ଉପକୂଳ ଓଡିଶା

ବିଶ୍ୱ ପରିବେଶ ଦିବସ ପାଳନ ପ୍ରସ୍ତୁତି

ବିଶ୍ୱ ପରିବେଶ ଦିବସ ପାଳନ ପ୍ରସ୍ତୁତି
ଗଣିଆ,୧୩ା୫(ଡି.ଏନ୍‌.ଏ.)- ପ୍ରତିବର୍ଷ ଜୁନ୍‌ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଉକ୍ତ ଦିନ ଗଣିଆ ବ୍ଲକ ବାଇଶିପଲ୍ଲୀ ଅଭୟାରଣ୍ୟର ବଡଶିଲିଙ୍ଗାଠାରେ ସାମାଜିକ ସଂଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ, ଗ୍ରାମୀଣ ଶ୍ରମଜୀବୀ ଚେତନା ସଂଗଠନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଞ୍ଚାର ମିଳିତ ପ୍ରୟାସରେ ଏକ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଗଣିଆସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଞ୍ଚାର ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର, ମାଟିମା’ ମହିଳା ମଞ୍ଚର ସଂଯୋଜନା ସରୋଜିନୀ ମଳିକ, ଜିଲା ପରିଷଦ ସଦସ୍ୟ ମହେଶ୍ୱର ମହାରଣା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାଶିବ ମିଶ୍ର, ଜଙ୍ଗଲ ମହାସଂଘର ବ୍ଲକ ସଭାପତି ଭିକାରୀ ଚରଣ ସାହୁ, ପରିବେଶବିତ୍‌ ପ୍ରାଣକୃଷ୍ଣ ସାହୁ, ଅନ୍ତର୍ଯାମୀ ମିଶ୍ର ଓ ସରପଞ୍ଚ ସଂଘ ସଭାପତି ପ୍ରଫୁଲ୍ଲ କୁମାର ବେହେରାଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ଆଗାମୀ ଜୁନ୍‌ ୫ ଓ ୬ ଦୁଇଦିନ ଧରି ବଡ଼ଶିଲିଙ୍ଗାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ମାନ୍ୟତା ଆଇନ୍‌-୨୦୦୬ ଏବଂ ସଂଶୋଧିତ ନିୟମ ୨୦୧୨ର ବିଭିନ୍ନ ଦିଗ, ଗ୍ରାମ ଗୋଷ୍ଠୀ ଉଦ୍ୟମରେ ଜୈବ ବିବିଧତା ସଂରକ୍ଷଣ, ଜଙ୍ଗଲ ଭିତ୍ତିକ ଚିରନ୍ତନ ଜୀବିକା, ବନସମ୍ପଦ ହ୍ରାସ ଯୋଗୁ ପ୍ରକୃତି, ଜୀବଜଗତ ଓ ଜୀବିକା ଉପରେ ପଡୁଥିବା ପ୍ରଭାବ, ସାମୂହିକ ଭାବେ ସଂରକ୍ଷଣ ଓ ପରିଚାଳନା ପ୍ରକ୍ରିୟାକୁ ଆଗେଇନେବା ବିଷୟରେ ଆଲୋଚନା କରାଯିବ। ଏଥିରେ ଓଡ଼ିଶା ପ୍ରୋଟେକ୍ଟେଡ ଏରିଆ ନେଟ୍‌ଓ୍ବାର୍କ (ଓପାନ) ଅନ୍ତର୍ଗତ ୧୮ଟି ଅଭୟାରଣ୍ୟ ଅଞ୍ଚଳରେ ଜଳ, ଜଙ୍ଗଲ, ଜନ୍ତୁ ଓ ଜୀବିକାର ଚିରନ୍ତନ ସୁରକ୍ଷା ଉପରେ କାର୍ଯ୍ୟରତ ସଂଗଠନମାନଙ୍କର କାର୍ଯ୍ୟକର୍ତ୍ତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ୨୫ଜଣିଆ ଷ୍ଟିଅରିଂ କମିଟି ଗଠନ କରାଯିବା ସହ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଆଦିମ ଆଦିବାସୀ ମୁକ୍ତିମଞ୍ଚର ସଂଯୋଜକ ପ୍ରଫୁଲ୍ଲ ନାୟକ ବୈଠକ ପରିଚାଳନା କରିଥିବାବେଳେ ଗ୍ରାମୀଣ ଶ୍ରମଜୀବୀ ଚେତନା ସଂଗଠନର ସଂଯୋଜକ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ। ଫଟୋ: ଆୟୋଜିତ ପ୍ରସ୍ତୁତି ବୈଠକ।
All Right Reserved By

ଉପକୂଳ ଓଡିଶା

  କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି। 

ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ନିରାକାରପୁର,୨୧ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ମନ୍ଦାକିନୀ ନଦୀ ଗାର୍ଡଓ୍ବାଲ୍‌ରେ ଏକ ଟ୍ରକ୍‌ ପିଟିହୋଇ ରବିବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା

ରତ୍ନଗିରି,୨୧ା୪(ଡି.ଏନ.ଏ.)- ବରୀ ବ୍ଲକ ଅଧୀନ ଉଦୟନାଥପୁର ପଞ୍ଚାୟତ ଉଦୟନାଥପୁର ଗ୍ରାମର ସୂର୍ଯ୍ୟକାନ୍ତ ସାମଲଙ୍କ ଘରେ ରବିବାର ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିଯାଇଛି। 

  ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

   ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ  ଆଡ଼ଚେର ଗ୍ରାମରେ ଶନିବାର ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ଗାର୍ଡଓ୍ବାଲ୍‌ରେ ପିଟିହେଲା ଟ୍ରକ

ଗାର୍ଡଓ୍ବାଲ୍‌ରେ ପିଟିହେଲା ଟ୍ରକ

ନିରାକାରପୁର,୨୧ା୪(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ଥିବା ମଲାଶୁଣୀ ନଦୀ ଗାର୍ଡଓ୍ବାଲ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ କବାଡ଼ିଆ ବୋଝେଇ ଟ୍ରକ ଓଆର ୧୫ କେ ୩୬୮୩ ରବିବାର ସକାଳେ ପିଟି ହୋଇଯାଇଛି।

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ଅଫିସ,୨୧।୪: ଏପ୍ରିଲ ୨୩ରେ ଜିଲାର ନୟାଗଡ଼ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଠାରେ କେଉଁ ପ୍ରାର୍ଥୀ ଜିତିବେ ତାହାକୁ ନେଇ ଚା ଖଟିଠୁ ଆରମ୍ଭ କରି ପାନ ଦେକାନ ଯାଏ ସବୁଠି ଚର୍ଚ୍ଚା ଚାଲିଛି।

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର;  ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର; ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଅଫିସ,୨୧। ୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି।

ବାର୍‌ହା ଆକ୍ରମଣରେ ମହିଳା ଗୁରୁତର

ବାର୍‌ହା ଆକ୍ରମଣରେ ମହିଳା ଗୁରୁତର

ନୟାଗଡ଼ ଅଫିସ,୨୧ା୪: ଓଡ଼ଗାଁ ଥାନା ପେଟେଇଚଣ୍ଡୀ ମନ୍ଦିର ପଛପଟେ ଥିବା କାଜୁ ଜଙ୍ଗଲରେ ଶନିବାର ବାର୍‌ହା ଆକ୍ରମଣ ଜଣେ ମହିଳା ଗୁରୁତର ହୋଇଛନ୍ତି। 

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। 

ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀଙ୍କ ଆପ୍ରାଣ ଉଦ୍ୟମ

ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀଙ୍କ ଆପ୍ରାଣ ଉଦ୍ୟମ

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ରାଜ୍ୟ ସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଭାଜପାରୁ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ପ୍ରାର୍ଥୀ ହୋଇଛନ୍ତି। 

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ନୟାଗଡ଼ ଅଫିସ,୨୦ା୪- ନିର୍ବାଜନରେ ରାଜ୍ୟ  ସରକାରଙ୍କ ବିରୋଧରେ ପ୍ରଚାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି।  ରାତିିସାରା ଗଛରେ ବାନ୍ଧି ଏଥିରୁ ନିବୃତ୍ତ ରହିବା ସହିତ ଏଭଳି କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଉକ୍ତ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ା ଗ୍ରାମର ରୁଷିଆ ପ୍ରଧାନଙ୍କ କ୍ଷେତ୍ରରେ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri