ରାଜ୍ୟ | ଉପକୂଳ ଓଡିଶା

ହାଇମାଷ୍ଟ ଲାଇଟ୍‌ ଅଚଳ, ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ହାଇମାଷ୍ଟ ଲାଇଟ୍‌ ଅଚଳ, ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା
ଖଣ୍ଡପଡ଼ା,୧୩ା୫(ସ୍ବ.ପ୍ର.)- ଖଣ୍ଡପଡ଼ା ଏନ୍‌ଏସି ପକ୍ଷରୁ ସହରାଞ୍ଚଳର ଡ଼ାକ୍ତରଖାନା ଛକ ଓ ରଥଗଡ଼ା ଛକଠାରେ ୩ବର୍ଷ ତଳେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ହାଇମାଷ୍ଟ ଲାଇଟ୍‌ ସ୍ଥାପନ କରାଯାଇଥିଲା। ୨ଟି ଯାକ ଲାଇଟ୍‌ ପୋଷ୍ଟ ଦୀର୍ଘମାସ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ସନ୍ଧ୍ୟା ନଇଁଲେ ସହରାଞ୍ଚଳର ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଛକରେ ଅନ୍ଧାର ରାଜୁତି କରୁଥିବାରୁ ଏ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବାରମ୍ବାର ଦାବି ସତ୍ତ୍ୱେ ଅଚଳ ଲାଇଟ୍‌ ଦୁଇଟିକୁ କାର୍ଯ୍ୟକ୍ଷମ କରିବା ଦିଗରେ ଏନ୍‌ଏସି କର୍ତ୍ତୃପକ୍ଷ ଆନ୍ତରିକତା ପ୍ରକାଶ କରୁ ନ ଥିବାରୁ ଏ ବାବଦରେ ସରକାରଙ୍କ ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିବା ସାର ହୋଇଛି। ଏନ୍‌ଏସି କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଥିଲେ, ହାଇମାଷ୍ଟ ଲାଇଟ୍‌ ପରିବର୍ତ୍ତେ ସହରର ସମସ୍ତ ସ୍ଥାନରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଲ୍‌ଇଡି ଲାଇଟ୍‌ ଲଗାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ହାଇମାଷ୍ଟ ଲାଇଟ ବାବଦରେ ଖର୍ଚ୍ଚ ହୋଇଥିବା ଅନୁଦାନ ଅର୍ଥ ସମ୍ପର୍କରେ ସେ ସୂଚନା ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। (ଫଟୋ ପଠାଯାଇଛି)
All Right Reserved By

ରାଜ୍ୟ | ଉପକୂଳ ଓଡିଶା

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୪।୪(ଡି.ଏନ୍‌.ଏ.): ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ମୋ’ ପରିବାର। ଏଥିପାଇଁ ଓଡ଼ିଶାବାସୀଙ୍କୁ ମୁଁ ପ୍ରିୟ ହୋଇପାରିଛି। ଓଡ଼ିଆ ପରିବାରକୁ କେହି ଅବହେଳା କଲେ ମୁଁ ଚୁପ୍‌ ହୋଇ ବସିବି ନାହିଁ। 

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ଗୋଡ଼ା ଗାଁ ମଧ୍ୟକୁ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୨ଟାରେ ୩ ଜଣିଆ ହାତୀପଲ ପଶିଆସିଛି। ଏଥିରେ ୨ଟି ଦନ୍ତା ଓ ଗୋଟିଏ ମାଈହାତୀ ଥିଲା। ହାତୀପଲ ଗ୍ରାମର ଗାଣ୍ଡୁ ବେହେରାଙ୍କ ଚାଳ ଓ ଆଜବେଷ୍ଟସ ଘର ଭାଙ୍ଗି ୮ବସ୍ତା ଧାନ ଖାଇ ଦେଇଛନ୍ତି ।

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ  ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ପାଟକୁରା ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ଯୋଗୁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା। ତେବେ ଏହି ନିର୍ବାଚନ ଲାଗି ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ମେ’୧୯ରେ ନିର୍ବାଚନ ଅନୁଷ୍ଠିତ ହେବ।

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକରୋଡ୍‌,୨୪।୪(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ବେଆଇନ ବ୍ରାଉନ୍‌ସୁଗାର  ବ୍ୟବସାୟ ଚାଲିଛି। ଏପରିକି ଥାନା ହତା ମଧ୍ୟରେ କମିଶନରେଟ ପୋଲିସର ଜୋନ୍‌-୪ ଏସିପିଙ୍କ କାର୍ଯ୍ୟାଳୟ ରହିଥିବାବେଳେ ଏହି ବସ୍ତି ଏବେ ଚୋରା ନିଶା ବ୍ୟବସାୟୀଙ୍କ କବ୍‌ଜାରେ। 

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri