ଫୁରସତ |

ପ୍ରାଚୀନ ଗ୍ରୀସ୍‌ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି ଭୂକମ୍ପ

ପ୍ରାଚୀନ ଗ୍ରୀସ୍‌ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି ଭୂକମ୍ପ

ଲଣ୍ଡନ:ପୂର୍ବରୁ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଯେଉଁ ସୁଦୃଶ୍ୟ ଭୂମିରୂପ ସୃଷ୍ଟି ହୋଇଥିଲା ତାହାକୁ ଆଧାର କରି ପ୍ରାଚୀନ ଗ୍ରୀସ୍‌ବାସୀ ବହୁ ପ୍ରସିଦ୍ଧ ମନ୍ଦିର ଏବଂ ମହାନ୍‌ ନଗରୀ ପ୍ରତିଷ୍ଠା କରିଥିଲେ ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ବ୍ରିଟେନ୍‌ସ୍ଥିତ ୟୁନିଭର୍ସିଟି ଅଫ୍‌ ପ୍ଲାଏମାଉଥ୍‌ର ଗବେଷକ ଆୟାୟିନ୍‌ ଷ୍ଟିଓ୍ବାର୍ଟଙ୍କ କହିବାନୁଯାୟୀ, ଏଜିଆନ୍‌ ଅଞ୍ଚଳରେ ଭୂଚଳନ ଦ୍ୱାରା ସୃଷ୍ଟ ଫଲ୍ଟଲାଇନ୍‌ ଉପରେ ଯେଉଁ ଭିତ୍ତିଭୂମି ଗଢ଼ି ଉଠିଛି ସେ ସବୁ ସ୍ବତନ୍ତ୍ର ସାଂସ୍କୃତିକ ମର୍ଯ୍ୟାଦା ବହନ କରେ। ବୈଜ୍ଞାନିକମାନେ ମତ ଦେଇଥିଲେ ଯେ, ଏକ ପାର୍ବତ୍ୟାଞ୍ଚଳ ସୁରମ୍ୟ ପରିବେଶ ଡେଲ୍‌ଫିକୁ ପୂର୍ବରୁ ଦୈବବାଣୀ ଶୁଣିବା ଲାଗି ଲୋକେ ଯାଉଥିଲେ। ଏହା ଏକ ପବିତ୍ର ସ୍ଥଳ। ଏହା ଭୂପୃଷ୍ଠର ଫଲ୍ଟଲାଇନ୍‌ ଉପରେ ଗଢ଼ିଉଠିଛି। ଏଠାରେ ଏକ ପବିତ୍ର ଝରଣା ବହିଯିବା ସହିତ ମୁକ୍ତ ବାୟୁ ଚଳାଚଳ କରିଥାଏ। ତେବେ ଏଥିପାଇଁ କେବଳ ଡେଲ୍‌ଫି ନୁହେଁ ମାଇସିନା, ଏଫେସସ୍‌, ନାଇଡସ୍‌ ଏବଂ ହାୟର ଆପୋଲିସ୍‌ ନଗରୀ ଫଲ୍ଟଲାଇନ୍‌ ଉପରେ ଗଢ଼ିଉଠିଥିବା ଗବେଷକମାନେ କହିଛନ୍ତି। ଷ୍ଟିଓ୍ବାର୍ଟ କହନ୍ତି, ଭୂକମ୍ପ ଫଲ୍ଟଲାଇନ୍‌ ଏଜିଆନ୍‌ ଓ୍ବାର୍ଲଡକୁ ସୁବ୍ୟବସ୍ଥିତ ଢଙ୍ଗରେ ଗଢ଼ିତୋଳିଛି। ଭୂମିକମ୍ପ ଯେପରି ଗ୍ରୀସ୍‌ର ଭୂଭାଗକୁ ରୁଚିସମ୍ପନ୍ନ କରି ଗଢ଼ିତୋଳିଛି ସେ ସମ୍ପର୍କରେ ଦୀର୍ଘ ୩୦ବର୍ଷ ହେଲା ଗବେଷଣା କରାଯାଇଆସୁଛି। କିନ୍ତୁ ଏହାକୁ ଏକ କାକ୍‌ତାଳୀୟ ଘଟଣା କୁହାଯାଇ ପାରିବ ନାହିଁ। କାରଣ ଭୂଚଳନ ଦ୍ୱାରା ଫଲ୍ଟଲାଇନ୍‌ ସୃଷ୍ଟିହେବା ପରେ ହିଁ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥଳ ଗଢ଼ିଉଠିଛି।
ଭୂମିକମ୍ପ ଦ୍ୱାରା ସୃଷ୍ଟି ହୋଇଥିବା ବହୁ ଉଷ୍ଣ ପ୍ରସ୍ରବଣକୁ ପ୍ରାଚୀନ ଗ୍ରୀସ୍‌ବାସୀ ସମ୍ମାନ ଦେଇ ଆସିଛନ୍ତି। କିନ୍ତୁ ଏହି ସ୍ଥଳ ନିକଟବର୍ତ୍ତୀ ମନ୍ଦିର ଓ ଅଟ୍ଟାଳିକା ସୁବ୍ୟବସ୍ଥିତ ଢଙ୍ଗରେ ନିର୍ମିତ ହୋଇଛି। ପ୍ରାଚୀନ ଗ୍ରୀସ୍‌ବାସୀ ଅବିଶ୍ୱସନୀୟ ଭାବେ ବୁଦ୍ଧିମାନ୍‌ ବ୍ୟକ୍ତି ଥିଲେ। ସେମାନେ ଯେଉଁ ଢାଞ୍ଚା ନିର୍ମାଣ କରୁଥିଲେ ତାହାଦ୍ୱାରା ଭବିଷ୍ୟତ ବଂଶଧର ଉପକୃତ ହୋଇପାରିବେ ବୋଲି ସେମାନେ ଚିନ୍ତାକରୁଥିଲେ ବୋଲି ଷ୍ଟିଓ୍ବାର୍ଟ ପ୍ରକାଶ କରିଛନ୍ତି।

All Right Reserved By

ଫୁରସତ |

ଦୀର୍ଘାୟୁ ହେବାପାଇଁ...

ଦୀର୍ଘାୟୁ ହେବାପାଇଁ...

ମର୍ନିଂଓ୍ବାକ୍‌ରେ ଯାଉଥିବା ଲୋକଙ୍କ ମନରେ ଧାରଣା ଥାଏ ଯେ ଶୀଘ୍ର ଚାଲିଲେ ବା ଦୌଡିଲେ ଶରୀର ବେଶି ଦିନ ସୁସ୍ଥ ରୁହେ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଦୀର୍ଘାୟୁ ଲାଗି ସପ୍ତାହକୁ ଏକ ଘଣ୍ଟା ଧୀରେ ଧୀରେ ଦୌଡିବା ଭଲ। ଡେନମାର୍କର କୋପେନହାଗେନ୍‌ସ୍ଥିତ ପ୍ରେଡରିକ୍ସବର୍ଗ ହସ୍ପିଟାଲର ଗବେଷକମାନେ ଏହି ମତ ଦେଇଛନ୍ତି।

ଛୋଟ ପିଲାଙ୍କୁ ଆକୃଷ୍ଟ କରେ ମା’ଙ୍କ ଚରିତ୍ର

ଛୋଟ ପିଲାଙ୍କୁ ଆକୃଷ୍ଟ କରେ ମା’ଙ୍କ ଚରିତ୍ର

ଛୋଟ ପିଲା ସବୁଠାରୁ ବେଶି କଥା ଶିକ୍ଷା କରିଥାଏ ନିଜ ମାଆ ଠାରୁ। ମା’ ହେଉଛି ପିଲାର ପ୍ରଥମ ଗୁରୁ। ମା’ର ଶିକ୍ଷା ପିଲାର ଜୀବନରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ। ମା’ ଯେତେ ସ୍ନେହୀ, ସଚ୍ଚୋଟ, ନମ୍ର, ତ୍ୟାଗଶୀଳା ସଦିଚ୍ଛା ସମ୍ପନ୍ନା ମାର୍ଜିତ ରୁଚି ସଂପନ୍ନା ତଥା ବ୍ୟକ୍ତିତ୍ୱର ଅଧିକାରିଣୀ ହୁଏ ପିଲାଟି ମା’ ଠାରୁ ସେ ସବୁ ଶିକ୍ଷା କରିଥାଏ।

ବୁଲା କୁକୁରକୁ ପକାଯାଏ ଫୁଟନ୍ତା ପାଣିରେ

ବୁଲା କୁକୁରକୁ ପକାଯାଏ ଫୁଟନ୍ତା ପାଣିରେ

ଚାଇନାରେ କୁକୁର ମାଂସ ଏକ ଲୋକପ୍ରିୟ ଖାଦ୍ୟ। ତେଣୁ ଏଠାକାର ଜନସାଧାରଣ ବୁଲା କୁକୁରଙ୍କୁ ଧରିଆଣି ଫୁଟନ୍ତା ପାଣିରେ ପକାଇଥାନ୍ତି। ପାଣିରେ ପକାଇ କୁକୁରର ଚମଡ଼ା ବାହାର କରି ମାଂସକୁ ଅତି ଆନନ୍ଦରେ ଖାଦ୍ୟ ଖାଇଥାନ୍ତି। ୟୁଲିନ୍‌ ସହରରେ ଏହାକୁ ଏକ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ।

ଗରମ ଦିନେ ଘୋଡି ହୁଅନ୍ତି ରେଜେଇ, ଶୀତଦିନେ ବରଫ ଖଣ୍ଡ ଉପରେ କଟେ ସମୟ

ଗରମ ଦିନେ ଘୋଡି ହୁଅନ୍ତି ରେଜେଇ, ଶୀତଦିନେ ବରଫ ଖଣ୍ଡ ଉପରେ କଟେ ସମୟ

ଯଦି ଆପଣଙ୍କୁ ଦ୍ୱିପ୍ରହରର ଢୁ ଢୁ ଖରାରେ ଚାଦର ଢାଙ୍କି ଶୋଇବାକୁ କୁହାଯାଏ, ନଚେତ ମାଘ ମାସ ଜାଡ଼ରେ ବରଫ ଉପରେ ଶୋଇବା ପାଇଁ କୁହାଯାଏ ତେବେ ପ୍ରତିକ୍ରିୟା ସ୍ବରୂପ ଆପଣ ସାମ୍ନା ଲୋକର ମସ୍ତିଷ୍କ ବିକୃତ ବୋଲି ଭାବିବା ସ୍ବାଭାବିକ। ତେବେ ଦିଲ୍ଲୀଠାରୁ ଅନତି ଦୂର ହରିୟାଣାର ମହେନ୍ଦ୍ରଗଡ଼ ଜିଲା ଡେରୋଲି ଗ୍ରାମର ସନ୍ତଲାଲ୍‌ ଏପରି ପିଲାଟିବେଳୁ କରିଆସୁଛନ୍ତି। ସନ୍ତଲାଲ୍‌ଙ୍କୁ ଶୀତଦିନେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଗରମ ଦିନେ ତାଙ୍କୁ ବରଫ ପଡ଼ିବା ପରି ଲାଗେ। ତେଣୁ ସେ ଗରମ ଦିନମାନଙ୍କରେ ଶୀତବସ୍ତ୍ର ପରିଧାନ କରି ବୁଲୁଥାନ୍ତି।

ସିଙ୍ଗଡାର ଦାମ୍‌ ୩ଶହ ଟଙ୍କା

ସିଙ୍ଗଡାର ଦାମ୍‌ ୩ଶହ ଟଙ୍କା

ନୂଆଦିଲ୍ଲୀ: ସିଙ୍ଗଡା, ଆମ ଦେଶରେ ଜଳଖିଆ ଭାବେ ଏହାର ରହିଛି ବେଶ୍‌ ଚାହିଦା। କିନ୍ତୁ ଏଭଳି ଜାଗା ଅଛି ଯେଉଁଠି ସିଙ୍ଗଡା ୨ଟି ଖାଇବାକୁ ହେଲେ ଦେବାକୁ ପଡିଥାଏ ୩ଶହ ଟଙ୍କା।

୫ଟି ପ୍ରଶ୍ନ: ଲୋକଙ୍କୁ ତୁରନ୍ତ ସେବା ଯୋଗାଇବା ମୋର ପ୍ରାଥମିକତା -ଶୁଭେନ୍ଦୁ କୁମାର ସାହୁ

୫ଟି ପ୍ରଶ୍ନ: ଲୋକଙ୍କୁ ତୁରନ୍ତ ସେବା ଯୋଗାଇବା ମୋର ପ୍ରାଥମିକତା -ଶୁଭେନ୍ଦୁ କୁମାର ସାହୁ

ଭୁବନେଶ୍ୱର ତହସିଲଦାର ଶୁଭେନ୍ଦୁ କୁମାର ସାହୁ ୨୦୦୦ ମସିହାରେ କୋରାପୁଟ ଜିଲା କାଶୀପୁର ତହସିଲରେ ଅତିରିକ୍ତ ତହସିଲଦାର ଭାବରେ ପ୍ରଥମେ ଚାକିରି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବେଗୁନିଆ ତହସିଲଦାର, ଟାଙ୍ଗୀ(ଖୋର୍ଦ୍ଧା) ବିଡିଓ ଭାବେ କାର୍ଯ୍ୟ କରିଥିଲେ।

ଭାରତୀୟ ରେଳର ହର୍ନ

ଭାରତୀୟ ରେଳର ହର୍ନ

ଆପଣମାନେ ପ୍ରାୟତଃ ସମସ୍ତେ ରେଳ ବା ଟ୍ରେନ୍‌ ଯାତ୍ରା କରିଥିବେ ନିଶ୍ଚିତ। ନ କରିଥିଲେ ମଧ୍ୟ ଦେଖିଥିବେ ଏବଂ ଏହାର ହର୍ନ ଶୁଣିଥିବେ। ହେଲେ ଆପଣ ଜାଣନ୍ତି କି, ଟ୍ରେନ୍‌ରେ ଅନ୍ୟ ଗାଡି ଭଳି ମନ ଇଚ୍ଛା ହର୍ନ ବଜାଯାଇ ନ ଥାଏ। ଏଥିରେ ସ୍ଥାନ, ପରିସ୍ଥିତି ଏବଂ ସମୟ ଆଦିକୁ ଦେଖି କେତେକ ନିର୍ଦ୍ଦିଷ୍ଟ ପ୍ରକାରର ହର୍ନ ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା ଭାରତୀୟ ରେଳରେ ବ୍ୟବହାର ହେଉଥିବା ବିଭିନ୍ନ ହର୍ନ ଏବଂ ଏହାର ଅର୍ଥ ସମ୍ପର୍କରେ...

ଯୁବ ପ୍ରତିଭା: ଅଲ୍‌ରାଉଣ୍ଡର ରଚିତା

ଯୁବ ପ୍ରତିଭା: ଅଲ୍‌ରାଉଣ୍ଡର ରଚିତା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ମନରେ ଅଦମ୍ୟ ଆଗ୍ରହ। ତାହାକୁ ସଫଳ କରିବାକୁ ସେ ସତେ ଯେମିତି ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଛନ୍ତି। ବୟସ ତୁଳନାରେ ନିଜର ଦକ୍ଷତା ଦେଖାଇ ଚଢ଼ି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ। କେବଳ ପାଠ ପଢ଼ା ନୁହେଁ ଆଉ କେତେକ କ୍ଷେତ୍ରରେ ମଧ୍ୟ ତାଙ୍କୁ ମିଳିଛି ପ୍ରଶଂସା ଏବଂ ପରିଚୟ। ଏଭଳି ଅଲ୍‌ରାଉଣ୍ଡର ପ୍ରତିଭା ହେଲେ ରଚିତା ପଣ୍ଡା।

ୟୁଥ୍‌ କ୍ଲବ୍‌ ‘ବୀଣାପାଣି ଯୁବକ ସଂଘ’: ଲକ୍ଷ୍ୟ ପରିବେଶ ସୁରକ୍ଷା

ୟୁଥ୍‌ କ୍ଲବ୍‌ ‘ବୀଣାପାଣି ଯୁବକ ସଂଘ’: ଲକ୍ଷ୍ୟ ପରିବେଶ ସୁରକ୍ଷା

ସମୟ ମିଳିଲେ ମଉଜମସ୍ତି କରିବା ଅପେକ୍ଷା ସମାଜ ସେବାରେ ସେମାନଙ୍କୁ ମିଳେ ବେଶ୍‌ ଆନନ୍ଦ। ଏମିତିକି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ବି ସେମାନେ ସମୟ ବାହାର କରି ଏକାଠି ହୋଇ ଲାଗିପଡନ୍ତି ଏହି କାର୍ଯ୍ୟରେ। ଆଉ ଏଭଳି ସମାଜଧର୍ମୀ କାର୍ଯ୍ୟ କରି ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଥିବା ଏହି ଯୁବକମାନେ ହେଉଛନ୍ତି କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ମଲିଆକୁଦା ଗ୍ରାମରେ ଥିବା ବୀଣାପାଣି ଯୁବକ ସଂଘର ସଦସ୍ୟମାନେ।

ବର୍ଷାଦିନ ଓ କୋଳିତୋଳା

ବର୍ଷାଦିନ ଓ କୋଳିତୋଳା

ବିଭିନ୍ନ ଋତୁରେ ହେଉଥିବା ସବୁପ୍ରକାର କୋଳିରେ ରହିଥାଏ ଭରପୂର ଔଷଧୀୟ ଗୁଣ । କୋଳି ଦେଖିବାକୁ ଯେତିକି ସୁନ୍ଦର ଓ ସ୍ବାଦିଷ୍ଟ , ଶରୀର ଓ ସ୍ବାସ୍ଥ୍ୟ ପାଇଁ ବି ଖୁବ୍‌ ହିତକର। ଦିନଥିଲା ଯେତେବେଳେ କି ଗାଁ ନିକଟ ବଣବୁଦାରେ ବିଭିନ୍ନ କୋଳି ଗଛ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ବଣବୁଦା ନିଶ୍ଚିହ୍ନ ହେବା ପରେ ଅନେକ ପ୍ରକାରର କୋଳି ଆଉ ଦେଖିବାକୁ ମିଳୁନାହିଁ।

ପରୀ କଥାର ଘର

ପରୀ କଥାର ଘର

ଓ୍ବାଶିଂଟନର ହିଡେନ୍‌ଭ୍ୟାଲୀ ଜଙ୍ଗଲ। ତା’ ଭିତରେ ଏକ ସୁନ୍ଦର ଘର। ଦେଖିବାକୁ ପରୀ ରାଇଜ କାହାଣୀର ଛୋଟିଆ ସୁନ୍ଦର ଝୁମ୍ପୁଡି ପରି। କହିବାକୁ ଗଲେ ଲୋକପ୍ରିୟ କାହାଣୀ ‘ସ୍ନୋ’ ହ୍ବାଇଟ୍‌’ ରେ କଳ୍ପନା କରାଯାଇଥିବା ଘରପରି ଏହି ଘର। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ଘରର ମୂଲ୍ୟ ହେଉଛି ୫.୩୦ କୋଟି। ଏହାର ବାହ୍ୟ ଯେତିକି ସୁନ୍ଦର ଆଭ୍ୟନ୍ତରୀଣ ସାଜସଜ୍ଜା ତା’ଠୁ ବେଶି ସୁନ୍ଦର ଓ ଆକର୍ଷକ।

ମାନବ ପେଚା

ମାନବ ପେଚା

ପାକିସ୍ତାନ, କରାଚୀର ଜଣେ ୧୪ ବର୍ଷୀୟ ବାଳକ ଏବେ ପରିଚିତ ‘ମାନବ ପେଚା’ ଭାବେ। କାରଣ ଏହି ପିଲାଟି ପେଚା ଭଳି ନିଜ ମୁଣ୍ଡକୁ ହାତ ସାହାଯ୍ୟରେ ୧୮୦ଂ ପର୍ଯ୍ୟନ୍ତ ମୋଡି ବୁଲାଇପାରେ। ଅର୍ଥାତ୍‌ ପିଲାଟି ନିଜ ପଛପଟର ଦୃଶ୍ୟକୁ ବି ବେଶ୍‌ ସହଜରେ ଦେଖିବାକୁ ସକ୍ଷମ। ମହମ୍ମଦ ସମୀର ନାମକ ଏହି ପିଲାଟି ମାତ୍ର ୬/୭ ବର୍ଷର ହୋଇଥିବାବେଳେ ଏକ ହଲିଉଡ୍‌ ହରର୍‌ ମୁଭି ଦେଖୁଥିଲେ, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ମୁଣ୍ଡକୁ ପଛକୁ ବୁଲାଇ ନିଜ ପଛପଟକୁ ଦେଖୁଥିଲେ।

Model This Week

ପ୍ରଭାତ