ରାଜ୍ୟ | ବ୍ରହ୍ମପୁର

ଏଟିଏମ୍‌ ଲୁଟେରା ଗିରଫ: ୨.୩ ଲକ୍ଷ ଟଙ୍କା, ୧୩ ଏଟିଏମ କାର୍ଡ, ଗୋଟିଏ ବୁଲେଟ ଜବତ

ଏଟିଏମ୍‌ ଲୁଟେରା ଗିରଫ: ୨.୩ ଲକ୍ଷ ଟଙ୍କା, ୧୩ ଏଟିଏମ କାର୍ଡ, ଗୋଟିଏ ବୁଲେଟ ଜବତ
ବ୍ରହ୍ମପୁର ଅଫିସ,୧୬।୫- ନିଜକୁ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ ଲୋକଙ୍କୁ ଫୋନ କରି ଏଟିଏମ୍‌ ପିନ ନମ୍ବର ମାଗି ଅତି ଚତୁରତାର ସହ ଆକଉଣ୍ଟରୁ ଟଙ୍କା ଲୁଟ୍‌ କରୁଥିବା ଜଣେ ଏଟିଏମ୍‌ ଲୁଟେରାଙ୍କୁ ମଙ୍ଗଳବାର ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି। ସେ ହେଲେ କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ ରହୁଥିବା ପ୍ରଭାକର ପ୍ରଧାନ। ତାଙ୍କ ନିକଟରୁ ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ଦେଇଥିଲେ। ତେବେ ଏହି ଘଟଣାରେ ଆଉ ଅନେକଙ୍କର ସମ୍ପୃକ୍ତି ରହିଛି ା ତେବେ ପ୍ରଭାକରଙ୍କୁ ୫ ଦିନିଆ ରିମାଣ୍ଡରେ ପୋଲିସ ନେଇ ଏହାର ଖୋଲତାଡ ସହ ପଚରାଉଚରା କରିବ ବୋଲି ଏ୍‌ସପି ମିଶ୍ର କହିଛନ୍ତି । ସେ ଆହୁରି କହିଥିଲେ, ଗତ ଏପ୍ରିଲ ୨୫ ତାରିଖରେ ଜଣେ ମହିଳାଙ୍କ ଏଟିଏମ୍‌ରୁ ୨୦ ହଜାର ୫୦୦ ଟଙ୍କା ଲୁଟ୍‌ ହୋଇଯାଇଥିଲା। ସମ୍ପୃକ୍ତ ମହିଳା ଜଣକ ଏ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୮୩/୧୮) ରୁଜୁ କରି ତଦନ୍ତ ଚଳାଇଥିଲା। ସମାନ ଢଙ୍ଗରେ ମଙ୍ଗଳବାର ଗୋଟିଏ ଏଟିଏମ୍‌ରୁ ୪୦ ହଜାର ଟଙ୍କା ଏବଂ ଅନ୍ୟ ଏକ ଏଟିଏମ୍‌ରୁ ୯୬ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଥିଲା। ଗୋପାଳପୁର ଥାନା ଓ ବୈଦ୍ୟନାଥପୁର ଥାନାରେ ମଧ୍ୟ ଏହିଭଳି ଆଉ ଦୁଇଟି ଏଟିଏମ୍‌ ଲୁଟ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୭ ହଜାର ୯୦୦ ଓ ୫୬ ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଥିଲା ା ଯାହାକୁ ନେଇ ଗୋଳନ୍ଥରା ଥାନା, ଗୋପାଳପୁର ଥାନା ଓ ବୈଦ୍ୟନାଥପୁର ଥାନାରେ ନଂ.୯୭/୧୮, ୯୮/୧୮, ୪୯/୧୮, ୫୩/୧୮ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ମଙ୍ଗଳବାର ପ୍ରଭାକର ବ୍ରହ୍ମପୁର ପ୍ରେମନଗର ଅଞ୍ଚଳରେ ଥିବା କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ଟଙ୍କା, ୧୩ଟି ଏଟିଏମ୍‌ କାର୍ଡ ଓ ଗୋଟିଏ ବୁଲେଟ ମୋଟରସାଇକେଲ (ନଂ.ଓଡି-୦୭୫୩୩୭) ଜବତ କରାଯାଇଛି। ଜବତ ହୋଇଥିବା ଟଙ୍କା ଓ ଗାଡି ଇତ୍ୟାଦିକୁ ବୁଧବାର ଖବରଦାତା ସମ୍ମିଳନୀରେ ଲୁଟ୍‌ ଶିକାର ହୋଇଥିବା ଲୋକଙ୍କୁ ପୋଲିସ ଫେରାଇଛି। ପ୍ରଭାକରଙ୍କୁ କୋର୍ଟଚାଲାଣ କରାଯାଇଛି। ଏଟିଏମ୍‌ରୁ ଲୁଟ୍‌ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ଜାଣିବା ପାଇଁ ପୋଲିସ ପ୍ରଭାକରଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିବ ବୋଲି ଏସ୍‌ପି ମିଶ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏଟଏମ୍‌ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରଭାକର ଗତ ଜାନୁୟାରୀ ମାସରେ ପୋଲିସ ହାତରେ ଧରାପଡିଥିଲେ। କୌଣସି ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ପୋଲିସ ହାତରୁ ସେ ଚମ୍ପଟ ମାରିଥିଲେ।
All Right Reserved By

ରାଜ୍ୟ | ବ୍ରହ୍ମପୁର

କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ

କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ

ଭୁବନେଶ୍ୱର,୧୭।୮(ବ୍ୟୁରୋ): କେରଳର ବନ୍ୟାରେ ଓଡ଼ିଶାର ୧୩୦ଜଣ ଫସି ରହିଛନ୍ତି। ସେମାନେ ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ମର୍ମରେ ରାଜ୍ୟ ସରକାରଙ୍କର ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ ବି କେରଳ ରାଜ୍ୟ ଅତରିକ୍ତ ମୁଖ୍ୟ ଶାସନ ସଚିବ ପି.ଏଚ୍‌.କୁରିଆନ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୧୭।୮: ଚାଷ ତଥା ଚାଷୀଙ୍କୁ ସମ୍ମାନ, ପେନ୍‌ସନ, ଚାଷୀଦ୍ୱାରା ଉତ୍ପାଦିତ ଫସଲକୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ଆଦି ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୨୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୨୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା ଅଫିସ,୧୭।୮: ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୧୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ଟି ପ୍ୟାକେଟ ଏବଂ ନାଲି ପୁଡ଼ିଆରେ ବନ୍ଧା ହୋଇଥିବା ୧୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। 

ଓଡ଼ିଆ  ବିଶ୍ବବିଦ୍ୟାଳୟ  ଜମି ଅନୁଧ୍ୟାନ ସହ ବକୁଳବନ ବୁଲି ଦେଖିଲେ ଜିଲାପାଳ

ଓଡ଼ିଆ ବିଶ୍ବବିଦ୍ୟାଳୟ ଜମି ଅନୁଧ୍ୟାନ ସହ ବକୁଳବନ ବୁଲି ଦେଖିଲେ ଜିଲାପାଳ

ସାକ୍ଷୀଗୋପାଳ, ୧୭।୮( ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯିବା ପାଇଁ ସରକାର ବିଧିବଦ୍ଧ ଘୋଷଣା କରିବା ପରେ ଶୁକ୍ରବାର ପୁରୀ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶ ସତ୍ୟବାଦୀ ବକୁଳବନ ସଲଗ୍ନ ଜମି ଅନୁଧ୍ୟାନ କରିଛନ୍ତି। 

ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଥିଲି ବ୍ଲକ ଅଞ୍ଚଳରେ ଶୋକସଭା

ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଥିଲି ବ୍ଲକ ଅଞ୍ଚଳରେ ଶୋକସଭା

ମାଥିଲି,୧୭।୮(ଡି.ଏନ.ଏ.): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୁକ୍ରବାର ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ସର୍ବସାଧାରଣ ଭାବେ ସ୍ମୃତି ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି: ପ୍ରତିବାଦରେ ଡଅଁରା ଗ୍ରାମବାସୀଙ୍କ ବିକ୍ଷୋଭ

ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି: ପ୍ରତିବାଦରେ ଡଅଁରା ଗ୍ରାମବାସୀଙ୍କ ବିକ୍ଷୋଭ

ତାଳଚେର,୧୭।୮(ନି.ପ୍ର.): ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି ପ୍ରତିବାଦରେ ଡଅଁରା  ଗ୍ରାମର ଗ୍ରାମବାସୀ ଓ ଟ୍ରକ ମାଲିକମାନେ ମିଳିତ ଭାବେ ୧୪୪  ଧାରା ଜାରି କରାଯାଇଥିବା ସ୍ଥାନରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତ। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି। 

ପ୍ରେମିକ ଘର ଆଗରେ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ପ୍ରେମିକ ଘର ଆଗରେ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ରାଉରକେଲା ଅଫିସ, ୧୭।୮-ରାଉରକେଲା ମହାନଗର ଅନ୍ତର୍ଗତ ବନ୍ଧମୁଣ୍ଡା ସେକ୍ଟର ‘ବି’ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ଘର ଆଗରେ ଜଣେ ଯୁବତୀ (୨୫) ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଉଭୟ ଯୁବତୀ ଓ ତାଙ୍କ ପ୍ରେମିକଙ୍କ ଘର ନ୍ଧମୁଣ୍ଡା ସେକ୍ଟର ‘ବି’ଅଞ୍ଚଳରେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ମାତ୍ର ପ୍ରେମିକ ବିବାହ ପାଇଁ ମନା କରିବାରୁ ପ୍ରେମିକା ମାନସିକ ଭାରସାମ୍ୟ ହରାଇ ବସିଥିଲେ। 

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ପୁରୀ ଅଫିସ,୧୭।୮: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୋଦାମ ଘର ନିର୍ମାଣ କରାଯିବ। ଏଥିଲାଗି ମାଟିତୋଟା ମୌଜାରେ ଜମି ଚିହ୍ନଟ ହୋଇଛି। 

ଯୁବ ମହୋତ୍ସବରେ ଭାଗନେବେ ବ୍ରହ୍ମପୁରର ସୁରଜ ସାହୁ

ଯୁବ ମହୋତ୍ସବରେ ଭାଗନେବେ ବ୍ରହ୍ମପୁରର ସୁରଜ ସାହୁ

ବ୍ରହ୍ମପୁର ଅଫିସ,୧୭।୮: ଅଗଷ୍ଟ ୨୫ରେ ବମ୍ବେଠାରେ ୧୫ତମ ସଂଯୁକ୍ତା ପାଣିଗ୍ରାହୀ ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସ୍ମୃତିରେ ଆୟୋଜିତ ହେଉଥିବା ଏହି ଯୁବ ମହୋତ୍ସବରେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କଳାକାରମାନେ ଭାଗନେବେ। 

ବନ୍ୟା ଉଜାଡ଼ିଦେଲା ଫସଲ, ଧୋଇଗଲା ପାଙ୍ଗାମ ବ୍ରିଜ ରାସ୍ତା: କ୍ଷତି ପରଖୁଛନ୍ତି ପ୍ରଶାସନିକ ଅଧିକାରୀ

ବନ୍ୟା ଉଜାଡ଼ିଦେଲା ଫସଲ, ଧୋଇଗଲା ପାଙ୍ଗାମ ବ୍ରିଜ ରାସ୍ତା: କ୍ଷତି ପରଖୁଛନ୍ତି ପ୍ରଶାସନିକ ଅଧିକାରୀ

ମାଥିଲି, ୧୭।୮(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଦାଉ ସାଜିବାରୁ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶତାଧିକ ଘର ଭୁଶୁଡି ପଡିବା ସହ ପାଣି ପଶି ସମୁଦାୟ ଅଞ୍ଚଳର ଫସଲ ନଷ୍ଟ ହୋଇଛି। ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ଏକ ପ୍ରକାରର ଠପ ହୋଇଯାଇଛି। ଏପରିକି ୨ ଦିନ ଧରି ବ୍ଲକ ଅଞ୍ଚଳବାସୀ ଉଜାଗରରେ ରହିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳ ପରଖିବାକୁ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ନିଲମ୍ବିତ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ନିଲମ୍ବିତ

ତରଭା, ୧୭।୮(ଡି.ଏନ.ଏ.)
ତରଭା ବ୍ଲକ ଅତାସିଂହାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ଜଗତ ଶିରୋମଣି ମେହେରଙ୍କୁଙ୍କୁ ଡିପିସି ନିଲମ୍ବନ କରିଛନ୍ତି। କିଛି ଦିନ ତଳେ ମେହେରଙ୍କୁ ଦେଖା କରିବା ପାଇଁ ଜଣେ ଯୁବକ ହଷ୍ଟେଲକୁ ଆସି ରାତ୍ରୀଯାପନ କରିଥିଲେ। ଏକଥା ଜଣାପଡ଼ିବା ପରେ ଗ୍ରାମବାସୀ ହୋହାଲ୍ଲା କରିଥିଲେ। 

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ,  ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ, ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଖୋର୍ଦ୍ଧା ଅଫସ,୧୭।୮: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ୫ମ ଦିନରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା  କୋର୍ଟ ଫାଟକରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପକାଯାଇଥିବା ତାଲାକୁ ପୋଲିସ ଭାଙ୍ଗିଦେଇଛି।