ଖେଳ |

ସ୍ବେତଲିନା, ସାରାପୋଭା ବିଜୟୀ

ସ୍ବେତଲିନା, ସାରାପୋଭା ବିଜୟୀ

ରୋମ, ୧୬।୫(ଏଏଫ୍‌ପି)- ଡିଫେଣ୍ଡିଂ ଚାମ୍ପିୟନ ଏଲିନା ସ୍ବେତଲିନା ଏଠାରେ ଚାଲିଥିବା ଡବ୍ଲ୍ୟୁଟିଏ ଇଟାଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ୩ୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ଦ୍ୱିତୀୟ ରାଉଣ୍ଡର ଏକ ମୁକାବିଲାରେ ସ୍ବେତଲିନା ୬-୧, ୬-୨ ସିଧାସଳଖ ସେଟ୍‌ରେ ପେଟ୍ରା ମାର୍ଟିକଙ୍କୁ ପରାସ୍ତ କରିଛନ୍ତି। ପୂର୍ବରୁ ପ୍ରଥମ ରାଉଣ୍ଡରେ ୪ର୍ଥ ସିଡ୍‌ ସ୍ବେତଲିନାଙ୍କୁ ବାଇ ମିଳିଥିଲା। ସେହିପରି ରୁଷୀୟ ଲଳନା ମାରିଆ ସାରାପୋଭା ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ଅଷ୍ଟ୍ରେଲିଆର ଆଲେଇଘ ବାର୍ଟୀଙ୍କୁ ୭-୫, ୩-୬, ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ଟି ଜିତିବାକୁ ସାରାପୋଭାଙ୍କୁ ଅଢ଼େଇ ଘଣ୍ଟା ସମୟ ଲାଗିଥିଲା। ପରବର୍ତ୍ତୀ ରାଉଣ୍ଡରେ ସାରାପୋଭା ଡୋମିନିକା ସିବୁଲକୋଭାଙ୍କୁ ଭେଟିବେ। ପଞ୍ଚମ ସିଡ୍‌ ତଥା ଲାକ୍‌ଟିଭିଆର ଜେଲେନା ଓଷ୍ଟାପେଙ୍କା ମଧ୍ୟ ୩ୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛନ୍ତି।

All Right Reserved By

ଖେଳ |

ଏଏଫ୍‌ଆଇ ଟାର୍ଗେଟରେ ହଜାରେ ଯୋଗ୍ୟ କୋଚ୍‌

ନୂଆଦିଲ୍ଲୀ,୨୦।୬(ପି.ଟି.)- ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ (ଏଏଫ୍‌ଆଇ) ଆଗାମୀ ୫ ବର୍ଷ ମଧ୍ୟରେ ଏକ ହଜାର ଆଇଏଏଏଫ୍‌ ମାନ୍ୟତା ପ୍ରାପ୍ତ କୋଚ୍‌ ସୃଷ୍ଟି ପାଇଁ ଯୋଜନା କରୁଛି। ଏହାର ଲକ୍ଷ୍ୟ ହେଉଛି ଦେଶରେ ତୃଣମୂଳସ୍ତରରୁ କ୍ରୀଡ଼ାର ସ୍ତରରେ ଉନ୍ନତି ଆଣିବା।

ମଙ୍ଗୋଲିଆ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟରରେ ଶିବ, ସଲମାନ

ମଙ୍ଗୋଲିଆ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟରରେ ଶିବ, ସଲମାନ

ନୂଆଦିଲ୍ଲୀ,୨୦।୬(ପି.ଟି.)- ଭାରତୀୟ ବକ୍ସର ଶିବ ଥପ୍ପା (୬୦ କିଗ୍ରା) ଓ ସଲମାନ ଶେଖ (୫୨କିଗ୍ରା) ଚଳିତ ଉଲାନବାତାର କପ୍‌ ବକ୍ସିଂ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଆର୍ଜେଣ୍ଟିନା ଟେନିସ୍‌ ଖେଳାଳି କିକରଙ୍କୁ ବାସନ୍ଦାଦେଶ

ଆର୍ଜେଣ୍ଟିନା ଟେନିସ୍‌ ଖେଳାଳି କିକରଙ୍କୁ ବାସନ୍ଦାଦେଶ

ଲଣ୍ଡନ,୨0୦।୬- ଆର୍ଜେଣ୍ଟିନା ଟେନିସ୍‌ ଖେଳାଳି ନିକୋଲାସ କିକରଙ୍କୁ ୬ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଏଥିସହ ତାଙ୍କୁ ଜରିମାନା ବାବଦକୁ ୨୫ ହଜାର ଆମେରିକୀୟ ଡଲାର ଜମା କରିବାକୁ ପଡ଼ିବ ବୋଲି ଟେନିସ୍‌ ଇଣ୍ଟରଗ୍ରିଟି ୟୁନିଟ୍‌ (ଟିଆଇୟୁ) ପକ୍ଷୁର ମଙ୍ଗଳବାର ଘୋଷଣା କରାଯାଇଛି। କିକର ଦ୍ୱିତୀୟ ସ୍ତରର ଚ୍ୟାଲେଞ୍ଜର ଟୁର୍ନାମେଣ୍ଟର ଦୁଇଟି ମ୍ୟାଚ୍‌ ଫିକ୍ସିଂ କରିିଥିଲେ।

ଫିଫା ବିଶ୍ୱକପ୍‌: ନେମାର ଆହତ

ଫିଫା ବିଶ୍ୱକପ୍‌: ନେମାର ଆହତ

ସୋଚି(ରୁଷିଆ),୨୦।୬- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ବ୍ରାଜିଲ ଦଳର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦଳର ପ୍ରଥମ ମ୍ୟାଚ୍‌ ନିମ୍ନମାନ୍ୟତା ଧାରୀ ଦଳ ସୁଇଜରଲାଣ୍ଡ ସହ ମ୍ୟାଚ୍‌ ଅମୀମାଂସିତ ରହିବା ପରେ ଷ୍ଟାର ଖେଳାଳି ତଥା ମୁଖ୍ୟ ଷ୍ଟ୍ରାଇକର ନେମାର ଆହତ ହୋଇଛନ୍ତି।

ଦ୍ୱନ୍ଦ୍ୱରେ ରୋହିତଙ୍କ ଇଂଲଣ୍ଡ ଗସ୍ତ

ଦ୍ୱନ୍ଦ୍ୱରେ ରୋହିତଙ୍କ ଇଂଲଣ୍ଡ ଗସ୍ତ

ବାଙ୍ଗାଲୁରୁ,୨୦।୬- ଇଂଲଣ୍ଡ ଗସ୍ତ କରିବାକୁ ଥିବା ଭାରତୀୟ ଦଳରେ ସୀମିତ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପ୍ରଥମେ ସେ ୟୋ ୟୋ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ପୁଣି ଥରେ ଟେଷ୍ଟ ଦେବାକୁ ସୁଯୋଗ ପ୍ରଦାନ କରାଯାଇଛି। ସେ ବୁଧବାର ସ୍ଥାନୀୟ ଜାତୀୟ କ୍ରିକେଟ ଏକାମେଡୀ(ଏନ୍‌ସିଏ)ଠାରେ ୟୋ ୟୋ ଟେଷ୍ଟର ସମ୍ମୁଖୀନ ହେବେ।

ମୋର୍ଗାନ ଇଂଲଣ୍ଡର ସର୍ବାଧିକ ଦିନିକିଆ ରନ୍‌ ସ୍କୋରର

ମୋର୍ଗାନ ଇଂଲଣ୍ଡର ସର୍ବାଧିକ ଦିନିକିଆ ରନ୍‌ ସ୍କୋରର

ନାଟିଙ୍ଗହାମ,୨୦।୬- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଏହି ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦିନିକିଆ ଫର୍ମାଟରେ ଦେଶ ପାଇଁ ସର୍ବାଧିକ ରନ୍‌ ସ୍କୋରର ହୋଇପାରିଛନ୍ତି।

ଅନ୍ତର୍ଜାତୀୟ ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ନଟିଙ୍ଗହାମ, ୨୦।୬ (ଏଏଫ୍‌ପି)-ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସ୍କୋର କରି ଇଂଲଣ୍ଡ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛି। ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ବିନିମୟରେ ୪୮୧ରନ କରି ନିଜ ଦ୍ୱାରା ପ୍ରତିଷ୍ଠିତ ରେକର୍ଡକୁ ଭଙ୍ଗ କରିଛି। ଇଂଲଣ୍ଡ ପକ୍ଷରୁ ଆଲେକ୍ସ ହେଲ୍ସ ସର୍ବାଧିକ ୧୪୭ ରନ କରିଥିବା ବେଳେ ଜନ୍ନି ବେୟାରଷ୍ଟୋ ୧୩୯, ଜାସନ ରୟ ୮୨ ଏବଂ ଅଧିନାୟକ ଇଅନ ମୋର୍ଗାନ ୬୭ ରନ କରିଥିଲେ।

ରୁଷିଆ ନକ୍‌ଆଉଟର ନିକଟତର

ରୁଷିଆ ନକ୍‌ଆଉଟର ନିକଟତର

ସେଣ୍ଟ ପିଟର୍ସବର୍ଗ, ୨୦।୬-ଡବଲ ବିଜୟ ସହ ଆୟୋଜକ ରୁଷିଆ ଚଳିତ ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ ନକ୍‌ଆଉଟର ନିକଟତର ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ସୌଦୀ ଆରବକୁ ୫-୦ ଗୋଲରେ ହରାଇଥିବା ରୁଷିଆ ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ‘ଏ’ ମ୍ୟାଚରେ ଇଜିପ୍ଟକୁ ୩-୧ ଗୋଲରେ ହରାଇ ଅପରାଜେୟ ରହିଛି। ଅନ୍ୟପକ୍ଷରେ ନିଜ ପ୍ରଥମ ମ୍ୟାଚରେ ଉରୁଗୁଏଠାରୁ ୦-୧ ଗୋଲରେ ହାରିଥିବା ଇଜିପ୍ଟ ଦ୍ୱିତୀୟ ପରାଜୟ ବରଣ କରିଛି। ୨ ମ୍ୟାଚରୁ ରୁଷିଆ ୬ ପଏଣ୍ଟ ପାଇଥିବାବେଳେ ୮ଟି ଗୋଲ ସ୍କୋର କରିଛି। ରୁଷିଆ ଓ ଇଜିପ୍ଟ ମ୍ୟାଚ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା।

ପୋଲାଣ୍ଡକୁ ହରାଇଲା ସେନେଗାଲ

ପୋଲାଣ୍ଡକୁ ହରାଇଲା ସେନେଗାଲ

ମସ୍କୋ, ୨୦।୬-ଫିଫା ବିଶ୍ୱକପର ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୨-୧ ଗୋଲରେ ହରାଇ ଦେଇଛି ସେନେଗାଲ। ଥିଆଗୋ ସିଓନେକ୍‌ଙ୍କ ଆତ୍ମଘାତୀ ଗୋଲରେ ପୋଲାଣ୍ଡ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିବାବେଳେ ଏମବାୟ ନିଆଙ୍ଗଙ୍କ ଗୋଲ ସେନେଗାଲ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇଥିଲା।

ଧାଓ୍ବନଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଧାଓ୍ବନଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଦୁବାଇ, ୧୯ା୬ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଦ୍ୱାରା ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ ତଲିକାରେ ଭାରତୀୟ ଓପନର ଶିଖର ଧାଓ୍ବନ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୪ତମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ୧୦ଟି ସ୍ଥାନ ପଦୋନ୍ନତି ଘଟିଛି। ତାଲିକାରେ ସାଥୀ ଖେଳାଳି ମୁରଲୀ ବିଜୟ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଉପରକୁ ଉଠିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଐତିହାସିକ ଟେଷ୍ଟରେ ଧାଓ୍ବନ ଶତକ(୧୦୭ ରନ) ହାସଲ କରିଥିଲେ। କୌଣସି ଏକ ଟେଷ୍ଟ ମ୍ୟାଚର ପ୍ରଥମ ଦିବସ ଖେଳରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଶତକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ଖେଳାଳି ହୋଇ ପାରିଛନ୍ତି। ସେହିପରି ବିଜୟ ୧୦୫ ରନର ଇନିଂସ ଖେଳି ୬ ସ୍ଥାନ ଉନ୍ନୀତ ହୋଇ ୨୩ତମ ସ୍ଥାନ ଅଧିକାର କରିଛନ୍ତି। ବାଙ୍ଗାଲୋର ଟେଷ୍ଟରେ ୬ଟି ଉଇକେଟ ଅକ୍ତିଆର କରିଥିବା ଭାରତ ସ୍ପିନର ଜାଡେଜା ଗେଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଫାଷ୍ଟ ବେଲର ଇଶାନ୍ତ ଶର୍ମା ( ଦୁଇ ସ୍ଥାନ ପଦୋନ୍ନତି ସହ ୨୫ତମ ସ୍ଥାନ) ଏବଂ ଉମେଶ ଯାଦବ (ଦୁଇ ସ୍ଥାନ ଉନ୍ନୀତ ହୋଇ ୨୬ତମ) ମଧ୍ୟ ତାଲିକାରେ ଉପରକୁ ଉଠିଛନ୍ତି।

ଫିଫା ବିଶ୍ୱକପ୍‌ରେ ଭାରତୀୟ ବାଳକ ରିଷି

ଫିଫା ବିଶ୍ୱକପ୍‌ରେ ଭାରତୀୟ ବାଳକ ରିଷି

ନୂଆଦିଲ୍ଲୀ, ୧୯।୬- ପ୍ରଥମ ଭାରତୀୟ ଭାବେ ରିଷି ତେଜ ଫୁଟ୍‌ବଲର ମହାକୁମ୍ଭ ଫିଫା ବିଶ୍ୱକପ୍‌ର କୌଣସି ମ୍ୟାଚ୍‌ରେ ବଲ୍‌-ବଏ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସୋମବାର ସୋଚିରେ ବେଲଜିୟମ ଓ ପାନାମା ମଧ୍ୟରେ ଖେଳାଯାଇଥିବା ମୁକାବିଲା ପୂର୍ବରୁ ୧୦ ବର୍ଷୀୟ ରିଷି ସେହି ମ୍ୟାଚ୍‌ରେ ଖେଳାଯିବାକୁ ଥିବା ବଲ୍‌କୁ ସାଙ୍ଗରେ ନେଇ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ।

ମୋ ଲାଗି ଅର୍ଜୁନ ଅନ୍ୟ ଖେଳାଳିଙ୍କ ପରି ସମାନ: ସନଥ୍‌

ମୋ ଲାଗି ଅର୍ଜୁନ ଅନ୍ୟ ଖେଳାଳିଙ୍କ ପରି ସମାନ: ସନଥ୍‌

ନୂଆଦିଲ୍ଲୀ, ୧୯।୬(ପି.ଟି.)- ୧୯ ବର୍ଷରୁ କମ୍‌ ଶ୍ରୀଲଙ୍କା ଦଳ ବିପକ୍ଷରେ ସିରିଜ ଖେଳିବା ଲାଗି ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଭାରତୀୟ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛି। ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ଏବେ ଭାରତୀୟ ଦଳରେ ସ୍ଥାନ ପାଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କ ଉପରେ ରହିଛି।

Model This Week

ପ୍ରଭାତ