ଫୁରସତ |

ମ୍ୟାନ୍‌ ବୁକର୍‌ରୁ ଅରୁନ୍ଧତୀ ବାଦ୍‌

ମ୍ୟାନ୍‌ ବୁକର୍‌ରୁ ଅରୁନ୍ଧତୀ ବାଦ୍‌
ଲଣ୍ଡନ:ମ୍ୟାନ୍‌ ବୁକର୍‌ ପ୍ରାଇଜ୍‌ ୨୦୧୭ର ସଂକ୍ଷିପ୍ତ ବୁଧବାର ତାଲିକା ପ୍ରକାଶିତ ହୋଇଛି। ଏଥର ମଧ୍ୟ ଭାରତକୁ ନିରାଶ ହେବାକୁ ପଡ଼ିଛି। ପୂର୍ବରୁ ତାଲିକାଭୁକ୍ତ ହୋଇଥିବା ଭାରତୀୟ ଲେଖିବା ଅରୁନ୍ଧତୀ ରୟ ସଂକ୍ଷିକ୍ତ ତାଲିକାରୁ ବାଦ୍‌ ପଡ଼ିଯାଇଛନ୍ତି। ‘ଦି ଗଡ୍‌ ଅଫ୍‌ ସ୍ମଲ୍‌ ଥିଙ୍ଗ୍‌ସ’ ଲାଗି ୧୯୯୭ରେ ମ୍ୟାନ୍‌ ବୁକର ପ୍ରାଇଜ୍‌ ଲାଭ କରିଥିବା ଅରୁନ୍ଧତୀ ଏବର୍ଷ ‘ଦି ମିନିଷ୍ଟ୍ରି ଅଫ୍‌ ଅଟ୍‌ମୋଷ୍ଟ ହେପିନେସ୍‌’ ଲାଗି ତାଙ୍କ ନାମ ମୋନନୀତ ହୋଇଥିଲା। ଉକ୍ତ ପୁସ୍ତକକୁ ବିଚାରକମଣ୍ଡଳୀ ବୃହତ୍‌ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଥିଲେ। ଏହା ଭାରତର ଅନ୍ତର ମଧ୍ୟରୁ ଆସିଥିବା ସେମାନେ ପ୍ରକାଶ କରିଥିଲେ। ତେବେ ପ୍ରକାଶ ପାଇଥିବା ଉକ୍ତ ଶର୍ଟ ଲିଷ୍ଟରେ ରହିଛନ୍ତି ପୁସ୍ତକ ‘୪୩୨୧’ ଲାଗି ଆମେରିକୀୟ ଲେଖକ ପଲ୍‌ ଅଷ୍ଟର୍‌, ଏମିଲି ଫ୍ରିଡ୍‌ଲଣ୍ଡ (ହିଷ୍ଟ୍ରି ଅଫ୍‌ ଓଲ୍‌ଭସ୍‌), ଜର୍ଜ ସଣ୍ଡର୍ସ (ଲିଙ୍କନ୍‌ ଇନ୍‌ ଦି ବାର୍ଡୋ), ବ୍ରିଟିଶ୍‌ ଲେଖକ ଫିଓନା ମୋଜ୍‌ଲେ (ଏଲ୍‌ମେଟ୍‌), ଅଲି ସ୍ମିଥ୍‌ (ଅଟମ୍‌), ପାକିସ୍ତାନୀ ବଂଶୋଦ୍ଭବ ମହସିନ୍‌ ହମିଦ୍‌ (ଏକ୍‌ଜିଟ୍‌ ଓ୍ବେଷ୍ଟ)। ଏହି ୬ ଜଣଙ୍କ ମଧ୍ୟରେ ଜଣେ ମ୍ୟାନ୍‌ ବୁକର୍‌ ପୁରସ୍କାର ପାଇବେ। ଅକ୍ଟୋବର ୧୭ରେ ବିଜୟୀ ଲେଖକଙ୍କ ନାମ ଘୋଷଣା କରାଯିବ। ମ୍ୟାନ୍‌ ବୁକର ପୁରସ୍କାର ବିଜେତାଙ୍କୁ ୫୦,୦୦୦ ପାଉଣ୍ଡ ପୁରସ୍କାର ରାଶି ଦିଆଯାଉଥିବାବେଳେ ଶର୍ଟଲିଷ୍ଟରେ ଥିବା ଲେଖକଙ୍କୁ ୨୫୦୦ ପାଉଣ୍ଡ ଲେଖାଏ ରାଶି ପ୍ରଦାନ କରାଯାଇଥାଏ।
All Right Reserved By

ଫୁରସତ |

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଇଂଲଣ୍ଡର ନଟିଙ୍ଗହାମରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କ କାହାଣୀ ଶୁଣିଲେ ଯେ କେହି ଚକିତ ହୋଇଯିବେ। କାରଣ ଏମେଷ୍ଟି ରେଲମ ନାମକ ଏହି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଭୂତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା କହିଛନ୍ତି।

 ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ଚାଇନାର ସାଂଘାଇରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ପରେ ନିଜ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି ଯୁବକ।

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଛତିଶଗଡର ମହାସମୁନ୍ଦ୍‌ ଜିଲାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଆଳତି ଦେଖିବା ପାଇଁ ଭାଲୁମାନେ ଆସିଥାନ୍ତି। ଘୁଞ୍ଚାପାଲି ଗ୍ରାମରେ ରହିଛି ଚଣ୍ଡି ଦେବୀଙ୍କ ମନ୍ଦିର।

ପୂଜା ଶପିଂ

ପୂଜା ଶପିଂ

ଦଶହରା ପାଇଁ ଝଲସୁଛି ଦେବୀପୀଠ। ଗାଁରୁ ସହର ପର୍ଯ୍ୟନ୍ତ ବେଶ୍‌ ଚଳଚଞ୍ଚଳ। କେବଳ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦେଖିବାରେ ନୁହେଁ, ବରଂ ଶପିଂ ପାଇଁ ମାର୍କେଟରେ ମହିଳାମାନଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ସମୟରେ ସାମାନ୍ୟ ଅସାବଧାନ ରହିଲେ ଠକାମିର ଶିକାର ହେବା ଆଶଙ୍କା ରହିଛି। ତେବେ ଏହି ସମୟରେ କି କି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ...

ପୃଥିବୀର ୫ ଦାମୀ ବହି

ପୃଥିବୀର ୫ ଦାମୀ ବହି

ପୃଥିବୀରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ରହିଛି ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି। 

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ଝିଅମାନେ ସୁନ୍ଦର ଦିଶିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ସୁନ୍ଦର ଦେଖାଯିବା ପାଇଁ ଜଣେ ଯେ କୁକୁର ପରିସ୍ରା ପିଇବ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। 

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା।