ଉପକୂଳ ଓଡିଶା

ଜଗନ୍ନାଥଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ

ଜଗନ୍ନାଥଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ
ରଣପୁର, ୯।୮ (ସ୍ବ.ପ୍ର.) - ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତମାନେ ବୁଧବାର ଭୋର ୫ଟାରୁ ମନ୍ଦିର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଏଥିସହିତ ଜଗନ୍ନାଥଙ୍କ ନୀତିକାନ୍ତି ମଧ୍ୟ ବନ୍ଦ ରହିଛି। ଜଗନ୍ନାଥଙ୍କ ଜମି ସରକାରୀ ଖାତାରୁ ମନ୍ଦିର ଟ୍ରଷ୍ଟକୁ ଫେରାଇ ଆଣିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ତେବେ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେବାୟତମାନେ ଜଗନ୍ନାଥଙ୍କ ନୀତିକାନ୍ତି ବନ୍ଦ କରିବା ସହ ମନ୍ଦିର ଫାଟକରେ ତାଲା ପକାଇଥିବା ଜଣାପଡିଛି।
All Right Reserved By

ଉପକୂଳ ଓଡିଶା

ପାରାଦୀପ ରାଜନୀତିରେ ଭିନ୍ନ ସମୀକରଣ

ପାରାଦୀପ,୧୯।୧୦(ସ୍ବ.ପ୍ର.)- ପାରାଦୀପ ନିର୍ବାଚନମଣ୍ଡଳୀର ୩ ରାଜନୈତିକ ଦଳ ମଧ୍ୟରେ ଭିନ୍ନ ସମୀକରଣ ହେବାରେ ଲାଗିଛି। ଗତ ସେପ୍ଟେମ୍ବର ୧୨ରେ ବିଜେଡି ନେତା ଦାମୋଦର ରାଉତ ବହିଷ୍କାର ହେବା ପରେ ଏପରି ହୋଇଛି। ତେବେ ୨୦୧୯ ନିର୍ବାଚନ ପାଇଁ କିଏ ବିଜେଡି ପ୍ରାର୍ଥୀ ହେବ, ସେ ନେଇ ଚର୍ଚ୍ଚା ହେଉଥିଲା।

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ଏରସମା,୧୯।୧୦(ସ୍ବ.ପ୍ର.)- ଏରସମାରେ ରାବଣ ପୋଡ଼ିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏକ ଭିନ୍ନ ମୋଡ଼ ନେଇଛି। ଏ ନେଇ ପ୍ରଶାସନ ଶୁକ୍ରବାର ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ସ୍ବାଭିମାନ ସମାବେଶର ମଞ୍ଚକୁ ଭାଙ୍ଗିଦେଇଛି। ଏହା ଏକ ବିଶାଳ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଏରସମା ଥାନା ପରିସରରେ ବସିଥିବା ଶାନ୍ତି କମିଟି ଦ୍ୱାରା ଏହି ବିବାଦର ସମାଧାନ ହୋଇପାରିଲା ନାହଁି।

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ଓଡ଼ଗଁ। ,୧୯। ୧୦(ସ୍ବ.ପ୍ର.)- ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ ଜାରିଙ୍ଗି ମୌଜାରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଦୁତିକୃଷ୍ଣ ସାହୁ(୨୭)।

ଦଶମୀ ଅବସରରେ ଅପରାଜିତା ପୂଜା

ଦଶମୀ ଅବସରରେ ଅପରାଜିତା ପୂଜା

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଜାର ଦୁର୍ଗା ମଣ୍ଡପରେ ଶୁକ୍ରବାର ଦଶମୀ ଅବସରରେ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଯାଜପୁରରୋଡ,୧୯। ୧୦(ନି.ପ୍ର.)- ୨୦ନଂ. ଜାତୀୟ ରାଜପଥର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହଁି ବାଇକ୍‌ ଅରୋହୀଙ୍କର ମୃତ୍ୟୁ ହୋଇଥିଲା।

ଖଣ୍ଡାପୂଜା ଉତ୍ସବ

ଖଣ୍ଡାପୂଜା ଉତ୍ସବ

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ ଶୁକ୍ରବାର ବିଜୟା ଦଶମୀ ଅବସରରେ ଖଣ୍ଡାୟତ ସମାଜ ପକ୍ଷରୁ ଖଣ୍ଡାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଆଳି,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ଆଳି ଧୋୟାଞ୍ଚଳରେ ପ୍ରବାହିତ ଖରସ୍ରୋତା ନଦୀରୁ ଶୁକ୍ରବାର ଅତଡ଼ା ଖସିବା ଯୋଗୁ ନଦୀକୂଳରେ ଥିବା ମଧୁସୂଦନ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମର ଅଭିଳାଷ ଦାସ, କୁନି ସାହୁ, ଜୟୀରାମ ରାଉତ, ଶ୍ରୀନିବାସ ରାଉତଙ୍କ ସମେତ ଅନେକ ପରିବାର ଭୟଭୀତ ହୋଇପଡ଼ିଛନ୍ତି।

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ପାଟକୁରା,୧୯।୧୦(ଡି.ଏନ୍‌.ଏ)- ଗରଦପୁର ବ୍ଲକ ବଧୀନ ବେଡ଼ାରୀ ପଞ୍ଚାୟତ ଦଳୁଆଣି ବାୟାଣି ପୋଖରୀରୁ ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଶୁକ୍ରବାର ଦଳ ସଫା କରାଯାଇଛି।

ମା’ଙ୍କ ମଣ୍ଡପରେ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପୂଜାର୍ଚ୍ଚନା

ମା’ଙ୍କ ମଣ୍ଡପରେ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପୂଜାର୍ଚ୍ଚନା

ମହାକାଳପଡ଼ା,୧୯।୧୦(ଡି.ଏନ୍‌.ଏ)- ମହାକାଳପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଏହି ପୂଜା ମଣ୍ଡପରେ ବିଭିନ୍ନ ରାଜନେତା ମା’ଙ୍କ ଦର୍ଶନ କରିଛନ୍ତି।

ଆଳିରେ ବିଜୟାଦଶମୀ

ଆଳିରେ ବିଜୟାଦଶମୀ

ଆଳି,୧୯।୧୦(ଡି.ଏନ୍‌.ଏ. ): କେନ୍ଦ୍ରାପଡ଼ା ଜିଲା ଆଳିରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପକ୍ଷରୁ ନିଆଳ ହାଟଠାରେ ଥିବା ହେଲିପ୍ୟାଡ୍‌ ପଡ଼ିଆରେ ଶୁକ୍ରବାର ବିଜୟାଦଶମୀ ଉତ୍ସବ ପାଳିତ ହୋଇଯାଇଛି। 

ପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ଚଣ୍ଡୀଖୋଲ, ୧୮।୧୦(ଡି.ଏନ.ଏ.)-ବାଲିକନ୍ଦରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ସୁରେନ୍ଦ୍ର ସେନାପତିଙ୍କ ପୁଅ ସୂର୍ଯ୍ୟକାନ୍ତ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ

ମାର୍ଶାଘାଇ, ୧୮।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶଘାଇ ସ୍କୁଲ ପରିସରରେ ଗୁରୁବାର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ନବମୀ ତଥିରେ ନିରଞ୍ଜନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।