ରାଜ୍ୟ | ବାଲେଶ୍ୱର

ଜଜ୍‌କୋର୍ଟ ସ୍ଥାନାନ୍ତର ପ୍ରସଙ୍ଗ ନେଇ କୋର୍ଟ ଅବମାନନା ମାମଲା ରୁଜୁ

ଜଜ୍‌କୋର୍ଟ ସ୍ଥାନାନ୍ତର ପ୍ରସଙ୍ଗ ନେଇ କୋର୍ଟ ଅବମାନନା ମାମଲା ରୁଜୁ

ଭଦ୍ରକ ଅଫିସ,୧୬।୫-ଭଦ୍ରକରେ ଜିଲା ଜଜ୍‌କୋର୍ଟ ସ୍ଥାନାନ୍ତର ନେଇ ବିବାଦ ପିଛା ଛାଡୁନି। ସହର ଉପକଣ୍ଠ ନଳାଙ୍ଗଠାରେ କପାଳି ନଦୀପଠା ଗ୍ରୀନ ଜୋନ ଭିତରେ ନୂତନ ଜଜ୍‌କୋର୍ଟ ତିଆରି ହେବା ଘଟଣା ନେଇ ଗୋପବନ୍ଧୁନଗରର ସାମାଜିକ କର୍ମୀ କଳ୍ପନା ମଲ୍ଲିକ ଦିଲ୍ଲୀ ଏନଜିଟିରେ ଏକ ଓଏସ ମାମଲା (ନଂ.୫୦୨/୧୭) ରୁଜୁ କରିଥିଲେ। ଗତ ଅକ୍ଟୋବର ୨୩ ତାରିଖରେ ଏନଜିଟି ପକ୍ଷରୁ ସମସ୍ତ ଅଧିକାରୀଙ୍କୁ ନଦୀପଠାର ସବୁଜ ବଳୟ ପରିସୀମା ମାପ କରି କୌଣସି ଅବରୋଧ ନ କରି ନିର୍ମାଣ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପ୍ରଶାସନ ଏହାକୁ ନ ମାନିବାରୁ କୋର୍ଟ ଅବମାନନା ନେଇ ପୁନଶ୍ଚ ସେ ଏକଜିକ୍ୟୁନେସନ ମାମଲା (ନଂ.୩୦/୧୮) ରୁଜୁ କରିଥିଲେ। ତଦନୁଯାୟୀ ଗତ ଏପ୍ରିଲ ୨୪ ତାରିଖରେ ଉପରୋକ୍ତ ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଏସଡିଜେଏମଙ୍କ ଅଦାଲତରେ ଅବମାନନା ମାମଲା ଦାଏର ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଆଧାର କରି ଅଭିଯୋଗକାରିଣୀ ବୁଧବାର ଉକ୍ତ ମାମଲା ଦାଏର କରିଛନ୍ତି। ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲାପାଳ, ଭଦ୍ରକ ତହସିଲଦାର, ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

All Right Reserved By

ରାଜ୍ୟ | ବାଲେଶ୍ୱର

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

କାକଟପୁର,୨୦ା୬(ଡି.ଏନ୍‌.ଏ.): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଧାୟକ ଚ୍ୟାଉ ପଟ୍ଟନାୟକ ବୁଧବାର କାକଟପୁର ମଙ୍ଗଳା ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରରେ ରହିଥିବା ବିଭିନ୍ନ ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ପୁରୀ ଅଫିସ,୨୦ା୬: ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୁଧବାର ପୁରୀ ଜିଲା ଜଜ୍‌ଙ୍କ ଅଦାଲତରେ ସତ୍ୟପାଠ ଦାଖଲ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ବଦ୍ରିନାଥ ପଟ୍ଟନାୟକ ଏହି ସତ୍ୟପାଠ ଦାଖଲ କରିଛନ୍ତି।

ଚାନ୍ଦବାଲିରେ ଡେଙ୍ଗୁ ରୋଗୀ ଚିହ୍ନଟ

ଚାନ୍ଦବାଲିରେ ଡେଙ୍ଗୁ ରୋଗୀ ଚିହ୍ନଟ

ଆରଡ଼ି,୨୦।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁର ଚନ୍ଦନ ବିଶ୍ବାଳ(୨୫) ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଚନ୍ଦନ ବିଶାଖାପାଟଣାରେ କାମ କରୁଥିଲେ। ସେଠାରେ ସେ ଜ୍ୱରରେ ପୀଡିତ ହୋଇଥିବା ବେଳେ ରଜରେ ଘରକୁ ଆସିଥିଲେ।

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପୁରୀ ଅଫିସ,୨୦ା୬: ବର୍ଷା ଋତୁରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ବର୍ଷାର ଦେଖା ନ ଥିବା ବେଳେ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ପୁରୀ ସହରରେ ପାନୀର ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୁରୀର ବିଭିନ୍ନ ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗା ଯାଉଥିବା ପାଣିରୁ ମଇଳା ବାହାରୁଛି। କେତେକ ସ୍ଥାନରେ ଡ୍ରେନ୍‌ ପାଣି ମଧ୍ୟ ପାନୀୟ ଜଳରେ ମିଶୁଛି।

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

ପୁରୀ ଅଫିସ,୨୦ା୬: ଜୁଲାଇ ୧୪ରେ ରଥଯାତ୍ରା। ଏ ନେଇ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ଚାଲିଛି। ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଚାଲିଛି। ଇତିମଧ୍ୟରେ ୨ଟି ରଥ ସମନ୍ବୟ କମିଟି ବୈଠକ ସରିଲାଣି।

ପୁରୀରେ କମିଶନ କାର୍ଯ୍ୟାଳୟ ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି

ପୁରୀରେ କମିଶନ କାର୍ଯ୍ୟାଳୟ ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି

ପୁରୀ ଅଫିସ,୨୦ା୬: ୨ଟି ଦାବି ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦାବି ଦୁଇଟି ହେଲା କମିଶନଙ୍କ କାର୍ଯ୍ୟାଳୟ ପୁରୀ ସର୍କିଟ ହାଉସଠାରେ ଖୋଲିବା ଓ ଅନ୍ୟଟି ଏମାର ମଠରୁ ବାହାରିଥିବା ରୁପା ଇଟାକୁ ରତ୍ନଭଣ୍ଡାରକୁ ଫେରାଇ ଆଣିବା।

ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୨୩ ଗିରଫ ପରେ ଗାଁରେ ପହଞ୍ଚିଲେ ଏସ୍‌ପି, ପୋଲିସ ମୁତୟନ

ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୨୩ ଗିରଫ ପରେ ଗାଁରେ ପହଞ୍ଚିଲେ ଏସ୍‌ପି, ପୋଲିସ ମୁତୟନ

ବାସୁଦେବପୁର,୨୦।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଲୁଙ୍ଗା ଗ୍ରାମରେ ମଙ୍ଗଳବାର ରାତିରେ ରଜ ଭସାଣି ଚାଲିଥିବା ବେଳେ ଡିଜେ ଶବ୍ଦକୁ କେନ୍ଦ୍ରକରି ଥାନା ଆଇଆଇସି ନବକୃଷ୍ଣ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ୩୩ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ବୁଧବାର ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ୨ଟି ଡିଜେ ଗାଡିକୁ ମଧ୍ୟ ଅଟକ ରଖିଛି। ଘଟଣାର ତଦନ୍ତ ପାଇଁ ଭଦ୍ରକ ଏସ୍‌ପି ବାତୁଲ ଗଙ୍ଗାଧର ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି।

ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପୁରୀ ଅଫିସ,୨୦ା୬: ୮ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜୁନ୍‌ ୨୦ରେ ଦେଶବ୍ୟାପୀ ପ୍ରତିବାଦ ପାଳନ କରାଯାଉଛି। ଏହି ପରିପେକ୍ଷୀରେ ସିପିଆଇ ପୁରୀ ଜିଲାପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଜିଲା ମଙ୍ଗଳ କମିଟିରୁ ବାଦ୍‌ ପଡିଲେ ସମାଜସେବୀ ସେବତୀ

କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ମଙ୍ଗଳ କମିଟିରୁ ସମାଜସେବୀ ସେବତୀ ସିଂଙ୍କୁ ବାଦ୍‌ ଦିଆଯାଇଛି। ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଏ ନେଇ ଜୁନ୍‌ ୧୯ରେ ୧୦୨୦୩ ନଂ.ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସିଂ ପୂର୍ବରୁ ମଧ୍ୟ ଏହି କମିଟିର ସଦସ୍ୟା ଥିବାରୁ ତାଙ୍କୁ ପଦ ହରାଇବାକୁ ପଡ଼ିଛି।

ସରକାରୀ ଜମିରୁ ଉଚ୍ଛେଦକୁ ନେଇ ଉତ୍ତେଜନା:ତହସିଲଦାରଙ୍କୁ ଘେରିଲେ ମହିଳା

ସରକାରୀ ଜମିରୁ ଉଚ୍ଛେଦକୁ ନେଇ ଉତ୍ତେଜନା:ତହସିଲଦାରଙ୍କୁ ଘେରିଲେ ମହିଳା

ପୁରୀ ଅଫିସ, ୨୦ା୬: ପୁରୀ ସହର ଲୋକନାଥ ଘାଟ ମୌଜାରେ ଥିବା ଏକ ସରକାରୀ ଜମିରୁ ଜବଦଖଲ ଉଚ୍ଛେଦକୁ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ କରିଛନ୍ତି। ଶତାଧିକ ମହିଳା ପୁରୀ ତହସିଲଦାର ଏବଂ ଉଚ୍ଛେଦ ଲାଗି ଯାଇଥିବା ସ୍କ୍ବାଡ୍‌କୁ ବିରୋଧ କରିବା ସହିତ ଘେରିଛନ୍ତି। ଶେଷରେ ସ୍କ୍ବାଡ୍‌ ସରକାରୀ ଜମିରୁ ମାତ୍ର ୪ରୁ ୫ଟି ଘର ଉଚ୍ଛେଦ କରି ଫେରିଛି। ପୁରୀ ସହର ଲୋକନାଥ ଘାଟ ମୌଜାରେ ୪୦ ରୁ ୫୦ଏକର ସରକାରୀ ଜମି ରହିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ :ଦଇତାପତି ନିଯୋଗର ସତ୍ୟପାଠ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ :ଦଇତାପତି ନିଯୋଗର ସତ୍ୟପାଠ

ପୁରୀ ଅଫିସ,୨୦ା୬: ଦଇତାପତିମାନଙ୍କ ସେବା ସ୍ବତନ୍ତ୍ର। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେମାନଙ୍କ ସେବା। ସ୍ବତ୍ୱଲିପିର ୨୪୪ ପୃଷ୍ଠାରେ ଦଇତାପତିମାନଙ୍କ ପ୍ରାପ୍ୟ ପାଉଣା ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ଏହାକୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ପାଉଣା ପ୍ରଦାନ କରିଥାଏ। ଦଶନାର୍ଥୀଙ୍କ ଠାରୁ ମନ୍ଦିର ଭିତରେ ସେମାନେ ଦାନ ଦକ୍ଷିଣା ଆଦି ଆଦାୟ କରନ୍ତି ନାହିଁ। ଭକ୍ତମାନଙ୍କଠାରୁ ଜୋର ଜବରଦସ୍ତ ଦାନଦକ୍ଷିଣା ମନ୍ଦିର ପରିସରରେ ଆଦାୟ କରିବାର ନଜିର ମଧ୍ୟ ନାହିଁ। ବର୍ଷର ୧୨ ମାସରୁ ମଧ୍ୟ ଗୋଟିଏ ମାସ ଦଇତାପତି ସେବା। ସେହି ପ୍ରାପ୍ୟ ପାଉଣାକୁ ନେଇ ସେମାନେ ଜୀବିକା ନିର୍ବାହ କରନ୍ତି। ରଥଯାତ୍ରା ସୁପରିଚାଳନା ଓ ସ୍ବତନ୍ତ୍ର ସେବା ଲାଗି ଦଇତାପତିମାନେ ପାଉଥିବା ପ୍ରାପ୍ୟ ପାଉଣାକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ନିବେଦନ କରି ମଙ୍ଗଳବାର ଜିଲା ଜଜ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛି ଦଇତାପତି ନିଯୋଗ।

ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି

ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି

ପୁରୀ ଅଫିସ,୨୦ା୬: ମଙ୍ଗଳବାର ସ୍ବର୍ଗଦ୍ୱାରଠାରେ ଗାୟିକା ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ିଛି ସଚେତନ ନାଗରିକ ମଞ୍ଚ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ତଥା ଭକ୍ତ ସାଲବେଗଙ୍କ ରଚିତ ଭକ୍ତିମୟ ଜଣାଣ ଆହେ ନୀଳଶଇଳକୁ ଭିନ୍ନ ଢଙ୍ଗରେ ବିକୃତ ଓ କଦର୍ଥ କରି ଗାଇଥିବାରୁ କଣ୍ଠଶିଳ୍ପୀ ସୋନାଙ୍କ ପୋଷ୍ଟର ଦାହ କରାଯାଇଛି। ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କହିଛନ୍ତି ଯେ, ସୋନା ଜଣେ ଓଡ଼ିଆ ହୋଇ ଏହି ଭକ୍ତିମୟ ଜଣାଣକୁ କଦର୍ଥ କରି ବୋଲିବା ନିଶ୍ଚିତ ଦୁର୍ଭାଗ୍ୟଜନକ। ପୂର୍ବରୁ ସେ ରଙ୍ଗବତୀକୁ ବିକୃତ କରି ପରିବେଷଣ କରିଥିବାରୁ ବିବାଦୀୟ ହୋଇଥିଲେ।

Model This Week

ପ୍ରଭାତ