ଉପକୂଳ ଓଡିଶା

ଚାଷ ଜମିରେ ଲୁଣା ପାଣି: ଖରିଫ ଧାନ ପ୍ରଭାବିତ ହେବା ଆଶଙ୍କା

ଚାଷ ଜମିରେ ଲୁଣା ପାଣି: ଖରିଫ ଧାନ ପ୍ରଭାବିତ ହେବା ଆଶଙ୍କା
ମହାକାଳପଡ଼ା, ୧୬।୫ (ଡି.ଏନ୍‌.ଏ.)-କାଳବୈଶାଖୀ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିବା ବେଳେ ଅମବାସ୍ୟା ତିଥି ଯୋଗୁ ଉଚ୍ଚ ଜୁଆର ଉଠି ମହାକାଳପଡ଼ା ବ୍ଲକର ଅନେକ ଚାଷଜମିରେ ଲୁଣାପାଣି ଭର୍ତ୍ତି ହୋଇଛି। ବୁଧବାର ସକାଳୁ ବ୍ଲକର ବହୁ ଚାଷଜମିରେ ଲୁଣାପାଣି ଭର୍ତ୍ତି ହୋଇଥିବା ଦେଖି ଫସଲ ନଷ୍ଟ ହେବା ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏକର ଏକର ଚାଷ ଜମିରେ ଲୁଣାପାଣି ଜମି ରହିଥିବାରୁ ଖରିଫ ଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ସ୍ଥାନୀୟ ଗୋବରୀ ଓ ତା’ର ଶାଖା ନଦୀରେ ଲୁଣାପାଣି କୂଳ ଲଙ୍ଘି ଚାଷଜମିରେ ପ୍ରବେଶ କରିଛି। ଫଳରେ ଗୋବରୀ ନଦୀ ପାର୍ଶ୍ୱସ୍ଥ ରଡିଆ, ଏକଲପୁର, ଅରଡ଼ ଓ ବାରଡ଼ାଙ୍ଗ ଆଦି ପଞ୍ଚାୟତର ବହୁ ଜମି ଲୁଣାପାଣିରେ ଭର୍ତ୍ତି ହୋଇଛି।
All Right Reserved By

ଉପକୂଳ ଓଡିଶା

ଗ୍ରାମ୍ୟ ନିର୍ମାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଗ୍ରାମ୍ୟ ନିର୍ମାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟାଙ୍ଗୀ(ଖୋର୍ଦ୍ଧା),୧୫ା୧୨(ଡି.ଏନ.ଏ.)-ରାଜ୍ୟ ଭାଜପାର ଟାଙ୍ଗୀ ମଣ୍ଡଳ ତରଫରୁ ଟାଙ୍ଗୀ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣା ଦିଆଯଇଛି । ବିଜେଡି ଦଳକୁ ସହାୟତା କରିବା ଆଳରେ ବିଭିନ୍ନ ଉନ୍ନୟନ କାମକୁ ଜାଣିଶୁଣି ନିମ୍ନମାନର କରାଯିବା, ମଞ୍ଜୁର ଅର୍ଥର ସିଂହଭାଗ ଦଳୀୟନେତାଙ୍କୁ ପ୍ରଦାନ କରାଯିବା ଆଦି ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିବା ଭାଜପା ସୂତ୍ରରୁ ଜଣାପଡିଛି। 

ଶକ୍ତି ସଂରକ୍ଷଣ ଦିବସ ପାଳିତ

ଶକ୍ତି ସଂରକ୍ଷଣ ଦିବସ ପାଳିତ

ଟାଙ୍ଗୀ(ଖୋର୍ଦ୍ଧା),୧୫ା୧୨(ଡି.ଏନ.ଏ.)-ସ୍ଥାନୀୟ ବଳରାମଦେବ ବିଦ୍ୟାପୀଠ ଆନୁକୂଲ୍ୟରେ ବୁଧବାର ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ଏକ ଶୋଭାଯାତ୍ରାରେ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଜନସଚେତନତା ନିମନ୍ତେ ଟାଙ୍ଗୀ ଗ୍ରାମ ପରିକ୍ରମା କରିଥିଲେ।

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ବୋଲଗଡ଼,୧୫ା୧୨(ଡି.ଏନ.ଏ.)-ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିି ହୋଇଛି ଏକ ଲଘୁଚାପ। ଏହା ଅବପାତରେ ପରିଣତ ହେବାପରେ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବର୍ଷାର ସୂଚନା ମିଳିଛି। ତେଣୁ ବର୍ଷା ଆଶଙ୍କାରେ ଧାନ ଫସଲର ସୁରକ୍ଷା ନେଇ ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। 

ଆଜିଠୁ ନୟାଗଡ଼ ଜିଲାରେ ପିଠା ଶିବିର ଆରମ୍ଭ, ପ୍ରଥମ ଦିନରେ ୮ ବ୍ଲକର ୩୨ ପଞ୍ଚାୟତରେ ପାଳନ ହେବ

ଆଜିଠୁ ନୟାଗଡ଼ ଜିଲାରେ ପିଠା ଶିବିର ଆରମ୍ଭ, ପ୍ରଥମ ଦିନରେ ୮ ବ୍ଲକର ୩୨ ପଞ୍ଚାୟତରେ ପାଳନ ହେବ

ନୟାଗଡ଼ ଅଫିସ,୧୫ା୧୨- ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ସହାୟତା ରାଶି ବଣ୍ଟନ ଓ ସରକାରୀ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶନିବାରଠାରୁ ନୟାଗଡ଼ ଜିଲାରେ ଆରମ୍ଭ ହେଉଛି ପିଠା ଶିବିର। ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାର ୮ ବ୍ଲକର ୧୯୪ ପଞ୍ଚାୟତରେ ଏହା ପାଳନ କରାଯିବ। 

ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ମୌଳିକ ସୁବିଧା: ସମାଧାନ ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର ପ୍ରଦାନ

ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ମୌଳିକ ସୁବିଧା: ସମାଧାନ ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର ପ୍ରଦାନ

ଦଶପଲ୍ଲା,୧୫ା୧୨(ଡି.ଏନ.ଏ.): ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ହୋଇପଡିଛି ମୌଳିକ ସୁବିଧା। ପରିମଳ ବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟ ଜଳ, ବିଦ୍ୟୁତ୍‌, ଡ୍ରେନେଜ୍‌ ପ୍ରଭୃତି ସମସ୍ୟା ଲାଗିରହିଛି। ଏହାର ସମାଧାନ ପାଇଁ ଜୟମହାବୀର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଏନ୍‌ଏସି ଅଧ୍ୟକ୍ଷାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

ବାଟ ହୁଡ଼ିଛି ସୌଭାଗ୍ୟ ଯୋଜନା: ୩ମାସ ପରେ ବି ଦିଆଯାଇନି ବିଦ୍ୟୁତ୍‌ ସଂଯୋଗ

ବାଟ ହୁଡ଼ିଛି ସୌଭାଗ୍ୟ ଯୋଜନା: ୩ମାସ ପରେ ବି ଦିଆଯାଇନି ବିଦ୍ୟୁତ୍‌ ସଂଯୋଗ

ନୟାଗଡ଼ ଅଫିସ,୧୫ା୧୨- ପ୍ରତି ଘରେ ଯେପରି ବିଜୁଳି ପହଞ୍ଚତ୍ବ ସେହି ଲକ୍ଷ୍ୟରେ  ସୌଭାଗ୍ୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଡିସେମ୍ବର ୨୦୧୮ ସୁଦ୍ଧା ସମସ୍ତ ଘରକୁ ମାଗଣାରେ ବିଜୁଳି ସଂଯୋଗୀକରଣ କରାଯିବା ପାଇଁ ଘୋଷଣା ହୋଇଛି। ହେଲେ ନୟାଗଡ଼ ଜିଲାର ସ୍ଥିତି ଦେଖିଲେ ଏହି ଯୋଜନା ବାଟ ହୁଡ଼ିଥିବା କୁହାଯାଇପାରିବ।

ପିଠା ଯୋଜନା କାର୍ଯ୍ୟକାରୀ ପାଇଁ କର୍ମଶାଳା

ପିଠା ଯୋଜନା କାର୍ଯ୍ୟକାରୀ ପାଇଁ କର୍ମଶାଳା

ରାଜନଗର,୧୪।୧୨(ଡି.ଏନ.ଏ.)-ରାଜନଗର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ନୂତନ କରି ପିଠା ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ଆମ୍ବ ତୋଟାରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ କଇଥପଲ୍ଲୀ ଗ୍ରାମବାସୀଙ୍କ ବିରୋଧ

ଆମ୍ବ ତୋଟାରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ କଇଥପଲ୍ଲୀ ଗ୍ରାମବାସୀଙ୍କ ବିରୋଧ

ଖଣ୍ଡପଡା,୧୪।୧୨(ସ୍ବ.ପ୍ର.)-ଖଣ୍ଡପଡା ସହର ଉପକଣ୍ଠରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ପରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଖଣ୍ଡପଡା ତହସିଲ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ୧୫ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜାଗା ଚିହ୍ନଟ କରାଯାଇଛି ।

ଉଦ୍‌ଯାପିତ ହେଲା ବିଶ୍ୱଶାନ୍ତି ମହାଯଜ୍ଞ: ପୌରାଣିକ ଗାଥା ବହନ କରେ ମଣିଭଦ୍ରା

ଉଦ୍‌ଯାପିତ ହେଲା ବିଶ୍ୱଶାନ୍ତି ମହାଯଜ୍ଞ: ପୌରାଣିକ ଗାଥା ବହନ କରେ ମଣିଭଦ୍ରା

ଗଣିଆ,୧୪।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକର ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପର୍ବତ ପାଦଦେଶରେ ବିଜେ ମା’ କଳାପାଟ ଠାକୁରାଣୀଙ୍କ ପୀଠରେ ଗତ ୩ ଦିନ ଧରି ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି।  ଉଦ୍‌ଯାପନୀ ଦିବସରେ ପଞ୍ଚକୁଣ୍ଡୀୟ ମହାଯଜ୍ଞରେ ବେଦଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଯାଜପୁର ଅଫିସ, ୧୪।୧୨: ଯାଜପୁର ଜିଲା କଳିଙ୍ଗନଗର ଥାନା ପୋଲିସ ଗୁରବାର ବିଲମ୍ବିତ ରାତିରେ ବାରଗାଡିଆର ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୪ ଜୁଆଡିଙ୍କୁ ଗିରଫ କରିଛିି। ସେମାନଙ୍କ ନିକଟରୁ ୨ ଲକ୍ଷ ୩୧ ହଜାର ଟଙ୍କା ସମେତ ୨ କାର ଓ ୯ଟି ବାଇକ ଜବତ କରିଛି। କଳିଙ୍ଗନଗର ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। 

ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ, ୨ ଗୁରୁତର, ପ୍ରତିବାଦରେ ରାସ୍ତାରୋକୋ

ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ, ୨ ଗୁରୁତର, ପ୍ରତିବାଦରେ ରାସ୍ତାରୋକୋ

ନିଶ୍ଚିନ୍ତକୋଇଲି, ୧୪।୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ନିଶ୍ଚିନ୍ତକୋଇଲି ବାଉଳ ବଜାରରେ ମାଲ ବୋଝେଇ ଟ୍ରକ ଏକ ଜଳଖିଆ ଦୋକାନ ଉପରେ ଶୁକ୍ରବାର ସକାଳେ ମାଡିଯିବାରୁ ୨ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ୱେଷ୍ଟବେଙ୍ଗଲ ମେଦିନିପୁର ଜିଲା ଅନ୍ତର୍ଗତ ସବଙ୍ଗ ଥାନା ବରଦା ଗ୍ରାମର ବାବୁଲାଲ ହୁଦଇତ(୪୫) ଓ ଅମାଳିଥ ମଇତି (୪୮)। 

ବିନା ଏନ୍‌ଓସିରେ ଚାଲିଛି ୧୦୪ ଘରୋଇ ବିଦ୍ୟାଳୟ

ନୟାଗଡ଼ ଅଫିସ,୧୪ା୧୨- ନୟାଗଡ଼ ଜିଲାରେ ମାତ୍ର ୨୮ ଘରୋଇ ବିଦ୍ୟାଳୟକୁ  ମିଳିଛି ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ)। ଜିଲାରେ ମୋଟ ୧୩୨ ଘରୋଇ ବିଦ୍ୟାଳୟ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୧୦୪ଟି ବିନା ଏନ୍‌ଓସିରେ ଚାଲୁଛି।