ରାଜ୍ୟ | ରାୟଗଡା

ପୂର୍ବତନ ସମିତିସଭ୍ୟଙ୍କୁ ଗଳାକାଟି ହତ୍ୟା ଘଟଣା: ସ୍ତ୍ରୀଙ୍କ କୋହ ‘ଆମକୁ ସାହାରା ଦେବ କିଏ’

ପୂର୍ବତନ ସମିତିସଭ୍ୟଙ୍କୁ ଗଳାକାଟି ହତ୍ୟା ଘଟଣା: ସ୍ତ୍ରୀଙ୍କ କୋହ ‘ଆମକୁ ସାହାରା ଦେବ କିଏ’
ମାଥିଲି , ୧୬।୫ (ଡି.ଏନ.ଏ) - ମଥାରୁ ଲିଭିଯାଇଛି ସିନ୍ଦୁର । ହାତରୁ ଭାଙ୍ଗିଯାଇଛି ଶଙ୍ଖା । ଉଜାଡିଗଲା ସୁନାର ସଂସାର । ବିଧବା ହୋଇଗଲେ ପୂର୍ବତନ ସମିତି ସଭ୍ୟଙ୍କ ସ୍ତ୍ରୀ । ଘର ମୁଖିଆଙ୍କୁ ହରାଇବା ପରେ ବାପା ଛେଉଣ୍ତ ହୋଇପଡିଛନ୍ତି ୨ ଶିଶୁ । ଭାଙ୍ଗିପଡିଛି ପରିବାର । ପରିବାର ପ୍ରତିପୋଷଣ କରିବା ଚିନ୍ତା ଏବେ ଡାକିଆଣିଛି ମଞ୍ଜୁରି କେନାରଙ୍କ ଆଖିରେ । ଏଇ ହେଉଛି ସେହି ଘଟଣା । ମଙ୍ଗଳବାର ଦିନ ଦିପହରରେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଟେମୃପାଲି ଗ୍ରାମରୁ ଉଠାଇ ନେଇ ମାଓବାଦୀମାନେ ପୂର୍ବତନ ସମିତିସଭ୍ୟ ଜଗଦୀଶ ସମରଥ (୩୫) ଙ୍କୁ ର୍ନିମମ ହତ୍ୟା କରିଥିଲେ । ପୋଲିସ ଇନଫର୍ମର ଦର୍ଶାଇ ଗଳା କାଟି ହତ୍ୟା କରିଥିଲେ ମାଓବାଦୀ । ମାଓବାଦୀମାନେ ମଙ୍ଗଳବାର ପୂର୍ବାହ୍ନରେ ଜଗଦୀଶଙ୍କୁ ଘରୁ ଉଠାଇ ନେଇଥିଲେ । କୁକୁରକୁଣ୍ତ ଯାଉଥିବା ପରିବାର ଲୋକଙ୍କୁ ଜଣାଇ ଆଉ ଫେରିନଥିଲେ । ତାଙ୍କ ସମ୍ପର୍କିୟ ଜଗଦୀଶଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ ଅପରାହ୍ନ ସମୟରେ ଜଣେ ବ୍ୟକ୍ତି ଘରେ ଆସି ଖବର ଦେଲେ ଯେ ଜଗଦୀଶ ଆଉ ଦୁନିଆରୁ ନାହାନ୍ତି । ତାଙ୍କୁ ମାଓବାଦୀମାନେ ଗଳାକାଟି ର୍ନିମମ ହତ୍ୟା କରିବା ପରେ ଟେମୃପାଲି ପଞ୍ଚାୟତ ଅଧିନ କଟେପାଲି ରାସ୍ତା ନିକଟରେ ଫିଙ୍ଗିଦେଇଛନ୍ତି । ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡିଥିଲା ପରିବାର କାନ୍ଦି କାନ୍ଦି କଟେପାଲି ପର୍ଯ୍ୟନ୍ତ ୨ କିମି ରାସ୍ତାରେ ଧାଇଁ ଧାଇଁ ପରିବାର ଏବଂ ସମ୍ପର୍କିୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଧାରୁଆ ଅସ୍ତ୍ରରେ ଜଗଦୀଶଙ୍କୁ ଗଳା କାଟି ର୍ନିମମ ହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ମୃତଦେହ ପାଖରେ ମାଓବାଦୀମାନେ ହିନ୍ଦୀ ଭାଷାରେ ଏକ ହାତଲେଖା ପୋଷ୍ଟର ଛାଡି ଚାଲିଯାଇଥିଲେ । ମାଓବାଦୀ ଛାଡିଥିବା ପୋଷ୍ଟର ପ୍ରକାରେ , ୨୦୧୬ ମସିହା ଠାରୁ ଜଗଦୀଶ ଜନ ବିରୋଧୀ କାର୍ଯ୍ୟ କରି ଟେମୃପାଲି ପଞ୍ଚାୟତର ମଧ୍ୟସ୍ଥି ଥିଲେ। ୨୦୧୬ରେ ମାଓବାଦୀ କହି ଟେମୃପାଲି ପଞ୍ଚାୟତର ସାଧାରଣ ଲୋକଙ୍କୁ ପୋଲିସ ନିକଟରେ ଆତ୍ମସମର୍ପଣ କରାଇଥିଲେ, ପ୍ରତ୍ୟେକ ଦିନ ସେ ପୋଲିସକୁ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁପ୍ତ ସୂଚନା ଦେଉଥିଲେ , ମୋଦି ସରକାର ଆସିବା ଦିନଠାରୁ ପୋଲିସ ଇନଫର୍ମରଙ୍କ ସଂଖ୍ୟା ବଢିଛି, ସରକାର ଟଙ୍କା ଦେଇ ନିରୀହ ଲୋକଙ୍କୁ ଏହି ହୀନ କାର୍ଯ୍ୟରେ ଲଗାଉଛନ୍ତି । ଏଥିପାଇଁ ଜଗଦୀଶଙ୍କୁ ପି.ଏଚ.ଜି.ଏ ତରଫରୁ ଏହି ମୃତ୍ୟୁ ଦଣ୍ତ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । କାଙ୍ଗର ଘାଟି ଏରିଆ କମିଟି ମାଓବାଦୀ କମ୍ପ୍ୟୁନିଷ୍ଠ ପାର୍ଟି ତରଫରୁ ଏହି ପୋଷ୍ଟର ଛଡାଯାଇଛି। ଜଗଦୀଶଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇପଡିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ବୁଧବାର ଜଗଦୀଶଙ୍କ ସ୍ତ୍ରୀ ମଞ୍ଜୁରା କେନାଲ କାନ୍ଦି କାନ୍ଦି କହୋଭରା ଡାକ ଦେଇଥିଲେ ଯେ, ପରିବାର ଲୋକଙ୍କୁ ଏବେ ସାହାରା ଦେବାକୁ ଆଉ କେହି ନାହିଁ , ତେବେ ଆମକୁ ସାହାରା ଦେବ କିଏ ବୋଲି ଓଲଟା ପ୍ରଶ୍ନ ପଚାରିଥିଲେ । ଅନ୍ୟପକ୍ଷରେ ମଙ୍ଗଳବାର ରାତିରେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ୍ୟୁଦେହ ଜବତ କରିଥିଲେ। ବୁଧବାର ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ, ମାଥିଲି ଥାନାରେ ଏ ନେଇ ମାମଲା ରୁଜୁ କରାଯାଇଛି । ଏହାର ତଦନ୍ତ ଚାଲିଥିବା ମାଥିଲି ଥାନା ଆଇଆଇସି ଜନ କୁଜୁର ସୂଚନା ଦେଇଛନ୍ତି ।
All Right Reserved By

ରାଜ୍ୟ | ରାୟଗଡା

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାୟକଙ୍କ ନାମ ଘୋଷଣା କରାଯାଇଛି।

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

୭ ମହିଳା

୭ ମହିଳା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଛକାପଞ୍ଝା ପରେ ଶୁକ୍ରବାର କଂଗ୍ରେସ ବିଧାନସଭା ଆସନ ଲାଗି ୫୪ ଜଣିଆ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେବଳ ୭ ମହିଳା। 

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଧାନସଭା ପାଇଁ  ଶୁକ୍ରବାର ୫୪ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ ମିଳିଛି। 

୨ୟ ପର୍ଯ୍ୟାୟରେ ୨୨

୨ୟ ପର୍ଯ୍ୟାୟରେ ୨୨

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୩/୩(ବ୍ୟୁରୋ)-  ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା