ନୂଆଗାଁ, ୯।୮ (ଡି.ଏନ୍‌.ଏ.)- ନୟାଗଡ଼ ଜିଲା ନ"> ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ନୂଆଗାଁ, ୯।୮ (ଡି.ଏନ୍‌.ଏ.)- ନୟାଗଡ଼ ଜିଲା ନ" /> ନୂଆଗାଁ, ୯।୮ (ଡି.ଏନ୍‌.ଏ.)- ନୟାଗଡ଼ ଜିଲା ନ" />
ଉପକୂଳ ଓଡିଶା

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନାବାଳିକାଙ୍କୁ  ବଳାତ୍କାର ଅଭିଯୋଗ

ନୂଆଗାଁ, ୯।୮ (ଡି.ଏନ୍‌.ଏ.)- ନୟାଗଡ଼ ଜିଲା ନୁଆଁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପୀଡ଼ିତାଙ୍କ ମା’ ମଙ୍ଗଳବାର ରାତି ୧୦ଟା ବେଳେ ଥାନାରେ ଅଭିଯୋଗ କରିଛନ୍ତି। ଗତ ୩୧ ତାରିଖରେ ବିବାହ ପ୍ରଲୋଭନ ଦେଖାଇ ନୂଆଁଗାଁ ପଞ୍ଚାୟତ ଜଣେ ନାବାଳକ ପୀଡିତାଙ୍କୁ ଭୁବନେଶ୍ୱର ନେଇଯାଇଥିଲେ। ସେଠାରେ ନାବାଳକ ଜଣଙ୍କ ନିଜର ଜଣେ ସାଙ୍ଗଙ୍କ ଭଡା ଘରେ ତାଙ୍କୁ ବଳାତ୍କାର କରିବା ସହ ୮ତାରିଖ ଦିନ ଫେରାର ହୋଇଯାଇଥିଲେ। ତବେ ନାବାଳିକା ଜଣଙ୍କ ମଙ୍ଗଳବାର ଅପରାହ୍ନରେ ଘରକୁ  ଫେରି ସମସ୍ତ ଘଟଣା ଜଣାଇବା ପରେ ତାଙ୍କ ମା’ ମଙ୍ଗଳବାର ରାତି ୧୦ରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ୬୭/୧୭ ନଂ. ରେ ଏକ ମାମଲା ରୁଜୁ  ହୋଇଛି।

All Right Reserved By

ଉପକୂଳ ଓଡିଶା

ଲୁଟିନେଲେ ୪୯ହଜାର ଟଙ୍କା

ଦଶପଲ୍ଲା,୨୩।୬(ଡି.ଏନ.ଏ.)- ଶୁକ୍ରବାର ୨ ଦୁର୍ବୃତ୍ତ କଳା ପଲସର୍‌ରେ ଆସି ଜଣେ ବ୍ୟକ୍ତିଙ୍କଠାରୁ ୪୯ ହଜାର ଟଙ୍କା ଲୁଟିନେଇଛନ୍ତି। ଦଶପଲ୍ଲା ଥାନାଠାରୁ ମାତ୍ର ୫ଶହ ମିଟର ବ୍ୟବଧାନରେ ଏଭଳି ଘଟଣା ଘଟିଛି।

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ଦଶପଲ୍ଲା,୨୩।୬(ଡି.ଏନ.ଏ.)- ଶୁକ୍ରବାର ସ୍ଥାନୀୟ ରାଧାମୋହନ ଜୀଉ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଦଶପଲ୍ଲା,୨୩।୬(ଡି.ଏନ.ଏ.)- ଶୁକ୍ରବାର ସ୍ଥାନୀୟ ଜଗଦେବ ପାଟଣା ସେବା ସମବାୟ ସମିତି ପକ୍ଷରୁ ଜଗଦେବ ପାଟଣା ପଞ୍ଚାୟତ କାର୍ଯ୍ୟାଳୟଠାରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସିଲାବସ୍‌ ବାହାରୁ ଆସିଲା ପ୍ରଶ୍ନ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ସମୟରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସୁଥିବାରୁ ପରୀକ୍ଷା ପରିଚାଳନା ନେଇ ପ୍ରଶ୍ନ ଉଠିଛି। ପ୍ରକାଶ ଯେ, ଶୁକ୍ରବାର ଯୁକ୍ତ ୩ ଦ୍ୱିତୀୟବର୍ଷ ଓଡ଼ିଆ ସମ୍ମାନର ପେପର ୯ ପରୀକ୍ଷା ଥିଲା।

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ନୟାଗଡ଼ ଅଫିସ,୨୩ା୬- ଶୁକ୍ରବାର ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସାରା ରାଜ୍ୟରେ ଆରମ୍ଭ ହୋଇଛି। ନୟାଗଡ଼ ଜିଲାରେ ୩ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନରେ ୭୫୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଜିଲା ରାଜସ୍ବ ସେବା ସଂଘର ଅଧିବେଶନ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲା ଓଡ଼ିଶା ରାଜସ୍ବ ସେବା କ୍ୟାଡ଼ର ଅଧିକାରୀଙ୍କ ପ୍ରଥମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ପ୍ରାନ୍ତରୁ କାର୍ଯ୍ୟରତ ୧୬ଜଣ ଓଡ଼ିଶା ରାଜସ୍ବ ସେବା (ଓଆରଏସ୍‌) ଅଧିକାରୀ ଯୋଗ ଦେଇଥିଲେ।

ସଙ୍ଗୀତକୁ ଭଲ ପାଉଥିବା ମଣିଷ ସୁଖୀ

ସଙ୍ଗୀତକୁ ଭଲ ପାଉଥିବା ମଣିଷ ସୁଖୀ

ନୟାଗଡ଼ ଅଫିସ,୨୩ା୬- ସଙ୍ଗୀତ ମଣିଷ ମନର ମହୋଷଧି। ଏହା ଯନ୍ତ୍ରଣା ନିବାରକ ଓ ସୁଖ ପ୍ରଦାୟକ। ସଙ୍ଗୀତକୁ ଭଲ ପାଉଥିବା ମଣିଷ ସବୁବେଳେ ସୁଖୀ ଓ ସୁସ୍ଥ ଜୀବନଯାପନ କରିଥାଏ।

ସଂକଟମୋଚନ ଶ୍ରୀ ହନୁମାନ ଜୀଉଙ୍କ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଖଣ୍ଡପଡା,୨୩ା୬(ସ୍ବ.ପ୍ର.)-କଣ୍ଟିଲୋ ପଞ୍ଚାୟତର ଫକୀର ଅତବୁଦ୍ଧି ପାଟଣା ଓ ଛାମୁସାହି ପାଟଣାସ୍ଥିତ ସଂକଟମୋଚନ ଶ୍ରୀ ହନୁମାନ ଜୀଉଙ୍କ ମନ୍ଦିରରେ ଠାକୁରଙ୍କ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ା

ଆଜି ରୁକ୍ମିଣୀଙ୍କୁ ହରଣ କରି ବାହାହେବେ ଶ୍ରୀକୃଷ୍ଣ

ଖଣ୍ଡପଡା,୨୩ା୬(ସ୍ବ.ପ୍ର.)- କୁଣ୍ଡିନନଗର ରାଜା ଭୀଷ୍ମ ଝିଅ ରୁକ୍ମିଣୀଙ୍କ ଅନିଚ୍ଛା ସତ୍ତ୍ୱେ ଶିଶୁପାଳଙ୍କ ସହିତ ବିବାହ ସ୍ଥିର କରିଥିଲେ ା ଏହି କ୍ରମରେ ଶୁକ୍ରବାର କନ୍ୟାଘର ପକ୍ଷରୁ ନୀଳମାଧବ ପୀଠ ବରପକ୍ଷ ଶିଶୁପାଳଙ୍କ ଘରକୁ ଚିଟାଉ ଯାଇଥିଲା।

ରୁକ୍ମିଣୀ ବିବାହ ପାଇଁ ଶିଶୁପାଳଙ୍କ ଘରକୁ ଚିଟାଉ ଗଲା

ଖଣ୍ଡପଡା,୨୩ା୬(ସ୍ବ.ପ୍ର.)-ରୀତିନୀତି ଅନୁଯାୟୀ ବିବାହ ପୂର୍ବଦିନ କନ୍ୟା ଘର ପକ୍ଷରୁ ବରଘରକୁ ଚିଟାଉ ଯାଇଥାଏ। ଏହି କ୍ରମରେ କୁଣ୍ଡୀନଗର ରାଜା ଭୀଷ୍ମଙ୍କ କନ୍ୟା ରୁକ୍ମିଣୀଙ୍କର ବିବାହ ଶିଶୁପାଳଙ୍କ ସହ ସ୍ଥିର ହେବା ପରେ କନ୍ୟାଘର ତରଫରୁ ଶ୍ରୀ ନୀଳମାଧବ ପୀଠରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଡିଅଁ।ପଡ଼ା-ବାରପଲ୍ଲା ରାସ୍ତାକାମ ଅଧାପନ୍ତରିଆ

ଡିଅଁ।ପଡ଼ା-ବାରପଲ୍ଲା ରାସ୍ତାକାମ ଅଧାପନ୍ତରିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲା ସଦର ବ୍ଲକ ଭାଟସାହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ସୂଚନାକର୍ମୀ ବିଭୂତି କୁମାର ରଥ।

ଅପରାଧୀଙ୍କୁ ଖସାଇବାକୁ ଚାଲିଛି ମୂଲଚାଲ

ଅପରାଧୀଙ୍କୁ ଖସାଇବାକୁ ଚାଲିଛି ମୂଲଚାଲ

କଳିଙ୍ଗନଗର,୨୩।୬(ଡି.ଏନ.ଏ.)- ଯାଜପୁର ଜିଲା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ଗତ ୧୬ତାରିଖ ମଧ୍ୟାହ୍ନରେ ଜଣେ ନାବାଳିକାଙ୍କୁ ଟେକି ନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଯାଜପୁର ଜିଲା ପୋଲିସ ନୀରବ।

Model This Week

ପ୍ରଭାତ