ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଦୃଷ୍ଟିହୀନ ତାଲିମ କେନ୍ଦ୍ରରେ ଶୌଚାଳୟ ଉଦ୍‌ଘାଟିତ

ଦୃଷ୍ଟିହୀନ ତାଲିମ କେନ୍ଦ୍ରରେ ଶୌଚାଳୟ ଉଦ୍‌ଘାଟିତ
ବନ୍ତଳା,୧୬ା୫(ଡି.ଏନ.ଏ.)- ଅନୁଗୋଳ ବ୍ଲକ ସୁସୁଡ଼ା ପଞ୍ଚାୟତ ଅଙ୍କୁଲା ଗ୍ରାମର ଗୋପୀନାଥପୁରଠାରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ରର ନୂତନ ଶୌଚାଳୟ ଉଦ୍‌ଘାଟିତ ହୋଇଯାଇଛି। ସ୍ବେଚ୍ଛାସେବୀ ଡମ୍ବରୁଧର ସାହୁ, ବିଶ୍ୱଜିତ ବିଶ୍ୱାଳ ଓ ଆଦ୍ୟାଶ୍ଳୋକ ମିଶ୍ରଙ୍କ ଉଦ୍ୟମରେ ଏହାର ନିର୍ମାଣ କରାଯାଇଛି। ପ୍ରକାଶ ଯେ, ୨୦୧୩ରେ ପ୍ରତିଷ୍ଠିତ ଏହି ତାଲିମ କେନ୍ଦ୍ରରେ ବର୍ତ୍ତମାନ ୩୫ଜଣ ଛାତ୍ରୀଛାତ୍ର ତାଲିମ ନେଉଛନ୍ତି। ଆରମ୍ଭରୁ ଏଠାରେ ଶୌଚାଳୟ ବ୍ୟବସ୍ଥା ନ ଥିଲା। ଏ ନେଇ ଅନେକ ଥର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ସମ୍ପୃକ୍ତ ସ୍ବେଚ୍ଛାସେବୀମାନେ ନିଜ ଉଦ୍ୟମରେ ଓ ଅନ୍ୟ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଶୌଚାଳୟ ନିର୍ମାଣ କରିଥିବାରୁ ଏହାକୁ ସାଧାରଣରେ ପ୍ରଶଂସା କରାଯାଇଛି।
All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୯।୯: ଆୟ ବହିର୍ଭୁତ ସମତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲା ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘରେ ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଅନ୍ତୁଡ଼ିଶାଳରେ ଅସୁରକ୍ଷିତ ଅଲିଭ୍‌ରିଡ୍‌ଲେ: ଟ୍ରଲର ଆସୋସିଏଶନ ସହ ବନ ବିଭାଗ କର୍ତ୍ତୃପକ୍ଷଙ୍କ କୋଟି କୋଟି ଟଙ୍କାର  ଡିଲ

ଅନ୍ତୁଡ଼ିଶାଳରେ ଅସୁରକ୍ଷିତ ଅଲିଭ୍‌ରିଡ୍‌ଲେ: ଟ୍ରଲର ଆସୋସିଏଶନ ସହ ବନ ବିଭାଗ କର୍ତ୍ତୃପକ୍ଷଙ୍କ କୋଟି କୋଟି ଟଙ୍କାର ଡିଲ

କେନ୍ଦ୍ରାପଡ଼ା ଅଫିସ, ୧୯।୯-ସାମୁଦ୍ରିକ କଇଁଛ ଅଲିଭ୍‌ରିଡଲେଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ଜାତୀୟ ଉଦ୍ୟାନ ଭିତରକନିକାସ୍ଥିତ ଗହୀରମଥା ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗହୀରମଥାକୁ ନିରାପଦ ସ୍ଥାନ ଭାବି ଯୋଜନ ଯୋଜନ ପଥ ଅତିକ୍ରମ କରି ଅଲିଭ୍‌ରିଡଲେ କଇଁଛ ଏଠାକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତି ବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଗହୀରମଥାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥାଏ। 

ପ୍ଲାଷ୍ଟିକ ନିଷେଧ ଲାଗି ସଚେତନତା ଶୋଭାଯାତ୍ରା

ପ୍ଲାଷ୍ଟିକ ନିଷେଧ ଲାଗି ସଚେତନତା ଶୋଭାଯାତ୍ରା

ପୁରୀ ଅଫିସ, ୧୯ା୯: ଅକ୍ଟୋବର ୨ରୁ ରାଜ୍ୟ ସରକାର ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ଓ ପଲିଥିନର ବିକ୍ରୟ ଓ ବ୍ୟବହାର ବନ୍ଦ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ବୈଜୟନ୍ତଙ୍କ ସମେତ ୩ ଜଣଙ୍କୁ ନୋଟିସ

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ବୈଜୟନ୍ତଙ୍କ ସମେତ ୩ ଜଣଙ୍କୁ ନୋଟିସ

ପୁରୀ ଅଫିସ, ୧୯ା୯: ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ କରି ହରଡ଼ଘଣାରେ ପଡିଛନ୍ତି ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା। ଉକ୍ତ ହେଲିକପ୍ଟରରେ ବୈଜୟନ୍ତ ପାଇଲଟ ଥିବାବେଳେ ତାଙ୍କ ସହ ଅଭିଜିତ ଆୟର ମିତ୍ର ଏବଂ ଆରତୀ ଟିକୋ ରହିଥିଲେ। ବୁଧବାର ମଧ୍ୟାହ୍ନ ୧୨ଟା ବେଳେ କେସ୍‌ର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପୁରୀ ପୋଲିସ ଉକ୍ତ ୩ ଜଣଙ୍କୁ ନୋଟିସ ଜାରି କରିଛି। 

ଶ୍ରୀମନ୍ଦିର ଅଞ୍ଚଳରେ ଉଡ଼ିଛି ବୈଜୟନ୍ତଙ୍କ ଚୋପର: ସିଂହଦ୍ୱାର ଥାନାରେ ୨ ଏତଲା

ଶ୍ରୀମନ୍ଦିର ଅଞ୍ଚଳରେ ଉଡ଼ିଛି ବୈଜୟନ୍ତଙ୍କ ଚୋପର: ସିଂହଦ୍ୱାର ଥାନାରେ ୨ ଏତଲା

ପୁରୀ ଅଫିସ, ୧୯ା୯: ଚିଲିକା ଉପରେ ହେଲିକପ୍ଟର ଉଡାଣ ଘଟଣାର ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଉକ୍ତ ହେଲିକପ୍ଟରରେ ବୈଜୟନ୍ତଙ୍କ ସହ ଥିବା ଅଭିଜିତ ଆୟର ମିତ୍ର ତାଙ୍କ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓରୁ ଏହି ସୂଚନା ମିଳିଛି। ଶ୍ରୀମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ହେଲିକପ୍ଟର ଉଡାଣ କରୁଥିବା ଭିଡିଓକୁ ସେ ଟୁଇଟରରେ ଅପଲୋଡ କରିଛନ୍ତି।

ସନ୍‌ସାଇନ୍‌ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ: ଅସ୍ତ୍ରୋପଚାର ନ କରି ନେଇଗଲେ ୧.୪୩ ଲକ୍ଷ, ଆହୁରି ୧.୪୨ ଲକ୍ଷ ଦେବାକୁ ଦାବି

ସନ୍‌ସାଇନ୍‌ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ: ଅସ୍ତ୍ରୋପଚାର ନ କରି ନେଇଗଲେ ୧.୪୩ ଲକ୍ଷ, ଆହୁରି ୧.୪୨ ଲକ୍ଷ ଦେବାକୁ ଦାବି

କଟକ ରୋଡ,୧୯।୯(ଡି.ଏନ୍‌.ଏ.)- ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ସନ୍‌ସାଇନ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି। ରୋଗୀ ଆଡ୍‌ମିଶନ ସମୟରେ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇ ୧ ଲକ୍ଷ ୪୩ ହଜାର ଟଙ୍କା ନିଆଗଲା। କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ଅସ୍ତ୍ରୋପଚାର ହୋଇ ନ ଥିବାବେଳେ ୨ ଲକ୍ଷ ୮୫ ହଜାର ଟଙ୍କାର ବିଲ୍‌ କରାଯାଇଛି।

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ: ରାଜଧାନୀରେ ୧୭୮ ମେଢ଼, ୨୪ରୁ ଡିସିପି ଅଫିସରୁ ମିଳିବ ଲାଇସେନ୍ସ

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ: ରାଜଧାନୀରେ ୧୭୮ ମେଢ଼, ୨୪ରୁ ଡିସିପି ଅଫିସରୁ ମିଳିବ ଲାଇସେନ୍ସ

ଭୁବନେଶ୍ୱର, ୧୯।୯(ବ୍ୟୁରୋ)- ଆଗକୁ ଆସୁଛି ଦୁର୍ଗାପୂଜା। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଲୋକଙ୍କ ଗହଳି ହେବ। ତେଣୁ ଏହାକୁ ନଜରରେ ରଖି କିଭଳି ଶାନ୍ତିଶୃଙ୍ଖଳାରେ ଦୁର୍ଗାପୂଜା ପାଳନ କରାଯିବ ସେଥିଲାଗି ଜିଲା ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ଭୁବନେଶ୍ୱରରେ ୧୭୮ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇବ।

ଓଏଚ୍‌ଆର୍‌ସି ଅଚଳ: ଖାଲିପଡ଼ିଛି ଅଧ୍ୟକ୍ଷ, ସଦସ୍ୟ ପଦବୀ, ପଡ଼ିରହିଛି ୧୫ ହଜାରରୁ ଊର୍ଦ୍ଧ୍ୱ ମାମଲା

ଓଏଚ୍‌ଆର୍‌ସି ଅଚଳ: ଖାଲିପଡ଼ିଛି ଅଧ୍ୟକ୍ଷ, ସଦସ୍ୟ ପଦବୀ, ପଡ଼ିରହିଛି ୧୫ ହଜାରରୁ ଊର୍ଦ୍ଧ୍ୱ ମାମଲା

ଭୁବନେଶ୍ୱର, ୧୯।୯(ବ୍ୟୁରୋ)- ଜନସାଧାରଣଙ୍କ ମାନବିକ ଅଧିକାରର ସୁରକ୍ଷା ସାଙ୍ଗକୁ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ ବଡ଼ ଭୂମିକା ରହିଛି। ହେଲେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କମିଶନ ଏବେ ଅଚଳ ହୋଇପଡ଼ିଛି। 

ସିବିଆଇ ଅଫିସରେ ହାଁସଦା

ସିବିଆଇ ଅଫିସରେ ହାଁସଦା

ଭୁବନେଶ୍ୱର, ୧୯।୯(ବ୍ୟୁରୋ)- ସିବିଆଇ ଅଫିସରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ହାଜର ହୋଇଥିଲେ ମୟୂରଭଞ୍ଜ ଏମ୍‌ପି ରାମଚନ୍ଦ୍ର ହାଁସଦା। ସିବିଆଇ ଅଫିସକୁ ସେ ଯିବାର କାରଣ ସ୍ପଷ୍ଟଭାବେ ଜଣାପଡି ନ ଥିବାବେଳେ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେବା ପାଇଁ ଆସିଥିବା ସିବିଆଇର ଜଣେ ଅଫିସର କହିଛନ୍ତି।

ସିୱେଜ୍‌ ଜିଏମ୍‌ ହତ୍ୟା ମାମଲା: ମହିମାନନ୍ଦଙ୍କ ଅଡୁଆ ବଢିଲା, ହାଇକୋର୍ଟ ଦେଇଥିବା ଜାମିନ ସୁପ୍ରିମକୋର୍ଟରେ ଖାରଜ

ସିୱେଜ୍‌ ଜିଏମ୍‌ ହତ୍ୟା ମାମଲା: ମହିମାନନ୍ଦଙ୍କ ଅଡୁଆ ବଢିଲା, ହାଇକୋର୍ଟ ଦେଇଥିବା ଜାମିନ ସୁପ୍ରିମକୋର୍ଟରେ ଖାରଜ

କଟକ ଅଫିସ, ୧୯।୯- ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ। ସିୱେଜ୍‌ କମ୍ପାନୀ ପରିଚାଳକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମହିମାନନ୍ଦଙ୍କୁ ହାଇକୋର୍ଟ ୨୦୧୭ ମେ ୧୬ରେ ଜାମିନ ମଞ୍ଜୁର କରିଥିଲେ। ତେବେ ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ ଓ ବିଚାରପତି ମୋହନ ଏମ୍‌. ଶାନ୍ତନାଗୌଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଉକ୍ତ ଜାମିନକୁ ଖାରଜ କରିଦେଇଛନ୍ତି। 

ନୂଆ ରୂପରେ କଟକର ଶହୀଦ ପାର୍କ: ସ୍ଥାନ ପାଇଛି ୧୩ଜଣ ଶହୀଦ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ଗାଜିବୋ ମୁଖ୍ୟ ଆକର୍ଷଣ

ନୂଆ ରୂପରେ କଟକର ଶହୀଦ ପାର୍କ: ସ୍ଥାନ ପାଇଛି ୧୩ଜଣ ଶହୀଦ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ଗାଜିବୋ ମୁଖ୍ୟ ଆକର୍ଷଣ

କଟକ ଅଫିସ, ୧୯।୯- ନୂଆ ରୂପ ନେଇଛି କଟକ ନୂଆପାଟଣାସ୍ଥିତ ଶହୀଦ ପାର୍କ। ଅମୃତ ଯୋଜନାରେ ୩୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପାର୍କର ନବୀକରଣ କରାଯାଇଛି। ଏହି ଅର୍ଥରେ ୧୩ ଜଣ ଶହୀଦ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ଏମାନେ ହେଲେ ମହାତ୍ମା ଗାନ୍ଧୀ, ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ଚାଖି ଖୁଣ୍ଟିଆ, ଲକ୍ଷ୍ମଣ ନାୟକ, ଜୟୀ ରାଜଗୁରୁ, ବାଘା ଯତୀନ, ବୀର ସୁରେନ୍ଦ୍ର ସାଏ, ଭଗତ ସିଂ, ରଘୁନାଥ ମହାନ୍ତି ଓ ଦିବାକର ପରିଡା।

ବରିଷ୍ଠ ନାଗରିକଙ୍କ ରାଜ୍ୟସ୍ତରୀୟ ଆସୋସିଏଶନ ଗଠିତ

ବରିଷ୍ଠ ନାଗରିକଙ୍କ ରାଜ୍ୟସ୍ତରୀୟ ଆସୋସିଏଶନ ଗଠିତ

ଭୁବନେଶ୍ୱର,୧୯।୯(ବ୍ୟୁରୋ)- ବରିଷ୍ଠ ନାଗରିକମାନଙ୍କର ଏକ ରାଜ୍ୟସ୍ତରୀୟ ଆସୋସିଏଶନ ଗଠିତ ହୋଇଛି। ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବରିଷ୍ଠ ନାଗରିକଙ୍କୁ ଆସୋସିଏଶନର ପରାମର୍ଶଦାତା କମିଟିରେ ରଖାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଜୀମୂତ ମଙ୍ଗରାଜ ଏହାର ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।