ଫୁରସତ |

ସର୍ବୋଚ୍ଚ ବାଲୁକା ସ୍ଥାପତ୍ୟର ବିଶ୍ୱ ରେକଡ

ସର୍ବୋଚ୍ଚ ବାଲୁକା ସ୍ଥାପତ୍ୟର ବିଶ୍ୱ ରେକଡ

ବର୍ଲିନ୍‌:ବିଶ୍ୱର ସବୁଠାରୁ ଉଚ୍ଚ ବାଲୁକା ସ୍ଥାପତ୍ୟ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି ଜର୍ମାନୀର ଏକ ବାଲୁକା କଳା। ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ରେକର୍ଡକୁ ଭାଙ୍ଗିଛି ଏହି ନୂଆ ସ୍ଥାପତ୍ୟ। ଜର୍ମାନୀର ଦୁଇସ୍‌ବର୍ଗଠାରେ ଦେଶର ଟ୍ରାଭେଲ୍‌ ଏଜେନ୍ସି ଶ୍ଚୌନିଶ୍‌ଲାଣ୍ଡ-ରାଇଜେନ୍‌ ଜିଏମ୍‌ବିଏଚ୍‌ ପକ୍ଷରୁ ଏହି ବାଲୁକା ସ୍ଥାପତ୍ୟ ପ୍ରସ୍ତୁତ କରାଯାଇଛି। ୩୫୦୦ ଟନ୍‌ ବାଲିରେ ୧୬.୬୮ ମିଟର ଉଚ୍ଚତାରେ ଏହି ବାଲୁକା କଳା ପ୍ରସ୍ତୁତ ହୋଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀର ନମୁନା ଏଥିରେ ସ୍ଥାନ ପାଇଛି। ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ପ୍ରତିନିଧି ଜ୍ୟାକ୍‌ ବ୍ରୋକ୍‌ବ୍ୟାଙ୍କ୍‌ ଉପସ୍ଥିତ ରହି ସ୍ଥପତିର ଯାଞ୍ଚ କରିଥିଲେ। ଏହାପୂର୍ବରୁ ବିଶ୍ୱ ଶାନ୍ତି ପାଇଁ ସୁଦର୍ଶନ ପୁରୀରେ ୧୪.୮୪ ମିଟର୍‌ ଉଚ୍ଚତାର ଏକ ବାଲୁକା ସ୍ଥାପତ୍ୟ କରି ବିଶ୍ୱ ରେକର୍ଡ କରିଥିଲେ।

All Right Reserved By

Model This Week

ନିକିତା

ଫୁରସତ |

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଟୋକିଓ, ୨୨।୪ : ଦକ୍ଷିଣ ଜାପାନର କିକାଇ ସହରରେ ବାସ କରୁଥିବା ପୃଥିବୀର ବୟସ୍କା ମହିଳା ନାବି ତାଜିମାଙ୍କର ୧୧୭ ବର୍ଷ ବୟସ ପରଲୋକ ହୋଇଛି। ଗତ ଜାନୁୟାରୀଠାରୁ ସେ ହସ୍ପିଟାଲ ଭର୍ତ୍ତି ହୋଇଥିଲେ। ସେ ୧୯୦୦ ମସିହା ଅଗଷ୍ଟମାସରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ୧୬୦ ଜଣ ସଦସ୍ୟ ଅଛନ୍ତି।

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ଟୋକିଓ, ୨୨।୪ : ବ୍ୟବସାୟ ବଢ଼ାଇବା ପାଇଁ ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱିତା ମୂଳକ ବଜାରରେ କମ୍ପାନୀମାନେ ଅନେକ ସମୟରେ ବିଭିନ୍ନ ରୋଚକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହାକି ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେଉଛି। ସମ୍ପ୍ରତି ଜାପାନର ନ୍ୟୋଟିମୋରୀ ଏକ୍ସପେରିଏନ୍ସ୍‌ ନାମକ ଏକ ହୋଟେଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ଶିକ୍ଷାବିତ୍‌ ଡ. ଭାଗ୍ୟବତୀ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ବାଲେଶ୍ୱରର ଶୂନହଟରେ ମୋର ଜନ୍ମ। ସ୍ଥାନୀୟ ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୭୦ରେ ଏକାଦଶ ପାସ୍‌ କରିବା ପରେ ଫକୀରମୋହନ ମହାବିଦ୍ୟାଳୟରେ ପିୟୁ ସାଇନ୍ସ ଓ ପ୍ରି ପ୍ରଫେଶନାଲ୍‌ ପଢିଥିଲି। ତା’ପରେ ମୋର ବାହାଘର ହୋଇଗଲା। ଶାଶୁଘର ବି ସେଇ ବାଲେଶ୍ୱରରେ। ଆଗକୁ ଆହୁରି ପଢିବାକୁ ମୋର ଇଚ୍ଛା ଥାଏ।

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

ଓ୍ବାଶିଂଟନ, ୨୨।୪ : ଆମେରିକା ଟେନିସ୍‌ ରାଜ୍ୟର ମେରିବଲି ଅଞ୍ଚଳରେ ବାସ କରୁଥିବା ୭୨ ବର୍ଷ ବୟସ୍କ ଅଲମେଡା ଏରେଲ୍‌ଙ୍କୁ ଗତ ୨ବର୍ଷ ତଳେ ଗୈରି ହାର୍ଡବିକ୍‌ ନାମକ ଜଣେ ୧୯ ବର୍ଷ ବୟସ୍କ ଯୁବକ ବିବାହ କରଥିଲେ। ଏବେ ଏହି ଦମ୍ପତି ବିବାହ ଦ୍ୱିବାର୍ଷିକୀ ପାଳନ କରିଛନ୍ତି। ସେମାନଙ୍କର ଦାମ୍ପତ୍ୟ ଜୀବନ ଠିକ ଚାଲିଛି ବୋଲି ଏରେଲ୍‌ କହିଛନ୍ତି।

ଏଠି ଶାଗୁଣା ଓ ଚିଲଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ଏଠି ଶାଗୁଣା ଓ ଚିଲଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ମଣିଷ ଭଳି ଶ୍ରେଷ୍ଠ ଜୀବଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ ବ୍ୟବସ୍ଥା। ହେଲେ ଶାଗୁଣା ଓ ଚିଲଙ୍କ ପାଇଁ ରହିଥିବା ରେଷ୍ଟୁରାଣ୍ଟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଆମ ଦେଶରେ ହିଁ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ। କାନପୁର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେଷ୍ଟୁରାଣ୍ଟ। ଏଠି କେବଳ ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେଷ୍ଟୁରାଣ୍ଟ।

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି  ୮୨ ଆପସ୍‌

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି ୮୨ ଆପସ୍‌

ଜବଲପୁର, ୨୦।୪ : ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି କରିଛନ୍ତି ୮୨ ଆପସ୍‌। ସେ ସମ୍ପ୍ରତି ୮ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୯ ବର୍ଷ ବୟସରୁ ସେ ଏଭଳି ଆପସ୍‌ ତିଆରି କରୁଛନ୍ତି। ଇତି ମଧ୍ୟରେ ସେ ‘ଆଦି’ ନାମକ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି।

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ମେକ୍ସିକୋ, ୨୦।୪ : ପାଠ ପଢ଼ିବା ପାଇଁ ବୟସ ବାଧକ ସାଜେ ନାହିଁ। ଏହାର ଉଦାହରଣ ଦେଇଛନ୍ତି ମେକ୍ସିକୋର ଜଣେ ୯୬ ବର୍ଷ ବୟସ୍କା ବୃଦ୍ଧା। ସେ ହେଉଛନ୍ତି ଗୌଡାଲୁପେ ପାଲାସିଓସ୍‌। ପିଲାଦିନୁ ତାଙ୍କର ପାଠ ପଢ଼ିବା ପାଇଁ ଭାରି ସୌକ୍‌ ଥିଲା। ତେବେ ଅର୍ଥ ଅଭାବରୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା।

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ମଙ୍ଗଳରେ ସୁଶୁପ୍ତ ଜୀବନ

ମଙ୍ଗଳରେ ସୁଶୁପ୍ତ ଜୀବନ

ମିଆମି,୧୯।୪: ପୃଥିବୀର ଅନେକ ମରୁଭୂମିରେ ବର୍ଷ ବର୍ଷ ଧରି ବର୍ଷା ହୋଇ ନ ଥାଏ। କିନ୍ତୁ ସେଠାରେ ଅନେକ ଅଣୁଜୀବ ସୁଶୁପ୍ତ ଅବସ୍ଥାରେ ରହିଛନ୍ତି। ଉପଯୁକ୍ତ ପରିବେଶରେ ସେଭଳି ଅଣୁଜୀବ ବଂଶ ବିସ୍ତାର କରିଥାନ୍ତି। ସେହିପରି ମଙ୍ଗଳ ଗ୍ରହରେ ମଧ୍ୟ ସୁଶୁପ୍ତ ଅବସ୍ଥାରେ ଅନେକ ଅଣୁଜୀବ ରହିଛନ୍ତି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଦକ୍ଷିଣ ଆମେରିକାର ଆଟାକାମା ମରୁଭୂମିରେ ପ୍ରାୟ ୧୦ ବର୍ଷରେ ଥରେ ବର୍ଷା ହୋଇଥାଏ।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ। ଚଳିତମାସ ଏହାର ମହାକାଶ ଯାତ୍ରା ନେଇ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଆଣି ଚଳିତବର୍ଷ ଶେଷବେଳକୁ ଅକ୍ଟୋବର-ନଭେମ୍ବରରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ କରିବା ଲାଗି ଯୋଜନା କରାଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍‌ ବୁଧବାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

ଓ୍ବାଶିଂଟନ୍‌,୧୮ା୪: ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥାକୁ ଜଣେ ମହିଳା ଉତ୍ତୀର୍ଣ୍ଣ ହେଲେ ସେ ତାଙ୍କର ଅଧସ୍ତନ ମହିଳା କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତି ବୋଲି ଯାହା କୁହାଯାଏ ତାହା ମନଗଢ଼ା। ଏହା ଏକ ସଦ୍ୟତମ ଅଧ୍ୟୟନରୁ ଜାଣିବାକୁ ମିଳିଛି।