ଫୁରସତ |

ମହିଳାଙ୍କ ମସ୍ତିଷ୍କ ଅଧିକ ସକ୍ରିୟ

ମହିଳାଙ୍କ ମସ୍ତିଷ୍କ ଅଧିକ ସକ୍ରିୟ

 ଓ୍ବାଶିଂଟନ୍‌: ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମସ୍ତିଷ୍କ ଅଧିକ ସକ୍ରିୟ। ବିଶେଷକରି ସ୍ପଷ୍ଟ ଦୃଷ୍ଟିପାତ, ଉଦ୍‌ବେଗ ନିୟନ୍ତ୍ରଣ, ମନୋଭାବ ଏବଂ ଉକତ୍ଣ୍ଠା କ୍ଷେତ୍ରରେ ମହିଳାମାନେ ସକ୍ରିୟ ଥାଆନ୍ତି ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ମହିଳା ଏବଂ ପୁରୁଷଙ୍କ ମସ୍ତିଷ୍କ ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବା ପାଇଁ ୪୬,୦୩୪ ଜଣ ଲୋକଙ୍କ ମସ୍ତିଷ୍କର ଚିତ୍ର(ଇମେଜ୍‌) ଅଧ୍ୟୟନ କରାଯାଇ ତୁଳନା କରାଯାଇଥିଲା।ଏ ସମ୍ପର୍କରେ ଆମେରିକାସ୍ଥିତ ଆମେନ କ୍ଲିନିକ୍ସର ପ୍ରତିଷ୍ଠାତା ତଥା ଉକ୍ତ ଅଧ୍ୟୟନର ପ୍ରମୁଖ ଲେଖକ ଡାନିଏଲ୍‌ ଜି. ଆମେନ୍‌ କହନ୍ତି, ଲିଙ୍ଗ-ଭିତ୍ତିକ ମସ୍ତିଷ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ। ଏହି ଅଧ୍ୟୟନ ଦ୍ୱାରା ଆଲ୍‌ଝିମର ଭଳି ଲିଙ୍ଗ-ଭିତ୍ତିକ ମସ୍ତିଷ୍କ ସମସ୍ୟା ସମ୍ପର୍କରେ ଭଲ ଭାବେ ବୁଝାଯାଇପାରିବ।ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ମସ୍ତିଷ୍କ ଅପେକ୍ଷା ଅଧିକ ସକ୍ରିୟ। ବିଶେଷକରି ଦୃଷ୍ଟିକୋଣ ଏବଂ ଉତ୍ସାହ ନିୟନ୍ତ୍ରଣ ସହିତ ସମ୍ପୃକ୍ତ ଥିବା ପ୍ରିଫ୍ରଣ୍ଟାଲ୍‌ କୋର୍ଟେକ୍ସ ଏବଂ ମନୋଭାବ ଓ ଉଦ୍‌ବେଗ ସହିତ ସମ୍ପୃକ୍ତ ଥିବା ମସ୍ତିଷ୍କର ଭାବାବେଗ କ୍ଷେତ୍ର ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ସକ୍ରିୟ ଥାଏ ବୋଲି ଗବେଷକମାନେ କହିଛନ୍ତି।ଅପରପକ୍ଷରେ ପୁରୁଷଙ୍କ ମସ୍ତିଷ୍କର ଦୂରଦୃଷ୍ଟି ଏବଂ ସମନ୍ବୟ କ୍ଷେତ୍ର ମହିଳାଙ୍କ ଅପେକ୍ଷା ଅଧିକ ସକ୍ରିୟ। ସ୍ପେକ୍ଟ (ସିଙ୍ଗଲ୍‌ ଫୋଟନ୍‌ ଏମିଶନ୍‌ କମ୍ପ୍ୟୁଟେଡ ଟମୋଗ୍ରାଫି) ମସ୍ତିଷ୍କରେ ରକ୍ତ ପ୍ରବାହକୁ ମାପ କରିପାରେ। ମସ୍ତିଷ୍କ ବିଶ୍ରାମ ନେଇଥିବା ଏବଂ କାର୍ଯ୍ୟକରୁଥିବା ବେଳେ ଯେଉଁ ଫଟୋଚିତ୍ର ନିଆଯାଏ ସେଥିରେ ରକ୍ତପ୍ରବାହର ଭିନ୍ନ ଭିନ୍ନ ଚିତ୍ର ଦୃଶ୍ୟମାନ ହୁଏ। ୧୧୯ଜଣ ସୁସ୍ଥ ସ୍ବେଚ୍ଛାସେବୀ ଏବଂ ୨୬,୬୮୩ ରୋଗୀଙ୍କୁ ନେଇ ସେମାନଙ୍କ ମସ୍ତିଷ୍କ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ବିଶେଷକରି ବ୍ରେନ୍‌ ଟ୍ରମା, ବାଇପୋଲାର ସମସ୍ୟା, ମୁଡ୍‌ ସମସ୍ୟା ଏବଂ ସିଜୋଫ୍ରେନିଆ ଆଦି ବିଭିନ୍ନ ମାନସିକ ରୋଗକୁ ପରୀକ୍ଷାରେ ସାମିଲ କରାଯାଇଥିଲା। ମସ୍ତିଷ୍କର ୧୨୮ଟି କ୍ଷେତ୍ରକୁ ବିଶ୍ଳେଷଣ କରାଯାଇଥିଲା। ପୁରୁଷ ଓ ମହିଳାଙ୍କ ମସ୍ତିଷ୍କ ଦକ୍ଷତାରେ ପାର୍ଥକ୍ୟ ଥିବା ଦେଖିବାକୁ ମିଳିଲା। ଏହି ପାର୍ଥକ୍ୟକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ କାରଣ ମସ୍ତିଷ୍କ ସମସ୍ୟା ଦ୍ୱାରା ମହିଳା ଓ ପୁରୁଷ ପୃଥକ୍‌ ଭାବରେ ପ୍ରଭାବିତ ହୋଇଥାଆନ୍ତି।

All Right Reserved By

Model This Week

Model This Week

ଫୁରସତ |

ୟୁରୋପ ଯିବାକୁ ପସନ୍ଦ କରନ୍ତି ଅଧିକାଂଶ ଭାରତୀୟ

ୟୁରୋପ ଯିବାକୁ ପସନ୍ଦ କରନ୍ତି ଅଧିକାଂଶ ଭାରତୀୟ

ବମ୍ବେ: କକ୍ସ ଆଣ୍ଡ କିଙ୍ଗ୍‌ସ ଟ୍ରାଭେଲ ସର୍ଭିସର ସର୍ଭେ ଅନୁଯାୟୀ ଅଧିକାଂଶ ଭାରତୀୟ ୟୁରୋପ ଯିବାକୁ ପସନ୍ଦ କରନ୍ତି ବୋଲି ଜଣାପଡିଛି। ବିଶେଷକରି ଗ୍ରୀଷ୍ମ ଛୁଟି କାଟିବାକୁ ଲୋକେ ୟୁରୋପକୁ ବାଛି ଥାଆନ୍ତି।

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ବେଜିଂ, ୨୫।୪ : ଚାଇନା ସିଚୁଆନ୍‌ ପ୍ରଦେଶରେ ବିଶାଳକାୟ ମଶା ଦେଖାଯାଇଥାନ୍ତି। ଏମାନଙ୍କର ଆକାର ଦେଖି ଯେକେହି ଭୟଭୀତ ହେବା ସ୍ବାଭାବିକ। କିନ୍ତୁ ଏଭଳି ମଶା ଫୁଲରସ ପାନ କରି ବଞ୍ଚିଥାନ୍ତି। ଏଭଳି ମଶାଙ୍କ ଆକାର ସାଢ଼େ ୪ ଇଞ୍ଚ(୧୧.୧୫ ସେମି) ହୋଇଥାଏ। ଏହି ବିଶାଳକାୟ ମଶା ଅତି ଶାନ୍ତ ସ୍ବଭାବର। ଲୋକଙ୍କ ଦେଶରେ ବସିଲେ ମଧ୍ୟ କୌଣସି କ୍ଷତି କରନ୍ତି ନାହିଁ।

ସମୁଦ୍ର ତଳେ ଶୋଇବାର ମଜା

ସମୁଦ୍ର ତଳେ ଶୋଇବାର ମଜା

ମାଲେ, ୨୫।୪ : ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ କମ୍ପାନୀ ରୋମାଞ୍ଚଭରା ଅନୁଭୁତି ପ୍ରଦାନ ସମ୍ପର୍କରେ ଘୋଷଣା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର କାରବାର ବଢ଼ିଥାଏ। ସେହିପରି ମାଳଦୀପର କୋନାଇ ମାଳଦୀପ ରଙ୍ଗୋଲୀ ଦୀପରେ ଥିବା ଏକ ହୋଟେଲ ଗ୍ରାହକଙ୍କୁ ସମୁଦ୍ର ପାଣିତଳେ ଶୋଇବାର ଅନୁଭୁତି ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରିଛି।

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହ୍ୟୁଷ୍ଟନ୍‌: ସ୍ତ୍ରୀ ଆରପାରିକୁ ଯିବାର କିଛିଦିନ ବିତିଛି କି ନାହିଁ ଏବେ ହସ୍ପିଟାଲରେ ଶଯ୍ୟାଶାୟୀ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌। ସଂକ୍ରମଣଜନିତ ରୋଗରେ ସେ ପୀଡ଼ିତ ଅଛନ୍ତି।

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

କଲିକତା: ନିଃସଙ୍ଗ ଜୀବନ ଅନେକ ଯନ୍ତ୍ରଣାଦାୟକ। ଏହା କେବଳ ମାନସିକ ସ୍ତରରେ ବ୍ୟକ୍ତିକୁ ଦୁଃଖ ଦିଏ ନାହିଁ, ଅନେକ ରୋଗକୁ ମଧ୍ୟ ଡାକିଆଣେ। ତେଣୁ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ସାଥୀଟିଏ ଜରୁରୀ।

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

ଡେରାଡୁନ୍‌, ୨୪।୪ : ମହାକବି କାଳିଦାସଙ୍କ ଦ୍ୱାରା ରଚିତ ବିଶ୍ୱ ବିଖ୍ୟାତ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍‌ର ସତ୍ୟାସତ୍ୟ ନେଇ ଏବେ ତଥ୍ୟ ମିଳିପାରିବାର ଆଶା ରହିଛି। ନାଟକରେ ବର୍ଣ୍ଣନା କରାଯାଇଥିବା ଉତ୍ତରଖଣ୍ଡ ଗଢ଼ଓ୍ବାଲ ଅଞ୍ଚଳର ଡେରଡୁନ୍‌ ନିକଟରେ ଥିବା କୋଟଦ୍‌ବାରସ୍ଥିତ କଣ୍ବାଶ୍ରମ ଅଞ୍ଚଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଖୋଦନ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ଏଠାରେ ମାଳିନୀ ନଦୀ ତଟରେ କଣ୍ବାଶ୍ରମ ନାମକ ଏକ ଅଞ୍ଚଳ ରହିଛି। ତେବେ ଏଠାରେ ପୁରାତନ ଆଶ୍ରମ ଭଳି କୌଣସି ଭଗ୍ନାବଶେଷ ନାହିଁ। ହୁଏତ ଏହା ମାଟିତଳେ ପୋତି ହୋଇ ରହିଛି।

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

ଲଣ୍ଡନ: ବ୍ରିଟେନ ରାଜ ପରିବାରରେ ଖୁସିର ଲହରି। ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ଅର୍ଦ୍ଧାଙ୍ଗିନୀ କେଟ୍‌ ମିଡିଲ୍‌ଟନ୍‌ ପୁଣି ପୁତ୍ର ସନ୍ତାନ ଲାଭ କରିଛନ୍ତି। ସୋମବାର ଡଚେସ୍‌ ଅଫ୍‌ କ୍ୟାମ୍ବ୍ରିଜ୍‌ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିବା କେନ୍‌ସିଙ୍ଗ୍‌ଟନ୍‌ ପ୍ୟାଲେସ୍‌ ପକ୍ଷରୁ କୁହାଯାଇଛି। ନୂଆ ପ୍ରିନ୍ସଙ୍କ ଓଜନ ୩.୮୨ କେଜି। ଶିଶୁପୁତ୍ରର ଜନ୍ମବେଳେ ୩୫ ବର୍ଷୀୟ ଓ୍ବିଲିୟମ୍‌ ସେଠାରେ ଉପସ୍ଥିତ ଥିଲେ।

ବିଷ ବଳୟ ଆମ ରୋଷେଇଘର

ବିଷ ବଳୟ ଆମ ରୋଷେଇଘର

ରୋଷେଇଘର ଆମ ପାଇଁ ଏକ ଅତି ପବିତ୍ର ସ୍ଥାନ। ଧନଦାତ୍ରୀ ଦେବୀ ଲକ୍ଷ୍ମୀ ଏଥିମଧ୍ୟରେ ଅବସ୍ଥାନ କରନ୍ତି ବୋଲି ଆମର ବିଶ୍ୱାସ। ତେଣୁ ଆମେ ଏହାକୁ ଯଥାସମ୍ଭବ ସଫାସୁତରା ରଖୁ। ଭିନ୍ନ ଦୃଷ୍ଟିରେ ଦେଖିଲେ ସେଠାରେ ଆମ ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ଏହା ଏକାନ୍ତ ଆବଶ୍ୟକ। କିନ୍ତୁ ଏହି ଘର ଭିତରର ଆବଦ୍ଧ ବାୟୁ ଅତ୍ୟନ୍ତ ଦୂଷିତ। କାରଣ ଏବେ ବି ଆମ ଦେଶର ଅଧିକାଂଶ ରୋଷେଇରେ ବ୍ୟବହୃତ ହେଉଛି କାଠ, କୋଇଲା ଓ ଘଷି ଭଳି ଇନ୍ଧନ, ଯହିଁରୁ ନିର୍ଗତ ହୁଏ ବହୁ ବିଷାକ୍ତ ବାଷ୍ପ, ଧୂଆଁ ଓ ଧୂଳି ।

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ଲଣ୍ଡନ,୨୩ା୪: ଭୂକମ୍ପର କିଛି ସମୟ ପୂର୍ବରୁ କୁକୁର, ବିରାଡି ଏପରି କି ଗୋରୁ ଗାଈ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଦୀର୍ଘଦିନରୁ ବିଶ୍ୱାସ କରାଯାଇ ଆସୁଛି। କିନ୍ତୁ ଏହା ପ୍ରମାଣସିଦ୍ଧ ନୁହେଁ ବୋଲି ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ଅଧ୍ୟୟନ ‘ବୁଲେଟିନ୍‌ ଅଫ୍‌ ଦି ସିସ୍‌ମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା’ ଜର୍ନାଲ୍‌ରେ ପ୍ରକାଶ ପାଇଛି।