ଉପକୂଳ ଓଡିଶା

ସଂକ୍ରମଣମୁକ୍ତ ହେଉନି ନର୍ସିଂହୋମ, ଡାକ୍ତରଖାନା

ଯାଜପୁର ଅଫିସ,୧୨ା୫ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ରକ୍ତଭିଜା ତୁଳା ସହିତ ପ୍ଲାଷ୍ଟିକ ସାଲାଇନ ବୋତଲ, ପରିସ୍ରାନଳୀ, ସିରିଞ୍ଜ, ପ୍ଲାଷ୍ଟିକ ଥଳି, ବ୍ୟବହୃତ ରକ୍ତର ଥଳି, କ୍ୟାଥେଟର ଓ ବ୍ୟବହୃତ ଗ୍ଲୋବ୍ସ ଆଦି ପଦାରେ ପଡୁଛି। ସାମାନ୍ୟ ପବନ ହେଲେ ଏହି ବିପଦପୂର୍ଣ୍ଣ କଠିନ ବର୍ଜ୍ୟବସ୍ତୁ ଜନବସତି ଆଡକୁ ଉଡୁଛି ା ବେସରକାରୀ ଡାକ୍ତରଖାନା, ପାଥୋଲ୍ୟାବ, ନର୍ସିଂହୋମ ଓ ସରକାରୀ ଡାକ୍ତରଖାନାର ଏହି ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ବିଶୋଧନ ପାଇଁ ମେଡିଆରା କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ସରକାରୀ ତହବିଲରୁ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ା ହେଲେ ମେଡିଆରା କମ୍ପାନୀ ଜିଲାର ସର୍ବବୃହତ୍‌ ସହର ଯାଜପୁରରୋଡ ସମେତ ସଦର ମହକୁମା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ବର୍ଜ୍ୟବସ୍ତୁ ସଂଗ୍ରହ କରୁନାହିଁ ା ଫଳରେ ଏହି ବର୍ଜ୍ୟବସ୍ତୁ ସମଗ୍ର ସହରକୁ ଦୂଷିତ କରିବା ସହିତ ସଂକ୍ରମଣ ବ୍ୟାପିବାରେ ଲାଗିଛି ା ଜିଲାର ନର୍ସିଂହୋମ, ପାଥୋଲ୍ୟାବ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ସେମାନଙ୍କ ବର୍ଜ୍ୟବସ୍ତୁ ମ୍ୟୁନିସିପାଲିଟି ଡଷ୍ଟବିନରେ ପକାଇ ଦେଉଛନ୍ତି। ଯାଜପୁରରୋଡ ସହରର ପରିମଳ ଦାୟିତ୍ୱରେ ଥିବା ଗାୟତ୍ରୀ ଠିକାସଂସ୍ଥା ଆବର୍ଜନା ସହିତ ସେହି ବିପଦପୂର୍ଣ୍ଣ କଠିନ ବର୍ଜ୍ୟବସ୍ତୁକୁ ବ୍ୟାସ ସରୋବର ନିକଟସ୍ଥ ଟ୍ରେନ ଲାଇନ କଡରେ ଯେନତେନ ପ୍ରକାରେ ପକାଇ ଦେଉଛି। ଯଦ୍ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହିତ ଲୋକଙ୍କ ପାଇଁ କାଳ ପାଲଟିଛି। ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସହ ନର୍ସିଂହୋମଗୁଡିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି) ସହିତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଚୁକ୍ତି କରିଛନ୍ତି। କେତେକ ନସର୍ିଂହୋମ ଓ ପାଥୋଲ୍ୟାବ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ କୁଣ୍ଠାପ୍ରକାଶ କରି ପ୍ରାଧିକରଣ କିମ୍ବା ନବୀକରଣ କରୁନାହାନ୍ତି ା ଏହାଦ୍ୱାରା ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡିଛି ା ଡାକ୍ତରଖାନାର ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ବିଶୋଧନ ପାଇଁ ଦାୟିତ୍ୱରେ ଥିବା ମେଡିଆର କମ୍ପାନୀ ସପ୍ତାହକୁ ଥରେ ଆସି ବର୍ଜ୍ୟବସ୍ତୁ ନେଇ ବିଶୋଧନ କରିବା ପରିବର୍ତ୍ତେ ତାହାକୁ କେଉଁଠି ପୋତି ଦେଉଛି ତ ଅନ୍ୟ କେଉଁଠି ପୋଡି ଦେଉଛି ା ଏହାଦ୍ୱାରା ବାୟୁ ପ୍ରଦୂଷଣ ଉକତ୍ଟ ହେଉଥିବାବେଳେ ସଂକ୍ରମଣ ବ୍ୟାପିବା ଅଧିକ ସମ୍ଭାବନା ସୃଷ୍ଟି କରୁଛି ବୋଲି ମତପ୍ରକାଶ ପାଉଛି ା ରୋଗୀ ତଥା ରୋଗୀଙ୍କ ପରିବାରବର୍ଗଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ ପରିଚାଳିତ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ମଧ୍ୟ ଦିଗହରା ହୋଇ ପଡିଛି। ଜିଲାର ପ୍ରାୟ ସମସ୍ତ ଡାକ୍ତରଖାନା ପରିସର ତଥା ବିଭିନ୍ନ ୱାର୍ଡ ପଛପଟେ ବର୍ଜ୍ୟବସ୍ତୁ ବିକ୍ଷିପ୍ତ ହୋଇ ପଡିଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ମେଡିକାଲରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ା ୱାର୍ଡରେ ଚିକିସତ୍ିତ ହେଉଥିବା ରୋଗୀମାନେ ଦୁର୍ଗନ୍ଧମୟ ପରିବେଶରେ ପଡ଼ି ରହିଛନ୍ତି। ଏହାସହ ରୋଗୀ ସଂକ୍ରମଣର ଶିକାର ହେବା ମଧ୍ୟ ଯଥେଷ୍ଟ ସମ୍ଭାବନା ରହୁଛି ା ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟରେ ପ୍ଲାଷ୍ଟିକ ସାଲାଇନ ବୋତଲ, ପରିସ୍ରାନଳୀ, ସିରିଞ୍ଜ, ପ୍ଲାଷ୍ଟିକ ଥଳି, ବ୍ୟବହୃତ ରକ୍ତର ଥଳି, କ୍ୟାଥେଟର ଓ ବ୍ୟବହୃତ ଗ୍ଲୋବ୍ସ, ମଣିଷର କଟା ଅଙ୍ଗ ଇତ୍ୟାଦି ସ୍ବତନ୍ତ୍ର ଡଷ୍ଟବିନରେ ପକାଇବା କଥା ା ସେହିପରି ବ୍ଲେଡ, ଛୁଞ୍ଚି, ଭଙ୍ଗା ଅମ୍ପ୍ୟୁଲ କାଚ ଏବଂ ଅନ୍ୟ ସୂକ୍ଷ୍ମ ବସ୍ତୁ ଆଦି ଜାରକିନରେ ସୁରକ୍ଷିତ ଭାବେ ରଖିବାର ନିୟମ ରହିଛି। ସେହିସବୁକୁ ଡାକ୍ତରଖାନା ଜୈବିକ ବର୍ଜ୍ୟବସ୍ତୁ ବିଶୋଧନାଗାରରେ ବିଶୋଧନ କରିବାର ନିତାନ୍ତ ଆବଶ୍ୟକତା ରହିଛି। ଏଥିପାଇଁ ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ପାଇଁ ଅନୁଦାନ ରହିଛି ା କିନ୍ତୁ ଏହିସବୁ କାର୍ଯ୍ୟକ୍ରମ ଜିଲାର ସମସ୍ତ ଡାକ୍ତରଖାନାରେ ବୁମେରାଂ ହେଉଛି ା ଠିକା ନେଇଥିବା ସଂସ୍ଥା ବିଭାଗର କେତେଜଣ ଉଚ୍ଚ ପଦାଧିକାରୀଙ୍କୁ ହାତ କରି ମନମୁଖି ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଚଳାଇଛି। ଏହାଦ୍ୱାରା ଜିଲାର ସମସ୍ତ ଡାକ୍ତରଖାନା ପରିସରରେ ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି ା ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ବାରିସ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଦାୟିତ୍ୱରେ ଥିବା ଠିକାସଂସ୍ଥା ନିୟମିତ ଭାବେ ଜିଲାକୁ ଆସି ସେଗୁଡିକ ସଂଗ୍ରହ କରି ନେଉଛି। ଯଦି କୌଣସି ଅଞ୍ଚଳକୁ ଆସୁ ନାହିଁ ତେବେ ସେହି ଅଞ୍ଚଳର ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ା
All Right Reserved By

ଉପକୂଳ ଓଡିଶା

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଇଭିଏମ୍‌ ଅଚଳ:  ୩ ଘଣ୍ଟା ବିଳମ୍ବରେ ମତଦାନ

ଇଭିଏମ୍‌ ଅଚଳ: ୩ ଘଣ୍ଟା ବିଳମ୍ବରେ ମତଦାନ

ଓଡଗାଁ,୨୩।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡ଼ାପିଠା ପ୍ରାଥମିକ ବିଦ୍ୟାଳୟରେ ଥିବା ୧୯୮ ନଂ. ବୁଥରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି।

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ: ୧୧ଟା ସୁଦ୍ଧା ଖଣ୍ଡପଡ଼ାରେ ୧୬%, ରଣପୁରରେ ୧୩%, ନୟାଗଡ଼ରେ ୧୫% ମତଦାନ

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ: ୧୧ଟା ସୁଦ୍ଧା ଖଣ୍ଡପଡ଼ାରେ ୧୬%, ରଣପୁରରେ ୧୩%, ନୟାଗଡ଼ରେ ୧୫% ମତଦାନ

ନୟାଗଡ଼ ଅଫିସ,୨୩ା୪: ନୟାଗଡ଼ ଜିଲାର ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ା ୩ଟି ନିର୍ବାଚନମଣ୍ଡଳୀ ପାଇଁ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବା ଦେଖିବାକୁ ମିଳିଛି। 

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର  ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୩ା୪(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସୋମବାର ସନ୍ଧ୍ୟା ୫ଟାରେ କାଳବୈଶାଖୀଜନିତ ବର୍ଷା, ତୋଫାନ ଜନ ସାଧାରଣଙ୍କୁ ଆତଙ୍କିତ କରିଛି ।

ମିଳିଲାନି ହେଲିପ୍ୟାଡ୍‌, ଫେରିଗଲେ ଧର୍ମେନ୍ଦ୍ର

ମିଳିଲାନି ହେଲିପ୍ୟାଡ୍‌, ଫେରିଗଲେ ଧର୍ମେନ୍ଦ୍ର

ଜଗତ୍‌ସିଂହପୁର ଅଫିସ, ୨୩।୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭାଜପା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ସପକ୍ଷରେ ପ୍ରଚାର ପାଇଁ ରୋଡ୍‌ ଶୋ କରିବାର କାର୍ଯ୍ୟକ୍ରମ ଥିଲା। 

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ ପଛୁଆ କରିଦେଇଛି। 

ପାଟକୁରା ବିଧାନସଭା ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସିଇଓ

ପାଟକୁରା ବିଧାନସଭା ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସିଇଓ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ପାଟକୁରା  ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୋମବାର ପ୍ରତିକ୍ରିୟା ରଖିଛନ୍ତି।

  କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି। 

ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ନିରାକାରପୁର,୨୧ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ମନ୍ଦାକିନୀ ନଦୀ ଗାର୍ଡଓ୍ବାଲ୍‌ରେ ଏକ ଟ୍ରକ୍‌ ପିଟିହୋଇ ରବିବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା

ରତ୍ନଗିରି,୨୧ା୪(ଡି.ଏନ.ଏ.)- ବରୀ ବ୍ଲକ ଅଧୀନ ଉଦୟନାଥପୁର ପଞ୍ଚାୟତ ଉଦୟନାଥପୁର ଗ୍ରାମର ସୂର୍ଯ୍ୟକାନ୍ତ ସାମଲଙ୍କ ଘରେ ରବିବାର ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିଯାଇଛି। 

  ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri