ରାଜ୍ୟ | ବାଲେଶ୍ୱର

ସଂରକ୍ଷିତ ପ୍ରକଳ୍ପ: ଅସୁରକ୍ଷିତ ହାତୀ

ସଂରକ୍ଷିତ ପ୍ରକଳ୍ପ:  ଅସୁରକ୍ଷିତ  ହାତୀ
ବାରିପଦା ଅଫିସ,୧୬।୫- ମୟୂରଭଞ୍ଜ ଜିଲାର ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ଓ ୩ ଟି ବନଖଣ୍ଡରେ ହୋଇଥିବା ହାତୀ ଗଣନା ଫଳାଫଳ ସମ୍ପର୍କରେ କେତେକ ସୂଚନା ମିଳିଛି। ଗତବର୍ଷ ମେ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ହାତୀ ଗଣନା ହୋଇଥିଲା। ୨୦୧୫ ଗଣନା ଅନୁସାରେ, ଜିଲାରେ ୫୦୯ ହାତୀ ଥିବା ବେଳେ ୨୦୧୭ ଗଣନାରେ ଏହି ସଂଖ୍ୟା ହ୍ରାସ ପାଇ ୪୮୯ରେ ପହଞ୍ଚିବା କୁହାଯାଇଛି। ହାତୀଙ୍କ ସୁରକ୍ଷା ପାଇଁ ସଂରକ୍ଷଣ ପ୍ରକଳ୍ପ ହେବା ସତ୍ତ୍ୱେ ହାତୀପଲ ବିଭିନ୍ନ ସମୟରେ ଜଙ୍ଗଲି ତଳି ଇଲାକାକୁ ଆସି ମୃତ୍ୟୁମୁଖରେ ପଡୁଥିବାରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି। ଶିମିଳିପାଳ ମଧ୍ୟରେ ଗତ ୬ ବର୍ଷ ମଧ୍ୟରେ ୮୪ ଟି ହାତୀ ମତ୍ୟୁବରଣ କରିଥିବା ବେସରକାରୀ ସୂଚନାରୁ ଜଣାପଡିଛି। ସରକାରୀ ଭାବେ ଏନେଇ କୌଣସି ତଥ୍ୟ ଦିଆଯାଇନାହିଁ। ଜଙ୍ଗଲରେ ହାତୀଙ୍କ ଗତିବିଧି ଉପରେ ନଜର ରଖି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସଂରକ୍ଷଣ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ହେଲେ ମଧ୍ୟ ଏହି କାର୍ଯ୍ୟ ଦିଗରେ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଛି। ଫଳରେ ଏହି ପ୍ରକଳ୍ପ ଜିଲାରେ ଫେଲ ମାରିଛି। ଜଙ୍ଗଲରେ ହାତୀ ଶିକାର ଘଟଣା ମଧ୍ୟ ବଢିଚାଲିଛି। ଖାଦ୍ୟ ଓ ପାନୀୟ ଜଳ ଅଭାବରୁ ହାତୀପଲ ଜନବସତି ମୁହାଁ ହେଉଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉନାହିଁ। ସମ୍ପ୍ରତି ବାରିପଦା ବନଖଣ୍ଡ ଅଧୀନ ବଡଯୋଡ ପଞ୍ଚାୟତର ଝାଡଜାମଦାଠାରେ ଏକ ଦନ୍ତା ହାତୀ ବିଦ୍ୟୁତ୍‌ ତାର ସଂସ୍ପଶର୍ର୍ରେ ଆସି ମୃତ୍ୟୁବରଣ କରିବା ଘଟଣା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୦୧ ନଭେମ୍ବର ୨୮ ରେ ଶିମିଳିପାଳ ଅଭୟାରଣ୍ୟ ସହିତ କେନ୍ଦୁଝରର ହଦଗଡ ଓ ବାଲେଶ୍ୱର ଜିଲାର କୁଲଡିହା ଅଭୟାରଣ୍ୟକୁ ମିଶାଇ ମୋଟ ୭ ହଜାର ୪୩ ବର୍ଗ କି.ମି. ଅଞ୍ଚଳକୁ ମୟୂରଭଞ୍ଜ ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଭାବେ ମାନ୍ୟତା ମିଳିଥିଲା। ପ୍ରତିବର୍ଷ ବିଶ୍ୱ ହସ୍ତୀ ଦିବସ ପାଳନ ଅବସରରେ ହାତୀଙ୍କ ସୁରକ୍ଷା କଥା କୁହାଯାଉଥିବା ବେଳେ ବାସ୍ତବତା କିନ୍ତୁ ଏଠି ଭିନ୍ନ। ହାତୀଙ୍କ ସଂଖ୍ୟା କମିବା ଏହାକୁ ପ୍ରମାଣିତ କରୁଛି। ଉଲ୍ଲେଖନୀୟ ଯେ, ୧୯୭୯ ମସିହାରେ ମୟୂରଭଞ୍ଜ ଜିଲାର ୨୭୫୦ ବର୍ଗ କି.ମି. ଅଞ୍ଚଳକୁ ରାଜ୍ୟ ସରକାର ଅଭୟାରଣ୍ୟ ଘୋଷଣା କରିଥିଲେ। ପରେ ୩୦୩ ବର୍ଗ କି.ମି. ଇଲାକାକୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ସରକାର ପ୍ରସ୍ତାବ ଦେଇଥିଲେ। ୧୯୮୬ରେ ଜାତୀୟ ଉଦ୍ୟାନ ପାଇଁ ଏହାର ଆୟତନ ବଢ଼ାଇ ୮୪୫ ବର୍ଗ କି.ମି. କରାଯିବ ବୋଲି କୁହାଯାଇଥିଲା। ଶିମିଳିପାଳ ଭିତରେ ଅନେକ ଜନବସତି ଥିବା ଯୋଗୁଁ ଏହାକୁ ଏଯାଏ ଜାତୀୟ ଉଦ୍ୟାନର ମାନ୍ୟତା ମିଳିପାରିନାହିଁ।
All Right Reserved By

ରାଜ୍ୟ | ବାଲେଶ୍ୱର

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଅନୁଗୋଳ ଅଫିସ,୧୭।୧: ଏନ୍‌ଟିପିସି-ଟିଏସ୍‌ଟିପିଏସ୍‌ କଣିହାଁ ଓ ଏନ୍‌ଟିପିସି-ଟିଟିପିଏସ୍‌ ତାଳଚେରର ୮ମ ଆର୍‌ପିଡିଏସି ବୈଠକକୁ ବର୍ଜନ କଲେ ଜନ ପ୍ରତିନିଧି। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେଉଥିଲା। ତେବେ ୨୦୧୬ ମସିହା ଏପ୍ରିଲ ମାସରେ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜନ ପ୍ରତିନିଧିମାନେ ବୈଠକ ବର୍ଜନ କରିଥିବା ଜଣାପଡ଼ିଛି। 

ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ: ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ସଚିବାଳୟରେ ଧସେଇ ପଶିବା ଉଦ୍ୟମ

ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ: ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ସଚିବାଳୟରେ ଧସେଇ ପଶିବା ଉଦ୍ୟମ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମଣ୍ଡିରୁ ଧାନ ଉଠୁ ନ ଥିବା  ଅଭିଯୋଗ ଆସିବା ପରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। ଏ ନେଇ ଭାଜପା କୃଷକ ମୋର୍ଚ୍ଚା ସଚିବାଳୟ ଘେରାଉ କରିଥିଲା। ପୁଣି ଥରେ ଗୁରୁବାର ପୂର୍ବାହ୍ନରେ ମୋର୍ଚ୍ଚା ପକ୍ଷରୁ ସଚିବାଳୟରେ ଧଶେଇ ପଶିବାକୁ ଉଦ୍ୟମ କରାଯାଇଥିଲା।

ଯନ୍ତ୍ରଣାରେ ଛଟପଟ ପରୀ: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଯନ୍ତ୍ରଣାରେ ଛଟପଟ ପରୀ: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଡସାହି,୧୭।୧(ସ୍ବ.ପ୍ର)-ରାଜ୍ୟରେ ଶିଶୁଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ରୋକିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ। ଏହାରି ମାଧ୍ୟମରେ ରାଜ୍ୟର ଗଳିକନ୍ଦିରେ ପରୀ ଏକ୍ସପ୍ରେସ ପରିକ୍ରମା କରି ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଯୌନ ଉପତ୍ୀଡନ, ନିର୍ଯାତନା ଓ ଅତ୍ୟାଚାରକୁ ନେଇ ସଚେତନତା କରାଯାଇଥିଲା ା

ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ୩ ଦିନ କୋର୍ଟ ବନ୍ଦ, ଓକିଲଙ୍କ ଶୋଭାଯାତ୍ରା

ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ୩ ଦିନ କୋର୍ଟ ବନ୍ଦ, ଓକିଲଙ୍କ ଶୋଭାଯାତ୍ରା

ବାରିପଦା ଅଫିସ,୧୭।୧: ଉତ୍ତର ଓଡ଼ିଶା ଲାଗି ବାରିପଦାଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ଲାଗି ଦୀର୍ଘଦିନରୁ ଦାବି ହୋଇ ଆସୁଛି। ମାତ୍ର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏଣୁ ରାଜ୍ୟ ସରକାର ଉତ୍ତର ଓଡ଼ିଶାକୁ ଅବହେଳା କରୁଥିବା ଜିଲା ଓକିଲ ସଂଘ ଅଭିଯୋଗ କରିଛି।

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

ଖୋର୍ଦ୍ଧା ଅଫିସ,୧୭।୧:ଖୋର୍ଦ୍ଧା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟପାଳ ଗଣେଶୀ ଲାଲ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। 

କୁଡ଼ମି ସମ୍ପ୍ରଦାୟର ନାଚଗୀତରେ ଆନନ୍ଦ ଉଠାଇଲେ ଦର୍ଶକ

କୁଡ଼ମି ସମ୍ପ୍ରଦାୟର ନାଚଗୀତରେ ଆନନ୍ଦ ଉଠାଇଲେ ଦର୍ଶକ

ପାଟଣା,୧୭।୧(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଗିଖୋଜି ପଞ୍ଚାୟତ ଅସନାହାଳି ଗ୍ରାମର ବୈତରଣୀ ନଦୀ ପାଖରେ ସିନ୍ଦୁରଗୌରୀ ପୀଠରେ ବୁଧବାର ସିନ୍ଦୁରଗୌରୀ ଯୁବକ ସଙ୍ଘ ତରଫରୁ ମକର ମେଳା ଅନୁଷ୍ଠିତ ହୋଇଛି।

ପାଗଳ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ : ଠେଙ୍ଗା, ପଥର ମାଡରେ ଦୁଇ ମୃତ, ଦୁଇ ଗୁରୁତର

ପାଗଳ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ : ଠେଙ୍ଗା, ପଥର ମାଡରେ ଦୁଇ ମୃତ, ଦୁଇ ଗୁରୁତର

ଓଡ଼ଗାଁ, ୧୭।୧ (ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ବଜାରରେ ପାଗଳର ଠେଙ୍ଗା, ପଥର ମାଡରେ ଦୁଇଜଣଙ୍କ ମୃତ୍ୟୁ ହୋଇବେଳେ ଦୁଇଜଣ ଗୁରତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନୟାଗଡ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ା 

ସାଢେ ତିନିବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ସାଢେ ତିନିବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

କୁଆରମୁଣ୍ଡା, ୧୬।୧(ଡି.ଏନ.ଏ): ସୁନ୍ଦରଗଡ ଜିଲା ରାୟବଗା ଥାନା ଅନ୍ତର୍ଗତ ଗୋପୁର ଗ୍ରାମରେ ବୁଧବାର ଅପରାହ୍ନରେ ଜଣେ ସାଢେ ତିନିବର୍ଷୀୟ ନାବାଳିକାକୁ ବଳାତ୍କାର ହୋଇଛି। ଏହି ଘଟଣାର ଅଭିଯୁକ୍ତ ବଡମାଲ ବସ୍ତିର ସଞ୍ଜୟ ଡୁଙ୍ଗ୍‌ଡୁଙ୍ଗ୍‌(୨୧)କୁ ପୋଲିସ ଗୁରୁବାର ସକାଳୁ ଗିରଫ କରିଛି।

ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା: ଆଜି ୧୨ଘଣ୍ଟିଆ କନ୍ଧମାଳ ବନ୍ଦ

ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା: ଆଜି ୧୨ଘଣ୍ଟିଆ କନ୍ଧମାଳ ବନ୍ଦ

ଦାରିଙ୍ଗିବାଡ଼ି,୧୭।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏକ ସେବାଶ୍ରମରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଏବଂ  ପରବର୍ତ୍ତୀ ସମୟରେ ନବଜାତ ଶିଶୁକନ୍ୟା ଆଖିବୁଜିବା ଘଯଣାରେ ଗୁରୁବାର କନ୍ଧମାଳ ସୁରକ୍ଷା ଅଭିଯାନ ଏବଂ ଭାଜପା ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛିା

ଧାର୍ଯ୍ୟ ଦିବସ ପୂରଣ କରୁନାହିଁ ଓଡ଼ିଶା ବିଧାନସଭା

ଧାର୍ଯ୍ୟ ଦିବସ ପୂରଣ କରୁନାହିଁ ଓଡ଼ିଶା ବିଧାନସଭା

ଭୁବନେଶ୍ୱର, ୧୭ା୧ (ବ୍ୟୁରୋ):ବିଧାନସଭା ଗଣତନ୍ତ୍ରର ମନ୍ଦିର ସଦୃଶ। ଏଠାରେ ହିଁ ରାଜ୍ୟ ପାଇଁ ଶାସନ ଖସଡା ପ୍ରସ୍ତୁତ ହୋଇଥାଏ। ରାଜ୍ୟ ତଥା ଜାତୀୟ ସ୍ବାର୍ଥ ସମ୍ପର୍କିତ ସମସ୍ତ ବିଷୟରେ ବିତର୍କ ହୋଇଥାଏ। ବଜେଟ୍‌ ଉପସ୍ଥାପନଠାରୁ ବିଭିନ୍ନ ପ୍ରଶ୍ନର ଉତ୍ତର  ଅଧିବେଶନରେ ମିଳିଥାଏ। 

କଲରାପତରିଆ ମୃତଦେହ ଉଦ୍ଧାର

କଲରାପତରିଆ ମୃତଦେହ ଉଦ୍ଧାର

ପାଲଲହଡ଼ା, ୧୭।୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଅଞ୍ଚଳରେ ଥିବା ରେଙ୍ଗାଳି ଜଳଭଣ୍ଡାରରୁ ବୁଧବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବାଘର ବୟସ ୫ରୁ ୬ ବର୍ଷ ହେବ। ତେବେ କେଉଁ କାରଣରୁ ବାଘର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନ ଥିବା ବେଳେ ବ୍ୟବଚ୍ଛେଦ ପରେ ଘଟଣା ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

ମୁକ୍ତେଶ୍ୱର ଉତ୍ସବ ଉଦ୍‌ଯାପିତ : ଅଭିନୟରେ ଶିବଙ୍କ ନିକଟରେ ମୁକ୍ତି ପ୍ରାର୍ଥନା

ମୁକ୍ତେଶ୍ୱର ଉତ୍ସବ ଉଦ୍‌ଯାପିତ : ଅଭିନୟରେ ଶିବଙ୍କ ନିକଟରେ ମୁକ୍ତି ପ୍ରାର୍ଥନା

ପୁରୁଣା ଭୁବନେଶ୍ୱର, ୧୭।୧(ଡି.ଏନ.ଏ.)- ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ ଦିନ ଧରି ମୁକ୍ତେଶ୍ୱର ମନ୍ଦିର ପରିସରରେ ଚାଲିଥିବା ମୁକ୍ତେଶ୍ୱର ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଅନ୍ତିମ ସନ୍ଧ୍ୟାର ଅନ୍ତିମ ଅର୍ଘ୍ୟ ଥିଲା ରାଗ ପଲ୍ଲବୀରେ ଶିବ ପଞ୍ଚାକ୍ଷର ସ୍ତୋତ୍ରମ ଏବଂ ରୁଦ୍ର ଆରତି। ଗୁଞ୍ଜନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ଏହାକୁ ପ୍ରଦର୍ଶିତ କରିଥିଲେ।