ରାଜ୍ୟ | ଉପକୂଳ ଓଡିଶା

ମହାନଦୀ ସୁରକ୍ଷା ଅଭିଯାନ ପାଇଁ ବୈଠକ

ମହାନଦୀ ସୁରକ୍ଷା ଅଭିଯାନ ପାଇଁ ବୈଠକ
କେନ୍ଦ୍ରାପଡା ଅଫିସ, ୧୩।୫ଛତିଶଗଡ ସରକାର ନିଜର ଶିଳ୍ପ ସମୃଦ୍ଧି ପାଇଁ ମହାନଦୀ ଜଳକୁ ଉପଯୋଗ କରୁଛନ୍ତି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ରାଜ୍ୟବାସୀଙ୍କ ଜୀବନଜୀବିକାକୁ ବିପଦକୁ ଠେଲି ଦେଇଛନ୍ତି । ଏନେଇ ଓଡିଶା ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଫଳରେ ସାଂପ୍ରତିକ ସମୟରେ ଅବବାହିକା ଶୁଖିଲା ପଡିଥିବା ବେଳେ ଆଗକୁ ବଡ ଧରଣର ଦୁଇଟି ଦୁର୍ବିପାକକୁ ଓଡିଶାବାସୀ ଠେଲି ହୋଇଯିବେ । ଏହି ପରିପ୍ରେକ୍ଷୀରେ ମହାନଦୀ ସୁରକ୍ଷା ଅଭିଯାନରେ ବହୁ ସଂଖ୍ୟାରେ ଯୁବଛାତ୍ର ଯୋଗ ଦେବାକୁ ସହରର ଗରାପୁରସ୍ଥ ଏକ କଲ୍ୟାଣ ମଣ୍ଡପରେ ଜିଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଶନିବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆହ୍ବାନ ଦିଆ ଯାଇଥିଲା । ଜିଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ୨୦ ହଜାରରୁ ଊର୍ଦ୍ଧ୍ୱ ଯୁବଛାତ୍ର ମହାନଦୀ ସୁରକ୍ଷା ଅଭିଯାନରେ ସାମିଲ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲା ବିଜେଡି ସଭାପତି ଧ୍ରୁବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ବରିଷ୍ଠ ନେତା ପ୍ରମୋଦ ସାହୁ, ଶିଶିର ପରିଜା, ଦେବୀ ରଞ୍ଜନ ତ୍ରିପାଠୀ, ହରିଶଙ୍କର ରାଉତ, ରାଜେଶ ଦାସ, ରାକେଶ ମହାପାତ୍ର, ଧୀରେନ ସାହୁ, ଭୀମସେନ ଭୂୟାଁ, ସ୍ନେହପ୍ରଭା ତ୍ରିପାଠୀ, ମାନସ ପରିଡା, ଦେବଦାସ ମହାନ୍ତି, କାଳୀ ପ୍ରସାଦ ମିଶ୍ର, ହିରଣ୍ୟ କୁମାର ପଣ୍ଡା, ସରୋଜକାନ୍ତ ସାହୁ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇ ମହାନଦୀ ଓ ଓଡିଶାର ସମ୍ପର୍କକୁ ଆଲୋକପାତ କରିଥିଲେ । ଏଥିସହ ଛତିଶଗଡ ସରକାରଙ୍କ ବ୍ୟାରେଜ ନିର୍ମାଣ ପରବର୍ତ୍ତୀ ସମୟର ଭୟାବହତା ସମ୍ପର୍କରେ ଅବଗତ କରାଇଥିଲେ । ସେମାନେ ଦର୍ଶାଇଥିଲେ ଯେ, ମହାନଦୀର ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ହେଲେ ଛତିଶଗଡ ସରକାରଙ୍କ ନବନିର୍ମିତ ବ୍ୟାରେଜରୁ ପାଣି ଛଡାଯିବ । ଏହା ହୀରାକୁଦ ବନ୍ଧ ପାଇଁ ବିପଦ ସୃଷ୍ଟି କରିବା ସହିତ ଆଖପାଖ ଜିଲାକୁ ବନ୍ୟା ପ୍ଲାବିତ କରିବ । ସେହିପରି ଛତିଶଗଡ ସରକାରଙ୍କ ଶିଳ୍ପରୁ କୌଣସି କାରଣରୁ ରାସାୟନିକ ବିଷାକ୍ତ ଦ୍ରବ୍ୟ ନିର୍ଗତ ହେଲେ ମହାନଦୀ ଜଳରେ ଛାଡିବା ପାଇଁ ବାଧ୍ୟ ହେବ । ଫଳରେ ଏହି ରାସାୟନିକ ଦ୍ରବ୍ୟ ମିଶ୍ରିତ ପାଣି ଜନଜୀବନ ସହିତ ଜୀବିକାକୁ କ୍ଷତିଗ୍ରସ୍ତ କରିବ । ମହାନଦୀ ଓଡିଶାର ଜୀବନରେଖା ହୋଇଥିବାରୁ ଏହାର ସୁରକ୍ଷା ଆବଶ୍ୟକ ବୋଲି ସେମାନେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ମର୍ଦ୍ଧରାଜ, ଗୌତମ ସ୍ବାଇଁ, ରଞ୍ଜନ ସାହୁ, ଦୁଷ୍ମନ୍ତ ମଲିକ, ମନୋଜ ନାୟକ, ସୁଶାନ୍ତ ଦାଶ, ବିଜୟ ମଣ୍ଡଳ, ରମାକାନ୍ତ ମହାନ୍ତି ପ୍ରମୁଖ ବୈଠକର ଆଲୋଚନାରେ ଭାଗନେଇ ମହାନଦୀ ସୁରକ୍ଷା ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ ା ସେମାନଙ୍କ ସୂଚନା ଅନୁଯାୟୀ, ଆସନ୍ତା ୧୬ ତାରିଖରୁ ଏହି ଅଭିଯାନ ଝାରସୁଗୁଡା ଜିଲାର ସୁଖାସୋଡା ଓ ବରଗଡ ଜିଲାର ଅମ୍ବାବନା ଠାରୁ ଆରମ୍ଭ ହୋଇ ଏକ ଆନ୍ଦୋଳନର ରୂପରେଖ ନେବ ା ଏହି ଅଭିଯାନରେ ସାମିଲ ବିଜେଡି ନେତୃବୃନ୍ଦଙ୍କୁ କେନ୍ଦ୍ରାପଡା ଜିଲାରେ ସ୍ବାଗତ କରାଯିବ ।
All Right Reserved By

ରାଜ୍ୟ | ଉପକୂଳ ଓଡିଶା

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ  ବଦ୍ରି ପାତ୍ର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ ବଦ୍ରି ପାତ୍ର

ଆନନ୍ଦପୁର,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା କିଛି ବିରୋଧୀଙ୍କ ଭିତ୍ତିହୀନ ମନ୍ତବ୍ୟ ଏବଂ ନିର୍ବାଚନୀ ହିଂସାକୁ ଉସୁକାଇବା ଘଟଣାକୁ ନେଇ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ଆନନ୍ଦପୁର,୨୦।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ଆଧାରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନେ ଆକ୍ଷେପ ପ୍ରତିଆକ୍ଷେପ ମୂଳକ ଭାବେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୋଧରେ ଅଭିଯୋଗ କରୁଛନ୍ତି।

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେର,୨୦।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ନିର୍ବାଚନମଣ୍ଡଳୀ ଘଣ୍ଟପଡା ହାଇସ୍କୁଲ ପଡିଆଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିିର୍ବାଚନୀ ପ୍ରଚାର କରିଛନ୍ତି।

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବାଲେଶ୍ୱର ଅଫିସ, ୨୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉପର ଆଡ଼ିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା।

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ନୟାଗଡ଼ ଅଫିସ,୨୦ା୪- ନିର୍ବାଜନରେ ରାଜ୍ୟ  ସରକାରଙ୍କ ବିରୋଧରେ ପ୍ରଚାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି।  ରାତିିସାରା ଗଛରେ ବାନ୍ଧି ଏଥିରୁ ନିବୃତ୍ତ ରହିବା ସହିତ ଏଭଳି କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଉକ୍ତ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ା ଗ୍ରାମର ରୁଷିଆ ପ୍ରଧାନଙ୍କ କ୍ଷେତ୍ରରେ।

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର/ରାଇସୁଆଁ,୨୦।୪(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ତିନି ଦିନ ବାକି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର କେନ୍ଦୁଝର ଜିଲାକୁ ତୋଫାନି ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି। 

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ  ଜିତାଇବା ଲାଗି ଆହ୍ବାନ

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ ଜିତାଇବା ଲାଗି ଆହ୍ବାନ

ପାଟଣା,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ତୁରୁମୁଙ୍ଗାସ୍ଥିତ ନିନୁହାଁ ଫୁଟବଲ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସଭା ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ବିଜେଡି ରୋଡ଼୍‌ ଶୋ’ ସମୟରେ ଗୋଷ୍ଠୀକନ୍ଦଳ

ବାରିପଦା ଅଫିସ,୨୦।୪:  ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅଧୀନ ବହଳଦା କଲେଜ ନିକଟରେ ଶୁକ୍ରବାର ବିଜେଡି ରୋଡ଼୍‌ ଶୋ’ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। 

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ପରଜଙ୍ଗ,୨୦।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ଦଲକ ସାହିରେ ଶନିବାର ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଦୀର୍ଘ ଦିନ ଧରି ଲୋକଙ୍କ ପାଇଁ କାମ କରିଛନ୍ତି।

କାଳବୈଶାଖୀ ବଜ୍ରପାତରେ ୨ ଆହତ

କାଳବୈଶାଖୀ ବଜ୍ରପାତରେ ୨ ଆହତ

ଖୋର୍ଦ୍ଧା ଅଫିସ,୨୦।୪: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମର ଗୋଡିସାହିରେ ଶୁକ୍ରବାର ରାତିରେ କାଳବୈଶାଖୀ ବର୍ଷା ସହିତ ପବନ ଓ ବଜ୍ରପାତ ଘଟିଛି। 

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

କଳିଙ୍ଗନଗର, ୨୦।୪(ଡି.ଏନ୍‌.ଏ.): ଯାଜପୁର ଜିଲା ରାଇରଙ୍ଗପୁରରୁ ଶନିବାର ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଯାତ୍ରୀବାହୀ ବସ୍‌ ଅନ୍ଧାରୀ ନିକଟରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।


Model This Week

କ୍ରିଷ୍ଣା
Why Dharitri