ବାଣିଜ୍ୟ |

ନୂତନ ରେକର୍ଡ ହାସଲ କଲା ଏନ୍‌ଆଇଏନ୍‌ଏଲ୍‌

ନୂତନ ରେକର୍ଡ ହାସଲ କଲା ଏନ୍‌ଆଇଏନ୍‌ଏଲ୍‌
ଭୁବନେଶ୍ୱର,୧୬-୫ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌) ଚଳିତ ମାସ ୧୩ ରେ ୩୦୦୧ ଟନ୍‌ ହଟ୍‌ ମେଟାଲ୍‌ ଉତ୍ପାଦନ କରିଛି। ଏହା କମ୍ପାନୀର ଏକ ନୂତନ ରେକର୍ଡ ବୋଲି ଏନ୍‌ଆଇଏନ୍‌ଲ୍‌ ଏକ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛି। କମ୍ପାନୀ ଏହାର ବ୍ଲାଷ୍ଟ ଫର୍ନେଶ୍‌ ବ୍ରାହ୍ମଣୀର କ୍ୟାପିଟାଲ ରିପାୟର କାର୍ଯ୍ୟ ଶେଷ କରିବା ପରେ ବିକାଶ ପଥରେ ପ୍ରଥମ ମାଇଲ ଖୁଣ୍ଟ ଅତିକ୍ରମ କରିଛି ବୋଲି ଏହାର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶଶି ଶେଖର ମହାନ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ସମସ୍ତ କର୍ମଚାରୀଙ୍କୁ ସୁଭେଚ୍ଛା ଜଣାଇବା ସହିତ ଖୁବ୍‌ଶୀଘ୍ର କମ୍ପାନୀ ଏହାର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌କୁ ପୂନଃ କାର୍ଯ୍ୟକାରୀ କରିବ ବୋଲି ପ୍ରକାଶ କରିଛନ୍ତି। ଏଥିପାଇଁ କମ୍ପାନୀ ନିଜସ୍ବ ଖଣିରୁ କଞ୍ଚାମାଲ ଉତ୍ତୋଳନ କରିବ ବୋଲି ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।
All Right Reserved By

ବାଣିଜ୍ୟ |

କଓ୍ବୋଇସି ନବୀକରଣ ଲାଗି ଏସ୍‌ବିଆଇର ଆଲର୍ଟ

କଓ୍ବୋଇସି ନବୀକରଣ ଲାଗି ଏସ୍‌ବିଆଇର ଆଲର୍ଟ

ନୂଆଦିଲ୍ଲୀ,୧୭-୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଯୋଗେ ଏବେ ଆଲର୍ଟ କରାଯାଉଛି। ଗ୍ରାହକମାନେ ନିଜର କଓ୍ବୋଇସି(ନୋ ଇଓର କଷ୍ଟମର) ନବୀକରଣ କରାଇ  ନେବା ଲାଗି ଆଲର୍ଟ ଦିଆଯାଉଛି। ଏଥିରେ ହେଳା କଲେ ଆକାଉଣ୍ଟ ବ୍ଲକ୍‌ ହୋଇଯିବ ବୋଲି ଆଲର୍ଟରେ ଦର୍ଶାଯାଇଛି।

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ଓ୍ବାଶିଂଟନ,୧୭-୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ଲାଗି ସୁପାରିସ କରିବାକୁ ଆମେରିକା ଭାବୁଛି। ସ୍ଥାନୀୟ ସମ୍ବାଦପତ୍ର ‘ ଦ ନିୟୁର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ୬୩ ବର୍ଷୀୟା ପ୍ରବାସୀ ଭାରତୀୟ ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଶୀର୍ଷ ପଦରେ ଅଧିଷ୍ଠିତ କରିବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କା ଟ୍ରମ୍ପ।

ବଢ଼ିିବ ନୁମାଲିଗଡ଼ ରିଫାଇନେରୀ କ୍ଷମତା;୨୨,୫୯୪ କୋଟିର ପ୍ରକଳ୍ପ ବିସ୍ତାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ବଢ଼ିିବ ନୁମାଲିଗଡ଼ ରିଫାଇନେରୀ କ୍ଷମତା;୨୨,୫୯୪ କୋଟିର ପ୍ରକଳ୍ପ ବିସ୍ତାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୧୭-୧: କେନ୍ଦ୍ର ସରକାର ଆସାମର ନୁମାଲିଗଡ଼ ରିଫାଇନେରୀ କ୍ଷମତାକୁ ବାର୍ଷିକ ୩୦ ଲକ୍ଷ ଟନରୁ ୯୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ପ୍ରକଳ୍ପ ବିସ୍ତାର ଲାଗି ଆଗତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। 

ଲଟେରିରେ ଏକ ପ୍ରକାର ଟିକସ; ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବ

ଲଟେରିରେ ଏକ ପ୍ରକାର ଟିକସ; ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୧୭-୧: ଲଟେରିରେ ଗୋଟିଏ ପ୍ରକାର ଟିକସ ଆଦାୟ କରାଯିବ ଅଥବା ବର୍ତ୍ତମାନର ପ୍ରଚଳିତ ଏକାଧିକ ଟିକସ ବ୍ୟବସ୍ଥା ଜାରି ରହିବ ସେନେଇ ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବେ ବୋଲି ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

ଏସାର ଷ୍ଟିଲ୍‌ର ୧୫ ହଜାର କୋଟିର ଏନ୍‌ପିଏ ବିକିବ ଏସ୍‌ବିଆଇ

ଏସାର ଷ୍ଟିଲ୍‌ର ୧୫ ହଜାର କୋଟିର ଏନ୍‌ପିଏ ବିକିବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୭-୧: ଏସାର ଷ୍ଟିଲ୍‌ରେ ଫଶିଯାଇଥିବା ଋଣ ଆଦାୟ ଲାଗି ୧୫,୪୩୧.୪୪ କୋଟି ଟଙ୍କାର ଏନ୍‌ପିଏ ବିକ୍ରି କରିବାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ନିଷ୍ପତ୍ତି ନେଇଛି। ବ୍ୟାଙ୍କ ଦ୍ୱାରା ଜାରି ବିଜ୍ଞାପନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଆଜି ଉଦ୍ୟୋଗ ସଂଘ ପ୍ରତିନିଧିଙ୍କୁ ଭେଟିବେ ଶକ୍ତିକାନ୍ତ

ଆଜି ଉଦ୍ୟୋଗ ସଂଘ ପ୍ରତିନିଧିଙ୍କୁ ଭେଟିବେ ଶକ୍ତିକାନ୍ତ

ମୁମ୍ବାଇ,୧୭-୧: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ଉଦ୍ୟୋଗ ଜଗତର ପ୍ରତିନିଧିତ୍ୱ କରୁଥିବା ଚାମ୍ବର୍ସ ଓ ସଂଘର ପ୍ରତିନିଧିମାନଙ୍କୁ ଭେଟିବେ ବୋଲି ବୁଧବାର ନିଜର ଟୁଇଟରରେ ସ୍ପଷ୍ଟ କରିଛନ୍ତି। 

ଆୟକର ରିଟର୍ନର ପରବର୍ତ୍ତୀ ପିଢ଼ି ପ୍ରଣାଳିକୁ  ଅନୁମୋଦନ; ଦିନକରେ ସରିବ ପ୍ରକ୍ରିୟା

ଆୟକର ରିଟର୍ନର ପରବର୍ତ୍ତୀ ପିଢ଼ି ପ୍ରଣାଳିକୁ ଅନୁମୋଦନ; ଦିନକରେ ସରିବ ପ୍ରକ୍ରିୟା

ନୂଆଦିଲ୍ଲୀ,୧୭-୧: ଆୟକର ବିବରଣୀର ଇ-ଫାଇଲିଂ, ଯାଞ୍ଚ ଓ ଟିକସ ରିଟର୍ନର ସମ୍ପୂର୍ଣ୍ଣ ପ୍ରକ୍ରିୟା ଆହୁରି ତ୍ୱରାନ୍ବିତ ତଥା ସୁଗମ ହେବାକୁ ଯାଉଛି। ଏଥିଲାଗି ପରବର୍ତ୍ତୀ ପିଢ଼ିର ପ୍ରଣାଳୀ ବିକଶିତ କରାଯିବ। ଫଳରେ ଗୋଟିଏ ଦିନ ଭିତରେ ଆୟକର ରିଟର୍ନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ଏ ସଂକ୍ରାନ୍ତରେ ଆଗତ ଏକ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। 

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀ ବିଶ୍ୱବ୍ୟାଙ୍କ୍‌ର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ବୋଲି ଜଣାପଡିଛି। ଏହି ପଦବୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ଇନ୍ଦ୍ରାଙ୍କ ନାମ

ଅର୍ଥ ମନ୍ତ୍ରଣାଳୟର ଅଭିନବ ଉଦ୍ୟମ; ଟୁଇଟର ସିରିଜ ଜରିଆରେ ଶିଖାଇବ ବଜେଟ୍‌

ଅର୍ଥ ମନ୍ତ୍ରଣାଳୟର ଅଭିନବ ଉଦ୍ୟମ; ଟୁଇଟର ସିରିଜ ଜରିଆରେ ଶିଖାଇବ ବଜେଟ୍‌

ନୂଆଦିଲ୍ଲୀ,୧୬-୧: ବଜେଟ୍‌ ସମ୍ପର୍କରେ ଜନସାଧାରଣଙ୍କୁ ଶିକ୍ଷିତ କରିବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। 

ରପ୍ତାନିରେ ସାମାନ୍ୟ ବୃଦ୍ଧି; କମୁଛି ବାଣିଜ୍ୟ ନିଅଣ୍ଟ

ରପ୍ତାନିରେ ସାମାନ୍ୟ ବୃଦ୍ଧି; କମୁଛି ବାଣିଜ୍ୟ ନିଅଣ୍ଟ

ନୂଆଦିଲ୍ଲୀ,୧୬-୧: ଡିସେମ୍ବରେ ଦେଶର ରପ୍ତାନି ସାମାନ୍ୟ ୦.୩୪% ବୃଦ୍ଧି ପାଇ ୨୭.୯୩ ବିଲିୟନ ଡଲାରରେ ପହଞ୍ଚତ୍ଛିି। ଇଞ୍ଜିନିୟରିଂ, ରନତ୍ ଓ ଆଭୂଷଣ, ଚମଡା, ହାତ ତିଆରି ସୂତା ତଥା ଔଷଧର ରପ୍ତାନି ହ୍ରାସ ପାଇଛି। 

ଜେଟ୍‌ ଏୟାରଓ୍ବେଜରେ ନିବେଶ କରିବନି କାତାର

ଜେଟ୍‌ ଏୟାରଓ୍ବେଜରେ ନିବେଶ କରିବନି କାତାର

ମୁମ୍ବାଇ,୧୬-୧: ସଙ୍କଟଗ୍ରସ୍ତ ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବା ନାହିଁ ବୋଲି କାତାର  ଏୟାରଓ୍ବେଜ ସ୍ପଷ୍ଟ କରିଛି। 

ସାବଧାନ! ଓଟିପି ଜରିଆରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ସାବଧାନ! ଓଟିପି ଜରିଆରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ନୂଆଦିଲ୍ଲୀ,୧୬-୧: ହ୍ୟାକରମାନେ ଏବେ ଏକ ନୂଆ ପନ୍ଥା ଆପଣାଇ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ନେଉଛନ୍ତି। ବ୍ୟାଙ୍କ ଦ୍ୱାରା ପଠାଯାଉଥିବା ଓଟିପି(ଓ୍ବାନ୍‌ ଟାଇମ ପାସ୍‌ଓ୍ବର୍ଡ)କୁ ଏହି ହ୍ୟାକରମାନେ କୌଣସି ଉପାୟରେ କରାୟତ୍ତ କରି ଆକାଉଣ୍ଟରୁ ଟଙ୍କା ଚୋରାଇ ନେଉଛନ୍ତି।