ଜାତୀୟ |

ପୁଲଓ୍ବାମାରେ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ

ପୁଲଓ୍ବାମାରେ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୬।୫ : ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ତ୍ରାଲ୍‌ ଉପଖଣ୍ଡ ଶିକାରଗଡ଼ ଅଞ୍ଚଳରେ ୪୨ ରାଷ୍ଟ୍ରୀୟ ରାଇଫଲର ପାଟ୍ରୋଲିଂ ଦଳ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ସମଗ୍ର ଅଞ୍ଚଳକୁ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଘେରାଉ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି। ପୂର୍ବରୁ ମଙ୍ଗଳବାର ପୁଲଓ୍ବାମା ରାଜପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପୋଲିସ ଷ୍ଟେଶନକୁ ଲକ୍ଷ୍ୟ କରି ଗ୍ରେନେଡ୍‌ ଆକ୍ରମଣ କରିଥିଲେ। ମାତ୍ର ଏହା ଲକ୍ଷ୍ୟଚ୍ୟୁତ ହୋଇଥିଲା। ତେବେ ଏହା ଷ୍ଟେଶନ ବାହାରେ ବିସ୍ଫୋରଣ ଘଟାଇଥିଲା। ସେହିପରି ଅନନ୍ତନାଗ ଜିଲା ବିଜ୍‌ବେହରା ସହରର ପାଜାଲପୋରା ଆରଓ୍ବାନୀ ଅଞ୍ଚଳରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ବିଲାଲ ଅହମ୍ମଦ ନାମକ ଏସ୍‌ପିଓ ଶହୀଦ୍‌ ହୋଇଥିଲେ।

All Right Reserved By

Model This Week

ସନ୍ତୋଷ

ଜାତୀୟ |

୧୩୫ କିମି ଏକ୍ସପ୍ରେ୍‌ସ୍‌ ହାଇଓ୍ବେ ଲୋକାର୍ପିତ: ୧୭ ମାସରେ ୧୧ ହଜାର କୋଟି ଖର୍ଚ୍ଚ

୧୩୫ କିମି ଏକ୍ସପ୍ରେ୍‌ସ୍‌ ହାଇଓ୍ବେ ଲୋକାର୍ପିତ: ୧୭ ମାସରେ ୧୧ ହଜାର କୋଟି ଖର୍ଚ୍ଚ

ନୂଆଦିଲ୍ଲୀ,୨୭।୫ : ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ହାଇଓ୍ବେ ରବିବାର ଲୋକାର୍ପିତ ହୋଇଛି। ଏହି ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲା ଜିପ୍‌ରେ ପ୍ରାୟ ୬ କିମି ଦୂର ରୋଡ୍‌ ଶୋ’ କରିଛନ୍ତି। ଏହି ୬ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍‌ ହାଇଓ୍ବେ ଯୋଗୁ ଏବେ ଦିଲ୍ଲୀ-ମିରଟ ମଧ୍ୟରେ ସମୟସୀମା ୪୫ ମିନଟ ହ୍ରାସ ପାଇପାରିବ।

କୁଲଗାମ୍‌ ସେନା ଶିବିର ଉପରେ ଆତଙ୍କବାଦୀ  ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

କୁଲଗାମ୍‌ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୭।୫ : ଜମ୍ମୁ-କଶ୍ମୀର କୁଲଗାମ୍‌ସ୍ଥିତ ଶେରେ କଶ୍ମୀର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ନିକଟରେ ଥିବା ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ଅଞ୍ଚଳରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଆର୍‌ଏସ୍‌ପୁରା ଅଗ୍ନିକାଣ୍ଡ: ୪୦ ଘର ଜଳିଗଲା

ଆର୍‌ଏସ୍‌ପୁରା ଅଗ୍ନିକାଣ୍ଡ: ୪୦ ଘର ଜଳିଗଲା

ଶ୍ରୀନଗର,୨୭।୫ : ଜମ୍ମୁ-କଶ୍ମୀର ଆର୍‌ଏସ୍‌ପୁରାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୦ ବାସଗୃହ ଜଳିଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ଖବର ପାଇ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା ଜାରି ରଖିଛନ୍ତି।

ଥୁଥୁକୁଡ଼ି ହିଂସା ଘଟଣା: ସାମ୍ବାଦିକ, ଲେଖକଙ୍କ ବିକ୍ଷୋଭ ପ୍ରଦର୍ଶନ

ଥୁଥୁକୁଡ଼ି ହିଂସା ଘଟଣା: ସାମ୍ବାଦିକ, ଲେଖକଙ୍କ ବିକ୍ଷୋଭ ପ୍ରଦର୍ଶନ

ମାଡ୍ରାସ,୨୬।୫: ଷ୍ଟେର୍‌ଲାଇଟ୍‌ କପରକୁ ବିରୋଧବେଳେ ଥୁଥୁକୁଡ଼ିରେ ହିଂସା ଘଟି ୧୩ ଜଣଙ୍କ ପ୍ରାଣହାନି ହେବା ଘଟଣା ନେଇ ଳେଖକ, ସାମ୍ବାଦିକ ଏବଂ ତାମିଲନାଡୁ ଫିଲ୍ମ ଫ୍ରେଟର୍ନିଟିର ସଦସ୍ୟମାନଙ୍କ ପକ୍ଷରୁ ଶନିବାର ମାଡ୍ରାସଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାହୁଲଙ୍କ ରିପୋର୍ଟକାର୍ଡରେ ମୋଦି ଫେଲ୍‌

ରାହୁଲଙ୍କ ରିପୋର୍ଟକାର୍ଡରେ ମୋଦି ଫେଲ୍‌

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରିପୋର୍ଟକାର୍ଡରେ ଫେଲ୍‌ ହୋଇଛନ୍ତି। ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ରାହୁଲ ଏହି ରିପୋର୍ଟକାର୍ଡ ପ୍ରକାଶ କରିଛନ୍ତି।

ହିମାଚଳ ପ୍ରଦେଶରେ ୨୨ ଦିନରେ ୬ଶହ ସ୍ଥାନରେ ଲାଗିଛି ନିଆଁ

ହିମାଚଳ ପ୍ରଦେଶରେ ୨୨ ଦିନରେ ୬ଶହ ସ୍ଥାନରେ ଲାଗିଛି ନିଆଁ

ଶିମଲା,୨୬।୫: ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ଆଉଟୁ ପାଉଟୁ ହେଉଥିବା ବେଳେ ଗତ ୨୨ ଦିନ ମଧ୍ୟରେ ହିମାଚଳ ପ୍ରଦେଶର ପାଖାପାଖି ୬ଶହ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି।

୩ ଘଣ୍ଟା ପାଇଁ ବନ୍ଦ ହେଲା ବମ୍ବେ ବିମାନବନ୍ଦର ରନ୍‌ଓ୍ବେ

୩ ଘଣ୍ଟା ପାଇଁ ବନ୍ଦ ହେଲା ବମ୍ବେ ବିମାନବନ୍ଦର ରନ୍‌ଓ୍ବେ

ବମ୍ବେ,୨୬।୫: ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌)ରେ କାର୍ଯ୍ୟ ଚାଲିଥିବାରୁ ଶନିବାର ବମ୍ବେର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନ୍‌ଓ୍ବେକୁ ୩ ଘଣ୍ଟା ପାଇଁ ବନ୍ଦ କରାଯାଇଛି।

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ନୂଆଦିଲ୍ଲୀ,୨୬।୫: ଆଫ୍ରିକାନ୍‌ ୟୁନିୟନ ପକ୍ଷରୁ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଇ କେତେଜଣ ପ୍ରବାସୀ ଆଫ୍ରିକୀୟ ନୂଆଦିଲ୍ଲୀରେ ଏକାଠି ହୋଇଥିଲେ। ଏହି ଉତ୍ସବରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ।

ଭାଜପାର ୪ ବର୍ଷର ଶାସନ ନୈରାଶ୍ୟଜନକ: ମାୟାବତୀ

ଭାଜପାର ୪ ବର୍ଷର ଶାସନ ନୈରାଶ୍ୟଜନକ: ମାୟାବତୀ

ଲକ୍ଷ୍ନୌ,୨୬।୫: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ୪ ବର୍ଷର ଶାସନକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଅଭିହିତ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଭାଜପା ପ୍ରତ୍ୟେକ କ୍ଷେତ୍ରରେ ଅସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି।

ଶୌଚାଳୟ ସାମ୍ନାରେ ସେଲ୍‌ଫି ନ ନେଲେ ଦରମା ବନ୍ଦ

ଶୌଚାଳୟ ସାମ୍ନାରେ ସେଲ୍‌ଫି ନ ନେଲେ ଦରମା ବନ୍ଦ

ସୀତାପୁର,୨୬।୫: ଉତ୍ତରପ୍ରଦେଶର ସୀତାପୁର ଜିଲା ମାଜିଷ୍ଟ୍ରେଟ୍‌ ସ୍ବଚ୍ଛ ଭାରତ ମିଶନ୍‌କୁ ସଫଳ କରିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ ନିଜର ଘରେ ଥିବା ଶୌଚାଳୟ ସାମ୍ନାରେ ସେଲ୍‌ଫି ନେଇ ଉକ୍ତ ଫଟୋକୁ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୧୪ ବର୍ଷର ଛାତ୍ର ସହ ଅନୈତିକ ସମ୍ପର୍କ ରଖୁଥିଲେ ୩୪ ବର୍ଷୀୟା ଶିକ୍ଷୟିତ୍ରୀ

୧୪ ବର୍ଷର ଛାତ୍ର ସହ ଅନୈତିକ ସମ୍ପର୍କ ରଖୁଥିଲେ ୩୪ ବର୍ଷୀୟା ଶିକ୍ଷୟିତ୍ରୀ

ଚଣ୍ଡୀଗଡ,୨୬।୫: ଜଣେ ୧୪ ବର୍ଷର ଛାତ୍ରଙ୍କ ସହ ଟ୍ୟୁସନ ଶିକ୍ଷୟିତ୍ରୀ ଶାରୀରିକ ସମ୍ପର୍କ ରଖିବା ଘଟଣା ଏବେ ଚଣ୍ଡୀଗଡରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରଙ୍କର ଅଭିଯୋଗକ୍ରମେ ଉକ୍ତ ଶିକ୍ଷୟତ୍ରୀଙ୍କୁ ପୋଲିସ ଗିରଫ କରିଛି।

ମଣିପୁରରେ ସୌର ଶୌଚାଳୟ

ମଣିପୁରରେ ସୌର ଶୌଚାଳୟ

ଇମ୍ଫାଲ,୨୬।୫: ସୌର ଶୌଚାଳୟ ନିର୍ମାଣରେ ମଣିପୁର ଉତ୍ତର-ପୂର୍ବରେ ପ୍ରଥମ ଏବଂ ଦେଶର ୩ୟ ରାଜ୍ୟ ଭାବେ ପରିଗଣିତ ହୋଇଛି। ଇବୁଧୋଉ ମାର୍ଜିଂ ହିଲ୍‌ ହେଂଗାଙ୍ଗ୍‌ରେ ଗତ ସପ୍ତାହରେ ପର୍ଯ୍ୟଟନ ବିଭାଗ ସଚିବ ଓ୍ବିଖୋମ୍‌ ଇବୋହଲ ଏହାର ଉଦ୍‌ଘାଟନ କରିଛନ୍ତି।