ବାଣିଜ୍ୟ |

ଷ୍ଟାଇଲ୍‌ ସ୍ପାରେ କ୍ୟାଶ୍‌ବ୍ୟାକ୍‌ ଅଫର୍‌

ଷ୍ଟାଇଲ୍‌ ସ୍ପାରେ କ୍ୟାଶ୍‌ବ୍ୟାକ୍‌ ଅଫର୍‌

ଭୁବନେଶ୍ୱର,୧୬-୫
ପ୍ରମୁଖ ଗୃହ ଏବଂ ଅଫିସ୍‌ ଆସବାବପତ୍ର କମ୍ପାନୀ ଷ୍ଟାଇଲ୍‌ ସ୍ପା ପକ୍ଷରୁ କ୍ୟାଶ୍‌ବ୍ୟାକ୍‌ ଅଫର୍‌ ଆରମ୍ଭ ହୋଇଛି। ଏହି ଅଫର୍‌ ମାଧ୍ୟମରେ ବଜାଜ ଫାଇନାନ୍ସ ଗ୍ରାହକମାନେ ୦% ସୁଧ ହାରରେ ଆସବାବପତ୍ର କ୍ରୟ କରିବା ସହ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହାର ବୈଧତା ମେ’ ୩୧ ପର୍ଯ୍ୟନ୍ତ ରହିଛି। ମେ’ ଅଫର୍‌ରେ ଗ୍ରାହକ ୬୪,୯୯୫ ଟଙ୍କାରେ ଓ୍ବେଡିଂ ପ୍ୟାକେଜ୍‌ ଅଫର୍‌ ପାଇବେ। ଏଥିରେ ବେଡ୍‌ରୁମ୍‌ କମ୍ବୋ+ସୋଫା (୩+୧+୧), ଷ୍ଟେଟର୍‌+କଫି ଟେବୁଲ୍‌ ପାଇବେ। ଏଣ୍ଡ୍‌ ଅଫ୍‌ ଦ କ୍ଲିୟରାନ୍ସ ଅଫର୍‌ ମଧ୍ୟ ଚାଲୁ ରହିଛି। ଏଥିରେ ଯେକୌଣସି ନିର୍ଦ୍ଧିଷ୍ଟ ଉତ୍ପାଦ କ୍ରୟ କରି ଗ୍ରାହକ ୬୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଷ୍ଟକ୍‌ ଶେଷ ହେବା ଯାଏ ଏହି ଅଫର୍‌ ରହିବ। କଟକ, ଭୁବନେଶ୍ୱର, ପୁରୀ, ଯାଜପୁର ରୋଡ୍‌ ବଜାଜ୍‌ ଫାଇନାନ୍ସ କାର୍ଡଧାରୀମାନଙ୍କ ପାଇଁ ଶୋ’ରୁମ୍‌ରେ ୦% ସୁଧ ହାରରେ ଫାଇନାନ୍ସ ସୁବିଧା ରହିଛି। ସୋଫା, ବେଡ୍‌ ଏବଂ ଡାଇନିଂରେ ନୂଆ ପ୍ରଡକ୍ଟ ଉପଲବ୍ଧ କରାଯାଇଛି। ଗୃହ ଆସବାବପତ୍ର, ମଡ୍ୟୁଲାର କିଚେନ୍‌, ଅଫିସ୍‌ ଆସବାବପତ୍ର ଏବଂ ଇଣ୍ଟେରିୟର ସଲ୍ୟୁଶନ୍ସ କ୍ଷେତ୍ରରେ କମ୍ପାନୀ ସ୍ବତନ୍ତ୍ର ପରିଚୟ ଲାଭ କରିଛି ା ସମଗ୍ର ଦେଶରେ ଏହାର ୯୦ଟି ନିଜସ୍ବ ଆଉଟ୍‌ଲେଟ୍‌ ରହିଛି। ସମ୍ପ୍ରତି କମ୍ପାନୀ ପୋଲାଣ୍ଡର ଫୋର୍ଟେ ଫର୍ନିଚର ସହ ଅନୁବନ୍ଧିତ ହୋଇଛି। ଭାରତ ବଜାରରେ ଆସବାବପତ୍ର ଉତ୍ପାଦନ ତଥା ବିକ୍ରି କ୍ଷେତ୍ରରେ ଏହି ସହଯୋଗିତା କାର୍ଯ୍ୟ କରିବ। ଭୁବନେଶ୍ୱର ବାପୁଜୀନଗରଠାରେ ଷ୍ଟାଇଲ୍‌ ସ୍ପାର ଶୋ’ରୁମ୍‌ ରହିଛି, ଯେଉଁଠାରେ ଅନ୍ତଃରାଷ୍ଟ୍ରୀୟ କ୍ବାଲିଟି ତଥା ୟୁରୋପୀୟ ଟେକ୍ନୋଲୋଜିରେ ପ୍ରସ୍ତୁତ ଆସବାବପତ୍ରର ସମ୍ଭାର ରହିଛି। ରବିବାର ମଧ୍ୟ ଶୋ’ରୁମ୍‌ ଖୋଲାଥିବା ବରିଷ୍ଠ ଶାଖା ପରିଚାଳକ ଇନ୍ଦ୍ରଜିତ ମହାନ୍ତି ପ୍ରକାଶ କରିଛନ୍ତି ା

All Right Reserved By

Model This Week

ସନ୍ତୋଷ

ବାଣିଜ୍ୟ |

ଦୁଇ ସୀମିତ ସଂସ୍କରଣ ଯାନ ଆଣିଲା ମର୍ସିଡିଜ୍‌ ବେଞ୍ଜ୍‌

ଦୁଇ ସୀମିତ ସଂସ୍କରଣ ଯାନ ଆଣିଲା ମର୍ସିଡିଜ୍‌ ବେଞ୍ଜ୍‌

ପୁଣେ, ୨୭-୫ ବିଳାସମୟ କାର୍‌ ନିର୍ମାତା ମର୍ସିଡିଜ୍‌ ବେଞ୍ଜ୍‌ ଇଣ୍ଡିଆ ଏହାର ଦୁଇ ଅତ୍ୟାଧୁନିକ ଯାନର ସୀମିତ ସଂସ୍କରଣ ବଜାର ପ୍ରବେଶ କରାଇଛି। ଏଏମ୍‌ଜି ଜିଏଲ୍‌ଇ ୪୩ ୪ମାଟିକ୍‌ କୋପ୍‌ ‘ଅରେଞ୍ଜ୍‌ ଆର୍ଟ’ ଏବଂ ଦି ଏସ୍‌ଏଲ୍‌ସି ୪୩ ‘ରେଡ୍‌ଆର୍ଟ’ ନାମରେ ଏହି ଦୁଇ ଯାନ ବଜାରକୁ ଆସିଛି ବୋଲି କମ୍ପାନୀ ପ୍ରକାଶ କରିଛି।

ସିମ୍ଫୋନିର ନେଟ୍‌ ଲାଭରେ ୧୬% ବୃଦ୍ଧି

ସିମ୍ଫୋନିର ନେଟ୍‌ ଲାଭରେ ୧୬% ବୃଦ୍ଧି

ଗୁଜରାଟ,୨୭-୫ ପ୍ରମୁଖ ଏୟାର କୁଲର କମ୍ପାନୀ ସିମ୍ଫୋନି ଲିମିଟେଡ୍‌ର ନେଟ୍‌ ଲାଭ ୨୦୧୭-୧୮ ଆର୍ଥିକ ବର୍ଷରେ ୧୬% ବୃଦ୍ଧି ହୋଇଛି। ୨୦୧୬-୧୭ରେ ଏହା ୧୬୬ କୋଟି ଟଙ୍କା ଥିଲା ବେଳେ ୨୦୧୭-୧୮ରେ ୧୯୩ କୋଟି ଟଙ୍କାକୁ ପହଞ୍ଚିଛି ବୋଲି କମ୍ପାନୀ ପ୍ରକାଶ କରିଛି। ସେହିପରି ଏହାର ବିକ୍ରି ପରିମାଣ ମଧ୍ୟ ୨୦୧୬-୧୭ରେ ୭୬୩ କୋଟି ଟଙ୍କା ଥିବା ବେଳେ ଏଥିରେ ୪% ବୃଦ୍ଧି ଘଟି ୨୦୧୭-୧୮ରେ ୭୯୬ କୋଟି ଟଙ୍କାରେ ପହଞ୍ଚିଛି।

ଫ୍ୟୁଚର ଗ୍ରୁପ୍‌ ଖୋଲିବ ୧୦ ହଜାର କ୍ଷୁଦ୍ର ଷ୍ଟୋର

ଫ୍ୟୁଚର ଗ୍ରୁପ୍‌ ଖୋଲିବ ୧୦ ହଜାର କ୍ଷୁଦ୍ର ଷ୍ଟୋର

ନୂଆଦିଲ୍ଲୀ, ୨୭-୫ ହ୍ବାଟ୍‌ସ୍‌ଆପ୍‌ ମେସେଜ୍‌ ମାଧ୍ୟମରେ ଗ୍ରାହକଙ୍କୁ ସାମଗ୍ରୀ କ୍ରୟ କରିବାର ସୁଯୋଗ ପ୍ରଦାନ କରିବ ଫ୍ୟୁଚର ଗ୍ରୁପ୍‌। ଏଥିସହିତ ପାଖାପାଖି ୧୦,୦୦୦ କ୍ଷୁଦ୍ର ଷ୍ଟୋର ମଧ୍ୟ ଉଦ୍‌ଘାଟନ କରିବ। ବର୍ତ୍ତମାନ ଏହିଭଳି ଷ୍ଟୋରରୁ କମ୍ପାନୀ ୫ ହଜାର କୋଟି ଟଙ୍କା ଆୟ କରୁଥିବା ବେଳେ ଏହାକୁ ୧୦ଗୁଣରୁ ଅଧିକ ବୃଦ୍ଧି କରି ୬୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଫ୍ୟୁଚର ଗ୍ରୁପ୍‌ର ପ୍ରତିଷ୍ଠାତା କିଶୋର ବିୟାନି ଏହା କହିଛନ୍ତି।

୪ ବର୍ଷରେ ନିବେଶକଙ୍କ ସମ୍ପତ୍ତିରେ ୭୨ ଲକ୍ଷ କୋଟି ବୃଦ୍ଧି

୪ ବର୍ଷରେ ନିବେଶକଙ୍କ ସମ୍ପତ୍ତିରେ ୭୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୨୬-୫(ପି.ଟି.) ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ ୪ ବର୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୪୧%ରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ଫଳରେ ନିବେଶକଙ୍କ ସମ୍ପତ୍ତିରେ ୭୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ୨୦୧୪ ମେ’ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ସେନ୍‌ସେକ୍ସରେ ୧୦,୨୦୭.୯୯ ପଏଣ୍ଟ ବୃଦ୍ଧି ଘଟିଛି। ଚଳିତବର୍ଷ ଜାନୁୟାରୀ ୨୯ରେ ଏହା ସର୍ବକାଳୀନ ରେକର୍ଡ ୩୬,୪୪୩.୯୮ ପଏଣ୍ଟ୍‌ ଛୁଇଁଥିଲା।

ହ୍ୟୁଣ୍ଡାଇ ଇଲାଇଟ୍‌ ଆଇ-୨୦ର ନୂଆ ଭାରିଆଣ୍ଟ୍‌

ହ୍ୟୁଣ୍ଡାଇ ଇଲାଇଟ୍‌ ଆଇ-୨୦ର ନୂଆ ଭାରିଆଣ୍ଟ୍‌

ନୂଆଦିଲ୍ଲୀ,୨୬-୫(ପି.ଟି.) ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌) ଶୁକ୍ରବାର ଏହାର ପ୍ରିମିୟମ୍‌ ହ୍ୟାଚ୍‌ବ୍ୟାକ୍‌ ଇଲାଇଟ୍‌ ଆଇ୨୦ର ଅଟୋମେଟିକ୍‌ ଟ୍ରାନ୍ସମିଶନ୍‌ ଭାରିଆଣ୍ଟ୍‌ର ବଜାର ପ୍ରବେଶ କରାଇଛି। ପେଟ୍ରୋଲ ଇଞ୍ଜିନ୍‌ରେ ଆସୁଥିବା ଏହି ଯାନର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୭.୦୪ ଲକ୍ଷ ଟଙ୍କାରୁ ଆରମ୍ଭ।

ବିଓଆଇର ଗ୍ରାହକ ସଚେତନତା ବୈଠକ

ବିଓଆଇର ଗ୍ରାହକ ସଚେତନତା ବୈଠକ

ଭୁବନେଶ୍ୱର,୨୬-୫ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ଭୁବନେଶ୍ୱର ଜୋନ୍‌ ପକ୍ଷରୁ ଏକ ଗ୍ରାହକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କିଙ୍ଗ୍‌ କୋଡ୍ସ ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ବୋର୍ଡ ଅଫ୍‌ ଇଣ୍ଡିଆର କାର୍ଯ୍ୟକ୍ରମ ଅଧୀନରେ ଏହି ବୈଠକ ଆୟୋଜନ କରାଯାଇଥିଲା। ବିଓଆଇର ଜୋନାଲ ମ୍ୟାନେଜର ଓ୍ବାଇ.ଏନ୍‌. ଦ୍ୱିବେଦୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ୱର ବ୍ୟାଙ୍କିଙ୍ଗ୍‌ ଅମ୍ବୁଡ୍ସମ୍ୟାନ୍‌ ଶ୍ରୀଧର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ଆଇଡିବିଆଇର ୫୬୬୩ କୋଟି ଟଙ୍କା କ୍ଷତି

ଆଇଡିବିଆଇର ୫୬୬୩ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୬-୫ ଶିଳ୍ପ ବିକାଶ ସକାଶେ ଋଣ ପ୍ରଦାନ କରୁଥିବା ଇଣ୍ଡଷ୍ଟ୍ରିଆଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆଇଡିବିଆଇ) ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ମୋଟ ୫,୬୬୨ କୋଟି ୭୬ ଲକ୍ଷ ଟଙ୍କା କ୍ଷତି ସହିଛି। ଗତ ଆର୍ଥିକ ବର୍ଷ ସମାନ ସମୟ ତୁଳନାରେ ଏହା ପ୍ରାୟ ୨୪୯୬ କୋଟି ଟଙ୍କା ଅଧିକ। ସେହିପରି ଏହାର ନେଟ୍‌ ଇଣ୍ଟ୍ରେଷ୍ଟ ଇନ୍‌କମ୍‌ ପାଖାପାଖି ୪୪% ହ୍ରାସ ପାଇ ୯୧୫.୪୭ କୋଟି ଟଙ୍କାକୁ ଖସି ଆସିଛି।

ଓଡିଶାରେ ୧୭୫ କୋଟି ନିବେଶ କରିବ ଏନ୍‌ଡିଡିବି:ସ୍ଥାପନ କରିବ ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁଶନ ଫାସିଲିଟି

ଓଡିଶାରେ ୧୭୫ କୋଟି ନିବେଶ କରିବ ଏନ୍‌ଡିଡିବି:ସ୍ଥାପନ କରିବ ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁଶନ ଫାସିଲିଟି

ଭୁବନେଶ୍ୱର, ୨୬-୫(ବ୍ୟୁରୋ) ଓଡିଶାର କୃଷକମାନଙ୍କୁ ସିଧାସଳଖ ଉପକୃତ କରାଇବା ପାଇଁ ନ୍ୟାଶନାଲ୍‌ ଡାଇରି ଡେଭ୍‌ଲପ୍‌ମେଣ୍ଟ ବୋର୍ଡ(ଏନ୍‌ଡିଡିବି) ଯୋଜନା କରୁଛି। ବର୍ତ୍ତମାନ ରାଜ୍ୟର ୯୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଠାରୁ ଫଳମୂଳ ଓ ପନିପରିବା କ୍ରୟ କରି ଏହି ସଂସ୍ଥା ଦିଲ୍ଲୀ ବଜାରକୁ ପଠାଉଛି। ଏହି ସଂଖ୍ୟା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୦୦୦ରେ ପହଞ୍ଚାଇବାକୁ ଏନ୍‌ଡିଡିବି ଲକ୍ଷ୍ୟ ରଖିଛି। ଏହାକୁ ବାସ୍ତବ ରୂପ ଦେବା ସକାଶେ ଓଡିଶାରେ ଏକ ସେଣ୍ଟ୍ରାଲ୍‌ ଡିଷ୍ଟ୍ରିବ୍ୟୁଶନ ଫାସିଲିଟି(ସିଡିଏଫ୍‌) ସହିତ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍‌ ମଧ୍ୟ ସ୍ଥାପନ କରିବାକୁ ଚାହୁଁଛି।

 ଚନ୍ଦା କୋଚ୍ଚରଙ୍କୁ ସେବିର ନୋଟିସ୍‌

ଚନ୍ଦା କୋଚ୍ଚରଙ୍କୁ ସେବିର ନୋଟିସ୍‌

ବମ୍ବେ,୨୬-୫(ପି.ଟି.) ଭିଡିଓକନ୍‌ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଋଣ ମାମଲାରେ ବଜାର ନିୟାମକ ସେବି ବ୍ୟାଙ୍କ୍‌ର ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚରଙ୍କୁ ନୋଟିସ୍‌ ଜାରି କରିଛି। ଭିଡିଓକନ୍‌ ଗ୍ରୁପ୍‌ ଏବଂ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ କମ୍ପାନୀ ନ୍ୟୁପାଓ୍ବାର ସହିତ ଆଇସିଆଇସିଆଇ ବ୍ୟାଙ୍କର ନେଣଦେଣକୁ ନେଇ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଏହି ନୋଟିସ୍‌ ଜାରି କରିଥିବା ଆଇସିଆଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି। କୋଚ୍ଚରଙ୍କ ସହ ବ୍ୟାଙ୍କ ନିକଟକୁ ମଧ୍ୟ ଏକ ନୋଟିସ୍‌ ଆସିଛି। ଏହି ନୋଟିସ୍‌ର ଯଥାର୍ଥ ଉତ୍ତର ସେବି ନିକଟରେ ଦାଖଲ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଆର୍ଥିକ ଲକ୍ଷ୍ୟ ଅନୁସାରେ ନିବେଶ କରିବା ଉଚିତ

ଆର୍ଥିକ ଲକ୍ଷ୍ୟ ଅନୁସାରେ ନିବେଶ କରିବା ଉଚିତ

ଭୁବନେଶ୍ୱର,୨୬-୫ ନିଜର ଆର୍ଥିକ ଲକ୍ଷ୍ୟ ଅନୁସାରେ ଲୋକମାନେ ନିବେଶ ଯୋଜନା କରିବା ଆବଶ୍ୟକ। କମ୍‌ ସମୟରେ ଅଧିକ ଲାଭ ଆଶାରେ କୌଣସି ପ୍ରକାର ଅନିୟନ୍ତ୍ରିତ ଫାଇନାନ୍ସିଆଲ୍‌ ପ୍ରଡକ୍ଟ କ୍ରୟ କରିବା ଅନୁଚିତ। ଓଡିଶାରେ ଆର୍ଥିକ ସାକ୍ଷରତା ହାର ଜାତୀୟ ହାରଠାରୁ ଯଥେଷ୍ଟ କମ୍‌ ରହିଥିବା ବେଳେ ଗରିବ ଲୋକମାନେ ଚିଟ୍‌ ଫଣ୍ଡ୍‌ ଭଳି ଆର୍ଥିକ ଠକେଇର ଶିକାର ହୋଇଛନ୍ତି। ସୁନ୍ଦରରାମ ମ୍ୟୁଚୁଆଲ୍‌ ଫଣ୍ଡ, ଓ୍ବେଲ୍‌ଥ ଷ୍ଟ୍ରିଟ୍‌ ଏବଂ ମେରାଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଭଳି ଜାତୀୟ ସ୍ତରୀୟ ଆର୍ଥିକ ସେବାପ୍ରଦାନକାରୀ ସଂସ୍ଥା ପକ୍ଷରୁ ଏଭଳି କୁହାଯାଇଛି।

୧୩ ଦିନରେ  ୩ ଟଙ୍କା ବଢିଲାଣି ତୈଳ ଦର

୧୩ ଦିନରେ ୩ ଟଙ୍କା ବଢିଲାଣି ତୈଳ ଦର

ଭୁବନେଶ୍ୱର, ୨୬-୫(ବ୍ୟୁରୋ) ମେ ୧୪ରୁ ୨୬ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୩ ଟଙ୍କା ୧୪ ପଇସା ବଢିଥିବା ବେଳେ ଡିଜେଲ ଦର ୨ଟଙ୍କା ୯୮ ପଇସା ବୃଦ୍ଧି ପାଇଛି। ଶୁକ୍ରବାର ପେଟ୍ରୋଲରେ ୧୪ ପଇସା ବଢିଥିବା ବେଳେ ଡିଜେଲ୍‌ରେ ୧୬ ପଇସା ବୃଦ୍ଧି ପାଇଛି। କ୍ରମାଗତ ଦୀର୍ଘ ୧୩ ଦିନ ହେଲା ଉଭୟ ଦର ବଢିଚାଲିଥିବା ବେଳେ କମିବାର ନଁା ଧରୁନି। ସୂଚନା ଅନୁସାରେ ୨୦ ତାରିଖରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୭୫ ଟଙ୍କା ଟପି ଥିବା ବେଳେ ୨୪ ରେ ୭୬ ଟଙ୍କା ଟପିଥିଲା।

ପେଟ୍ରୋଲିୟମ ଉତ୍ପାଦ ଜିଏସ୍‌ଟି ଭିତରେ ରହୁ:କେନ୍ଦ୍ର

ପେଟ୍ରୋଲିୟମ ଉତ୍ପାଦ ଜିଏସ୍‌ଟି ଭିତରେ ରହୁ:କେନ୍ଦ୍ର

ନୂଆଦିଲ୍ଲୀ,୨୬-୫ ପେଟ୍ରୋଲ, ଡିଜେଲ ଆଦି ତୈଳଜାତ ଦ୍ରବ୍ୟକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ସପକ୍ଷରେ କେନ୍ଦ୍ର ସରକାର ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରି କହିଛନ୍ତି, ପେଟ୍ରୋଲ ଡିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କଲେ ଏହା ରାଜ୍ୟଗୁଡିକ ପାଇଁ ମଙ୍ଗଳମୟ ହେବ। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଜିଏସ୍‌ଟି ପରିଷଦ ଯଦି ଏହି ନିଷ୍ପତ୍ତି ଗ୍ରହଣ କରେ ତେବେ କେନ୍ଦ୍ର ସରକାର ଏହାକୁ ସ୍ବାଗତ କରିବେ।