ଅନ୍ତର୍ଜାତୀୟ |

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅଫୁଟା ବୋମା ଉଦ୍ଧାର

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅଫୁଟା ବୋମା ଉଦ୍ଧାର
ହକଂ,୧୧।୫ : ହକଂର ଏକ ନିର୍ମାଣଧୀନ ଅଞ୍ଚଳରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ଅଫୁଟା ବୋମା ଶୁକ୍ରବାର ଉଦ୍ଧାର କରାଯାଇଛି। ଚଳିତ ବର୍ଷ ଏହାକୁ ମିଶାଇ ୩ଟି ବୋମା ଉଦ୍ଧାର କରାଯାଇଥିବା ପୋଲିସ ସୂଚିତ କରିଛି। ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରୁ ୧୨ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ବୋମାର ଓଜନ ୪୫୦ କିଲୋଗ୍ରାମ୍‌। ଏହା ଆମେରିକାରେ ତିଆରି ହୋଇଥିବା ଜଣାପଡ଼ିଛି। ୧୯୪୧ ମସିହାରେ ହକଂ ଉପରେ ଆମେରିକା ପ୍ରବଳ ବୋମାମାଡ଼ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୬ରେ ଏଭଳି ୬ଟି ଅଫୁଟାବୋମା ଉଦ୍ଧାର କରାଯାଇଥିବାବେଳେ ୨୦୧୪ରେ ଏକ ଟନ୍‌ ଓଜନର ବୋମା ଉଦ୍ଧାର କରାଯାଇଥିଲା।
All Right Reserved By

ଅନ୍ତର୍ଜାତୀୟ |

ଅଧାରୁ ଅଧିକ ପାକିସ୍ତାନ ଜନସାଧାରଣଙ୍କୁ ଇଣ୍ଟରନେଟ୍‌ ଅଜଣା

ଅଧାରୁ ଅଧିକ ପାକିସ୍ତାନ ଜନସାଧାରଣଙ୍କୁ ଇଣ୍ଟରନେଟ୍‌ ଅଜଣା

ଇସଲାମାବାଦ୍‌,୧୩।୧୧: ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ପାକିସ୍ତାନର ଅଧାରୁ ଅଧିକ ଜନସାଧାରଣଙ୍କର ଏସମ୍ପର୍କରେ କୌଣସି ଜ୍ଞାନନାହିଁ। ଦେଶର ୬୯ ପ୍ରତିଶତ ଲୋକ ଇଣ୍ଟରନେଟ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜଣା।

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ଅନୁପ୍ରବେଶ ମାମଲାରେ ଆମେରିକାରେ ୨୩ ଶହ ୮୨ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ୮୬ ଜେଲ୍‌ରେ ସେମାନେ କାଟୁଛନ୍ତି ବନ୍ଦୀ ଜୀବନ। 

ସ୍ପାଇଡର ମ୍ୟାନର ଜନକ ଷ୍ଟାନ ଲିଙ୍କ ପରଲୋକ

ସ୍ପାଇଡର ମ୍ୟାନର ଜନକ ଷ୍ଟାନ ଲିଙ୍କ ପରଲୋକ

ଓ୍ବାଶିଂଟନ,୧୩।୧୧: ମାର୍ବଲ କମିକର ଜନକ ଷ୍ଟାନ ଲିଙ୍କ ପରଲୋକ ହୋଇଛି। ୯୫ ବର୍ଷ ବୟସରେ ଆମେରିକାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଲି। 

ରୋହିଙ୍ଗ୍ୟା ମାମଲା: ୟାଙ୍ଗ୍‌ ସାନ୍‌ ସୁ କିଙ୍କଠାରୁ ସମ୍ମାନ ଫେରାଇ ନେଲା ଆମିନିଷ୍ଟ ଇଣ୍ଟରନ୍ୟାସନାଲ

ରୋହିଙ୍ଗ୍ୟା ମାମଲା: ୟାଙ୍ଗ୍‌ ସାନ୍‌ ସୁ କିଙ୍କଠାରୁ ସମ୍ମାନ ଫେରାଇ ନେଲା ଆମିନିଷ୍ଟ ଇଣ୍ଟରନ୍ୟାସନାଲ

ଓ୍ବାଶିଂଟନ,୧୩।୧୧: ମ୍ୟାନମାରରେ ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ସୈନ୍ୟବାହିନୀର ଅତ୍ୟାଚାର ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ  ନ କରାଯାଇଥିବାରୁ ଆମିନିଷ୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ୟାଙ୍ଗ୍‌ ସାନ୍‌ ସୁ କିଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନ ଫେରାଇ ନିଆଯାଇଛି।

ଶୁକ୍ରକୁ ସ୍ପେସ୍‌କ୍ରାଫ୍ଟ ପଠାଇବ ଇସ୍ରୋ

ଶୁକ୍ରକୁ ସ୍ପେସ୍‌କ୍ରାଫ୍ଟ ପଠାଇବ ଇସ୍ରୋ

ବେଙ୍ଗାଲୁରୁ, ୧୩।୧୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୩ରେ ଶୁକ୍ରକୁ ଏକ ପର୍ଯ୍ୟବେକ୍ଷଣକାରୀ ମହାକାଶଯାନ  ଲଞ୍ଚ୍‌ କରିବ।

ଇସ୍ରାଏଲ୍‌ ଉପରେ ମାଡ଼ ହୋଇଛି ୩ ଶହ ରକେଟ

ଇସ୍ରାଏଲ୍‌ ଉପରେ ମାଡ଼ ହୋଇଛି ୩ ଶହ ରକେଟ

ସିଡ୍ରେଟୋ,୧୩।୧୧: ଗାଜା ଅଞ୍ଚଳରୁ ଇସ୍ରାଏଲ୍‌ ଉପରେ ୩ ଶହ ରକେଟ ମାଡ଼ ହୋଇଛି। ଏନେଇ ଇସ୍ରାଏଲ୍‌ ସୈନ୍ୟ ବିଭାଗ ସୂଚନା ଦେଇଛି। ଏହାଦ୍ୱାରା ୧୧ ଜଣ ଆହତ ହୋଇଛନ୍ତି। 

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ବେଜିଂ,୧୨।୧୧: ଚାଇନା ସ୍କିଆମେନର ୧୩ ବର୍ଷୀୟ ବାଳକ କ୍ୱି ଜିନ୍‌ଉ ଏବେ ନିଜର ଅସମ୍ଭବ ପ୍ରତିଭା ବଳରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ସଜାଡି ପାରୁଛନ୍ତି। 

 ବାୟୁ ପ୍ରଦୂଷଣ: ୩ ବର୍ଷରେ ନେଇଛି ୨୫ ଲକ୍ଷ ଜୀବନ

ବାୟୁ ପ୍ରଦୂଷଣ: ୩ ବର୍ଷରେ ନେଇଛି ୨୫ ଲକ୍ଷ ଜୀବନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୧୧: ଦେଶରେ ବାୟୁ ପ୍ରଦୂଷଣ ଧୀରେ ଧୀରେ ଉଗ୍ର ରୂପ ନେଉଛି। ୨୦୧୫ଠାରୁ ଇତିମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ବାୟୁ ପ୍ରଦୂଷଣ ଯୋଗୁ ୨୫ ଲକ୍ଷ ଲୋକଙ୍କର ଜୀବନ ଯାଇଛି। 

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୨।୧୧: ଭାରତୀୟ ସେନାଙ୍କୁ ହଇରାଣ କରିବା ପାଇଁ ତଥା ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ନାଇପର  ଏସ୍‌ଏସ୍‌ଜି କମାଣ୍ଡୋଙ୍କ ସଂଖ୍ୟା ବୃଦ୍ଧି କରିଛି।

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ସିଙ୍ଗାପୁର/ନୂଆଦିଲ୍ଲୀ,୧୨।୧୧: ପ୍ରତିବର୍ଷ ଭାରତର ମନ୍ଦିରଗୁଡିକରୁ ପ୍ରାଚୀନ କଳାକୃତି ଓ ମୂଲ୍ୟବାନ ଧାତୁନିର୍ମିତ ମୂର୍ତ୍ତି ଚୋରା ଚାଲାଣ ହେଉଛି। ସେଗୁଡିକୁ ଜାହାଜରେ ଚାଲାଣ କରାଯାଇ ଅନ୍ତର୍ଜାତୀୟ ବଜାରରେ ବହୁ ମୂଲ୍ୟରେ ବିକ୍ରି କରାଯାଉଥିବା ସିଙ୍ଗାପୁରସ୍ଥିତ  ଜଣେ ମୂଳ ଭାରତୀୟ ଶିପିଂ ଏକ୍‌ଜିକ୍ୟୁଟିଭ୍‌ ଏସ୍‌. ବିଜୟ କୁମାର ସୂଚନା ଦେଇଛନ୍ତି। 

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ/ବାଗଦାଦ୍‌,୧୧।୧୧: ଭାରତର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଇରାକ୍‌ର ୯୮ ବର୍ଷ ବୟସ୍କ ବୃଦ୍ଧ ମହମ୍ମଦ କାଦିମ୍‌ ସଇଦ୍‌ଙ୍କ କୋରୋନାରୀ ବାଇପାସ୍‌ ହାର୍ଟ ସର୍ଜରୀ ସଫଳ ହୋଇଛି।

ମନକଥା ଲେଖିଲେ ମିଶେଲ

ମନକଥା ଲେଖିଲେ ମିଶେଲ

ଓ୍ବାଶିଂଟନ,୧୧।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ଏବେ ତାଙ୍କ ମନକଥା ଖୋଲି କହିବାକୁ ଚେଷ୍ଟା କରଛନ୍ତି। ମିଶେଲ ଲେଖିଥିବା ପୁସ୍ତକ ‘ବିକମିଂ’ରେ ଅନେକ ଅକୁହା କଥାକୁ ସ୍ଥାନ ଦେଇଛନ୍ତି।