ମେଟ୍ରୋ |

ପୋଖରୀରେ ବୁଡି ବୃଦ୍ଧ ମୃତ

ପୋଖରୀରେ ବୁଡି ବୃଦ୍ଧ ମୃତ

ପୁରୀ ଅଫିସ, ୨୮।୭: ପୁରୀ ସଦର ବ୍ଲକ ଅନ୍ତର୍ଗତ ବାଲିଗୁଆଳି ଗ୍ରାମରେ ଚାଲିଥିବା ନିର୍ମାଣଧୀନ ପୋଖରୀରେ ବୁଡି ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲିଗୁଆଳି ଗ୍ରାମର ବୈକୁଣ୍ଠ ପ୍ରଧାନ(୬୦)। ପ୍ରକାଶ ଥାଉକି, ବାଲିଗୁଆଳି ଗ୍ରାମରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିର୍ମାଣ ଚାଲିଛି। ନିର୍ମାଣ ଦାୟିତ୍ବରେ ଥିବା ଏଲ୍ଏନ୍‌ଟି କମ୍ପାନୀ ପକ୍ଷରୁ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିଲା।  ବୈକୁଣ୍ଠ ସକାଳେ ପୋଖରୀରେ  ଗାଧୋଉଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ମେଡିକାଲ କଲେଜ ସମ୍ମୁଖରେ ମୃତଦେହ ରଖି ଧାରଣା ଦିଆଯାଇଛି।

All Right Reserved By

Model This Week

Model This Week

ମେଟ୍ରୋ |

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

କାକଟପୁର,୨୫।୪(ଡି.ଏନ୍‌.ଏ.): ନିଜ ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଧାନଶିକ୍ଷକ ମାନସ ମିଶ୍ର ବୁଧବାର ଜେଲ ଯାଇଛନ୍ତି। ଏଥିସହ ମିଶ୍ରଙ୍କୁ ପୁରୀ ଜିଲା ଶିକ୍ଷାମଣ୍ଡଳାଧୀଶ ସଲୀଳା ସେଠୀ ଚାକିରିରୁ ନିଲମ୍ବିତ କରିଛନ୍ତି।

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆକ୍ରମଣ ଘଟଣାକୁ ୩ ଦିନ ବିତିଯାଇଛି। ହେଲେ ପୋଲିସ କେବଳ ଅଭିଯୁକ୍ତଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେଣୁ ପୋଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି। ତେବେ ଉପଯୁକ୍ତ ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ ବୋଲି ସ୍ଥାନୀୟ ଏକ ହୋଟେଲରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଉଷସୀ ମିଶ୍ର କହିଛନ୍ତି।

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ପୁରୀ ଅଫିସ,୨୫।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡାଠାରେ ଅନୁଷ୍ଠିତ ୭ ଦିନିଆ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ୱାଳ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚଳିତ ଥିବା ପ୍ରାଣୀ ଉଦ୍ୟାନ ସଫାରୀ ସେବା ଲାଗି ପୂର୍ବରୁ ୨ ଥର ଟେଣ୍ଡର ଆହ୍ବାନ କରାଯାଥିଲା। ପ୍ରତ୍ୟେକ ଟେଣ୍ଡରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରାଜସ୍ବ ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି।

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ ଭାରତୀୟ ବନ ସେବା ଏବଂ ଓଡ଼ିଶା ବନ ସେବା ବିଭାଗରେ ୪୩୩ ପଦବୀ ଖାଲି ପଡ଼ିଛି। ଜଙ୍ଗଲ ବିଭାଗର ୧୬ ଅଫିସରଙ୍କୁ ଅନ୍ୟ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯାଇଛନ୍ତି।

ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟ

ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟ

ନିରାକାରପୁର,୨୫।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ପଞ୍ଚାୟତ ସରପାରି ଟାଙ୍ଗି ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜଧାନୀରେ ଗଡୁଥିବା ସିଟିବସରେ ଯାତ୍ରା କରିବା ଯୁବତୀଙ୍କ ପ୍ରତି ଅସୁରକ୍ଷିତ ହୋଇପଡିଛି। ସେମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣର ଶିକାର ହେବାକୁ ପଡୁଛି। ଏପରି ଏକ ଘଟଣା ବୁଧବାର କଳିଙ୍ଗ ହସ୍ପିଟାଲ ଛକରେ ଘଟିଥିବା ଜଣାପଡିଛି।

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବୁଧବାର ଝାରପଡ଼ା ଜେଲରୁ ବାହାରିଛନ୍ତି। ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

ଖୋର୍ଦ୍ଧା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ବିକ୍ଷୋଭ

ଖୋର୍ଦ୍ଧା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୫।୪: ଭାଜପା ପକ୍ଷରୁ ଖୋର୍ଦ୍ଧା ମ୍ୟୁନିସିପାଲିଟି ସମ୍ମୁଖରେ ଲଟ୍‌କା ଜାରି କାର୍ଯ୍ୟକ୍ରମ ମାଧ୍ୟମରେ ବୁଧବାର ବିକ୍ଷୋଭ କରାଯାଉଛି। ମ୍ୟୁନିସିପାଲିଟିରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ସହରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ଶାସକ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଇ ଏହି ବିକ୍ଷୋଭ କରାଯାଇଛି।

ଭିଜିଲାନ୍ସ ଜାଲରେ ବାଲିକୁଦା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ବାଲିକୁଦା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

କଟକ ଅଫିସ, ୨୫।୪: ଜଗତ୍‌ସିଂହପୁର ଜିଲା ବାଲିକୁଦା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।