ମନୋରଞ୍ଜନ |

କରିନାଙ୍କ ସହ ସ୍କ୍ରିନ ଶେୟାର କରିବେ କାର୍ତ୍ତିକ

କରିନାଙ୍କ ସହ ସ୍କ୍ରିନ ଶେୟାର କରିବେ କାର୍ତ୍ତିକ
ବମ୍ବେ: ‘ସୋନୁ କେ ଟିଟୁ କି ସ୍ବିଟି’ର ସଫଳତା ପରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ଗୋଟିଏ ପରେ ଗୋଟିଏ ବଲିଉଡ ଫିଲ୍ମର ଅଫର ମିଳିବାରେ ଲାଗିଛି। ଅନେକର କାହାଣୀ କାର୍ତ୍ତିକଙ୍କୁ ପସନ୍ଦ ଆସୁ ନ ଥିବାବେଳେ ସେ କିଛି ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏସବୁ ମଧ୍ୟରେ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ପ୍ରଯୋଜନା ସଂସ୍ଥା ଧର୍ମା ପ୍ରଡକ୍ସନ ଅଧୀନରେ ନିର୍ମାଣ ହେବାକୁ ଥିବା ଏକ ଚଳଚ୍ଚିିତ୍ରରେ ସେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସହ କରୀନା ମଧ୍ୟ ଅଭିନୟ କରିବେ। ତେବେ ନିକଟରେ ମନିଷ ମାଲହୋତ୍ରାଙ୍କର ଏକ ଫ୍ୟାଶନ ଶୋ’ରେ କରିନା ଓ କାର୍ତ୍ତିକ ଉଭୟ ଶୋ’ ଟପ୍ପର ହୋଇଥିଲେ। ଏଥିରେ ଉଭୟଙ୍କ ଯୋଡିକୁ ବେଶ ପସନ୍ଦ କରାଯାଇଥିଲା। ଏ ନେଇ ଏକ ଫଟୋ କାର୍ତ୍ତିକ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଟାରେ ସେୟାର କରିବା ପରେ ଅନେକ ପ୍ରଶଂସକ ଏହାକୁ ପରଦା ଉପରେ ଦେଖିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ନିର୍ମାତା ଉଭୟଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଦୁଇଟି ହିରୋ ଓ ହିରୋଇନ ଥିବା ଏହି ଚଳଚ୍ଚିତ୍ରରେ ଉଭୟଙ୍କ ବିପକ୍ଷରେ ଭିନ୍ନ ଦୁଇ କଳାକାର ଅଭିନୟ କରିବେ। କରିନାଙ୍କ ବିପକ୍ଷରେ ଜଣେ ବଡ ଅଭିନେତାଙ୍କୁ ନିଆଯିବ। ସେହିଭଳି କାର୍ତ୍ତିକଙ୍କ ବିପକ୍ଷରେ ଜଣେ ନବାଗତା ଆସିପାରନ୍ତି ବୋଲି କୁହାଯାଉଛି।
All Right Reserved By

ମନୋରଞ୍ଜନ |

ମୟୂର ଉତ୍ସବରେ ଖେର୍‌ଙ୍କୁ ବାସନ୍ଦ କରନ୍ତୁ: ସୋନା

ମୟୂର ଉତ୍ସବରେ ଖେର୍‌ଙ୍କୁ ବାସନ୍ଦ କରନ୍ତୁ: ସୋନା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ମୟୂର ଉତ୍ସବରୁ ମ୍ୟୁଜିକ୍‌ କମ୍ପୋଜର କୈଳାସ ଖେର୍‌ଙ୍କୁ ଦୂରେଇ ରଖିବା ପାଇଁ ଗାୟିକା ସୋନା ମହାପାତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ନିବେଦନ କରିଛନ୍ତି। ଖେର୍‌ ତାଙ୍କ ପ୍ରତି ଅଶାଳୀନ ଆଚରଣ କରିଥିବା ନେଇ ସେ ପୂର୍ବରୁ ଅଭିଯୋଗ କରିଥିଲେ।

ରଣବୀରଙ୍କ କଥା ପଡ଼ିଲେ ଆଲିଆଙ୍କୁ ଲାଗୁଛି ଲାଜ

ରଣବୀରଙ୍କ କଥା ପଡ଼ିଲେ ଆଲିଆଙ୍କୁ ଲାଗୁଛି ଲାଜ

ମୁମ୍ବାଇ: ‘ବ୍ରହ୍ମାସ୍ତ୍ର’ର ସହ-ଅଭିନେତା ରଣବୀର କପୁରଙ୍କ କଥା ପଡ଼ିଲେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଜିକାଲି ଖୁବ୍‌ ଲାଜ ଲାଗୁଛି। ଗୁରୁବାର ଏଠାରେ ନିକେଲୋଡିଓନ୍‌ କିଡ୍ସ ଚଏସ୍‌ ଆଓ୍ବାର୍ଡସ-୨୦୧୮ ଅବସରରେ ଖବରଦାତାଙ୍କ ସହ ଆଲୋଚନା ବେଳେ ଆଲିଆ ଏହା ପ୍ରକାଶ କରିଛନ୍ତି।

ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି ନିକ୍‌

ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପ୍ରିୟଙ୍କା ଚୋପ୍ରାଙ୍କ ପତି ତଥା ଆମେରିକୀୟ ସିଙ୍ଗର ନିକ୍‌ ଜୋନସ୍‌ ଶୀଘ୍ର ବାପା ହେବାକୁ ଚାହୁଁଥିବା ଜଣାପଡିଛି। ନିକଟରେ ସେ ଏକ ସାକ୍ଷାତ୍‌କାରରେ ଏମିତି କଥା କହିଥିବା ଆଲୋଚନା ହେଉଛି। 

ବାପା ହେବେ ଯୁବରାଜ

ବାପା ହେବେ ଯୁବରାଜ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। 

ରାଜ କପୁରଙ୍କ ୩ ଦୁର୍ବଳତା: ନର୍ଗିସ୍‌, ସିନେମା ଓ ମଦ୍ୟପାନ

ରାଜ କପୁରଙ୍କ ୩ ଦୁର୍ବଳତା: ନର୍ଗିସ୍‌, ସିନେମା ଓ ମଦ୍ୟପାନ

ମୁମ୍ବାଇ, ୧୪।୧୨: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୪ ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବରରେ ଜନ୍ମ ଗ୍ରହଣ କରିଥିଲେ। 

୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ୍‌

୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଡିସେମ୍ବର ୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ ହେଉଥିବା ବେଳେ ଏଥିପାଇଁ ମହାପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପ୍ରକାଶ କରିଛନ୍ତି।

ସମ୍ମାନିତ ହେଲେ ଜାହ୍ନବୀ

ସମ୍ମାନିତ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡର ଧଡକ୍‌ ଗର୍ଲ ଜାହ୍ନବୀ କପୁର ନିକଟରେ ସମ୍ମାନିତ ହୋଇଛନ୍ତି। Norwegian Consulate’s Shooting Star of the Year ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜାହ୍ନବୀ। 

 ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ପାନାଜୀ,୧୩।୧୨: ବଲିଉଡ଼ ଅଭିନେତ୍ରୀ ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆରେ ଜରୀନ୍‌ଙ୍କ କାର୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା।

ସ୍ମିତା ପାଟିଲଙ୍କୁ ଶୁଆଇ ମେକ୍‌ଅପ୍‌ କରିଥିଲେ ଦୀପକ

ସ୍ମିତା ପାଟିଲଙ୍କୁ ଶୁଆଇ ମେକ୍‌ଅପ୍‌ କରିଥିଲେ ଦୀପକ

ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୨ତମ ପୁଣ୍ୟ ତିଥି ଗୁରୁବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। 

ଓ୍ବେଲକମ୍‌ ପାର୍ଟି

ଓ୍ବେଲକମ୍‌ ପାର୍ଟି

ସତରେ ମା’ ହେବ ଏମିତି। ସାବତ ଝିଅ ହେଲେ କ’ଣ ହେଲା, ତା’ ପାଇଁ ନିଜ କର୍ତ୍ତବ୍ୟ କରିବାକୁ ଭୁଲିନାହାନ୍ତି କରୀନା। ହଁ, ସୈଫ-ଅମ୍ରିତାଙ୍କ ଝିଅ ସାରା ଅଲ୍ଲୀ ଖଁା ନିକଟରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଛନ୍ତି। 

ଛୋଟ ପରଦା: ଦେବୀ ମହାନ୍ତି, ଯାହା କହନ୍ତି

ଛୋଟ ପରଦା: ଦେବୀ ମହାନ୍ତି, ଯାହା କହନ୍ତି

ଦେବୀ ମହାନ୍ତି-ଶିଳ୍ପ ଦୁନିଆରେ ଜଣେ ପରିଚିତ ନାମ। ଦେବୀ ମସଲା କମ୍ପାନୀର ମାଲିକାଣୀ। ନିଜର ସୁଚିନ୍ତିତ ଯୋଜନା ବଳରେ ସେ ଏହି ବ୍ୟବସାୟର କାୟା ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି।

ଏ ମନ ଖୋଜୁଥାଏ ଯାହା

ଏ ମନ ଖୋଜୁଥାଏ ଯାହା

ଯେମିତି ଏକ ମନଲାଖି ସିନେମାରେ ଅଭିନୟ କରିବାକୁ ସବ୍ୟସାଚୀ ଆଶା ରଖିଥିଲେ ତାହା ପୂରଣ ହୋଇଛି। ବର୍ତ୍ତମାନ ସେ ଲେଡି ବାର୍ଡ ଏଣ୍ଟରଟେନ୍‌ମେଣ୍ଟ ସହାୟତା ତଥା ଆମ୍‌ରା ମ୍ୟୁଜିକ୍‌ ବ୍ୟାନରରେ ନିର୍ମିିତ ‘ମାଲ୍‌ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ ନାମକ ଦ୍ୱିଭାଷୀ (ଛତିଶଗଡି-ଓଡ଼ିଆ) ସିନେମାରେ ଅଭିନୟ କରୁଛନ୍ତି।