ମେଟ୍ରୋ |

ବିଭିନ୍ନ ଦାବିନେଇ କଣ୍ଟାପଡା ବ୍ଲକ ସମ୍ମୁଖରେ ଭାଜପାର ଧାରଣା

ବିଭିନ୍ନ ଦାବିନେଇ କଣ୍ଟାପଡା ବ୍ଲକ ସମ୍ମୁଖରେ ଭାଜପାର ଧାରଣା
କଣ୍ଟାପଡା, ୧୬/୫(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବଡ ପାଟସୁନ୍ଦରପୁର ଗ୍ରାମ ପଞ୍ଚାୟତରେ ଚାଲିଥିବା ଅନିୟମିତତା ବିରୋଧରେ ଭାଜପା ପକ୍ଷରୁ କଣ୍ଟାପଡା ବ୍ଲକ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଛି। ଉକ୍ତ ପଞ୍ଚାୟତରେ ବିନା ପଲ୍ଲୀସଭାରେ କାର୍ଯ୍ୟାଦେଶ ପ୍ରଦାନ, ଦଳୀୟ ପ୍ରୀତି ରଖି ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ, ସରକାରୀ ଅର୍ଥ ହଡପ ପ୍ରସଙ୍ଗରେ କଣ୍ଟାପଡା ବ୍ଲକ ବିଡିଓଙ୍କ ନୀରବତା ନେଇ ଭାଜପା ନେତା ସଂଗ୍ରାମ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି। ପଞ୍ଚାୟତରେ ଚାଲିଥିବା ଏହି ବେଆଇନ କାର୍ଯ୍ୟ ପ୍ରତିବାଦରେ ଗତ ୯ତାରିଖରେ ସ୍ଥାନୀୟ ଭାଜପା କର୍ମୀମାନେ ବିଡିଓଙ୍କୁ ଲିଖିତଭାବେ ଜଣାଇବା ସହ ୭ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ମାତ୍ର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବୁଧବାର ଭାଜପା କର୍ମୀମାନେ ଧରଣାରେ ବସିଛନ୍ତି। କଣ୍ଟାପଡା ବିଡିଓ କେ ଅଶୋକ କୁମାର ଅଫିସରେ ନଥିବାରୁ ତାଙ୍କର ପ୍ରତିକ୍ରିୟା ନିଆଯାଇ ପାରିନାହିଁ।
All Right Reserved By

ମେଟ୍ରୋ |

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ଅଫିସ, ୨୨ା୧୦: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନକୁ ନେଇ ହୋଇଥିବା ହିଂସାରେ ଗିରଫଦାରି ସଂଖ୍ୟା ୯୨ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୮୬ ଜଣଙ୍କୁ ଗିରଫ କରିଥିବା ବେଳେ ସୋମବାର ଆଉ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

ତିତ୍‌ଲି ପ୍ରଭାବିତ ଜିଲା ପାଇଁ ରିଲିଫ୍‌ ସହାୟତା ରାଶି ବୃଦ୍ଧି: ଦିଆଗଲା ୩୭୫ କୋଟି

ତିତ୍‌ଲି ପ୍ରଭାବିତ ଜିଲା ପାଇଁ ରିଲିଫ୍‌ ସହାୟତା ରାଶି ବୃଦ୍ଧି: ଦିଆଗଲା ୩୭୫ କୋଟି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ସଚିବାଳୟରେ ସୋମବାର ତିତ୍‌ଲି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପଦକ୍ଷେପ  ନେଇ ଆଲୋଚନା ହୋଇଛି। ରାଜ୍ୟର ତିତ୍‌ଲି ପ୍ରଭାବିତ ଜିଲାଗୁଡିକୁ ୩୭୫ କୋଟି ଟଙ୍କା ରିଲିଫ୍‌ ସହାୟତା ଯୋଗାଇବା ପାଇଁ ବ୍ୟୟବରାଦ କରାଯାଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। 

ରାସ୍ତାରେ ପଡୁଛି ଆବର୍ଜନା

ରାସ୍ତାରେ ପଡୁଛି ଆବର୍ଜନା

ଖୋର୍ଦ୍ଧା ଅଫିସ,୨୨।୧୦: ଖୋର୍ଦ୍ଧା ସହରର କାମନାବର ସାହିଠାରୁ ଖ୍ରୀଷ୍ଟିୟାନ ସାହି ପର୍ଯ୍ୟନ୍ତ ରାସ୍ତା ଉପରେ ଅଳିଆ ଜମାହୋଇ ରହିଛି। ସବୁବେଳେ ଏହି ସ୍ଥାନରେ ଅଳିଆ ରହିବା କାରଣରୁ ଦୁର୍ଗନ୍ଧ ବାହାରୁଛି। 

ଗୋଚର ଜମିରେ ଆବାସ ଯୋଜନା

ଖୋର୍ଦ୍ଧା ଅଫିସ,୨୨।୧୦: ଖୋର୍ଦ୍ଧା ବ୍ଲକ ନରଣଗଡ ପଞ୍ଚାୟତରେ ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । 

ପାଣିଓରାରେ ବ୍ରାଉନ ସୁଗାର କାରବାର: ନିଶା କବଳରେ ଇଞ୍ଜିନିୟରିଂ ଛାତ୍ର

ଖୋର୍ଦ୍ଧା ଅଫିସ,୨୨।୧୦: ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ପାଣିଓରାରେ ଅବାଧରେ ବ୍ରାଉନସୁଗାର କାରବାର ଚାଲିଛି । ତେବେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟବସାୟ କରାନଯାଇ ପ୍ରତିଦିନ ସ୍ଥାନ ବଦଳୁଛି ଓ ବ୍ରାଉନସୁଗାର ବିକ୍ରି କରୁଥିବା ଯୁବକ ବି ବଦଳୁଛନ୍ତି । 

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଜିଲାଗୁଡିକର ସ୍ବାସ୍ଥ୍ୟସେବା ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଜିଲାଗୁଡିକର ସ୍ବାସ୍ଥ୍ୟସେବା ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ଅଞ୍ଚଳଗୁଡିକର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫୪ଟି ସ୍ବାସ୍ଥ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବାହାର ଜିଲାରୁ ୫୪ଜଣ ଡାକ୍ତରଙ୍କୁ ମୁତୟନ କରାଯାଇଛି।  

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାକଟପୁର, ୨୨।୧୦(ଡି.ଏନ.ଏ.): ଅସ୍ତରଙ୍ଗ ଉପକୂଳର ଡାଳୁଅକଣି ଝାଉଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

କରମଙ୍ଗା ଗଛରେ ଜଗନ୍ନାଥ

କରମଙ୍ଗା ଗଛରେ ଜଗନ୍ନାଥ

ଫୁଲନଖରା, ୨୨।୧୦(ଡି.ଏନ.ଏ.): ବ୍ରାହ୍ମଣ ଝରିଲୋ ନର ନାରାୟଣ ମଠରେ ଥିବା ଏକ କରମଙ୍ଗା ଗଛରେ ଜଗନ୍ନାଥ ଙ୍କ ମୂର୍ତ୍ତି ସଦୃଶ ଏକ ଆକୃତି ଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ)- ପରକୀୟା ପ୍ରୀତିକୁ କେନ୍ଦ୍ରକରି ରବିବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି।

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

ଖୋର୍ଦ୍ଧା ଅଫିସ,୨୨।୧୦: ସରୁଜାଲ ପକାଇ ସବୁବେଳେ ମାଛ ଯାଅଁାଳ ଧରିବା ଦ୍ୱାରା ଚିଲିକାରେ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦନ କମିବାରେ ଲାଗିଛି। ଫଳରେ ସମୁଦ୍ରରୁ ଆସୁଥିବା ମାଛ ଚିଲିକାକୁ ନ ଆସି  ମୁହାଣ ନିକଟରେ ଅଟକି ରହି ଯାଉଛନ୍ତି।

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ଅଫିସ,୨୨।୧୦ : ପୁରୀ ସରକାରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାନେଇ ସମୟ ଗଡ଼ି ଚାଲିଛି। ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଆହୁରି ୨୦ ପ୍ରତିଶତ ବାକି ରହିଛି। 

୫୯ତମ ପୋଲିସ ଶହୀଦ ଦିବସ: ‘ଶହୀଦଙ୍କ ନିଷ୍ଠାପର ତ୍ୟାଗ ପ୍ରେରଣାର ଉତ୍ସ’

ପୁରୀ ଅଫିସ,୨୧ା୧୦ : ଶହୀଦଙ୍କ ନିଷ୍ଠା ଓ ତ୍ୟାଗ ଆମ ପାଇଁ ପ୍ରେରଣାର ଉତ୍ସ। ଦେଶ ମାତୃକା ଲାଗି ବଳିଦାନ ଦେଇଥିବା ଶହୀଦମାନେ ହେଉଛନ୍ତି ଦେଶର ଆଦର୍ଶ।