ରାଜ୍ୟ | ଉପକୂଳ ଓଡିଶା

ଆରଆଇଙ୍କୁ ଏଡିଏମ୍‌ ଉଠବସ କରାଇବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଆରଆଇଙ୍କୁ ଏଡିଏମ୍‌ ଉଠବସ କରାଇବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦ୍ରାପଡା ଅଫିସ, ୧୬। ୫- ରାଜନଗର ତହସିଲର ଏକ ବୈଠକରେ ବିଳମ୍ବରେ ପହଞ୍ଚିବାରୁ ୨ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ଏଡିଏମ୍‌ ବସନ୍ତ କୁମାର ରାଉତ ମଙ୍ଗଳବାର ଉଠବସ କରାଇଥିଲେ। ଏହି ଦଣ୍ଡାଦେଶକୁ ବିରୋଧ କରି ଓଡିଶା ରାଜ୍ୟ ନନ ଗେଜେଟେଡ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଗଠନ ବୁଧବାର ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏହି ଦାବିପତ୍ରରେ ସେମାନେ ଏଡିଏମ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏଥିସହିତ ଦୀର୍ଘ ୩ ଘଣ୍ଟା ଧରି ଜିଲାପାଳ ରେଘୁ ଜୀ. ଓ ସଂଘର କର୍ମକର୍ତ୍ତାମାନେ ସମସ୍ୟା ସମ୍ପର୍କରେ ଆଲୋଚନା ଚଳାଇଛନ୍ତି। ସଂଘର କାର୍ଯ୍ୟକାରୀ ସଭାପତି ବୈଷ୍ଣବ ଚରଣ ଦ୍ୱିବେଦୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, ଗତ ୧୫ ତାରିଖରେ ରାଜନଗର ତହସିଲ ଅଞ୍ଚଳର ବିଭିନ୍ନ କାର୍ଯ୍ୟକୁ ସମୀକ୍ଷା ପାଇଁ ଏଡିଏମ୍‌ ରାଉତ ସକାଳ ୯ଟାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଗୁପ୍ତି ଆରଆଇ କରୁଣାକର ମଲ୍ଲିକ ଓ ରିଘାଗଡର ଆରଆଇ ଶରତ କୁମାର ବେହେରା ଯଥାକ୍ରମେ ୨୦ ମିନିଟ ଓ ୩୦ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ବିଳମ୍ବର କାରଣ ସମ୍ପର୍କରେ କୌଣସି କଇଫତ ତଲବ ନକରି ଏଡିଏମ୍‌ ରାଉତ କରୁଣାକରଙ୍କୁ ୫ ଥର ଓ ଶରତଙ୍କୁ ୧୦ ଥର ଉଠବସ କରାଇଥିଲେ। ଏଥିସହିତ ଜାତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଏପରି ବ୍ୟବହାର ସାଧାରଣରେ ମାନସିକ ଆଘାତ ଦେଇଥିବାରୁ ସଂଘ ପକ୍ଷରୁ ଏହାର ପ୍ରତିବାଦ କରାଯାଉଛି। ଏସମ୍ପର୍କରେ ଏଡିଏମ ରାଉତ ସୂଚନା ଦେଇଛନ୍ତି ଯେ, ବିଳମ୍ବଜନିତ କାରଣରୁ ଉଠବସ କରାଇବା ସତ। ତେବେ ଜାତିକୁ ନେଇ କୌଣସି ଅଶାଳୀନ ମନ୍ତବ୍ୟ ପ୍ରଦାନ କରାଯାଇନାହିଁ। ଏଥିସହ ସେ ପ୍ରକାଶ କରିଛନ୍ତି ଯେ, କେନ୍ଦ୍ରପଡ଼ା ଜିଲାକୁ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ଘୋଷଣା କରାଯାଇଛି। ଏହି ଜିଲାର ଆରଆଇଙ୍କ କାର୍ଯ୍ୟଦକ୍ଷତା ସାଧାରଣ ଜନତାଙ୍କ ଦୁଃଖ ଦୂର କରିପାରିବ। ସମୟାନୁବର୍ତ୍ତିତା ହେବା ପାଇଁ ଏପରି ଦଣ୍ଡାଦେଶକୁ ହାଲକା ଭାବେ ଗ୍ରହଣ କରିବା କଥା। ତେବେ ସେମାନଙ୍କ ମନରେ ଆଘାତ ପହଞ୍ଚାଇ ଥିବାରୁ ଦୁଃଖ ପ୍ରକାଶ କରୁଛି। ତେବେ ପ୍ରଶାସନିକ ବ୍ୟବସ୍ଥାରେ ଏପରି ଘଟଣା ଜିଲାସାରା ଆଲୋଚନାର ବିଷୟ ହୋଇଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ସଂଗଠନ ସମ୍ପାଦକ ବିକ୍ରମ କୁମାର ମଲ୍ଲିକଙ୍କ ସମେତ ବହୁ କର୍ମକର୍ତ୍ତା ରେଘୁ ଜୀ.ଙ୍କ ସହ ଆଲୋଚନାରତ ଅଛନ୍ତି। ଏହି ଦାବିପତ୍ରପ୍ରଦାନ ପାଇଁ ସଂଗଠନର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ଅଛନ୍ତି।
All Right Reserved By

ରାଜ୍ୟ | ଉପକୂଳ ଓଡିଶା

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାୟକଙ୍କ ନାମ ଘୋଷଣା କରାଯାଇଛି।

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

୭ ମହିଳା

୭ ମହିଳା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଛକାପଞ୍ଝା ପରେ ଶୁକ୍ରବାର କଂଗ୍ରେସ ବିଧାନସଭା ଆସନ ଲାଗି ୫୪ ଜଣିଆ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେବଳ ୭ ମହିଳା। 

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଧାନସଭା ପାଇଁ  ଶୁକ୍ରବାର ୫୪ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ ମିଳିଛି। 

୨ୟ ପର୍ଯ୍ୟାୟରେ ୨୨

୨ୟ ପର୍ଯ୍ୟାୟରେ ୨୨

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୩/୩(ବ୍ୟୁରୋ)-  ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା