ଫୁରସତ |

ସାମଗ୍ରୀ ପରିବହନ କରିବ ଡ୍ରୋନ୍‌

ସାମଗ୍ରୀ ପରିବହନ କରିବ ଡ୍ରୋନ୍‌

ଜେନେଭା:ବୈଜ୍ଞାନିକମାନେ ଏକ ସ୍ବୟଂଚାଳିତ ଡ୍ରୋନ୍‌ ବିକାଶ କରିଛନ୍ତି। ସ୍ବତନ୍ତ୍ର ଜ୍ଞାନକୌଶଳ ବିନିଯୋଗରେ ଏହା ତୁରନ୍ତ ଚିଠି, ଔଷଧ, ଓ ଖାଦ୍ୟ ସାମଗ୍ରୀ ଯୋଗାଣ କରିପାରିବ। ଏହି ଡ୍ରୋନ୍‌ କୌଣସି ନିୟନ୍ତ୍ରଣକୁ ଏଡାଇ ଲକ୍ଷ୍ୟସ୍ଥଳ ଅଭିମୁଖେ ଆଗେଇଯିବ। ଏହାକୁ ଏପରି ନିର୍ମାଣ କରାଯାଇଛି ଯେ, ଏହା ସିଧା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବ। ଏହାକୁ ପଞ୍ଜୁରି ଭଳି ଏକ ଖୋଳ ଭିତରେ ସୁରକ୍ଷିତ ରଖାଯିବା ସହିତ ବ୍ୟାଗରେ ନିଆଯାଇପାରିବ।
ଉକ୍ତ ଡ୍ରୋନ୍‌କୁ ସୁଇଜରଲାଣ୍ଡସ୍ଥିତ ଇକୋଲ୍‌ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେର ବୈଜ୍ଞାନିକଙ୍କ ଦ୍ୱାରା ବିକାଶ କରାଯାଇଛି। ଏଥିରେ ବହୁ ଅଭିନବ ଯନ୍ତ୍ର ଖଞ୍ଜାଯାଇଛି ଯଦ୍ଦ୍ବାରା ଏହା ସ୍ବୟଂଚାଳନା ଏବଂ ପରିବହନ ଦୃଷ୍ଟିରୁ ନିରାପଦ। ଏହି ଡ୍ରୋନର ଏକ ସ୍ବତନ୍ତ୍ର କୌଶଳ ହେଉଛି ଯେ, କୌଣସି ପରିବହନକାରୀ ଯାନରେ ନିଆଯାଉଥିଲେ ଉଡାଣ ପୂର୍ବରୁ ଏହା ଯାନର ଚାରିପାଖରେ ବୁଲିପାରିବ। ଭଙ୍ଗାଯାଇପାରୁଥିବା କାର୍ବନ-ଫାଇବର ପଞ୍ଜୁରି ଡ୍ରୋନକୁ ପଡିବାରୁ କି ବାଡେଇ ହୋଇଯିବାରୁ ରକ୍ଷା କରିବ।
ଡ୍ରୋନ୍‌ ଗ୍ରହୀତା ଏହାକୁ ନିରାପଦରେ ହାତରେ ଧରି ରଖିପାରିବ। ଉକ୍ତ ଡ୍ରୋନ୍‌ର ୪ଟି ପ୍ରପେଲର (ଚାଳନଚକ୍ର)ରହିଛି। ଏହା ସିଧା ଉପରକୁ ଉଠିବା ସହିତ ତଳକୁ ଖସିପାରିବ। ଏହା ୫୦୦ ଗ୍ରାମ୍‌ ଓଜନର ସାମଗ୍ରୀ ବହନ କରି ଦୀର୍ଘ ୨କିଲୋମିଟର ଯାତ୍ରା କରିପାରିବ। ଉକ୍ତ ଡ୍ରୋନରେ ସାମଗ୍ରୀ ଯୋଗାଣ ପାଇଁ ସ୍ବତନ୍ତ୍ର ଭାବରେ ସ୍ବୟଂ ଉଡାଣ(ସେଲ୍ଫ ଫ୍ଲାଇଙ୍ଗ) ସଫ୍ଟଓ୍ବେର ଖଞ୍ଜାଯାଇଛି। ଏହାକୁ ଏପରି ନିର୍ମାଣ କରାଯାଇଛି ଯେ, ଏହା ଉଡ଼ାଣ ପଥରେ କୌଣସି ଗଛ ଓ ଅଟ୍ଟାଳିକା ପଡିଲେ ସେଗୁଡ଼ିକୁ ଏଡାଇ ଅନ୍ୟ ପଥରେ ଯାତ୍ରା କରିପାରିବ।

All Right Reserved By

ଫୁରସତ |

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ।

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ଭିଡିଓଟି ଶେୟାର କରିବା ସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେବାମନସ୍କ ପ୍ରିୟଙ୍କା

ସେବାମନସ୍କ ପ୍ରିୟଙ୍କା

ଜାତୀୟ ସେବା ଯୋଜନାରେ ସାମିଲ ହୋଇ ସମାଜ ସେବା କରିବାକୁ ତାଙ୍କୁ ମିଳିଛି ପ୍ରେରଣା। କଲେଜରେ ପାଠ ପଢିବା ବେଳେ ବିଭିନ୍ନ ସେବା କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ। ଥରେ ଜିଲା ପ୍ରଶାସନ ପକ୍ଷରୁ ପରିଚାଳିତ ହେଉଥିବା ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ଏନଏସଏସ ପକ୍ଷରୁ ଦିନିକିଆ କ୍ୟାମ୍ପ ପଡିଥିଲା।

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ସମରେଶ ରାଉତରାୟ, ନଁ। ଶୁଣିବା ମାତ୍ରେ ଆଖି ଆଗରେ ନାଚିଉଠେ ତାଙ୍କ ଖଳନାୟକ ଭୂମିକାରେ ଅଭିନୟ। କିଛିଟା ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବି ଖଳନାୟକ ଭୂମିକା ପାଇଁ ସେ ଦର୍ଶକଙ୍କ ପାଖରେ ଅଧିକ ପରିଚିତ।

ନିଜ କଥା: ଭୁଲ୍‌ ବାଛିବାକୁ ସୁଯୋଗ ଦିଏନା

ନିଜ କଥା: ଭୁଲ୍‌ ବାଛିବାକୁ ସୁଯୋଗ ଦିଏନା

ମୋ ଭୁଲ୍‌କୁ ଆଉ ଜଣେ କିଏ ବାଛୁ ସେ ସୁଯୋଗ ମୁଁ କାହାରିକୁ କେବେ ଦେଇନି। କାରଣ ଭୁଲ୍‌କୁ ମୁଁ କେବେ ପ୍ରଶ୍ରୟ ଦିଏନା। ମୋର ମିତ୍ର ଅଧିକ ହେଲେ ଶତ୍ରୁ କିଏ ମୁଁ ଜାଣେନା।

‘ତରିଫାଁ’ ଅନ୍‌ପ୍ଲଗ୍‌ଡ ପଛରେ: ଓଡ଼ିଆ ଝିଅ ଲିଜା ମିଶ୍ର

‘ତରିଫାଁ’ ଅନ୍‌ପ୍ଲଗ୍‌ଡ ପଛରେ: ଓଡ଼ିଆ ଝିଅ ଲିଜା ମିଶ୍ର

କିଛିଦିନ ତଳେ ରିଲିଜ ହୋଇଥିବା ବହୁଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ବୀରେ ଦି ଓ୍ବେଡିଂ’ର ‘ତରିଫଁା’ ଗୀତ ଏବେ ବି ଅଧିକାଂଶଙ୍କ ପ୍ଲେଲିଷ୍ଟ୍‌ରେ ମୋଷ୍ଟ ପ୍ଲେଡ୍‌ ଟ୍ରାକ୍‌ଭାବେ ରହିଛି। ଗୀତର ଅରିଜିନାଲ ଟ୍ରାକ୍‌ ଯେତେ ଟ୍ରେଣ୍ଡ ନ କରିଛି, ଏହାର ଅନ୍‌ପ୍ଲଗ୍‌ଡ ଭର୍ସନ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି।

୩ମିନିଟ୍‌ ଆଗରୁ ଲଞ୍ଜ ବ୍ରେକ୍‌ ନେଇ ହରାଇଲେ ବେତନ

୩ମିନିଟ୍‌ ଆଗରୁ ଲଞ୍ଜ ବ୍ରେକ୍‌ ନେଇ ହରାଇଲେ ବେତନ

ଟୋକିଓ: କାର୍ଯ୍ୟାଳୟରେ ଥିବା ସମୟରେ ବାରମ୍ବାର ସିଟ୍‌ ଛାଡିବା ଓ ୩ ମିନିଟ୍‌ ଆଗରୁ ଲଞ୍ଚ ବ୍ରେକ୍‌ ନେବା ଏବେ ମହଙ୍ଗା ପଡିଛି ଜାପାନର କର୍ମଚାରୀଙ୍କୁ। ପଶ୍ଚିମ ଜାପାନର କୋବୋରେ ଥିବା ଓ୍ବାଟରଓ୍ବାର୍କସ୍‌ ବ୍ୟୁରୋରେ କାର୍ଯ୍ୟରତ ଜଣେ କର୍ମଚାରୀ ୭ ମାସ ଭିତରେ ୨୬ଥର ଲଞ୍ଚ ବ୍ରେକ୍‌ ପୂର୍ବରୁ ସିଟ୍‌ ଛାଡିଥିବା ଅଭିଯୋଗ ହୋଇଥିଲା।

ଇଣ୍ଟରନେଟ୍‌ ବ୍ୟବହାରରେ ଭାରତୀୟ ବୟସ୍କ ବିଶ୍ୱରେ ସବୁଠୁ ପଛୁଆ

ଇଣ୍ଟରନେଟ୍‌ ବ୍ୟବହାରରେ ଭାରତୀୟ ବୟସ୍କ ବିଶ୍ୱରେ ସବୁଠୁ ପଛୁଆ

ସାନ୍‌ ଫ୍ରାନ୍ସିସ୍‌କୋ: ଡିଜିଟାଲ୍‌ ଇଣ୍ଡିଆ ନେଇ ଭାରତ ସରକାର ଉଦ୍ୟମ ଚଳାଇଥିଲେ ସୁଦ୍ଧା ଦେଶରେ ଏବେ ବି କେବଳ ଏକ ଚତୁର୍ଥାଂଶ ପ୍ରାପ୍ତ ବୟସ୍କ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଇଣ୍ଟରନେଟ୍‌ ବ୍ୟବହାର କରିବାରେ ଭାରତୀୟ ବୟସ୍କ ହେଉଛନ୍ତି ବିଶ୍ୱରେ ସବୁଠୁ ପଛୁଆ।

ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ଅନୁକ୍ରିଥୀ

ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ଅନୁକ୍ରିଥୀ

ବମ୍ବେ: ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ତାମିଲନାଡ଼ୁର ୧୯ ବର୍ଷୀୟା ଅନୁକ୍ରିଥୀ ଭାସ୍‌। ଏଠାରେ ଅନୁଷ୍ଠିତ ଫେମିନା ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡ ୨୦୧୮ ପ୍ରତିଯୋଗିତାରେ ଦେଶର କୋଣ ଅନୁକୋଣରୁ ଭାଗ ନେଇଥିବା ସୁନ୍ଦରୀଙ୍କୁ ପଛରେ ପକାଇ ମର୍ଯ୍ୟାଦାଜନକ ଟାଇଟ୍‌ଲ ହାସଲ କରିଛନ୍ତି ଟ୍ରିଚି ସହରର ଅନୁକ୍ରିଥୀ।

ଶୋଇଥିବା ଅବସ୍ଥାରେ ବି ଆଖି ଥାଏ ଜାଗ୍ରତ

ଶୋଇଥିବା ଅବସ୍ଥାରେ ବି ଆଖି ଥାଏ ଜାଗ୍ରତ

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ଗଭୀର ନିଦ୍ରାରେ ଚଳତ୍‌ଶକ୍ତି ହୀନ ହୋଇଥିବାବେଳେ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଦୀର୍ଘଦିନ ଧରି ଗବେଷଣା କରିବା ପରେ ସେମାନେ ଏସମ୍ପର୍କିତ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।

ଜୁଇ ଚିତା ସାମ୍ନାରେ ନିଆଯାଏ ସାତଫେରା

ଜୁଇ ଚିତା ସାମ୍ନାରେ ନିଆଯାଏ ସାତଫେରା

ବିହାର ଦରଭଙ୍ଗା ଅଞ୍ଚଳରେ ରହିଛି ଏପରି ଏକ ସ୍ଥାନ ଯେଉଁଠି ଜୁଇ ଚିତା ଜଳୁଥିବା ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ବାନ୍ଧିହୋଇଥାନ୍ତି ନବବିବାହିତ ଯୋଡ଼ା। ସେଠାକାର ଶ୍ୟାମା ମାଇ ମନ୍ଦିରରେ ଏପରି ଘଟଣା ଦେଖିବାକୁ ମିଳିଥାଏ। ଏହି ମନ୍ଦିର ଶ୍ମଶାନ ମଧ୍ୟରେ ରହିଛି।

ପୁରାତନ ବୃକ୍ଷରାଜିର ନବକଳେବର

ପୁରାତନ ବୃକ୍ଷରାଜିର ନବକଳେବର

କାଲିଫର୍ନିଆ: ବଢୁଥିବା ତାପମାତ୍ରା ଏବଂ ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି କାଲିଫର୍ନିଆର ୟୋସେମାଇଟ୍‌ ଜାତୀୟ ଉଦ୍ୟାନଠାରେ ଥିବା ହଜାର ହଜାର ବର୍ଷର ପୁରୁଣା ବୃକ୍ଷରାଜିକୁ ପୁନରୁଦ୍ଧାର କରାଯାଇ ନୂଆରୂପ ଦିଆଯାଇଛି। ୪୦ ମିଲିୟନ ଡଲାର ବିନିମୟରେ ଏହି ବୃକ୍ଷଗୁଡିକର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା।

Model This Week

ପ୍ରଭାତ