ମନୋରଞ୍ଜନ |

ଓଡ଼ିଆ ଫିଲ୍ମର ମା’

ଓଡ଼ିଆ ଫିଲ୍ମର ମା’
‘ତୋ ବାଟ କିଏ ବନ୍ଦ କରିଛି ଲୋ ପାର, ତୁ ତ ନିଜେ ଗୋଟିଏ ବାଟ..’ ସଂଳାପ ମନକୁ ଆସିଲେ ମଦ୍ୟପ ରୋଲ୍‌ରେ ଶ୍ରୀରାମ ପଣ୍ଡା ଆଉ ପାର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ସ୍ବତଃ ମାନସପଟରେ ଉଦ୍‌ଭାସିତ ହୋଇଉଠନ୍ତି। ଚଳଚ୍ଚିତ୍ରଟି ଥିଲା ‘ସ୍ବପ୍ନ ସାଗର’ ଆଉ ସେହି ଅଭିନେତ୍ରୀ ହେଲେ ଅନୀତା ଦାସ। ପରବର୍ତ୍ତୀ ସମୟରେ ସେ ପାଲଟି ଯାଇଥିଲେ ଓଡ଼ିଆ ଫିଲ୍ମ ଜଗତର ମା’। ୧୯୭୫ ମସିହାରେ ନିର୍ମିତ ‘ଯାଯାବର’ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିୟର। ବିଜୟ ପଟ୍ଟନାୟକଙ୍କ ପ୍ରଯୋଜିତ ଚଳଚ୍ଚିତ୍ରରେ ସେ ତାଙ୍କ ଅଭିନୟ ଦକ୍ଷତାର ସୂଚନା ଦେଇଥିଲେ। ୧୯୭୬ରେ ନିର୍ମିତ ଗୋବିନ୍ଦ ତେଜଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘କୃଷ୍ଣ ସୁଦାମା’। ଏଥିରେ ସେ ଗୋବିନ୍ଦ ତେଜଙ୍କ ନାୟିକା ସାଜିଥିଲେ। ୧୯୭୭ରେ ନିର୍ମିତ ‘ବନ୍ଧୁ ମହାନ୍ତି’ରେ ସେ ନିଖୁଣ ଅଭିନୟ କରିଥିଲେ। ୧୯୮୦ରେ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର ‘ତପସ୍ୟା’। ଏଥିରେ ସେ ଶରତ ପୂଜାରୀଙ୍କ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ପରବର୍ତ୍ତୀ’ସମୟରେ ଅର୍ଥାତ୍‌ ୧୯୮୩ରେ ନିର୍ମିତ ହେଲା ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’। ଏଥିରେ ସେ ସାଲବେଗଙ୍କ ମା’ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ। ଏଥିସହିତ ଏହି ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ତାଙ୍କୁ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୧୯୮୪ରେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଜନନୀ’ ଥିଲା ତାଙ୍କ ଅଭିନୟ କ୍ୟାରିୟରର ଅନ୍ୟତମ ମାଇଲଖୁଣ୍ଟ। ମମତା ମାଗେ ମୂଲ (୧୯୮୫), ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଶିଶୁ ଚଳଚ୍ଚିତ୍ର ‘ବାବୁଲା’ (୧୯୮୬), ‘ଏଇତ ଦୁନିଆ’ (୧୯୮୭), ପାପପୂଣ୍ୟ (୧୯୮୮), ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ପୁଅ ମୋର କଳା ଠାକୁର’ (୧୯୮୮), ‘ଠାକୁର ଅଛନ୍ତି ଚଉ ବାହାକୁ’ (୧୯୯୦), ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘କି ହେବ ଶୁଆ ପୋଷିଲେ’ (୧୯୯୧), ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ବାହୁଡିବେ ମୋ ଜଗା ବଳିଆ’ ଠାରୁ ୨୦୧୭ରେ ନିର୍ମିତ ‘ଅଭୟ’ ଚଳଚ୍ଚିତ୍ର ପର୍ଯ୍ୟନ୍ତ ଥିଲା ତାଙ୍କ ଅଭିନୟର ଲମ୍ବା ଇନିଂସ୍‌। ଏହାବ୍ୟତୀତ ‘ସମର ସଲିମ ସାଇମନ୍‌, ତଅପୋଇ, ଅଖିତୃତୀୟା, କୁଳ ଚନ୍ଦ୍ରମା, ପରିବାର, ମଥୁରା ବିଜୟ, ଶଙ୍ଖ ମହୂରୀ, ଭକ୍ତ ଆରତି, ଅଣ୍ଟି ଛୁରି ତଣ୍ଟି କାଟେ, ପାଚେରି ଉଠିଲା ମଝି ଦୁଆରୁ, ବାଜି, ସାଥୀରେ, ତୋ ବିନା ଭଲ ଲାଗେନା, ସୁନା ଚଢ଼େଇ, ଆଇ ଲଭ ୟୁ, ଶାଶୁଘର ଚାଲିଯିବି ଆଦି ଚଳଚ୍ଚିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଏବେ ଏବେ ବି ସିନେପ୍ରେମୀଙ୍କ ମନରେ ସତେଜ ହୋଇରହିଛି। ନିଜର ଅଭିନୟ ଦକ୍ଷତା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ସିନେକ୍ରିଟିକ ପୁରସ୍କାର ସମେତ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଥିଲା ସମ୍ମାନ ଓ ପୁରସ୍କାର। କେବଳ ଚଳଚ୍ଚିତ୍ର ନୁହେଁ, ବେଶ୍‌ କେତୋଟି ଲୋକପ୍ରିୟ ଭଜନ ଆଲବମ୍‌ରେ ମଧ୍ୟ ଅଭିନୟ କରିଥିଲେ ଅନୀତା।
All Right Reserved By

ମନୋରଞ୍ଜନ |

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନ କୈଫଙ୍କ ଅପ୍‌କିମିଙ୍ଗ ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି। ଫିଲ୍ମ ‘ଭାରତ’ରେ ଉଭୟେ ନଜର ଆସୁଥିବା ବେଳେ ଏମାନଙ୍କର ଭିନ୍ନ ଗେଟ୍‌ଅପ୍‌ ଏବେ ଦର୍ଶକଙ୍କ ପାଇଁ କିଛି ଭିନ୍ନ ସ୍ବାଦ ଆଣିବ ବୋଲି କୁହାଯାଉଛି। 

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ମୁମ୍ବାଇ,୨୫।୪: ଭେଟେରାନ୍‌ ସ୍କ୍ରିନ୍‌ରାଇଟର ସଲିମ ଖାଁଙ୍କୁ ୭୭ତମ ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ ୨୦୧୯ ପ୍ରଦାନ କରାଯାଇଛି। 

ଶୁଟିଂ ପାଇଁ ଖରାରେ କ୍ଷେତ ବୁଲିଲେ ଆମିର୍‌

ଶୁଟିଂ ପାଇଁ ଖରାରେ କ୍ଷେତ ବୁଲିଲେ ଆମିର୍‌

ଅଭିନେତା ଆମିର୍‌ ଖାଁ  ନିଜ ଫିଲ୍ମ  ଶୁଟିଂ ପାଇଁ ପାଲମ୍‌ପୁରର ଏକ ଗାଁକୁ ଯାଇଥିବା ନଜରକୁ ଆସିଛିି।

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପରଦାରେ ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକା ନିଭାଇବାକୁ ଯାଉଛନ୍ତି ବିଗ୍‌-ବି ଅମିତାଭ ବଚ୍ଚନ। 

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଗାମୀ ସିନେମା ‘ଛପାକ’ରେ ଏସିଡ୍‌ ପୀଡ଼ିତା ଲକ୍ଷୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ସମ୍ମୁଖକୁ ଆସିବା ପରଠାରୁ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିବା ସହ ଦୀପିକାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। 

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ବମ୍ବେ: ପୁଣି ଏକାଠି ହୋଇପାରନ୍ତି କମେଡିଆନ୍‌ କପିଲ ଶର୍ମା ଓ ସୁନିଲ ଗ୍ରୋଭର। ସେ ବି ଗୋଟିଏ ମଞ୍ଚରେ। କପିଲଙ୍କ ଶୋ’ ‘ଦ କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ଉଭୟଙ୍କ କମେଡିକୁ ଦର୍ଶକ ଉପଭୋଗ କରିପାରନ୍ତି।

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

ସୁୁପରହିଟ୍‌ ଫିଲ୍ମ ଶୋଲେ’ରେ ସାମ୍ବା ଚରିତ୍ରକୁ କିଏ ବା ନ ଜାଣିଛି। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମାକ୍‌ ମୋହନଙ୍କୁ ଲୋକେ ଆଜି ପର୍ଯ୍ୟନ୍ତ ମନେରଖିଛନ୍ତି। ୧୯୩୮ ଏପ୍ରିଲ ୨୪ରେ କରାଚୀରେ ଜନ୍ମଗ୍ରହଣ କରିଥିଲେ ଏହି କଳାକାର।

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ଅର୍ଜୁନ ରାମପାଲ ବିବାହର ୨୦ ବର୍ଷ ପରେ ତାଙ୍କ ସ୍ତ୍ରୀ ମେହର ଜେସିୟାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ଏ ଖବର କିଛିଦିନ ତଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ପୁଣି ଥରେ ଅର୍ଜୁନ ଚର୍ଚ୍ଚାକୁ ଆସିଛନ୍ତି। ଅର୍ଜୁନ ଏବେ ବାପା ହେବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ବମ୍ବେ: ବଲିଉଡ୍‌ ସିନେ ଜଗତର ସୁପରଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟକୁ ନେଇ ଯେତିକି ପ୍ରଶଂସିତ ହୋଇଥାନ୍ତି, ତା ଠାରୁ ଅଧିକ ନିଜର ଦେଶପ୍ରେମକୁ ନେଇ ଚର୍ଚ୍ଚିତ ହୋଇଆସିଛନ୍ତି। ସେ ଜଣେ ଅଭିନେତା ଓ ମାର୍ଶଲ ଆର୍ଟସ୍‌ ଏକ୍ସପର୍ଟ।

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ବଲିଉଡ୍‌ର କିଛି ଷ୍ଟାରଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଫିଲ୍ମ କ୍ୟାରିୟର ବାଦ୍‌ ସେମାନଙ୍କ ଦୈନନ୍ଦିନ ଚଳଣି ସାଧାରଣ ଲୋକଙ୍କ ପରି ହୋଇଥାଏ।  ବିଗ୍‌ ଟାଉନ୍‌ରେ ଏମାନେ ଦାମୀ ଷ୍ଟାର କିନ୍ତୁ ଶସ୍ତା କାର୍‌ରେ ବୁଲିବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ଏହି ଷ୍ଟାରଙ୍କ ସମ୍ପର୍କରେ...

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri