ଜୀବନଚର୍ଯ୍ୟା |

ଆସୁଛି ପକେଟ ଭେଣ୍ଟିଲେଟର

ଆସୁଛି ପକେଟ ଭେଣ୍ଟିଲେଟର
ନୂଆଦିଲ୍ଲୀ: ନିଃଶ୍ୱାସପ୍ରଶ୍ୱାସ ମଣିଷ ପାଇଁ ଅପରିହାର୍ଯ୍ୟ। ଅନେକ ରୋଗୀ ଏହା ନେବାରେ କଷ୍ଟ ଅନୁଭବ କରିଥାନ୍ତି। ସେଥିପାଇଁ ଡାକ୍ତରଖାନାରେ ଭେଣ୍ଟିଲେଟର (ବାୟୁ ସଞ୍ଚାଳକ)ର ବ୍ୟବସ୍ଥା ରହିଛି। ସାଧାରଣତଃ ଭେଣ୍ଟିଲେଟର ଆକାର ବଡ଼ ଥିବାରୁ ତାହାକୁ ରୋଗୀ ସାଙ୍ଗରେ ବୋହି ନେବା ସମ୍ଭବ ହୋଇ ନ ଥାଏ। ଖୁସିର କଥା ଯେ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଏକ ଘରୋଇ କମ୍ପାନୀ ସହ ମିଶି ଛୋଟିଆ ଭେଣ୍ଟିଲେଟର ବିକଶିତ କରିଛି। ଏହା ପକେଟରେ ଧରିବା ଭଳି ହୋଇଛି। ଏଥିପାଇଁ ଅମ୍ଳଜାନ ଯୋଗାଣର ଆବଶ୍ୟକତା ପଡ଼ିବ ନାହିଁ। ଏଥିରେ କେବଳ ଆଣ୍ଡ୍ରଏଡ୍‌ ଆପ୍ଲିକେଶନ ଜରିଆରେ ପ୍ରାକୃତିକ ବାୟୁ ଚଳାଚଳ କରିପାରିବାର ବ୍ୟବସ୍ଥା କରାଯାଇଛି। ଏମ୍ସର ସ୍ନାୟବିକ ଶଲ୍ୟଚିକିତ୍ସା ବିଭାଗ ପ୍ରଫେସର ଡାକ୍ତର ଦୀପକ ଅଗ୍ରଓ୍ବାଲଙ୍କର ଏହା ହେଉଛି ମାନସସନ୍ତାନ। ରୋବୋଟିକ୍ସ ଗବେଷକ ଦିବାକର ବୈଶ୍ୟ (ଏ-ସେଟ୍‌ ରୋବୋଟିକ୍ସର ମୁଖ୍ୟ)ଙ୍କ ସହଯୋଗରେ ଦୀପକ ଏହି ପକେଟ ଭେଣ୍ଟିଲେଟର ବିକଶିତ କରିଛନ୍ତି। ଏମ୍ସ ଓ ଦେଶର ବହୁ ଡାକ୍ତରଖାନାରେ ଅସଂଖ୍ୟ ରୋଗୀଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ରହିଛି। ଜଣେ ଜଣେ ରୋଗୀ ଦୀର୍ଘଦିନ ଧରି ଏହା ଦ୍ୱାରା ଜୀବନ ବଞ୍ଚାଇଥାନ୍ତି। ବଡ଼ ଭେଣ୍ଟିଲେଟର ବ୍ୟୟସାପେକ୍ଷ ଓ ଏହା ଚଲାଇବା ଲାଗି ବୈଷୟିକ ବିଶେଷଜ୍ଞଙ୍କ ଆବଶ୍ୟକତା ମଧ୍ୟ ପଡ଼ିଥାଏ ବୋଲି ଦୀପକ କହିଛନ୍ତି। ତେଣୁ ନୂତନ ଭାବେ ନିର୍ମିତ ଭେଣ୍ଟିଲେଟର ଖୁବ୍‌ ଶୀଘ୍ର ବଜାରରେ ମାତ୍ର ୧୫,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍‌ ମୂଲ୍ୟରେ ମିଳିପାରିବ ବୋଲି ସେ କହିଛନ୍ତି। ପକେଟ ଭେଣ୍ଟିଲେଟର ରୋଗୀଙ୍କ ପାଇଁ ଉପାଦେୟ ହେବ ବୋଲି ସେ କହିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।  ପ୍ରତିଦିନ କଞ୍ଚା ପନିର ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସରୁ ଦୂରେଇ ରଖେ। 

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଘରୋଇ ଉପଚାର

ବିଶେଷତଃ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ଏପରିକି ଅନେକ କୃତ୍ରିମ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି। ତେବେ ରାସାୟନିକ ପଦାର୍ଥ ମିଶ୍ରଣରେ ଉତ୍ପାଦ ଗୁଡ଼ିକ ନିର୍ମିତ ହୋଇଥିବାରୁ ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ସହ ପ୍ରତିକ୍ରିୟା କରିଥାଏ। 

ମେଦବହୁଳତା ଦୂରେଇବାର ସହଜ ଉପାୟ...

ମେଦବହୁଳତା ଦୂରେଇବାର ସହଜ ଉପାୟ...

ପରିବର୍ତ୍ତିତ ଜୀବନଶୈଳୀଯୋଗୁ ଖାଦ୍ୟପେୟରେ ଅନିୟମିତତା ଯୋଗୁ ମେଦବହୁଳତା ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। 

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ବେଳେବେଳେ କେତେକ କଥା ଆମ ହାତ ପାଆନ୍ତାରେ ଥାଏ, ହେଲେ ଆମେ ତାକୁ ସହଜରେ ଜାଣି ପାରି ନ ଥାଉ। କୌଣସି ସୂତ୍ରରୁ ସୂଚନା ପାଇବା ମାତ୍ରେ ତାକୁ ଉପଯୋଗ କରି ତାହାର ସୁଫଳ ପାଉ।

ଲେଜର ବିଜ୍ଞାନର ଅବଦାନ

ଲେଜର ବିଜ୍ଞାନର ଅବଦାନ

”ଲେଜର ହେଉଛି ତୀବ୍ର ଉଚ୍ଚ ସଂହତିଯୁକ୍ତ ଏକବର୍ଣ୍ଣୀ  ଆଲୋକ ଉତ୍ସ। ଏହା ୧୯୬୦ ମସିହାରେ ଉଦ୍ଭାବିତ ହେବା ପରେ ପରେ ବୈଜ୍ଞାନିକମାନେ ଏହାର ସଫଳ ପ୍ରୟୋଗ ଉପରେ ଗବେଷଣା କଲେ। ମାନବୋପଯୋଗୀ ଏହାର ଦୁଇଟି ପ୍ରୟୋଗ ସମ୍ବନ୍ଧୀୟ ଉଦ୍ଭାବନ କରିଥିବାରୁ ଏହି ବର୍ଷ ତିନିଜଣ ବୈଜ୍ଞାନିକ-ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥର ଆସ୍କିନ୍‌, ଫ୍ରାନ୍‌ସର  ଜୋରାର୍ଡ ମୋରୁ ଓ କାନାଡ଼ାର ଡୋନା ଷ୍ଟ୍ରିକ୍‌ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବା  ପାଇଁ ରୟାଲ୍‌ ସୁଇଡେନ୍‌ ବିଜ୍ଞାନ ଏକାଡେମୀ  ଘୋଷଣା କରିଛନ୍ତି।“

୧୦୩  ପ୍ରକାର ରୋଗ ଦୂର କରେ ପାଟିର ଲାଳ

୧୦୩ ପ୍ରକାର ରୋଗ ଦୂର କରେ ପାଟିର ଲାଳ

ମୁଖ ଭିତରେ ଏକ ଲକ୍ଷରୁ ଅଧିକ ସ୍ବେଦଗ୍ରନ୍ଥି ଲାଳ ତିଆରି କରିଥାନ୍ତି। ଏଥିରେ ଶରୀରର ୧୦୩ ପ୍ରକାର ରୋଗ ଦୂର ହୋଇଥାଏ। ଏହାକୁ ସକାଳେ ଉଠି ପୁରାତନ ଘାରେ ଲାଗାଇଲେ କିଛି ଦିନ ମଧ୍ୟରେ ଘା ଭଲ ହୋଇଥାଏ।