Dharitri News
ଜୀବନଚର୍ଯ୍ୟା |

ଚର୍ମକୁ ସ୍ନାୟୁରେ ପରିବର୍ତ୍ତିତ କରାଯାଇପାରିବ

ଚର୍ମକୁ ସ୍ନାୟୁରେ ପରିବର୍ତ୍ତିତ କରାଯାଇପାରିବ ଓ୍ବାଶିଂଟନ:ମନୁଷ୍ୟ ଚର୍ମକୁ ମୋଟାର ସ୍ନାୟୁ (ନିର୍ଦ୍ଦେଶବାହୀ ସ୍ନାୟୁ)ରେ ପରିବର୍ତ୍ତିତ କରାଯାଇ ପାରିବ ବୋଲି ବୈଜ୍ଞାନିକ କହିଛନ୍ତି। ପୂର୍ବରୁ ଏଥିପାଇଁ ଷ୍ଟେମ୍‌ ସେଲ୍‌ର ଉପଯୋଗ କରାଯାଉଥିଲା। ସ୍ନାୟୁ ବିକାର(ନ୍ୟୁରୋ ଡିଜେନେରେଟିଭ୍‌) ରୋଗର ଚିକିତ୍ସା କ୍ଷେତ୍ରରେ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆମେରିକା ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଗବେଷକ କହିଛନ୍ତି। ମନୁଷ୍ୟ ଶରୀରରେ ତିନି ପ୍ରକାର ସ୍ନାୟୁ ରହିଥାଏ। ସେଥିମଧ୍ୟରୁ ସେନସରି ସ୍ନାୟୁ ଖବରବାହକ ଭାବେ କାର୍ଯ୍ୟ କରିଥାଏ। ମୋଟାର ସ୍ନାୟୁ ନିର୍ଦ୍ଦେଶ ବାହକ ଓ ମିକ୍ସଡ୍‌ ସ୍ନାୟୁ ଉଭୟ କାର୍ଯ୍ୟ ସମ୍ପନ୍ନ କରିଥାଏ। ଏହି ନୂତନ ଜ୍ଞାନକୌଶଳ ଦ୍ୱାରା ଆମିୟୋଟ୍ରୋପିକ୍‌ ଲାଟରାଲ୍‌ ସ୍କେଲାରୋସିସ୍‌ ଓ ସ୍ପାଇନାଲ୍‌ ମସକୁଲାର ଆଟ୍ରୋପି ରୋଗର ନିଦାନ ସମ୍ଭବ ହୋଇପାରିବ। ଏହାଦ୍ୱାରା ପକ୍ଷାଘାତ ରୋଗର ଚିକିତ୍ସା ସହଜରେ ହେବ ବୋଲି ପ୍ରଫେସର ଆଣ୍ଡ୍ରିୟୁ ଏସ୍‌ ୟୋ କହିଛନ୍ତି। ୨୦ ବର୍ଷରୁ ୬୦ ବର୍ଷ ବୟସ୍କ ସ୍‌ୁସ୍ଥ ବ୍ୟକ୍ତି ଚର୍ମରୁ ମୋଟାର ସ୍ନାୟୁ ସୃଷ୍ଟି ହୋଇପାରିବ। ପ୍ଲୁରିପୋଟେଣ୍ଟ ଷ୍ଟେମ୍‌ ସେଲ୍‌ରୁ ମୋଟାର ସ୍ନାୟୁ ବିକଶିତ କରାଯାଇପାରିବ ବୋଲି ଗବେଷକ ସୂଚନା ଦେଇଛନ୍ତି। ଏମ୍‌ଆଇଆର୍‌-୯ ଓ ଏମ୍‌ଆଇଆର୍‌- ୧୨୪ ଆର୍‌ଏନ୍‌ଏକୁ ବ୍ୟବହାର କରି ମୋଟାର ସ୍ନାୟୁ ସୃଷ୍ଟି କରାଯାଇପାରିବ। ଏଥିରେ ଗୁଣସୂତ୍ର ଆଇଏସ୍‌ଏଲ୍‌-୧ ଓ ଏଲ୍‌ଏଚ୍‌ଏକ୍ସ-୩ ଉପାଦାନ ମିଶ୍ରିତ କରାଯାଇ ଚର୍ମକୁ ୩୦ ଦିନ ମଧ୍ୟରେ ମୋଟାର ସ୍ନାୟୁରେ ପରିଣତ କରିହେବ। ଫଳରେ ପକ୍ଷାଘାତ ରୋଗରେ ମସ୍ତିଷ୍କରୁ ନିର୍ଦ୍ଦେଶ ନେବାରେ ଏହି ସ୍ନାୟୁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଗବେଷକ କହିଛନ୍ତି।

ଜୀବନଚର୍ଯ୍ୟା |

ରକ୍ତ କର୍କଟର ସହଜ ଚିକିତ୍ସା ସମ୍ଭବ

ରକ୍ତ କର୍କଟର ସହଜ ଚିକିତ୍ସା ସମ୍ଭବ

ଓ୍ବାଶିଂଟନ: ରକ୍ତ କର୍କଟ ବା ଆକ୍ୟୁଟ୍‌ ମାୟୋଲୋଏଡ୍‌ ଲ୍ୟୁକୋମିଆ (ଏଏମ୍‌ଏଲ୍‌)ର ଚିକିତ୍ସା ଏବେ ସହଜରେ ହୋଇପାରିବ ବୋଲି ଗବେଷକ ସୂଚିତ କରିଛନ୍ତି। ରକ୍ତ କର୍କଟରେ ଶ୍ୱେତ ରକ୍ତ କୋଷିକା ସଂଖ୍ୟାରେ ଅନିମୟିତ ବୃଦ୍ଧି ଦୃଷ୍ଟି ଗୋଚର ହୋଇଥାଏ।

 ପକ୍ଷୀଙ୍କ ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଛି

ପକ୍ଷୀଙ୍କ ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଛି

ଓ୍ବାଶିଂଟନ: ପକ୍ଷୀର ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଥିବା ସମ୍ପର୍କରେ ବୈଜ୍ଞାନିକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଛି ଯେ, ପକ୍ଷୀଙ୍କ ରାବଯନ୍ତ୍ର ଓ ମନୁଷ୍ୟଙ୍କ ସ୍ବରଯନ୍ତ୍ର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି

ସୁସ୍ଥ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ସୁସ୍ଥ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ସନ୍ତୁଳିତ ଜୀବନଶୈଳୀ ସୁସ୍ଥ ଓ ନୀରୋଗ ଜୀବନର ଆଧାର। ଏହାଦ୍ୱାରା ଆପଣ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷାପାଇପାରିବେ। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟପେୟ କରିବା, ଶୋଇବା ନିତାନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା ସୁସ୍ଥ ରହିବାର କିଛି ଉପାୟ ସମ୍ପର୍କରେ:

ଏକାଗ୍ରତା ବଢ଼ାଏ ଚନ୍ଦନ

ଏକାଗ୍ରତା ବଢ଼ାଏ ଚନ୍ଦନ

ଭାରତୀୟ ପରମ୍ପରା ଅନୁଯାୟୀ ଚନ୍ଦନକୁ ଔଷଧୀୟ ଏବଂ ଧାର୍ମିକ ଭାବନା ସହ ଯୋଡାଯାଇଥାଏ। ଏଥିପାଇଁ ପ୍ରାଚୀନ କାଳରୁ ମଥାରେ ଚନ୍ଦନ ଲଗାଇବା ପରମ୍ପରା ରହିଆସିଛି। ଏହାଦ୍ୱାରା ଏକାଗ୍ରତା ବଢ଼ିବା ସହ ମସ୍କିଷ୍କ ଥଣ୍ଡା ରହିଥାଏ ବୋଲି କୁହାଯାଏ। ଏତଦ୍‌ବ୍ୟତୀତ ଚନ୍ଦନ ଲଗାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଓ୍ବାଶିଂଟନ: ଆଗାମୀ ଦିନରେ ମଧୁମେହ ରୋଗ ଫୋନ୍‌ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଫୋନ୍‌ ପାନ୍‌କ୍ରିଜ୍‌କୁ ରକ୍ତରେ ଶର୍କରାସ୍ତରକୁ ସାଧାରଣ କରିବାକୁ ନିର୍ଦ୍ଦେଶ ଦେବ।

ଲବଙ୍ଗ ତେଲର ଉପକାରିତା

ଲବଙ୍ଗ ତେଲର ଉପକାରିତା

ଭାରତରେ ପ୍ରଚୁର ପରିମାଣରେ ଲବଙ୍ଗ ଉତ୍ପାଦନ ହୋଇଥାଏ। ଏହାକୁ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲ ଔଷଧୀୟ ଗୁଣରେ ଭରପୂର। ଏହା ବ୍ରଣ ଦୂର କରିବା, କାଶ, ଆସ୍ତମା ଆଦିର ଉପଚାରରେ ବିଶେଷକରି ବ୍ୟବହୃତ ହୋଇଥାଏ। ଏହି ତେଲରେ ଅନେକ ପ୍ରକାରର ଖଣିଜ ପଦାର୍ଥ ସହ କ୍ୟାଲସିୟମ୍‌, ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ ଏବଂ ଭିଟାମିନ ସି ଆଦି ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ।

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଓ୍ବାଶିଂଟନ: ମଧୁମେହ ରୋଗରେ ଖାଦ୍ୟରେ ଶର୍କରା ଉପରେ ନିୟନ୍ତ୍ରଣ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ସମ୍ପ୍ରତି କିଛି ଗବେଷକ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ଅତ୍ୟଧିକ ଶର୍କରା ନିୟନ୍ତ୍ରଣ କଲେ ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଥାଏ।

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ଓ୍ବାଶିଂଟନ: ଛୋଟ ପିଲାଙ୍କର କାର୍ଯ୍ୟକୁ ପ୍ରଶଂସା କଲେ ସେମାନଙ୍କର ଉତ୍ସାହ ବୃଦ୍ଧି ହୋଇଥାଏ ବୋଲି ଅନେକ ବିଶ୍ୱାସ କରିଥାନ୍ତି। ମାତ୍ର ଏବେ ଗବେଷକ ଜାଣିପାରିଛନ୍ତି ଯେ, ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଠକାମି ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ଚାଷୀମାନେ ନିଜ ଫସଲ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରିଥାନ୍ତି। ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ଏହାକୁ ଆମେ ବଜାରରୁ କିଣିଥାଉ। ଏପରିସ୍ଥଳେ ଯଦି ପରିବା ଅଥବା ଫଳକୁ ଭଲ ଭାବେ ନ ଧୋଇ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍‌ ହାନିକାରକ। ଏହାଦ୍ୱାରା ଫଳରେ ଥିବା କୀଟନାଶକ ଆମ ପେଟକୁ ଯାଇ ପାଚନକ୍ରିୟା ଏବଂ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଠିକ୍‌ ଭାବେ ଧୋଇବା ବେଶ୍‌ ଜରୁରୀ। ଯେପରିକି:

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ଲଣ୍ଡନ: ଶରୀରର ଓଜନ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଓଜନରେ ସମନ୍ବୟ ରଖୁଥିବା ବ୍ୟକ୍ତିଙ୍କ ମନ ଚାପମୁକ୍ତ ରହିଥାଏ। ସାଧାରଣତଃ କଲେଜ ଶିକ୍ଷାର୍ଥୀ ଶରୀରକୁ ଫିଟ୍‌ ଓ ସନ୍ତୁଳିତ ରଖିବାର ପ୍ରୟାସ କରିଥାନ୍ତି।

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାଦ ଓ ସ୍ବାସ୍ଥ୍ୟ ଉପରେ ବ୍ରୋକଲିର ରହିଛି ଅନେକ ପ୍ରଭାବ। ଏବେ ଏହା ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଖାଦ୍ୟରେ ସାମିଲ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହେବ।

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ଟରୋଣ୍ଟୋ: ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।