ବାଣିଜ୍ୟ |

ଉପସାଗରୀୟ ଦେଶ ସମୂହକୁ ଖାଦ୍ୟ ସାମଗ୍ରୀ ରପ୍ତାନି

ଉପସାଗରୀୟ ଦେଶ ସମୂହକୁ ଖାଦ୍ୟ ସାମଗ୍ରୀ ରପ୍ତାନି


ଭୁବନେଶ୍ୱର,୧୬-୫- ଓଡିଶାର କୃଷିଜାତ ସାମଗ୍ରୀ ଉପସାଗରୀୟ ଦେଶ ସମୂହକୁ ରପ୍ତାନି କରାଯାଇ ପାରିବ। ଓଡିଶାର ଆମ୍ବ, ପଣସ, କନ୍ଦମୂଳ, ସଜନା ଛୁଇଁ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଫୁଲ, କନ୍ଧମାଳର ହଳଦୀ ଓ କୋରାପୁଟର ଅଦାକୁ ଉପସାଗରୀୟ ଦେଶକୁ ରପ୍ତାନି କରାଯାଇ ପାରିବ। କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଉପସାଗରୀୟ ଦେଶ ସମୂହକୁ ତିନିଦିନିଆ ଗସ୍ତରେ ଯାଇ ସେଠାକାର କମ୍ପାନୀଗୁଡିକୁ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇବା ପାଇଁ ଆହ୍ବାନ ଦେଇଛନ୍ତି। ଶିଳ୍ପପତି, ବିପଣନ କମ୍ପାନୀ, ଖାଦ୍ୟ ପ୍ରକ୍ରିୟାକରଣ ତଥା ଶୀତଳଭଣ୍ଡାର ପ୍ରଦାନକାରୀ ସଂସ୍ଥାଗୁଡିକୁ ଉଦ୍‌ବୋଧନ ଦେଇ ପ୍ରଧାନ କହିଛନ୍ତି, ଭାରତ ଉପସାଗରୀୟ ଦେଶ ସମୂହରୁ ପ୍ରାୟ ୬୦% ତୈଳଜାତ ଦ୍ରବ୍ୟ ଆମଦାନୀ କରୁଛି। ଅନ୍ୟ ପକ୍ଷରେ ଭାରତରୁ ମାତ୍ର ୧୮% ଖାଦ୍ୟସାମଗ୍ରୀ ଉକ୍ତ ଦେଶଗୁଡିକୁ ରପ୍ତାନି ହେଉଛି। ଏହାକୁ ବଢାଇବା ପାଇଁ ବ୍ୟାପକ ସୁଯୋଗ ରହିଛି ଏବଂ ଏ କ୍ଷେତ୍ରରେ ପ୍ରକ୍ରିୟା ଆରମ୍ଭ କରିବା ଦରକାର ବୋଲି ପ୍ରଧାନ କହିଛନ୍ତି। ଫଳରେ ଭାରତ ଏହି ରାଷ୍ଟ୍ରସମୂହ ଖାଦ୍ୟ ସୁରକ୍ଷା ଯୋଗାଇବା ସହିତ ସେଠାରୁ ଶକ୍ତି କ୍ଷେତ୍ରରେ ସହଯୋଗ ଆଶା କରିବ ବୋଲି ପ୍ରଧାନ କହିଛନ୍ତି। ଏହି ବୈଠକରେ ସଫଲ୍‌ର ଅନ୍ତଃରାଷ୍ଟ୍ରୀୟ ବିପଣନ ମୁଖ୍ୟ ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ବାଣିଜ୍ୟ |

୫ ଦିନ ପରେ ୮ ପଇସା କମିଲା ଡିଜେଲ

୫ ଦିନ ପରେ ୮ ପଇସା କମିଲା ଡିଜେଲ

ଭୁବନେଶ୍ୱର,୧୮-୬: ୫ ଦିନ ଧରି ଡିଜେଲ୍‌ ଦର ୭୨ ଟଙ୍କା ୭୩ ପଇସାରେ ଅପରିବର୍ତ୍ତିତ ରହିଥିବା ବେଳେ ସୋମବାର ଏଥିରେ ମାତ୍ର ୮ ପଇସା ହ୍ରାସ ହୋଇଛି।

୩ ମାସ ଭିତରେ ଆସିବ ନୂତନ ଅଟୋ ପଲିସି

୩ ମାସ ଭିତରେ ଆସିବ ନୂତନ ଅଟୋ ପଲିସି

ନୂଆଦିଲ୍ଲୀ,୧୮-୬ ଯେଉଁ ଯାନ ଦ୍ୱାରା ପ୍ରଦୂଷଣ ଅଧିକ ହେବ ସେହି ଯାନ ପାଇଁ ଅଧିକ ଟିକସ ପୈଠ କରିବାକୁ ପଡିବ। ସେହିପରି ଗ୍ରୀନ ମୋବିଲିଟି ରୋଡ୍‌ ମ୍ୟାପ ମଧ୍ୟ ପ୍ରସ୍ତୁତ କରାଯିବ। ଏଥିପାଇଁ ଆଉ ୩ ମାସ ମଧ୍ୟରେ ନୂତନ ଜାତୀୟ ଅଟୋ ପଲିସି ଆସିବାକୁ ଯାଉଛି। ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଡି ପଦବୀ ପୂରଣ ଲାଗି ବିବିବିର ପ୍ରସ୍ତାବ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଡି ପଦବୀ ପୂରଣ ଲାଗି ବିବିବିର ପ୍ରସ୍ତାବ

ନୂଆଦିଲ୍ଲୀ,୧୮-୬ (ପି.ଟି) ସରକାରଙ୍କ ଦ୍ୱାରା ଗଠିତ ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି) ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଖାଲି ପଡିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ପଦବୀ ପୂରଣ ଲାଗି ପ୍ରସ୍ତାବ ଦେଇଛି। ଉକ୍ତ ପଦବୀ ଲାଗି ୨୨ ଜଣଙ୍କ ନାମ ପ୍ରସ୍ତାବରେ ରହିଛି। ୨୨ ମହାପ୍ରବନ୍ଧକଙ୍କ ନାମ ବିଭିନ୍ନ ବ୍ୟାଙ୍କର ଇଡି ପଦବୀରେ ନିଯୁକ୍ତି ଲାଗି ପ୍ରସ୍ତାବ ରହିଥିବା ଜଣାଯାଇଛି।

ଭୋଡାଫୋନ-ଆଇଡିଆ ମିଶ୍ରଣକୁ ଆଜି ମିଳିପାରେ ମଞ୍ଜୁରୀ

ଭୋଡାଫୋନ-ଆଇଡିଆ ମିଶ୍ରଣକୁ ଆଜି ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ,୧୮-୬ (ପି.ଟି) ଭୋଡାଫୋନ ଇଣ୍ଡିଆ ଏବଂ ଆଇଡିଆ ସେଲ୍ୟୁଲାର ମିଶ୍ରଣକୁ ଟେଲିକମ୍‌ ବିଭାଗ(ଡଟ୍‌) ସୋମବାର ମଞ୍ଜୁରୀ ପ୍ରଦାନ ମିଳିପାରେ। ଏଥି ସଂକ୍ରାନ୍ତ ପ୍ରମାଣପତ୍ର ସୋମବାର ମିଳିବାର ଆଶା କରାଯାଉଛି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ମିଶ୍ରଣ ପରେ ନୂଆ କମ୍ପାନୀର ନାମ ଭୋଡାଫୋନ ଆଇଡିଆ ଲିମିଟେଡ ହେବ ବୋଲି ପ୍ରସ୍ତାବ ରଖାଯାଇଛି।

ଏଲପିୟୁରେ ହେବ ୧୦୬ ତମ ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସ

ଏଲପିୟୁରେ ହେବ ୧୦୬ ତମ ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସ

ଜଳନ୍ଧର,୧୮-୬: ବିଶ୍ୱର ସର୍ବବୃହତ ବିଜ୍ଞାନ ଇଭେଣ୍ଟ ଇଣ୍ଡିଆନ ସାଇନ୍ସ କଂଗ୍ରେସର ୧୦୬ ତମ ସଂସ୍କରଣ ଲଭଲି ପ୍ରଫେଶନାଲ ୟୁନିଭରସିଟି(ଏଲ୍‌ପିୟୁ)ଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାର ଯୋଜନା ରହିଛି।

ପୂର୍ବତଟ ରେଳପଥର ଆନ୍ତଃ ରେଳମଣ୍ଡଳ ସାଂସ୍କୃତିକ ପ୍ରତିଯୋଗିତା

ପୂର୍ବତଟ ରେଳପଥର ଆନ୍ତଃ ରେଳମଣ୍ଡଳ ସାଂସ୍କୃତିକ ପ୍ରତିଯୋଗିତା

ଭୁବନେଶ୍ୱର,୧୮-୬: ପୂର୍ବତଟ ରେଳପଥ ପକ୍ଷରୁ ସ୍ଥାନୀୟ ରେଲଓ୍ବେ ଅଡିଟୋରିୟମ ଠାରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଆନ୍ତଃ ରେଳମଣ୍ଡଳ ପ୍ରତିଯୋଗିତା ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ପାଣି, ବିଜୁଳି, ଚିକିତ୍ସା ସୁବିଧା ଦିଅ : ବୁଲେଟ୍‌ ଟ୍ରେନ୍‌ ପାଇଁ ଜମି ଦବୁ

ପାଣି, ବିଜୁଳି, ଚିକିତ୍ସା ସୁବିଧା ଦିଅ : ବୁଲେଟ୍‌ ଟ୍ରେନ୍‌ ପାଇଁ ଜମି ଦବୁ

ବମ୍ବେ,୧୮-୬ ସହଜ ସୁବିଧାରେ ଜୀବନ ନିର୍ବାହ କରିବା ପାଇଁ ଆମକୁ ପ୍ରଥମେ ପାଣି, ବିଜୁଳି ଆଲୁଅ ଏବଂ ଡାକ୍ତରୀ ସେବା ପ୍ରଦାନ କର। ଏହା ପରେ ଯାଇ ଆମେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ରାଜି ହେବୁ। ମହାରାଷ୍ଟ୍ରର ପଲଘର ଜିଲାବାସୀ ସରକାରଙ୍କ ପାଖରେ ଏଭଳି ଦାବି କରିଛନ୍ତି।

ତେଲରୁ ଉତ୍ପାଦ ଶୁଳ୍କ ହ୍ରାସ

ତେଲରୁ ଉତ୍ପାଦ ଶୁଳ୍କ ହ୍ରାସ

ନୂଆଦିଲ୍ଲୀ, ୧୭-୬(ପି.ଟି.) ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉଚ୍ଚ ସ୍ତରରେ ଥିବାରୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଯେକୌଣସି ଉପାୟ ଅବଲମ୍ବନ କରି ତୈଳ ଦର ହ୍ରାସ କରାଯାଉ ବୋଲି ଉପଭୋକ୍ତା ଦାବି କରୁଛନ୍ତି।

ଏଲ୍‌ଆଇସିକୁ ସେବା ଟିକସ ନୋଟିସ୍‌

ଏଲ୍‌ଆଇସିକୁ ସେବା ଟିକସ ନୋଟିସ୍‌

ନୂଆଦିଲ୍ଲୀ,୧୮-୬ (ପି.ଟି) ସାମଗ୍ରୀ ଓ ସେବା ଟିକସ ଗୋଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ପକ୍ଷରୁ ରାଷ୍ଟ୍ରାୟତ୍ତ ଜୀବନ ବୀମା ନିଗମ(ଏଲ୍‌ଆଇସି) ବିରୋଧରେ ୨,୦୫୦ କୋଟି ଟଙ୍କାର ସେବା ଟିକସ ନୋଟିସ ଜାରି ହୋଇଛି। କଲିକତା ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ନୋଟିସ ଜାରି କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଟ୍ରେନରେ ରହିବ ଭାକ୍ୟୁମ୍‌ ବାୟୋ ଟଏଲେଟ୍‌

ଟ୍ରେନରେ ରହିବ ଭାକ୍ୟୁମ୍‌ ବାୟୋ ଟଏଲେଟ୍‌

ନୂଆଦିଲ୍ଲୀ,୧୮-୬ (ପି.ଟି) ବର୍ତ୍ତମାନ ସୁଦ୍ଧା ପ୍ରାୟ ଟ୍ରେନରେ ବାୟୋଟଏଲେଟ ସ୍ଥାପନ କରିବା ପରେ ଏହାକୁ ଅପ୍‌ଗ୍ରେଡ କରିବାକୁ ରଲଓ୍ବେ ନୂଆ ଯୋଜନା ହାତକୁ ନେବ। ବାୟୋଟଏଲେଟ ବଦଳରେ ଅଧିକ ଉନ୍ନତ ଭାକ୍ୟୁମ୍‌ ବାୟୋ ଟଏଲେଟ୍‌ ବ୍ୟବହାର ନେଇ ରେଲଓ୍ବେ ବିଚାର କରୁଥିବା ଜଣା ଯାଇଛି।

ଏକାଧିକ ଭାରତୀୟ ପାସପୋର୍ଟ ବ୍ୟବହାର: ନୀରବଙ୍କ ବିରୋଧରେ ଏତଲା

ଏକାଧିକ ଭାରତୀୟ ପାସପୋର୍ଟ ବ୍ୟବହାର: ନୀରବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧୮-୬ (ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୨ ବିଲିୟନ ଡଲାର ଠକେଇର ମୁଖ୍ୟ ଅଭିଯୁକ୍ତ ହିରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପୁଣି ଥରେ ଏକ ଏତଲା ଦାଏର ହୋଇଛି। ନୀରବଙ୍କ ବିରୋଧରେ ଏକାଧିକ ଭାରତୀୟ ପାସପୋର୍ଟ ବ୍ୟବହାର କରୁଥିବା ଅଭିଯୋଗ ଆସିଛି।

ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟରେ ହ୍ରାସ

ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟରେ ହ୍ରାସ

ବମ୍ବେ,୧୮-୬ (ପି.ଟି) ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶର ବିଭିନ୍ନ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟରେ ହ୍ରାସ ଘଟିଛି। ଦେଶର ୧୩ ରାଜ୍ୟ ସେମାନଙ୍କ ବିତ୍ତୀୟ ନିଅଣ୍ଟରେ ୨୫% ହ୍ରାସ ଘଟିଥିବା କହିଛନ୍ତି।

Model This Week

ପ୍ରଭାତ