ବାଣିଜ୍ୟ |

ବଜାରରେ ହୋଣ୍ଡା ଡିଓର ୨୦୧୮ ଏଡିଶନ

ବଜାରରେ ହୋଣ୍ଡା ଡିଓର ୨୦୧୮ ଏଡିଶନ
ନୂଆଦିଲ୍ଲୀ,୧୬-୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ନୂତନ ଯାନ ୨୦୧୮ ଡିଓକୁ ବଜାର ପ୍ରବେଶ କରାଇଛି। ଏହି ଯାନ ଦେଶର ସମସ୍ତ ଡିଲର୍ସ ପଏଣ୍ଟ୍‌ରେ ଉପଲବ୍ଧ ହେବ। ଏଥିରେ ଫୋର୍‌ ଇନ୍‌ ଓ୍ବାନ୍‌ ଲକ୍‌ ସହିତ ଏଲ୍‌ଇଡି ହେଡ୍‌ ଲ୍ୟାମ୍ପ୍‌ ବ୍ୟବସ୍ଥା ରହିଛି। ଏଥିରେ ଇକୋ ସ୍ପିଡ୍‌ ଇଣ୍ଡିକେଟର ଏବଂ ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟରକୁ ଡିଜିଟାଲ୍‌ ମିଟରରେ ବିକଶିତ କରାଯାଇଛି। ଏହାର ନୂଆଦିଲ୍ଲୀ ଏକ୍ସ-ଶୋ’ରୁମ୍‌ ମୂଲ୍ୟ ୫୧,୨୯୨ ଟଙ୍କାରୁ ଆରମ୍ଭ ହେଉଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ। ଏ ସମ୍ପର୍କରେ କମ୍ପାନୀର ବରିଷ୍ଠ ଉପସଭାପତି (ମାର୍କେଟିଂ ଆଣ୍ଡ୍‌ ସେଲ୍‌ସ) ୟାଦବିନ୍ଦର ସିଂ ଗୁଲେରିଆ କହିଛନ୍ତି, ଦୀର୍ଘ ୧୫ ବର୍ଷର ଡିଓ ମଡେଲ୍‌ ଏହାର ୨୦୧୮ ସଂସ୍କରଣକୁ ୯ଟି କଲର ଏବଂ ୨ଟି ଭାରିଆଣ୍ଟ୍‌ରେ ବଜାର ପ୍ରବେଶ କରାଇଛି।
All Right Reserved By

ବାଣିଜ୍ୟ |

ଅପରେଶନ ବନ୍ଦ ଚେତାବନୀ ଦେଲେ ଏୟାର ଇଣ୍ଡିଆ ପାଇଲଟ୍‌

ଅପରେଶନ ବନ୍ଦ ଚେତାବନୀ ଦେଲେ ଏୟାର ଇଣ୍ଡିଆ ପାଇଲଟ୍‌

ମୁମ୍ବାଇ,  ୧୮-୮ : ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ପାଇଲଟ ଗୋଷ୍ଠୀ ଅପରେଶନ ବନ୍ଦ ନେଇ ଚେତାବନୀ ଦେଇଛନ୍ତି। ବିମାନ କମ୍ପାନୀ ପାଇଲଟଙ୍କ ଭଡାଣ ଭତ୍ତା ବାବଦ ରହିଥିବା ବକେୟା ତୁରନ୍ତ ପ୍ରଦାନ କରିବାକୁ ପାଇଲଟମାନେ ଦାବି କରିଛନ୍ତି। ଏପରି ସ୍ଥିତିରେ ବିମାନ କମ୍ପାନୀ ଯଦି ସେମାନଙ୍କ ଦାବୀକୁ ପୂରଣ ନ କରେ ଚରମ ପନ୍ଥା ଗ୍ରହଣ କରିବାକୁ ପାଇଲଟମାନେ କହିଛନ୍ତି।

ଆୟକର ସଂଗ୍ରହରେ ରେକର୍ଡ

ଆୟକର ସଂଗ୍ରହରେ ରେକର୍ଡ

ଗୌହାଟି,୧୮-୮ :  ୨୦୧୭-୧୮ ଆର୍ଥତ୍କ ବର୍ଷରେ ଆୟକର ସଂଗ୍ରହ ରେକର୍ଡ ସ୍ତରରେ ରହିଛି। ଏହି ସମୟରେ ୧୦.୦୩ ଲକ୍ଷ କୋଟି ଟଙ୍କାର ଆୟକର ସଂଗ୍ରହ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଶୁକ୍ରବାର ପକ୍ଷରୁ ସୂଚନା ରହିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ୬.୯୨ କୋଟି ଆଇଟି ରିଟର୍ନ ଫାଇଲ ହୋଇଛି। 

ମନମୋହନଙ୍କ ସମୟରେ ସର୍ବୋଚ୍ଚ ଅଭିବୃଦ୍ଧି

ମନମୋହନଙ୍କ ସମୟରେ ସର୍ବୋଚ୍ଚ ଅଭିବୃଦ୍ଧି

ନୂଆଦିଲ୍ଲୀ,  ୧୮-୮ :  ୨୦୦୬-୦୭ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମୟରେ ଘରୋଇ ବଜାର ସର୍ବୋଚ୍ଚ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଥିଲା। ଏହି ସମୟରେ ଅଭିବୃଦ୍ଧି ୧୦.୮% ରହିଥିଲା। ଘରୋଇ ବଜାରରେ ଉଦାରୀକରଣ ଲାଗୁ ହେବା ପରଠାରୁ ଏହା ସର୍ବାଧିକ ବୋଲି ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। 

ଇସ୍ତଫା ଦେଲେ ଇନ୍‌ଫୋସିସ୍‌ ସିଏଫ୍‌ଓ

ଇସ୍ତଫା ଦେଲେ ଇନ୍‌ଫୋସିସ୍‌ ସିଏଫ୍‌ଓ

ନୂଆଦିଲ୍ଲୀ,୧୮।୮: ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ଭାବେ କାର୍ଯ୍ୟ କରୁଥିବା ଏମ. ଡି. ରଙ୍ଗନାଥ ଶନିବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ପୂର୍ବତଟ ଫ୍ରେଟ୍‌ କରିଡର

ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ପୂର୍ବତଟ ଫ୍ରେଟ୍‌ କରିଡର

ନୂଆଦିଲ୍ଲୀ,  ୧୮-୮: ଦେଶର ତୃତୀୟ ରେଳ ପରିବହନ କରିଡରକୁ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କାର୍ଯ୍ୟକାରୀ ହେବାକୁ ଥିବା ପୂର୍ବତଟ ଫ୍ରେଟ କରିଡର ୪୪ ହଜାର କୋଟି ଟଙ୍କା ନିବେଶରେ ନିର୍ମାଣ ହେବ। 

ସେନ୍‌ସେକ୍ସରେ ୨୮୪ ପଏଣ୍ଟ ବୃଦ୍ଧି

ସେନ୍‌ସେକ୍ସରେ ୨୮୪ ପଏଣ୍ଟ ବୃଦ୍ଧି

ମୁମ୍ବାଇ,  ୧୮-୮: ବମ୍ବେର ଷ୍ଟକଏକ୍ସଚେଞ୍ଜରେ ସେନ୍‌ସେକ୍ସରେ ଶୁକ୍ରବାର ଉନ୍ନତ କାରବାର ପରିଲକ୍ଷିତ ହୋଇଛି। ଏଥିରେ ୨୮୪ ପଏଣ୍ଟ ବୃଦ୍ଧି ଘଟି ୩୭,୯୪୭.୮୮ ଏପଣ୍ଟରେ କାରବାର ବନ୍ଦ ହୋଇଛି। 

ଟୁଟିକୋରିନ୍‌ ପ୍ଲାଣ୍ଟ ଉପରେ ନିଷ୍ପତ୍ତି ନେବେ ଏନ୍‌ଜିଟି: ସୁପ୍ରିମକୋର୍ଟ

ଟୁଟିକୋରିନ୍‌ ପ୍ଲାଣ୍ଟ ଉପରେ ନିଷ୍ପତ୍ତି ନେବେ ଏନ୍‌ଜିଟି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,  ୧୮-୮: ତାମିଲନାଡୁରେ ଥିବା ବେଦାନ୍ତ ଟୁଟିକୋରିନ ପ୍ଲାଣ୍ଟ ବନ୍ଦ ନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ପ୍ଲାଣ୍ଟ ପରିସରରେ ଥିବା ପ୍ରଶାସନିକ ୟୁନିଟ୍‌ର ବ୍ୟବହାର ଲାଗି  ଏନ୍‌ଜିଟି ବେଦାନ୍ତକୁ ଅନୁମତି ଦେଇଥିଲେ।

ଜିଏସ୍‌ଟିରୁ ଏମ୍‌ଏସ୍‌ଏମ୍‌ଇ ରପ୍ତାନି ପ୍ରଭାବିତ

ଜିଏସ୍‌ଟିରୁ ଏମ୍‌ଏସ୍‌ଏମ୍‌ଇ ରପ୍ତାନି ପ୍ରଭାବିତ

ବମ୍ବେ,  ୧୮-୮(ପି.ଟି) : ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଘରୋଇ ବଜାରର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଜିଏସ୍‌ଟି ଲାଗୁ ବେଳେ ସାମ୍ନାକୁ ଆସିଥିବା ବିଭିନ୍ନ ସମସ୍ୟା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଥିଲା। 

ଆସିଲା ୟୁପିଆଇ ୨.୦

ଆସିଲା ୟୁପିଆଇ ୨.୦

ନୂଆଦିଲ୍ଲୀ,  ୧୮-୮: ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ)ର ଦ୍ୱିତୀୟ ଭର୍ସନ ଉନ୍ମୋଚନ ହୋଇଛି। ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲ ଶୁଭାରମ୍ଭ କରିଛନ୍ତି। ମର୍ଚ୍ଚାଣ୍ଟମାନଙ୍କୁ ପେମେଣ୍ଟ ପାଇଁ ଏଥିରେ ଓଭର ଡ୍ରାଫ୍ଟ ସୀମା ଧାର୍ଯ୍ୟ ହୋଇଛି।

ୟୁକୋ ବ୍ୟାଙ୍କ ପକ୍ଷରୁ ଆଲୋଚନାଚକ୍ର

ୟୁକୋ ବ୍ୟାଙ୍କ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର,  ୧୮-୮: ୟୁକୋ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ରତା ଆନ୍ଦୋଳନରେ ହିନ୍ଦୀର ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନଗର ରାଜଭାଷା କାର୍ଯ୍ୟକାରୀ ସମିତି ଭୁବନେଶ୍ୱରର ଆନୁକୁଲ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି।

ନୂତନ ପରିସରରେ ପିଏନ୍‌ବି ଆର୍‌ପିଆର୍‌ସି ଶାଖା

ନୂତନ ପରିସରରେ ପିଏନ୍‌ବି ଆର୍‌ପିଆର୍‌ସି ଶାଖା

ଭୁବନେଶ୍ୱର,  ୧୮-୮ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଆର୍‌ପିଆର୍‌ସି ଶାଖାର ନୂତନ ପରିସର ଉଦ୍‌ଘାଟିତ ହୋଇଯାଇଛି। କୋଲକାତା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏଲ୍‌.କେ ମାଲହୋତ୍ରା, ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ଗଣପତ ଲାଲ୍‌ ଉକ୍ତ ଶାଖାକୁ ଉଦ୍‌ଘାଟନ କରିଥିଲେ। 

ଓଜିବି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଓଜିବି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,  ୧୮-୮ : ଓଡିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) କର୍ମଚାରୀ ସଂଘର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି।