ୩ଶହରୁ ଊର୍ଦ୍ଧ୍ୱ ବାସହୀନଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷର ହାଡଭଙ୍ଗା ଶୀତ ସମଗ୍ର ଦେଶକୁ ଏକ ପ୍ରକାର ଥରାଇ ଦେଇଛି କହିଲେ ଭୁଲ୍‌ ହେବନାହିଁ। ହେଲେ ରାଜଧାନୀ ଦିଲ୍ଲୀର ରାସ୍ତାକଡ଼ରେ ରହୁଥିବା ଲୋକଙ୍କ ପାଇଁ ଏହି ଥଣ୍ଡା ଯମିତି ଅଭିଶାପ ନେଇ ଆସିଛି।

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଡକାୟତି

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଡକାୟତି

ନୂଆଦିଲ୍ଲୀ,୧୭।୧: ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଗୁରୁବାର ଭୋର୍‌ ୪ଟା ୨୦ରେ ଡକାୟତି ହୋଇଛି। ଟ୍ରେନ୍‌ର ବି-୩ ଏବଂ ବି-୭ ବଗିରେ ଦିଲ୍ଲୀ ସରାଇ ରୋହିଲା ଷ୍ଟେଶନ୍‌ଠାରେ ଏଭଳି କାଣ୍ଡ ଭିଆଇଛନ୍ତି ୧୦ରୁ୧୨ ଅଜଣା ବ୍ୟକ୍ତି। 

ମାୟାବତୀଙ୍କ ସହ ମଞ୍ଚ ଉପରେ ଥିବା ଯୁବକଙ୍କୁ ନେଇ ଉଠୁଛି ପ୍ରଶ୍ନ

ମାୟାବତୀଙ୍କ ସହ ମଞ୍ଚ ଉପରେ ଥିବା ଯୁବକଙ୍କୁ ନେଇ ଉଠୁଛି ପ୍ରଶ୍ନ

ଲକ୍ଷ୍ନୌ,୧୭।୧: ଉତ୍ତର ପ୍ରଦେଶରେ ଗତ ଏକ ସପ୍ତାହ ହେବ ଭାଜପା ବିରୋଧରେ ମେଣ୍ଟ କରିଛି ବିଏସ୍‌ପି ଓ ଏସ୍‌ପି। ଏହାକୁ ନେଇ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବିଏସ୍‌ପି ମୁଖ୍ୟ ମାୟବତୀ ଓ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ମଞ୍ଚ ଉପରେ ଆଉ ଗୋଟିଏ ନୂଆ ମୁହଁ ଦେଖିବାକୁ ମିଳୁଛି।

ବିପଦକୁ ନିଘା ନାହିଁ: ଭୂକମ୍ପ ଜୋନ୍‌ରେ  ଦେଶର ୩୮ ସହର

ବିପଦକୁ ନିଘା ନାହିଁ: ଭୂକମ୍ପ ଜୋନ୍‌ରେ ଦେଶର ୩୮ ସହର

ନୂଆଦିଲ୍ଲୀ,୧୭।୧: ଦେଶର ୩୮ଟି ସହର ଭୂକମ୍ପ ଜୋନ୍‌ରେ ରହିଛି। ଏସବୁ ସହରକୁ ଭୂକମ୍ପ ପ୍ରବଣ ଜୋନ୍‌-୫ ଭାବେ ସୂଚିତ କରାଯାଇଛି। ସେହିପରି ୬୦ ପ୍ରତିଶତ ଭୂଭାଗ ଅସୁରକ୍ଷିତ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। 

ଆଗକୁ ନିର୍ବାଚନ: ଏବେଠାରୁ ଭାଜପା  ନେତା ରୋଗଗ୍ରସ୍ତ

ଆଗକୁ ନିର୍ବାଚନ: ଏବେଠାରୁ ଭାଜପା ନେତା ରୋଗଗ୍ରସ୍ତ

ନୂଆଦିଲ୍ଲୀ,୧୭।୧: ଆଗକୁ ଅଛି ନିର୍ବାଚନ। କେନ୍ଦ୍ରରେ ଥିବା ଶାସକ ଭାଜପା ପାଇଁ ୨୦୧୯ ପରୀକ୍ଷାର ସମୟ। ହେଲେ କିଛିଦିନ ହେବ ଭାଜପାର କେତେଜଣ ବରିଷ୍ଠ ନେତା ରୋଗଗ୍ରସ୍ତ ହୋଇପଡିଛନ୍ତି।

ଥରିଲା ନିକୋବର: ସୁନାମୀ ଆଶଙ୍କା ନାହିଁ

ଥରିଲା ନିକୋବର: ସୁନାମୀ ଆଶଙ୍କା ନାହିଁ

ନୂଆଦିଲ୍ଲୀ, ୧୭।୧: ଆଣ୍ଡାମାନ-ନିକୋବର ଦୀପରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇସ୍ତଫା ଦେଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏନେଇ ଓ୍ବାଶିଂଟନ ପୋଷ୍ଟର ନକଲି ଖବର କାଗଜ ହ୍ବାଇଟ୍‌ ହାଉସ୍‌ ବାହାରେ ବଣ୍ଟା ହୋଇଛି।