ଜୀବନଚର୍ଯ୍ୟା |

ଡାଇବେଟିସ୍‌ ନିୟନ୍ତ୍ରଣ କରିପାରେ ଅଲିଭ୍‌ ତେଲ

ଡାଇବେଟିସ୍‌ ନିୟନ୍ତ୍ରଣ କରିପାରେ ଅଲିଭ୍‌ ତେଲ

ନ୍ୟୁୟର୍କ: ବୈଜ୍ଞାନିକମାନେ ଅଲିଭ୍‌ ତେଲରେ ଏକ ଯୌଗିକ ଚିହ୍ନଟ କରିଛନ୍ତି। ଏହା ଇନ୍‌ସୁଲିନ୍‌ ଝରାଇବାରେ ସହାୟକ ହେବା ସହିତ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିପାରିବ। ଏହାଦ୍ୱାରା କମ୍‌ ଖର୍ଚ୍ଚରେ ଏହି ଦୁରାରୋଗ୍ୟ ବ୍ୟାଧିକୁ ନିରାକରଣ କରାଯାଇପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି। ଅଲିଭ୍‌ର ପ୍ରାକୃତିକ ଉତ୍ପାଦ ଅଲିଭ୍‌ ତେଲ ଭୂମଧ୍ୟସାଗରୀୟ ଅଞ୍ଚଳରେ ଖାଦ୍ୟ ଉପାଦାନ ରୂପେ ଦୀର୍ଘଦିନରୁ ପରିଚିତ ହୋଇ ଆସିଛି। ଆମେରିକାର ଭର୍ଜିନିଆ ପଲିଟେକ୍‌ନିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଷ୍ଟେଟ୍‌ ୟୁନିଭର୍ସିଟି (ଭର୍ଜିନିଆ ଟେକ୍‌)ର ଗବେଷକମାନେ ଜାଣିବାକୁ ପାଇଛନ୍ତି, ଅଲିଭ୍‌ ତେଲରେ ଥିବା ଯୌଗିକ ଓଲେଉରୋପିନ୍‌ ଅଗ୍ନ୍ୟାଶୟରେ ଅଧିକ ଇନ୍‌ସୁଲିନ୍‌ ଝରାଇବାରେ ସହାୟକ ହୁଏ। ଇନ୍‌ସୁଲିନ୍‌ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମଲିକ୍ୟୁଲ୍‌। ଏହା ମେଟାବୋଲିଜିମ୍‌(ଶରୀର ବୃଦ୍ଧିକାରୀ ଓ ଶକ୍ତିଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା ବା ବିପାକ କ୍ରିୟା)କୁ ନିୟନ୍ତ୍ରଣ କରେ। ଏହି ଯୌଗିକ ମଧ୍ୟ ଆଉ ଏକ ମଲିକ୍ୟୁଲ୍‌ ଆମିଲିନ୍‌କୁ ନିୟନ୍ତ୍ରଣ କରେ। ଟାଇପ୍‌ ୨ ଡାଇବେଟିସ୍‌ରେ ଅଧିକ ମାତ୍ରାରେ କ୍ଷତିକାରକ ଆମିଲିନ୍‌ ମଲିକ୍ୟୁଲ୍‌ ସୃଷ୍ଟି ହୋଇଥାଏ। ଏହି ଦୁଇଟି ମଲିକ୍ୟୁଲ୍‌କୁ ଓଲେଉରୋପିନ୍‌ ଡାଇବେଟିସ ନିୟନ୍ତ୍ରଣ କରିପାରିଥାଏ ବୋଲି ଗବେଷକମାନେ କହିଛନ୍ତି। ଏ ସମ୍ପର୍କରେ ଭର୍ଜିନିଆ ଟେକ୍‌ର ସହକାରୀ ପ୍ରଫେସର ବିନ୍‌ ଜୁ କହନ୍ତି, ଅଲିଭ୍‌ ଉତ୍ପାଦ ଡାଇବେଟିସ୍‌ ନିରୋଧୀ ଭାବରେ କାହିଁକି କାର୍ଯ୍ୟ କରେ ବୋଲି ଦୀର୍ଘଦିନରୁ ଯେଉଁ ପ୍ରଶ୍ନ ଉଠିଥିଲା, ଆମ ଗବେଷଣା ତାହାର ଯଥାର୍ଥ ଉତ୍ତର ଦେଇପାରିଛି। ସେ କହନ୍ତି, ଏହା କେବଳ ଜୈବରସାୟନ କ୍ଷେତ୍ରରେ ସହାୟକ ହେବନାହିଁ ବରଂ ସାମୂହିକ ଜନକଲ୍ୟାଣ ଦିଗରେ ଏହା ଉପକାରୀ ସାବ୍ୟସ୍ତ ହେବ। ବର୍ତ୍ତମାନ ଡାଇବେଟିସ୍‌ ମହାମାରୀ ରୂପ ନେଇଥିବାରୁ ଅଲିଭ୍‌ ଉତ୍ପାଦ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଜୁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କିତ ବିସ୍ତୃତ ଅଧ୍ୟୟନ ବାୟୋକେମିଷ୍ଟ୍ରି ପତ୍ରିକାରେ ପ୍ରକାଶ ପାଇଛି।

All Right Reserved By

ଜୀବନଚର୍ଯ୍ୟା |

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ପଣମାନେ ଖରା ଆଉ ଗୁଳୁଗୁଳିରେ ବଡ଼ ସନ୍ତୁଳି ହେଉଥିଲେ। ମୌସୁମୀ ଆସିଯିବାରୁ ଅସ୍ବସ୍ତିରୁ ମୁକ୍ତି ମିଳିଗଲା। ମୌସୁମୀ ସିନା ଆଶ୍ୱସ୍ତି ଆଣିଦେଲା, ହେଲେ ସେ ଏକା ଆସିନି। ସେ ସାଥିରେ ଧରି ଆସିଛି ଅନେକ ବେପାର। ତେଣୁ ଯଥେଷ୍ଟ ସାବଧାନ ନ ହେଲେ ବର୍ଷାଋତୁକାଳୀନ ବେମାରଗୁଡ଼ିକର ଶିକାର ହୋଇପଡ଼ିବା କିଛି ଅସମ୍ଭବ ନୁହେଁ।

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

ବ୍ଲଡ୍‌ ଗ୍ରୁପ୍‌ରୁ ଜଣକୁ କେଉଁ ପ୍ରକାର ରୋଗ ହେବ ତାହା ସହଜରେ ଜାଣିହେବ। ଏନେଇ ନିକଟରେ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ଲଡ୍‌ ଗ୍ରୁପ୍‌ ‘ଏ’ର ବ୍ୟକ୍ତିଙ୍କଠାରେ ବିଶେଷ କରି ଆଲର୍ଜି ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ଆମକୁ ରୋଗ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଆବଶ୍ୟକତାଠାରୁ ଅଧିକ ଦିନ ଔଷଧ ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ସକାରାତ୍ମକ ମାନସିକତା ପାଇଁ...

ସକାରାତ୍ମକ ମାନସିକତା ପାଇଁ...

କାମ ବୋଝରୁ ହେଉ ଅବା କେତେକ କାରଣରୁ ଆମେ ଅବସାଦଗ୍ରସ୍ତ ହୋଇଥାଉ। ବେଳେବେଳେ ଏହାକୁ ନେଇ ଟେନସନ୍‌ରେ ମଧ୍ୟ ରହିଥାଉ। ଏହାର ପ୍ରଭାବ ଆମର ମାନସିକତା ଉପରେ ପଡିଥାଏ, ଯାହାଦ୍ୱାରା କେବଳ ଜୀବନଶୈଳୀ ନୁହେଁ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୁଏ। ତେଣୁ ନିଜର ମାନସିକତାକୁ ସକାରାତ୍ମକ ରଖିବା ଦରକାର।

ମେଦ ବୃଦ୍ଧି କରେ ଆଇସ୍‌କ୍ରିମ୍‌

ମେଦ ବୃଦ୍ଧି କରେ ଆଇସ୍‌କ୍ରିମ୍‌

ଆଇସକ୍ରିମଟିଏ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରିଥାଆନ୍ତି। ପାଟିକୁ ସିନା ଏହା ସ୍ବାଦଯୁକ୍ତ। ହେଲେ ଶରୀର ପାଇଁ ଅନେକ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷତଃ ସବୁବେଳେ ଆଇସକ୍ରିମ ଖାଇଲେ ତାହା ଥଣ୍ଡାଜନିତ ରୋଗ ବଢ଼ାଇଥାଏ।

ଜନ୍ମ ପରେ  କାହିଁକି ବନ୍ଧାଯାଏ ନାଭି ନାଡ଼ି

ଜନ୍ମ ପରେ କାହିଁକି ବନ୍ଧାଯାଏ ନାଭି ନାଡ଼ି

ଶିଶୁ ମାତୃ ଗର୍ଭରେ ଥିବାବେଳେ ପ୍ଲାସେଣ୍ଟା ମାଧ୍ୟମରେ ପୋଷକ ତତ୍ତ୍ୱ ମା’ ଠାରୁ ଗ୍ରହଣ କରିଥାଏ। ପ୍ଲାସେଣ୍ଟା ଗର୍ଭାଶୟ ପୃଷ୍ଠ ସହ ଲାଗି ରହିଥିବା ଏକ ଅସ୍ଥାୟୀ ଅଙ୍ଗ। ଏହା ଏକ ନଳୀ ଦ୍ୱାରା ଭ୍ରୂଣ ସହ ସଂଯୁକ୍ତ ହୋଇଥାଏ ।

ପିଇନ୍ତୁ ଏହି  ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ପିଇନ୍ତୁ ଏହି ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ସକାଳେ ବନ୍ଧାକୋବି ଜୁସ୍‌ ପିଇଲେ ମିଳିଥାଏ ଅନେକ ଉପକାର । ଏହାଯୋଗୁ ହୃଦ୍‌ଘାତ ସମେତ ମଧୁମେହ, ମେଦବହୁଳତା, କର୍କଟ ଆଦି ରୋଗରୁ ମୁକ୍ତି ମିଳିଥାଏ ।

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ଓ୍ବାଶିଂଟନ: ଆମେରିକା କାଲିଫର୍ନିଆର ଏକ ପାହାଡ ତଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀ ୭ ଦିନ ପର୍ଯ୍ୟନ୍ତ ରେଡିଏଟର ପାଣି ପିଇ ଜୀବନ ବଞ୍ଚାଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୋର୍ଟଲାଣ୍ଡ ନିବାସି ଏଞ୍ଜେଲା ଏର୍ନାଡେଜ(୨୩) ଏକ ଦୁର୍ଘଟଣାର ଶିକାର ହେବା ପରେ ପ୍ରାୟ ୨ଶହ ଫୁଟ ଉଚ୍ଚରୁ ତଳକୁ ପଡିଯାଇଥିଲେ।

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ।

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧ ସମୟରେ କନ୍ୟା ସବୁବେଳେ ବାମ ହାତର ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିଥାଏ। ସେହିପରି ବର ଡାହାଣ ହାତର ଅନାମିକା ଆଙ୍ଗୁଠିରେ ଏହା ପିନ୍ଧିଥାଏ। ଏହାକୁ ବିବାହର ପୂର୍ବ ସନ୍ତକ ବୋଲି କୁହାଯାଏ।

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଅଧିକାଂଶଙ୍କ ଘରେ ଚା’ ଠାରୁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା ଦ୍ୱାରା ମନ ଫ୍ରେସ୍‌ ଲାଗେ ଓ ସବୁ କାମ କରିବାକୁ ଇଚ୍ଛା ହୁଏ। କିଛି ଲୋକଙ୍କୁ ନାଲି ଚା’ ପସନ୍ଦ ହୋଇଥାଏ ତ ପୁଣି କାହାକୁ କ୍ଷୀର ଚା’। ତେବେ ଏଥିରୁ ଲୋକଙ୍କ ବ୍ୟକ୍ତିତ୍ୱ ଜାଣିହୋଇଥାଏ ବୋଲି ନିକଟରେ ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କାହିଁକି ଆସେ ଏପରି ସ୍ବପ୍ନ

କାହିଁକି ଆସେ ଏପରି ସ୍ବପ୍ନ

ରାତିରେ ଶୋଇଥିବା ସମୟରେ କେତେକ ଭୟଙ୍କର ସ୍ବପ୍ନ ଦେଖିଥାନ୍ତି। ତେବେ ଏପରି ସ୍ବପ୍ନ କାହିଁକି ଆସିଥାଏ, ଏହାର ଅନେକ କାରଣ ରହିଛି। ଚିକିତ୍ସା ବିଜ୍ଞାନୀ ଏହାକୁ ଏକ ପ୍ରକାର ଫୋବିଆ ବା ମାନସିକ ରୋଗ କହିଥାନ୍ତି।

Model This Week

ରୂପେଶ