ରାଜ୍ୟ | ରାୟଗଡା

ଗୁରୁପ୍ରିୟା ସେତୁର ସୁରକ୍ଷା ଯାଞ୍ଚ ପାର୍ଇ ନିର୍ଦ୍ଦେଶ ହେଲେ ସରକାର

ଗୁରୁପ୍ରିୟା ସେତୁର ସୁରକ୍ଷା ଯାଞ୍ଚ ପାର୍ଇ ନିର୍ଦ୍ଦେଶ ହେଲେ ସରକାର
ମାଲକାନଗିରି(ସ୍ବ.ପ୍ର.), ଭୁବନେଶ୍ୱର(ବ୍ୟୁରୋ) ୧୬।୫: ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳ ପାଇଁ ଲାଇଫ୍‌ ଲାଇନ କୁହାଯାଉଥିବା ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଜୁନ୍‌ ମାସରେ ଉଦ୍‌ଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ତେବେ ଏହା ପୂର୍ବରୁ ସେତୁର ନିରାପତ୍ତା ଯାଞ୍ଚ କରାଯିବ। ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଏହାର ଯାଞ୍ଚ କରିବା ପାଇଁ ବୁଧବାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ପରେ ଏହାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଚ୍ଛିନ୍ନାଞ୍ଚଳର ୧୫୧ ଗାଁର ୩୦ହଜାର ରୁ ଊର୍ଦ୍ଧ୍ୱ ବାସିନ୍ଦାଙ୍କ ପାଇଁ ଏହି ସେତୁ ସହାୟକ ହେବ। ସେତୁ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ମାଓବାଦୀମାନେ ଏହାକୁ ବିରୋଧ କରି ଆସୁଛନ୍ତି। ଯେଉଁଥି ପାଇଁ ଏହି ସେତୁର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ଗ୍ୟାମନ ଇଣ୍ଡିଆ କମ୍ପାନୀ କାମ ଆରମ୍ଭରୁ ହିଁ ଛାଡି ଚାଲି ଯାଇଥିଲା। ଏହାର ଦୀର୍ଘ ବର୍ଷ ପରେ କଲିକତାର ରୟାଲ ଇନ୍‌ଫ୍ରା କମ୍ପାନୀ ସେତୁ ନିର୍ମାଣ ଦାୟିତ୍ୱ ନେଇଥିଲା। ମନ୍ଥର ଗତିର କାମ ସହ ଗତ ଗୋଟିଏ ବର୍ଷ ହେଲା ସେତୁ ନିର୍ମାଣରେ ବିଭିନ୍ନ ପ୍ରତିବନ୍ଧକ ଆସିଥିଲା। ୨ଥର ପାଇଲ ଦବିବା, ଗାର୍ଡର ଭୁଶୁଡିବା ଭଳି ଘଟଣା ପରେ ଗୁରୁପ୍ରିୟା ସେତୁର ବୈଷୟିକ ଡିଜାଇନ୍‌ରେ ପରିବର୍ତ୍ତନ ଅଣାଯାଇ ଥିଲା। ଏ ସବୁ ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବାରମ୍ବାର ଡେଡ୍‌ ଲାଇନ୍‌ ଦିଆଯିବା ପରେ ମଧ୍ୟ କାର୍ଯ୍ୟ ସରୁ ନ ଥିଲା। ଗତ ମାସରେ ଗୁରୁପ୍ରିୟା ସେତୁଟି ପ୍ରତି ମାଓବଦୀଙ୍କ ଆକ୍ରମଣ ଆଶଙ୍କା ପ୍ରକାଶ ପାଇବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇ ଥିଲା। ବିଏସ୍‌ଏଫ୍‌ ଆଇଜି ମଧ୍ୟ ସେତୁ ସ୍ଥାନ ପରିଦର୍ଶନ କରି ଏହାର ନିରାପତ୍ତା ଯାଞ୍ଚ କରି ଫେରିଥିଲେ।
All Right Reserved By

ରାଜ୍ୟ | ରାୟଗଡା

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ବଇଣ୍ଡା, ୨୦ା୩(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ବଇଣ୍ଡା ଚନ୍ଦନ ପୋଖରୀ ନିକଟରେ ଥିବା ସାହୁ ଲେଡିଜ କର୍ଣ୍ଣରଠାରୁ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବଂୟ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଲକିନ ସାହୁ(୨୪)ଙ୍କଠାରୁ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। 

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା