ମେଟ୍ରୋ |

ମହିଳାଙ୍କ ଭ୍ୟାନିଟି ଲୁଟ୍‌ ଅଭିଯୋଗରେ ଯୁବକ ଗିରଫ

ମହିଳାଙ୍କ ଭ୍ୟାନିଟି ଲୁଟ୍‌ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର,୧୬।୫(ବ୍ୟୁରୋ)-
ମହିଳାଙ୍କଠାରୁ ତାଙ୍କ ଭ୍ୟାନିଟି ଲୁଟ୍‌ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ବୁଧବାର ଜୟଦେବ ବିହାର ବସ୍ତି ଅଞ୍ଚଳର ବି. ମୋହନ ପାତ୍ର ନାମକ ଯୁବକଙ୍କୁ ଗିରଫ କରିଛି। ଗତ ୧୪ ତାରିଖରେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ସୁନିତାରାଣୀ ପଟ୍ଟନାୟକ ନାମ୍ନୀ ଉକ୍ତ ମହିଳା ନିଜ ସ୍କୁଟିରେ ବାପୁଜୀ ନଗରରୁ ୟୁନିଟ୍‌-୧ ମାର୍କେଟକୁ ଆସୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ଯୁବକ ଜଣକ ତାଙ୍କ ପିଛା କରି ଆସି ଭ୍ୟାନିଟି ଛଡ଼ାଇ ନେଇ ଖସି ପଳାଇଥିଲେ। ଏ ନେଇ ସୁନିତା ଥାନାରେ ଅଭିଯୋଗ କରିବା ପରେ ନଂ. ୨୦୪/୧୮ରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରି ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ବୁଧବାର ଜୟଦେବ ବିହାର ଅଞ୍ଚଳରେ ଚଢ଼ାଉ କରି ମୋହନଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଉକ୍ତ ଭ୍ୟାନିଟି, ୨ଟି ସୁନାମୁଦି ଓ ମୋବାଇଲ ଫୋନ୍‌ ଜବତ କରିଛି। ଅପରାହ୍ନରେ ମୋହନଙ୍କୁ କୋର୍ଟଚାଲାଣ କରାଯାଇଛି।

All Right Reserved By

ମେଟ୍ରୋ |

ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ପେଟ୍ରୋଲ ପମ୍ପ ନିକଟ ଏକ ଗ୍ୟାରେଜରୁ ବୁଧବାର ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ବୟସ ପାଖାପାଖି ୧୨ ହେବ ବୋଲି ଅନୁମାନ କରାଯାଉଛି। ସିଡବ୍ଲ୍ୟୁସି ନିର୍ଦ୍ଦେଶକ୍ରମେ ଚାଇଲ୍ଡଲାଇନ୍‌ ଓ ଏୟାରଫିଲ୍ଡ ପୋଲିସ ଶିଶୁକୁ ଉଦ୍ଧାର କରିଛି।

ଠିକାଦାର ସଂସ୍ଥାରୁ ପାଇପ ଚୋରି, ୩ ଗିରଫ

ଠିକାଦାର ସଂସ୍ଥାରୁ ପାଇପ ଚୋରି, ୩ ଗିରଫ

କଟକ ରୋଡ,୨୦ା୬(ଡି.ଏନ୍‌.ଏ.): ଏକ ଠିକାଦାର ସଂସ୍ଥାରୁ ପାଇପ ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ବୁଧବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଞ୍ଚେଶ୍ୱର ଥାନା ରସୁଲଗଡ଼ ବେହେରା ସାହିରେ ରହୁଥିବା ଦିଲୀପ ବେହେରା, ଭାଗବତ ସନ୍ଧାନ ଅଞ୍ଚଳର ମହସିନ ଖାନ ଓ ବାଲିଆପଟା ବସ୍ତିରେ ରହୁଥିବା ବିଜୟ କୁମାର ପ୍ରଧାନ।

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

କାକଟପୁର,୨୦ା୬(ଡି.ଏନ୍‌.ଏ.): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଧାୟକ ଚ୍ୟାଉ ପଟ୍ଟନାୟକ ବୁଧବାର କାକଟପୁର ମଙ୍ଗଳା ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରରେ ରହିଥିବା ବିଭିନ୍ନ ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ପୁରୀ ଅଫିସ,୨୦ା୬: ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୁଧବାର ପୁରୀ ଜିଲା ଜଜ୍‌ଙ୍କ ଅଦାଲତରେ ସତ୍ୟପାଠ ଦାଖଲ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ବଦ୍ରିନାଥ ପଟ୍ଟନାୟକ ଏହି ସତ୍ୟପାଠ ଦାଖଲ କରିଛନ୍ତି।

ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ  ଆମରଣ ଅନଶନ

ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଆମରଣ ଅନଶନ

କଣ୍ଟାପଡ଼ା,୨୦।୬(ଡି.ଏନ୍‌.ଏ.): କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବାଟୀ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୬ଟି ଓ୍ବାର୍ଡର ସଭ୍ୟମାନେ ବୁଧବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି।

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପୁରୀ ଅଫିସ,୨୦ା୬: ବର୍ଷା ଋତୁରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ବର୍ଷାର ଦେଖା ନ ଥିବା ବେଳେ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ପୁରୀ ସହରରେ ପାନୀର ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୁରୀର ବିଭିନ୍ନ ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗା ଯାଉଥିବା ପାଣିରୁ ମଇଳା ବାହାରୁଛି। କେତେକ ସ୍ଥାନରେ ଡ୍ରେନ୍‌ ପାଣି ମଧ୍ୟ ପାନୀୟ ଜଳରେ ମିଶୁଛି।

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

ପୁରୀ ଅଫିସ,୨୦ା୬: ଜୁଲାଇ ୧୪ରେ ରଥଯାତ୍ରା। ଏ ନେଇ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ଚାଲିଛି। ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଚାଲିଛି। ଇତିମଧ୍ୟରେ ୨ଟି ରଥ ସମନ୍ବୟ କମିଟି ବୈଠକ ସରିଲାଣି।

ପୁରୀରେ କମିଶନ କାର୍ଯ୍ୟାଳୟ ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି

ପୁରୀରେ କମିଶନ କାର୍ଯ୍ୟାଳୟ ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି

ପୁରୀ ଅଫିସ,୨୦ା୬: ୨ଟି ଦାବି ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦାବି ଦୁଇଟି ହେଲା କମିଶନଙ୍କ କାର୍ଯ୍ୟାଳୟ ପୁରୀ ସର୍କିଟ ହାଉସଠାରେ ଖୋଲିବା ଓ ଅନ୍ୟଟି ଏମାର ମଠରୁ ବାହାରିଥିବା ରୁପା ଇଟାକୁ ରତ୍ନଭଣ୍ଡାରକୁ ଫେରାଇ ଆଣିବା।

ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପୁରୀ ଅଫିସ,୨୦ା୬: ୮ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜୁନ୍‌ ୨୦ରେ ଦେଶବ୍ୟାପୀ ପ୍ରତିବାଦ ପାଳନ କରାଯାଉଛି। ଏହି ପରିପେକ୍ଷୀରେ ସିପିଆଇ ପୁରୀ ଜିଲାପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସରକାରୀ ଜମିରୁ ଉଚ୍ଛେଦକୁ ନେଇ ଉତ୍ତେଜନା:ତହସିଲଦାରଙ୍କୁ ଘେରିଲେ ମହିଳା

ସରକାରୀ ଜମିରୁ ଉଚ୍ଛେଦକୁ ନେଇ ଉତ୍ତେଜନା:ତହସିଲଦାରଙ୍କୁ ଘେରିଲେ ମହିଳା

ପୁରୀ ଅଫିସ, ୨୦ା୬: ପୁରୀ ସହର ଲୋକନାଥ ଘାଟ ମୌଜାରେ ଥିବା ଏକ ସରକାରୀ ଜମିରୁ ଜବଦଖଲ ଉଚ୍ଛେଦକୁ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ କରିଛନ୍ତି। ଶତାଧିକ ମହିଳା ପୁରୀ ତହସିଲଦାର ଏବଂ ଉଚ୍ଛେଦ ଲାଗି ଯାଇଥିବା ସ୍କ୍ବାଡ୍‌କୁ ବିରୋଧ କରିବା ସହିତ ଘେରିଛନ୍ତି। ଶେଷରେ ସ୍କ୍ବାଡ୍‌ ସରକାରୀ ଜମିରୁ ମାତ୍ର ୪ରୁ ୫ଟି ଘର ଉଚ୍ଛେଦ କରି ଫେରିଛି। ପୁରୀ ସହର ଲୋକନାଥ ଘାଟ ମୌଜାରେ ୪୦ ରୁ ୫୦ଏକର ସରକାରୀ ଜମି ରହିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ :ଦଇତାପତି ନିଯୋଗର ସତ୍ୟପାଠ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ :ଦଇତାପତି ନିଯୋଗର ସତ୍ୟପାଠ

ପୁରୀ ଅଫିସ,୨୦ା୬: ଦଇତାପତିମାନଙ୍କ ସେବା ସ୍ବତନ୍ତ୍ର। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେମାନଙ୍କ ସେବା। ସ୍ବତ୍ୱଲିପିର ୨୪୪ ପୃଷ୍ଠାରେ ଦଇତାପତିମାନଙ୍କ ପ୍ରାପ୍ୟ ପାଉଣା ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ଏହାକୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ପାଉଣା ପ୍ରଦାନ କରିଥାଏ। ଦଶନାର୍ଥୀଙ୍କ ଠାରୁ ମନ୍ଦିର ଭିତରେ ସେମାନେ ଦାନ ଦକ୍ଷିଣା ଆଦି ଆଦାୟ କରନ୍ତି ନାହିଁ। ଭକ୍ତମାନଙ୍କଠାରୁ ଜୋର ଜବରଦସ୍ତ ଦାନଦକ୍ଷିଣା ମନ୍ଦିର ପରିସରରେ ଆଦାୟ କରିବାର ନଜିର ମଧ୍ୟ ନାହିଁ। ବର୍ଷର ୧୨ ମାସରୁ ମଧ୍ୟ ଗୋଟିଏ ମାସ ଦଇତାପତି ସେବା। ସେହି ପ୍ରାପ୍ୟ ପାଉଣାକୁ ନେଇ ସେମାନେ ଜୀବିକା ନିର୍ବାହ କରନ୍ତି। ରଥଯାତ୍ରା ସୁପରିଚାଳନା ଓ ସ୍ବତନ୍ତ୍ର ସେବା ଲାଗି ଦଇତାପତିମାନେ ପାଉଥିବା ପ୍ରାପ୍ୟ ପାଉଣାକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ନିବେଦନ କରି ମଙ୍ଗଳବାର ଜିଲା ଜଜ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛି ଦଇତାପତି ନିଯୋଗ।

ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି

ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି

ପୁରୀ ଅଫିସ,୨୦ା୬: ମଙ୍ଗଳବାର ସ୍ବର୍ଗଦ୍ୱାରଠାରେ ଗାୟିକା ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ିଛି ସଚେତନ ନାଗରିକ ମଞ୍ଚ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ତଥା ଭକ୍ତ ସାଲବେଗଙ୍କ ରଚିତ ଭକ୍ତିମୟ ଜଣାଣ ଆହେ ନୀଳଶଇଳକୁ ଭିନ୍ନ ଢଙ୍ଗରେ ବିକୃତ ଓ କଦର୍ଥ କରି ଗାଇଥିବାରୁ କଣ୍ଠଶିଳ୍ପୀ ସୋନାଙ୍କ ପୋଷ୍ଟର ଦାହ କରାଯାଇଛି। ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କହିଛନ୍ତି ଯେ, ସୋନା ଜଣେ ଓଡ଼ିଆ ହୋଇ ଏହି ଭକ୍ତିମୟ ଜଣାଣକୁ କଦର୍ଥ କରି ବୋଲିବା ନିଶ୍ଚିତ ଦୁର୍ଭାଗ୍ୟଜନକ। ପୂର୍ବରୁ ସେ ରଙ୍ଗବତୀକୁ ବିକୃତ କରି ପରିବେଷଣ କରିଥିବାରୁ ବିବାଦୀୟ ହୋଇଥିଲେ।

Model This Week

ପ୍ରଭାତ