ରାଜ୍ୟ | ସମ୍ବଲପୁର

ମହାନଦୀ ସୁରକ୍ଷା ଅଭିଯାନ: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମହାନଦୀ ସୁରକ୍ଷା ଅଭିଯାନ: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ/ବରଗଡ଼ ଅଫିସ/ଭୁବନେଶ୍ୱର,୧୬।୫(ବ୍ୟୁରୋ): ବିଜେଡିର ମହାନଦୀ ସୁରକ୍ଷା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ ହେବ। ଓଡ଼ିଶା ସୀମାନ୍ତ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଶୁଖାସୋଡ଼ାରୁ ଏହି ଅଭିଯାନ ଆରମ୍ଭ ହୋଇ ଜଗତସିଂହପୁର ଜିଲାରେ ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆନ୍ଦୋଳନର ଶୁଭାରମ୍ଭ କରିବେ। ମହାନଦୀର ସୁରକ୍ଷା ପାଇଁ ବୁଧବାର ଝାରସୁଗୁଡ଼ା ଏବଂ ବରଗଡ଼ଠାରେ ଆୟୋଜିତ ୨ଟି ସମାବେଶରେ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ଜିଲା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ସହ ୭ଡିଏସ୍‌ପି, ୧୫ରୁ ଅଧିକ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି ବୋଲି ଏସ୍‌ପି ଅଶ୍ୱିନୀ ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ସକାଳ ୯ଟା ପହଞ୍ଚିବେ। ସେଠାରୁ ହେଲିକପ୍ଟରରେ ଶୁଖାସୋଡା ଯିବେ। ଶୁଖାସୋଡା ସଭା ସରିବା ପରେ ସେଠାରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବରଗଡ ଜିଲା ଅମ୍ବାଭୋନା ବ୍ଲକ ଚିଖ୍‌ଲିରେ ଆୟୋଜିତ ସଭାସ୍ଥଳରେ ସକାଳ ସାଢ଼େ ୧୦ଟାରେ ପହଞ୍ଚିବେ। ଚିଖ୍‌ଲିରୁ ଝାରସୁଗୁଡ଼ା ଫେରିବା ପରେ ମୁଖ୍ୟମନ୍ତ୍ରୀ ୧୨ଟା ୫୦ରେ ବିମାନ ଯୋଗେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

All Right Reserved By

ରାଜ୍ୟ | ସମ୍ବଲପୁର

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଭୁବନେଶ୍ୱରରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ବିମାନ ସେବାକୁ ହଠାତ୍‌ ବନ୍ଦ କରି ଦିଆଯାଇଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ବନ୍ଦ କରିଦେଇଛନ୍ତି।

ଆଡ଼ପ ଦର୍ଶନ ଆରମ୍ଭ

ଆଡ଼ପ ଦର୍ଶନ ଆରମ୍ଭ

ପୁରୀ ଅଫିସ,୧୭।୭: ଆରମ୍ଭ ହେଲା ଆଡ଼ପ ଦର୍ଶନ। ଜନ୍ମବେଦିରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ। ସୋମବାର ଦାରୁବିଗ୍ରହମାନେ ଗୋଟି ପହଣ୍ଡିରେ ଯାଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥିଲେ। ରାତି ୯ଟା ୫ରେ ପହଣ୍ଡି ଶେଷ ହୋଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ପ୍ରାୟ ୪ଟାରେ ଠାକୁରଙ୍କ ପହୁଡ଼ ହୋଇଥିଲା।

ଜୟନାରାୟଣ ମିଶ୍ରଙ୍କୁ ଜାମିନ

ଜୟନାରାୟଣ ମିଶ୍ରଙ୍କୁ ଜାମିନ

କଟକ ଅଫିସ, ୧୭।୭: ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ରଙ୍କୁ ମଙ୍ଗଳବାର ଜାମିନ ମିଳିଛି। ୫୦ ହଜାର ଟଙ୍କା ଜମାନତ ଓ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜୟନାରାୟଣଙ୍କୁ ହାଇକୋର୍ଟ ଏହି ଜାମିନ ଦେଇଛନ୍ତି। ବନାବିରା ଗୁଳି କାଣ୍ଡ ଘଟଣାରେ ଜୟ ନାରାୟଣ ଗିରଫ ହୋଇଥିଲେ।

ବ୍ରିଜ୍‌ ଉପରୁ ଓଲଟିଲା ବସ୍‌: ୧୫ ଗୁରୁତର

ବ୍ରିଜ୍‌ ଉପରୁ ଓଲଟିଲା ବସ୍‌: ୧୫ ଗୁରୁତର

ରାୟଗଡ଼ା ଅଫିସ,୧୭।୭: ଡୁମିନିନାଳୀ-ଜଗଦଲପୁର ରାସ୍ତାର ସାହାଡ଼ା ଗ୍ରାମ ନିକଟସ୍ଥ ବ୍ରିଜ୍‌ ଉପରୁ ଏକ ଘରୋଇ ବସ୍‌ ମଙ୍ଗଳବାର ସକାଳୁ ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି।

ଗାଁ କଲ୍ୟାଣ ସମିତି ଅର୍ଥରେ ହେଉନି ଗାଁର ଉନ୍ନତି

ଖଣ୍ଡପଡ଼ା,୧୭।୭(ସ୍ବ.ପ୍ର.)- ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟାସଭ୍ୟ, ଅଙ୍ଗନୱାଡି କର୍ମୀ, ରାଜସ୍ବ ଗ୍ରାମର ଆଶାକର୍ମୀ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥାର ସ୍ବାବଲମ୍ବୀ କାରିଗର, ସର୍ବାଧିକ ସଞ୍ଚୟ ଥିବା ୩ଟି ମହିଳା ସ୍ବୟଂ ସହାୟକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଟାଙ୍ଗୀ (ଖୋର୍ଦ୍ଧା), ୧୭।୭ (ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ନଇରୀର ଅନତି ଦୂରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଗୋପନସ୍ଥଳୀ କାଙ୍କଣଶିଖରୀରେ ଚଳିତବର୍ଷ ଅଭିନବ ଉପାୟରେ ରଥଯାତ୍ରା ପାଳିତ ହୋଇଯାଇଛି। ନନ୍ଦିଘୋଷ ନୌକାରେ ପ୍ରଭୁଙ୍କୁ ବିଜେ କରାଇ କାଙ୍କଣଶିଖରୀର ଚତୁଃପାର୍ଶ୍ୱରେ ନୌବିହାର କରାଯାଇଥିଲା।

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ଭାପୁର,୧୭।୭(ଡି.ଏନ.ଏ.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଏଲପଡ଼ା ଗ୍ରାମରେ ଜଳନିଷ୍କାସନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କେତେକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଗାଁ ମଝିରେ ୪ଟି ୪ ଫୁଟିଆ ମାଟିବନ୍ଧ ପକାଯାଇଛି। ଏଥିଯୋଗୁ ଗାଁ ମଝିରେ ଅଣ୍ଟାଏ ପାଣି ଜମିରହିଛି।

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

ଡୁବୁରୀ,୧୭।୭(ଡିଏନଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଠାକୁରାସାହି (ଅଙ୍କୁରାପାଳ) ଗାଁରେ ୩ଜଣ ଅନାଥ ଶିଶୁ ଏକ ଭଙ୍ଗା ଅସୁରକ୍ଷିତ ଘରେ ଜୀବନଯାପନ କରୁଛନ୍ତି। ଉକ୍ତ ୩ଶିଶୁଙ୍କ ବାପା ସାମୁ ଜାମୁଦା ଓ ମା’ ସିପେଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବର୍ଷାଧିକ ସମୟ ଧରି ସେମାନେ ଗଣ୍ଡେ ଖାଇ ଦଣ୍ଡେ ଜୀଇଁ ଆସୁଛନ୍ତି।

ଚିନାବାଦାମ, ମୁଗ ବିକ୍ରିକୁ ନେଇ ଘାରିଛି ଚିନ୍ତା: ମାର୍କଫେଡ ଏମ୍‌ଡିଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଯାଜପୁର ଅଫିସ,୧୭।୭- ଯାଜପୁର ଜିଲାକୁ ଗନି ବ୍ୟାଗ(ଅଖା ବସ୍ତା) ଯୋଗାଇବାରେ ମାର୍କଫେଡ ବିଫଳ ହୋଇଥିବାରୁ ଚିନାବାଦାମ, ବିରି ଓ ମୁଗ ଚାଷୀଙ୍କ ଚିନ୍ତା ବଢି ଯାଇଛି। ସରକାର ଚିନାବାଦାମ କ୍ରୟ ସମୟସୀମା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ହେଁ ଆବଶ୍ୟକ ଅଖାବସ୍ତା ଯୋଗାଣ ହୋଇ ନଥିବାରୁ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି।

କାଳ ହୋଇଛି କଲରା, କାକୁଡିର ଅଭାବି ବିକ୍ରି

କାଳ ହୋଇଛି କଲରା, କାକୁଡିର ଅଭାବି ବିକ୍ରି

ଯାଜପୁର ଅଫିସ,୧୭।୭- ଜୁନ ମାସର ପ୍ରଥମ ସପ୍ତାହରେ ମୌସୁମୀ ପ୍ରବେଶ କରି ଆବଶ୍ୟକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଚାଷୀ ବୁଣାବୁଣି କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଜୁନ ମାସରେ ଆବଶ୍ୟକ ବର୍ଷା ହୋଇ ନ ଥିବାବେଳେ ଜୁଲାଇ ୧୨ତାରିଖ ପର୍ଯ୍ୟନ୍ତ ଟାଣ ଖରା ହୋଇଥିଲା।

ବର୍ଷାଦିନ ଆସିଲେ ମନେପଡ଼େ

ବର୍ଷାଦିନ ଆସିଲେ ମନେପଡ଼େ

ରାଇକିଆ,୧୭ା୭(ଡ଼ି.ଏନ.ଏ.)ବର୍ଷା ଦିନ ଆସିଲେ ବଜାରରେ ଭଳିକି କଳି ଛତା ଦୋକାନ ଖୋଲିଥିବା ଦେଖିବାକୁ ମିଳେ।

ପଥରପ୍ୟାକିଂ, ବୁରୁଜ ନିର୍ମାଣ ନିମ୍ନମାନର : ନଦୀବନ୍ଧକୁ ପାଉନି ଭରସା

ପଥରପ୍ୟାକିଂ, ବୁରୁଜ ନିର୍ମାଣ ନିମ୍ନମାନର : ନଦୀବନ୍ଧକୁ ପାଉନି ଭରସା

ନାଉଗାଁ,୧୭।୭(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଳଧାରୀ, ଗଜରାଜପୁର, ରୋହିଆ, ବଛାଳୋ, ଶିଖର, ଓଷକଣା, କୋରୁଅ, ଡେରିକି ଆଦି ପଞ୍ଚାୟତଗୁଡ଼ିକ ଦେବୀନଦୀ କୂଳରେ ରହିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଗଜରାଜପୁରର ତୁମ୍ବେଶ୍ୱର, ରୋହିଆର ଅରଖକୁଦ, ବଛାଳୋର ବଛାଳୋ ବନ୍ଧ, ଶିଖରର ଅଙ୍ଗେଶ୍ୱରପଡା, ଓଷକଣା ପଞ୍ଚାୟତ ନିକଟସ୍ଥ ପୁରୀ ଜିଲା ଭଣ୍ଡିସାହି ବନ୍ଧକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଦୁର୍ବଳ ନଦୀବନ୍ଧ ଭାବେ ଚିହ୍ନଟ କରାଯାଇଥିଲା।

Model This Week

ରୂପେଶ